ସବୁ କଏନ୍‌ର ବୈଧତା ରହିଛି:ଆର୍‌ବିଆଇ

ନୂଆଦିଲ୍ଲୀ,୨୭-୬: ଦେଶ ମଧ୍ୟରେ ପ୍ରଚଳନରେ ଥିବା ବିଭିନ୍ନ ମୂଲ୍ୟର ଖୁଚୁରା ମୁଦ୍ରା(କଏନ୍‌) ବୈଧ। ବିଭିନ୍ନ ମୂଲ୍ୟର କଏନ ଗ୍ରହଣ ବେଳେ ଲୋକମାନେ କୌଣସି ଦ୍ୱନ୍ଦ୍ୱ କିମ୍ବା ଅଗ୍ରାହ୍ୟ ପ୍ରକାଶ ନ କରନ୍ତୁ ବୋଲି ବୁଧବାର ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା କଏନଗୁଡିକ ବଜାରକୁ ଛଡା ଯାଉଛି। କଏନଗୁଡିକର ଡିଜାଇନ ଏବଂ ଆକୃତି ଭିନ୍ନ ରହିଲେ ମଧ୍ୟ ଏହା ଅନେକ ଦିନ ଧରି ବ୍ୟବସ୍ଥାରେ ରହି ଆସିଛି। ସେହିଭଳି ବ୍ୟାଙ୍କଗୁଡିକୁ ମଧ୍ୟ ରିଜର୍ଭ ବ୍ୟାଙ୍କ ପରାମର୍ଶ ପ୍ରଦାନ କରିଛି। ବ୍ୟାଙ୍କଗୁଡିକ ସେମାନଙ୍କ ଶାଖାରେ କମ୍‌ ମୂଲ୍ୟର ନୋଟ କିମ୍ବା ଖୁଚୁରା ଗ୍ରହଣ କରିବାକୁ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ନିର୍ଦ୍ଦେଶରେ କୁହାଯାଇଛି। ଅର୍ଥାତ ବ୍ୟାଙ୍କଗୁଡିକ ସେମାନଙ୍କ ଶାଖାରେ ଖୁଚୁରା ଗ୍ରହଣ ଲାଗି ଅଗ୍ରାହ୍ୟ କରି ପାରିବେ ନାହିଁ। ଅର୍ଥନୈତିକ, ସାମାଜିକ ଏବଂ ସାଂସ୍କୃତିକ ଥିମକୁ ନେଇ ବିଭିନ୍ନ ସମୟରେ କଏନ୍‌ ପ୍ରସ୍ତୁତ କରାଯାଇଥାଏ। ବର୍ତ୍ତମାନ ୫୦ ପଇସା, ୧, ୨, ୫ ଏବଂ ୧୦ ଟଙ୍କା ମୂଲ୍ୟର କଏନ ବ୍ୟବସ୍ଥାରେ ପ୍ରଚଳିତ ରହିଛି। ଏଭଳି ସ୍ଥିତିରେ ଲୋକମାନେ ମଧ୍ୟ ଖୁଚୁରାକୁ ନେଇ କୌଣସି ଦ୍ୱନ୍ଦ୍ୱ ନ ରଖିବା ଉଚିତ ବୋଲି ଆର୍‌ବିଆଇ ପକ୍ଷରୁ କୁହାଯାଇଛି।


All Right Reserved By Dharitri.Com

ଏସ୍‌ବିଆଇ ଜମା ସୁଧ ହାର ହ୍ରାସ

ନୂଆଦିଲ୍ଲୀ,୩୦-୭: ଦେଶର ସର୍ବବୃହତ ବ୍ୟାଙ୍କ ଏସ୍‌ବିଆଇ ଜମା ଉପରେ ସୁଧ ହାର ହ୍ରାସ ଘୋଷଣା କରିଛି। ସୋମବାର ବ୍ୟାଙ୍କ ପକ୍ଷରୁ ଏକ ବିବୃତି ଜାରି କରି...

ନୂଆ ରଙ୍ଗରେ ଆସିଲା ଟିଭିଏସ୍‌ ଏନ୍‌ଟର୍କ

ହୋସୁର,୨୯-୬ – ଟିଭିଏସ୍‌ ମୋଟର କମ୍ପାନୀ ପକ୍ଷରୁ ଏହାର ଲୋକପ୍ରିୟମ ସ୍କୁଟର ମଡେଲ ଏନ୍‌ଟର୍କ ୧୨୫ ନୂଆ ମେଟ୍‌ ସିଲଭର ରଙ୍ଗରେ ବଜାରକୁ ଆସିଛି। କମ୍ପାନୀ...

ଅର୍ଥନୀତିରେ ମାନ୍ଦାବସ୍ଥା

ଭାରତୀୟ ଅର୍ଥନୀତି ସଙ୍କଟ ଦେଇ ଗତି କରୁଥିବା ଆଲୋଚନା ହେଉଛି। ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଏ ନେଇ ନିକଟରେ ମତ ରଖିଛନ୍ତି। ଅଗଷ୍ଟ...

କେରଳ ପର୍ଯ୍ୟଟନ ଶିଳ୍ପରେ ଛାଇଲା ମାନ୍ଦାବସ୍ଥା

ତିରୁଭାନନ୍ତପୁରମ୍‌,୧୮-୯: ନିକଟରେ କେରଳର ସର୍ବବୃହତ ପର୍ବ ଓଣମ ପାଳିତ ହୋଇଯାଇଛି। ଏହି ପର୍ବ ପାଳନ ପାଇଁ ରାଜ୍ୟ ସବୁବର୍ଷ ଉତ୍ସବମୁଖର ହୋଇଉଠେ। ସ୍କୁଲ,କଲେଜକୁ ୧୦ ଦିନ...

ଦୁବାଇ ରାସ୍ତାରେ ପାକିସ୍ତାନ ପହଞ୍ଚିବ ଭାରତୀୟ ମାଲ୍‌

ଇସଲାମାବାଦ୍‌,୧୨-୮: ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ଭାରତ ପ୍ରତ୍ୟାହାର କରିବା ପରେ ପାକିସ୍ତାନ ମୁଣ୍ଡ ବିଗିଡି ଯାଇଛି। ଫଳରେ ଏହା ଭାରତ ସହିତ ବାଣିଜି୍ୟକ ଓ ରାଜନୈତିକ...

ୟୁବିଆଇର ବାର୍ଷିକ ସାଧାରଣ ବୈଠକ: ରିଟେଲ,କୃଷି,ଏମ୍‌ଏସ୍‌ଏମ୍‌ଇ ଋଣକୁ ୟୁବିଆଇର ଫୋକସ

କଲିକତା,୨୯-୬ – ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଆଇ) ପକ୍ଷରୁ ଏହାର ୧୦ମ ବାର୍ଷିକ ସାଧାରଣ ବୈଠକ କଲିକତାଠାରେ ଅନୁଷ୍ଠିତ ହୋଇ ଯାଇଛି। କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କ...

ଭାରତରେ ପେମେଣ୍ଟ ସର୍ଭିସ ଆରମ୍ଭ କରିବ ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬-୭: ପେମେଣ୍ଟ ସର୍ଭିସ ପ୍ରଦାନ କ୍ଷେତ୍ରରେ ବଜାରରେ ନିଜର ବ୍ୟବସାୟ କରୁଥିବା ପେଟିଏମ୍‌, ଗୁଗଲ ପେ, ଭୀମ ଆପ୍‌, ଫୋନ୍‌ପେ ଭଳି କମ୍ପାନୀଙ୍କୁ ଟକ୍କର ଦେବା...

ସଂଶୋଧିତ ଏନ୍‌ପିଏ ସର୍କୁଲାର ଜାରି

ମୁମ୍ବାଇ,୮-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଶୁକ୍ରବାର ସଂଶୋଧିତ ଏନ୍‌ପିଏ ସର୍କୁଲାର ଜାରି କରିଛି। ୨୦୦୦ କୋଟି ଅଥବା ଏହାଠାରୁ ଊର୍ଦ୍ଧ୍ୱ ଟଙ୍କାର ବକେୟା ଋଣ ଫେରସ୍ତ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *