ଧଳାବାଘ ‘ସମ୍ରାଟ’ ଅସୁସ୍ଥ

ବାରଙ୍ଗ,୨୭ା୬(ଡି.ଏନ୍‌.ଏ.): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅନ୍ୟତମ ଆକର୍ଷଣ ଧଳାବାଘ ସମ୍ରାଟ ଅସୁସ୍ଥ ହୋଇପଡ଼ିଛି। ତା’ର ପିଠି ବଙ୍କା ହୋଇରହିବା ସହ ସେ ଛୋଟେଇ ଛୋଟେଇ ଚାଲୁଛି। ଗତ ୩ମାସ ଧରି ଏହାର ନିରାକରଣ ଲାଗି ଡାକ୍ତରମାନେ ପ୍ରଚେଷ୍ଟା କରିଆସୁଥିଲେ ମଧ୍ୟ କିଛି ସୁଫଳ ମିଳୁନି, ଯାହାକି ନନ୍ଦନକାନନ ପାଇଁ ଚିନ୍ତାର ବିଷୟ ହୋଇଛି। ନନ୍ଦନକାନନ କର୍ତ୍ତୃପକ୍ଷ ଏ ବିଷୟରେ ଓୟୁଏଟି ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବା ପରେ ସେଠାରୁ ଏକ ଟିମ୍‌ ଗୁରୁବାର ନନ୍ଦନକାନନ ଆସିବାକୁ କହିଛନ୍ତି। ଏହି ଟିମ୍‌ ସମ୍ରାଟର ସ୍ବାସ୍ଥ୍ୟାବସ୍ଥା ପରଖି ଡାକ୍ତରଖାନାରେ ଏକ୍ସ-ରେ କରିବେ। ଏଥିପାଇଁ ତାକୁ ୩୩ନଂ. ଏନ୍‌କ୍ଲୋଜରରୁ ଡାକ୍ତରଖାନା ନେବା ପାଇଁ ବୁଧବାର ଅପରାହ୍ନରେ ପ୍ରାଣୀ ବିଭାଗ ପକ୍ଷରୁ ଉଦ୍ୟମ ହୋଇଥିଲା। ଏନ୍‌କ୍ଲୋଜରରୁ ଜନ୍ତାରେ ପୂରାଇବା ପାଇଁ କର୍ମଚାରୀମାନଙ୍କୁ ନାକେଦମ୍‌ ହେବାକୁ ପଡ଼ିଥିଲା। ତଥାପି ସମ୍ରାଟ ଧରାଦେଇ ନ ଥିଲା। ଗୁରୁବାର ଏହାକୁ ଡାକ୍ତରଖାନା ଅଣାଯିବ ବୋଲି ଜଣାପଡ଼ିଛି। ସୂଚନାଥାଉ କି, ୨୦୧୦ ମାର୍ଚ୍ଚ ୧ରେ ନିଶାନ ଓ କୁସୁମ ଔରସରୁ ସମ୍ରାଟର ଜନ୍ମ। ୨୦୧୬ରେ ସାଧାରଣ ରଙ୍ଗର ବାଘୁଣୀ ରେଣୁକା ସହ ତା’ର ପ୍ରଥମ ମିଳନ ଘଟିଥିଲା। ହେଲେ ରେଣୁକା ଏକ ମୃତ ବିରଳ କଳାଲୋମଯୁକ୍ତ ଶାବକ ଜନ୍ମ ଦେଇଥିଲା। ଏହି ବିରଳ କଳାଲୋମଯୁକ୍ତ ଶାବକ ନନ୍ଦନକାନନ ପାଇଁ ଇତିହାସ ରଚିବାରେ ସହାୟକ ହୋଇଥିଲା। ପରେ ପୁଣି ୨୦୧୮ରେ ସେମାନଙ୍କ ମଧ୍ୟରେ ଦ୍ୱିତୀୟ ମିଳନ ଘଟି ରେଣୁକା ୨ଟି କଳାଲୋମଯୁକ୍ତ ଶାବକ କରିଥିଲା। ଆଉ ଏହା ନନ୍ଦନକାନନ ପାଇଁ ଗୌରବ ଆଣିଦେଇଥିଲା। ଏବେ ସମ୍ରାଟକୁ ୯ବର୍ଷ ୩ମାସ।
ସେପଟେ ନନ୍ଦନକାନନର ୬୬ନଂ. ଏନ୍‌କ୍ଲୋଜରରେ ଥିବା କୃଷ୍ଣସାର ମୃଗ ବୁଧବାର ଗୋଟିଏ ଶାବକ ଜନ୍ମ କରିଛି। ଫଳରେ ଏମାନଙ୍କ ସଂଖ୍ୟା ଏଠାରେ ୩୧କୁ ବୃଦ୍ଧିପାଇଛି। ସେଥିମଧ୍ୟରେ ୧୦ ମାଈ, ୧୦ ଅଣ୍ଡିରା ଥିବାବେଳେ ୧୨ଟିର ଲିଙ୍ଗ ନିରୂପଣ ହୋଇନାହିଁ। ସେହିପରି ୭୦ନଂ. ଏନ୍‌କ୍ଲୋଜରରେ ଥିବା କୁଜି ହରିଣ ମଧ୍ୟ ୨ଟି ଶାବକ ଜନ୍ମ କରିଛି। ଏମାନଙ୍କ ସଂଖା ବୃଦ୍ଧିପାଇ ୪୦ରେ ପହଞ୍ଚିଛି। ସେଥିମଧ୍ୟରେ ୧୭ ମାଈ, ୬ ଅଣ୍ଡିରା ଥିବାବେଳେ ୧୭ଟିର ଲିଙ୍ଗ ନିରୂପଣ ହୋଇନାହିଁ। ଅନ୍ୟପକ୍ଷରେ ବିହଙ୍ଗ ସରଣୀର ୭୭ନଂ. ଏନ୍‌କ୍ଲୋଜରରେ ବୁଧବାର ଏକ ମାଈ ମାଣ୍ଡାରିନ୍‌ ବତକର ମୃତ୍ୟୁ ଘଟିଛି। ଏହାର ମୃତ୍ୟୁ ପରେ ଏମାନଙ୍କ ସଂଖ୍ୟା ୧୪କୁ ହ୍ରାସ ପାଇଛି। ସେହିଭଳି ଏକ ସନ୍‌ କନୁର ପକ୍ଷୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।


All Right Reserved By Dharitri.Com

ଏମ୍‌ସିଆଇ ସ୍ଥାନରେ ଜାତୀୟ ମେଡିକାଲ କମିଶନ

ଭୁବନେଶ୍ୱର,୧୮ା୭(ବ୍ୟୁରୋ): କେନ୍ଦ୍ର କ୍ୟାବିନେଟ୍‌ରେ ଜାତୀୟ ମେଡିକାଲ କମିଶନ ବିଲ୍‌ ୨୦୧୯କୁ ବୁଧବାର ଅନୁମୋଦନ ମିଳିଛି। ଏଣିକି ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆ (ଏମସିଆଇ) ସ୍ଥାନରେ ଜାତୀୟ...

ନୂଆ ମୋଟର ଯାନ ଆଇନ:ଶେଷ ବେଳକୁ ଆର୍‌ଟିଓରେ ଅସମ୍ଭାଳ ଭିଡ଼

ଭୁବନେଶ୍ୱର,୨୭-୧୧(ବ୍ୟୁରୋ):ରାଜ୍ୟ ସରକାର ଦେଇଥିବା ୩ ମାସର ଡେଡ୍‌ ଲାଇନ୍‌ ଆଉ ୪ଦିନରେ ସରୁଛି। ନୂଆ ମୋଟର ଯାନ ଆଇନକୁ କଡାକଡ଼ି ପାଳନ କରିବାକୁ ଟ୍ରାଫିକ ପୋଲିସ...

ବ୍ରାଉନସୁଗାର କାରବାର: ଖୁବ୍‌ଶୀଘ୍ର ଚାକିରିରୁ ବିଦା ହେବେ କନଷ୍ଟେବଳ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ପୋଲିସ ବିଭାଗରେ ଥାଇ କରୁଥିଲେ ବ୍ରାଉନସୁଗାର ବେପାର। କ୍ୟୁଏଟି ଓ ନୟାପଲ୍ଲୀ ଥାନା ପୋଲିସ ଦ୍ୱାରା ଏହା ଧରାପଡ଼ିବା ପରେ ଗିରଫ ହୋଇଛନ୍ତି ଭୁବନେଶ୍ୱର...

ସଶକ୍ତୀକରଣ ରାସ୍ତା ଦେଖାଇଲା ‘ଜଜ୍‌ବା’

ବ୍ରହ୍ମପୁର ଅଫିସ୍‌,୧୭ା୯-ଦୃଢ଼ମନା ଯୁବପିଢ଼ିଙ୍କ ବିନା କୌଣସି ଦେଶ ସଶକ୍ତ ହୋଇପାରିବ ନାହିଁ। ଏଣୁ ଅଧିକରୁ ଅଧିକ ଯୁବତୀ ଯୁବକଙ୍କୁ ସଶକ୍ତୀକରଣ କରାଇବାର ଆବଶ୍ୟକତା ରହିଛି। ଯୁବପିଢି...

ନନ୍ଦନକାନନ ପାଳିଲା ଆନ୍ତର୍ଜାତିକ ବ୍ୟାଘ୍ର ଦିବସ: ବାଘ ବଂଶ ବୃଦ୍ଧି ପାଇଁ ଅତ୍ୟାଧୁନିକ ପଦ୍ଧତି ଆପଣାଯିବ

ବାରଙ୍ଗ,୩୦।୭(ଡି.ଏନ୍‌.ଏ.): ବିଂଶ ଶତାବ୍ଦୀରେ ଦେଶରେ ବାଘଙ୍କ ସଂଖ୍ୟା ୧ଲକ୍ଷ ଥିବାବେଳେ ଏବେ ମାତ୍ର ୩ ହଜାର ମଧ୍ୟରେ ସୀମିତ ରହିଛି। ଏଭଳି ହ୍ରାସ ପଛରେ ବାସସ୍ଥଳୀ,...

ଶ୍ରବଣ ଶକ୍ତି ଫେରିପାଇଲେ ୨ ଝିଅ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ସାରା ଜୀବନ ପାଇଁ ବଧିର ହୋଇଯିବା ଆଶଙ୍କାରେ ଥିବା କୋରାପୁଟର ଦୁଇଜଣ କୁନି ଝିଅ ନିଜର ଶ୍ରବଣ ଶକ୍ତି ଫେରିପାଇଛନ୍ତି। ରାଜ୍ୟ ସରକାରଙ୍କ ସହାୟତାରେ...

ପୁରୁଣା ବନ୍ଧୁଙ୍କୁ ଭେଟିଲେ ରାଷ୍ଟ୍ରପତି

ଭୁବନେଶ୍ୱର, ୯ା୧୨(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟରେ ରବିବାର ପ୍ଲାଟିନମ୍‌ ଜୁବିଲିର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଫନୀ ମୁକାବିଲା ଡକ୍ୟୁମେଣ୍ଟାରୀ ଉନ୍ମୋଚିତ

ଭୁବନେଶ୍ୱର, ୯।୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବାତ୍ୟା ‘ଫନୀ’ ମୁକାବିଲା ଡକ୍ୟୁମଣ୍ଟାରୀ ଉନ୍ମୋଚିତ ହୋଇଯାଇଛି। ମଙ୍ଗଳବାର ସଚିବାଳୟରେ ଅନୁଷ୍ଠିତ ଉତ୍ସବରେ ପୋଲିସ ବିଭାଗ ଦ୍ୱାରା...

Leave a comment

Your email address will not be published. Required fields are marked *