ରାସ୍ତାରେ ସାଇକେଲ ଚଲାଇଲେ ଭାଇଜାନ: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ଭାଇଜାନ ସଲମାନ ଖାଁ ନିଜ ଫିଟନେସ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଫିଲ୍ମର ଶୁଟିଂରେ ବ୍ୟସ୍ତ ଥାଆନ୍ତୁ ବା ନିଜ ପରିବାର ସହ ସମୟ ବିତାଉ ଥାଆନ୍ତୁ। ଏହି ସବୁ ଭିତରେ ମଧ୍ୟ ସେ ଜିମ୍‌ ପାଇଁ ସମୟ କାଢ଼ିନିଅନ୍ତି। ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଥିବା ସଲମାନ ନିକଟରେ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ସାଇକେଲ ଚଲାଉଥିବା ଦେଖିବାକୁ ମିଳିଛି। ଭରପୂର ଏନର୍ଜି ସହ ମସ୍ତିଭରା ଅନ୍ଦାଜରେ ସଲ୍ଲୁମିଆଁ ରାସ୍ତାରେ ସାଇକେଲ ଚଲାଉଥିବା ନଜର ଆସିଛନ୍ତି। ପୂର୍ବରୁ ମଧ୍ୟ ସଲମାନଙ୍କ ସାଇକେଲ ଚଳାଇବା ଭିଡିଓ ଭାଇରାଲ ହୋଇଛି। ହେଲେ ଚଳିତ ଥରର ବିଶେଷତଃ ହେଲା ଏହି ଭିଡିଓ ଶେୟାର ହେବା ମାତ୍ରେ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଥର ଏହାକୁ ତାଙ୍କ ଫ୍ୟାନ୍ସମାନେ ଦେଖିସାରିଲେଣି। ତେବେ ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରିବା ସହ ସେ କ୍ୟାପସନ୍‌ରେ ଲେଖିଛନ୍ତି, ‘ସମୟ ଗତିଶୀଳ ଆଉ ଏହାସହ ଜୀବନ ମଧ୍ୟ ସମାନ ଧାରାରେ ଗତି କରୁଛି, ତେଣୁ ଜୀବନର ପ୍ରତିଟି ମୂହୁର୍ତ୍ତକୁ ଉପଭୋଗ କରିବା ଦରକାର’। ନିକଟରେ ସଲମାନଙ୍କ ଫିଲ୍ମ ଭାରତ ରିଲିଜ୍‌ ହୋଇଥିବା ବେଳେ ବକ୍ସ ଅଫିସରେ ଦମ୍‌ଦାର ପ୍ରଦର୍ଶନ କରିଥିଲା।


All Right Reserved By

ରଣବୀରଙ୍କ ପ୍ରେମରେ ଉବୁଟୁବୁ ଆଲିଆ, ବରୁଣଙ୍କୁ ଭାବିଲେ ରଣବୀର

ମୁମ୍ବାଇ,୧୬।୪: ରଣବୀରଙ୍କ ପ୍ରେମରେ ଉବୁଟୁବୁ ଆଲିଆ। ବରୁଣଙ୍କୁ ରଣବୀର ଭାବିଲେ ଆଲିଆ। ବି-ଟାଉନର ଲଭ୍‌ବାର୍ଡ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପ୍ରେମ ଏବେ ଚର୍ଚ୍ଚାରେ।...

ଅଗଷ୍ଟ ୧୫ରେ ‘ମିଶନ୍‌ ମଙ୍ଗଲ’ ରିଲିଜ୍‌

ମୁମ୍ବାଇ: ଅଗଷ୍ଟ ୧୫ରେ ‘ମିଶନ୍‌ ମଙ୍ଗଲ’ ରିଲିଜ ହେବାକୁ ଯାଉଛି। ଏହାର ଟ୍ରେଲର ରିଲିଜ ହୋଇସାରିଥିବାବେଳେ ଏହା ସୋସିଆଲ ମିଡିଆ ୟୁଜର୍ସଙ୍କୁ ଅନୁପ୍ରେରିତ କରିଛି। ସବୁଠୁ...

ଅକ୍ଟୋବରରେ ରିଲିଜ୍‌ ହେବ ‘ଲୁଟ୍‌କେସ୍‌’

ମୁମ୍ବାଇ: ବଲିଉଡ୍‌ ଅଭିନେତା କୁନାଲ ଖେମୁ ଓ ଅଭିନେତ୍ରୀ ରସିକା ଦୁଗ୍ଗଲଙ୍କ ଫିଲ୍ମ ‘ଲୁଟ୍‌କେସ୍‌’ ଆସନ୍ତା ଅକ୍ଟୋବର ୧୧ରେ ରିଲିଜ୍‌ ହେବ ବୋଲି ସୂଚନା ମିଳିଛି।...

ବୁଢ଼ୀ ହେଲେ ଏମିତି ଦିଶିବେ ସୋନମ..

ମୁମ୍ବାଇ: ବଲିଉଡର ଫ୍ୟାଶନ ଡିଭା କହିଲେ ବୁଝାଯାଏ ସୋନମ କପୁରଙ୍କୁ। ଅନେକାଂଶରେ ଏହା ସତ ମଧ୍ୟ। ବିମାନବନ୍ଦର ହେଉ ଅଥବା କୌଣସି ପାର୍ଟି, ସବୁଥିରେ ସୋନମ୍‌ଙ୍କ...

ଫିଲ୍ମକୁ ଆସିବା ପୂର୍ବରୁ ଏମିତି ଦେଖାଯାଉଥିଲେ ଏହିସବୁ ଅଭିନେତ୍ରୀ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସୌନ୍ଦର୍ଯ୍ୟତାରେ କୌଣସି ତୁଳନା ନାହିଁ। ସୌନ୍ଦର୍ଯ୍ୟକୁ ନେଇ ସେ ସାରା ବିଶ୍ୱରେ ଚର୍ଚ୍ଚିତ। ୪୫ ବର୍ଷରେ ମଧ୍ୟ ଐଶ୍ୱର୍ଯ୍ୟା କୌଣସି...

ଅମରେଶ ପୁରୀଙ୍କ ଜନ୍ମଦିନରେ ଗୁଗଲ୍‌ର ଡୁଡୁଲ: ଡିଡିଏଲ୍‌ଜେ ଲୁକ୍‌କୁ ନେଇ ଅଭିନେତାଙ୍କୁ ଜଣାଇଲା ସମ୍ମାନ

ମୁମ୍ବାଇ: ବଲିଉଡ୍‌ର ଦିବଂଗତ ଅଭିନେତା ଅମରେଶ ପୁରୀଙ୍କୁ ସମ୍ମାନ ଜଣାଇଛି ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ। ଅମରେଶଙ୍କ ଅଭିନୀତ ‘ଦିଲ୍‌ଓ୍ବାଲେ ଦୁଲ୍‌ହନିଆ ଲେ ଜାଏଙ୍ଗେ’ ଲୁକ୍‌କୁ ନେଇ...

ବିବାହକୁ ନେଇ ଦୁଃଖ ପ୍ରକାଶ କଲେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ଏବେ ୫୩ ବର୍ଷରେ ପଦାର୍ପଣ କଲେଣି। ହେଲେ ଏବେବି ସେ ବଲିଉଡ୍‌ର ମୋଷ୍ଟ ଓ୍ବାଣ୍ଟେଡ ବ୍ୟାଚେଲର। କିନ୍ତୁ ତାଙ୍କ ବିବାହକୁ ନେଇ...

ଆଥିୟାଙ୍କୁ ଡେଟ୍‌ କରୁଛନ୍ତି କେଏଲ୍‌ ରାହୁଲ, ସମ୍ପର୍କ ହେଉଛିି ନିବିଡ଼ !

ମୁମ୍ବାଇ: କ୍ରିକେଟର କେଏଲ୍‌ ରାହୁଲ ପୁଣି ନିଜର ଲଭ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାରେ। ଏବେ ସେ ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟାଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଛି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *