Posted inଫୁରସତ

ଏଟିଏମରୁ ଟଙ୍କା ବାହାର କରୁଛନ୍ତି କି? ରୁହନ୍ତୁ ସତର୍କ, ନଚେତ୍‌ ଆକାଉଣ୍ଟ ହୋଇଯିବ ଖାଲି

ଏଟିଏମରୁ ଟଙ୍କା ବାହାର କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ନଚେତ ଆକାଉଣ୍ଟ ଖାଲି ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି। ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଏନେଇ ସଚେତନ କରାଯାଉଥିଲେ ହେଁ ପ୍ରତିଦିନ କେଉଁଠି ନା କେଉଁଠି ଏଟିଏମ୍‌ ଭାଙ୍ଗି ଲୁଟ୍‌ କରୁଛନ୍ତି ଦୁର୍ବୃତ୍ତ। ତେବେ କେତୋଟି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ।

୧. ଏଟିଏମରୁ ଟଙ୍କା ଉଠାଇବାବେଳେ ସତର୍କ ହୁଅନ୍ତୁ। ଯେଉଁ ଏଟିଏମ କାଉଣ୍ଟର ବ୍ୟବହାର କରୁଛନ୍ତି ତାହା ସୁରକ୍ଷିତ କି ନୁହେଁ ଯାଞ୍ଚ କରିନିଅନ୍ତୁ।

୨. ଏଟିଏମରେ ବଡ଼ବିପଦ ହେଉଛି କାର୍ଡ କ୍ଲୋନିଂ।  ଏହାର ଅର୍ଥ କେହି ଆପଣଙ୍କ କାର୍ଡର ସମସ୍ତ ତଥ୍ୟ ନେଇ ନକଲି କାର୍ଡ କରୁଛି।

୩. କେବଳ ସେତିକି ନୁହେଁ ଆପଣଙ୍କ ପିନ୍‌ ଚୋରି ବି ହୋଇପାରେ। ମେସିନରେ ପିନ୍‌ ଦେବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।

୪. ଟଙ୍କା କାଢ଼ିବା ସମୟରେ ଏଟିଏମ କାର୍ଡର ସ୍ଲଟକୁ ଭଲ ଭାବେ ଦେଖିନିଅନ୍ତୁ। ସ୍ଲଟ୍‌ର ଲାଇଟ୍‌ ଜଳୁଛି କି ନାହିଁ। ଯଦି ଜଳୁନି ତେବେ ତୁରନ୍ତ ସେହି ଏଟିଏମରୁ କାରବାର ବନ୍ଦ କରିଦିଅନ୍ତୁ।

ଲାଇଟ ନ ଜଳିଲେ କ’ଣ ହୋଇଥାଏ ଜାଣନ୍ତୁ :

ହ୍ୟାକର ଏଟିଏମ କାର୍ଡର ସ୍ଲଟ୍‌ରୁ ଡାଟା ଚୋରାଇ ନେଇ ସମସ୍ତ ଟଙ୍କା ଆକାଉଣ୍ଟରୁ ଖାଲି କରିଦେଇଥାଏ। ଯଦି ଆପଣଙ୍କ କାର୍ଡ ହ୍ୟାକ୍‌ ହେଉଥିବା ସନ୍ଦେହ ହେଉଛି ତେବେ ସଙ୍ଗେ ସଙ୍ଗେ ପୋଲିସରେ ସୂଚନା ଦିଅନ୍ତୁ।


All Right Reserved By

ମୂଷାଙ୍କ ଗାଁ ‘ମିନି ଭିଲେଜ’: ଅଛି ଛୋଟ ଛୋଟ ଘର, ଖାଦ୍ୟର ବ୍ୟବସ୍ଥା

ଗାଈ ଓ କୁକୁର ପାଇଁ ଘର ତିଆରି କଥା ଆମେ ଶୁଣିଛୁ। ହେଲେ ମୂଷା ପାଇଁ ଗୋଟିଏ ଗାଁ ତିଆରି କରିବା କଥା କେହି କେବେ...

ଦାମୀ ବ୍ୟାଗ୍‌

ଡିଜାଇନର୍‌ ତଥା ବ୍ରାଣ୍ଡେଡ୍‌ ହ୍ୟାଣ୍ଡବ୍ୟାଗ୍‌ର ସଉକ ଅଧିକାଂଶ ମହିଳାଙ୍କ ଭିତରେ ରହିଛି। କିନ୍ତୁ ଏମିତି କିଛି ହ୍ୟାଣ୍ଡବ୍ୟାଗ୍‌ ଅଛି, ଯାହାର ଦାମ୍‌ କାହାକୁ ବି କରିଦେବ...

ଏମିତି ଏକ ମନ୍ଦିର ଯେଉଁଠି ଆପଣାଛାଏ ବଢୁଛି ମୂର୍ତ୍ତି

ପ୍ରକୃତି ନିଜ ଗର୍ଭରେ ଏମିତି କିଛି ରହସ୍ୟ ଲୁଚାଇ ରଖିଛି, ଯାହାର ସମାଧାନ ରାସ୍ତା ଖୋଜିବାରେ ବୈଜ୍ଞାନିକ ବି ବିଫଳ। ଏଭଳି ଏକ ରହସ୍ୟମୟ ଘଟଣା...

ଆବୁଧାବିରେ ହେବ ସର୍ବ ବୃହତ୍‌ ଆକ୍ୱାରିୟମ୍‌

ଆବୁଧାବି: ଆବୁଧାବିରେ ନିର୍ମାଣାଧୀନ ମଧ୍ୟପ୍ରାଚ୍ୟର ବୃହତ୍ତମ ଆକ୍ୱାରିୟମକୁ ୨୦୧୯ରେ ହିଁ ସମ୍ପୂର୍ଣ୍ଣ କରାଯିବ। ଅଲ୍‌ କ୍ୱାନା(ୟୁଏଇ) ର ଏହି ୭,୦୦୦ ବର୍ଗ ମିଟର ପରିମିତ ଆକ୍ୱାରିୟମର...

ବିଶ୍ୱ ଫଟୋଗ୍ରାଫି ଦିବସ : ଫଟୋ କହେ ହଜାରେ ଶବ୍ଦ

ହଜାରେ ଶବ୍ଦର ବ୍ୟବହାର କରି ଯେଉଁ କଥା କହି ହୁଏନା ତାହା ଗୋଟିଏ ଫଟୋ ଅତି ସହଜରେ ବର୍ଣ୍ଣନା କରିପାରେ। ସେଥିପାଇଁ କଥାରେ ଅଛି ‘ଏ...

ମାଗଣା ରୋଗୀ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି କରିମ୍‌

ପଶ୍ଚିମବଙ୍ଗର ଜଲପାଈଗୁଡ଼ି ଜିଲା ଅନ୍ତର୍ଗତ ଢାଲାବାରୀ ଗାଁ ନିବାସୀ କରିମ୍‌ ଉଲ୍‌-ହକ୍‌ ଏବେ ଆମ୍ବୁଲାନ୍ସ ଦାଦା ନାଁରେ ବେଶ୍‌ ପରିଚିତ। କରିମ୍‌ ଏକ ଚା’ ବଗିଚାରେ...

ଆଜି ବିଶ୍ୱ ଇମୋଜି ଦିବସ: ଭାରତରେ ଦୁଇଟି ଇମୋଜିର ବ୍ୟବହାର ଅଧିକ

ପ୍ରତିବର୍ଷ ଜୁଲାଇ ୧୭ରେ ସାରା ବିଶ୍ୱରେ ‘ବିଶ୍ୱ ଇମୋଜି ଦିବସ’ ପାଳିତ ହୁଏ। ଆଜିକାଲି ସ୍ମାର୍ଟଫୋନର ଯୁଗ। ତେଣୁ ଇମୋଜିର ଅର୍ଥ କହିଲେ ସମସ୍ତଙ୍କୁ ଜଣାଥିବ।...

ଯେଉଁଠି ବିବାହ ପୂର୍ବରୁ ବରକୁ ମାରିବାକୁ ପଡ଼େ ଘୁଷୁରି…

ଭାରତର ବିଭିନ୍ନ ପ୍ରାନ୍ତରେ ବିବାହର ଭିନ୍ନ ଭିନ୍ନ ପରମ୍ପରା ରହିଛି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବାସ କରୁଥିବା ଗୋଣ୍ଡ ଜନଜାତିରେ ଅଛି ଏକ ଅଜବ ପରମ୍ପରା।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *