ସୁସ୍ଥ ଶିଶୁ ପାଇଁ…

ଗର୍ଭାବସ୍ଥାରେ ମହିଳାମାନେ ଉତ୍ତମ ଖାଦ୍ୟପେୟ ସହିତ ସ୍ବାସ୍ଥ୍ୟର ସଠିକ୍‌ ଯତ୍ନ ନେବାର ଆବଶ୍ୟକତା ପଡ଼ିଥାଏ। ଏହି ସମୟରେ ସାମାନ୍ୟ ତ୍ରୁଟି ମା’ ଓ ଛୁଆ ଉଭୟଙ୍କୁ କ୍ଷତି ପହଞ୍ଚାଇଥାଏ। ରକ୍ତ ଶର୍କରା, ବ୍ଲଡ୍‌ ପ୍ରେସର ଓ ଶରୀରର ଓଜନ ଆଦି ଦିଗ ପ୍ରତି ଏହି ସମୟରେ ବିଶେଷ ଦୃଷ୍ଟି ଦିଆଯିବା ଆବଶ୍ୟକ । ବହୁ ସମୟରେ ଗର୍ଭବତୀ ମହିଳାମାନେ ଅଜାଣତରେ ଏପରି ଜିନିଷ ଖାଇଥାନ୍ତି ଯାହା ପରବର୍ତ୍ତୀ ସମୟରେ ସେମାନଙ୍କ ପାଇଁ ବଡ଼ ବିପଦ ଆଣିଥାଏ । ଗର୍ଭବତୀ ମହିଳା ଏପରି କିଛି ଜିନିଷ ଖାଇବା ଅନୁଚିତ ଯାହା ଗର୍ଭରେ ଥିବା ଶିଶୁକୁ ହାନି ପହଞ୍ଚାଇବ। ଡାକ୍ତରଙ୍କ ପରାମର୍ଶ ନେଇ ଖାଦ୍ୟପେୟ ଗ୍ରହଣ କଲେ ଏହି ସମୟରେ ବିଶେଷ ଲାଭଦାୟୀ ହୋଇଥାଏ । ଗର୍ଭାବସ୍ଥା ସମୟରେ ବହୁ ମହିଳା ମୃଦୁପାନୀୟ ପିଇଥାନ୍ତି। ଏହି ସମୟରେ ମୃଦୁପାନୀୟ ପିଇବା ବହୁତ କ୍ଷତିକାରକ । ଗର୍ଭାବସ୍ଥାରେ ମୃଦୁପାନୀୟ, ସୋଡ଼ା କିମ୍ବା ଶର୍କରା ଥିବା ଯେକୌଣସି  ପାନୀୟ ପିଇବା ଦ୍ୱାରା ଶିଶୁ ମୋଟାପାର ଶିକାର ହେବାର ଆଶଙ୍କା ରହିଥାଏ। ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ ଗର୍ଭାବସ୍ଥାରେ ଯେଉଁ ମହିଳାମାନେ ନିୟମିତ ମୃଦୁପାନୀୟ ପିଇଥାନ୍ତି ସେମାନଙ୍କଠାରୁ ଜନ୍ମ ନେବାକୁ ଯାଉଥିବା ଶିଶୁର ବଡି ମାସ୍‌ ଇଣ୍ଡେକ୍ସ ବହୁତ ଅଧିକ ହୋଇଥାଏ। ଗର୍ଭାବସ୍ଥାରେ ମୃଦୁପାନୀୟ ପିଉଥିବା ମହିଳାମାନଙ୍କ ସନ୍ତାନମାନେ ଖୁବ୍‌ କମ୍‌ ବୟସରେ ପାଚନ ଓ ଓଜନ ସହ ଜଡିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।


All Right Reserved By

ପିଲାଙ୍କୁ ଦିଅନ୍ତୁ ଉତ୍ତମ ଶିକ୍ଷା: ଧ୍ୟାନ ଦିଅନ୍ତୁ କେତୋଟି କଥାପ୍ରତି

ଛୋଟ ପିଲାମାନଙ୍କୁ ଉତ୍ତମ ବ୍ୟବହାର ସମ୍ପର୍କରେ ଶିକ୍ଷା ଦେବା ପ୍ରତ୍ୟେକ ଅଭିଭାବକଙ୍କ ଦାୟିତ୍ୱ। କାରଣ ଏହା ପିଲାର ବର୍ତ୍ତମାନ ସହିତ ଭବିଷ୍ୟତକୁ ସୁନ୍ଦରକରି ଗଢ଼ି ତୋଳିବାରେ...

ପଞ୍ଜାବୀ କଡ଼ାଇ ଛୋଲେ

ଆବଶ୍ୟକ ସାମଗ୍ରୀ: ୨୫୦ଗ୍ରାମ କାବୁଲିଚଣା, ଏକ ଚାମଚ ଚା’ ପତି ଏକ କପଡ଼ାରେ ବନ୍ଧା ହୋଇଥିବା, ଏକ ଚାମଚ ଗୋଟା ଜୀରା, ଗୋଟା ଧନିଆଁ, ଦୁଇଖଣ୍ଡ...

ଖାଦ୍ୟରୁଚିରୁ ଜାଣନ୍ତୁ ଝିଅଙ୍କ ଲଭ୍‌ ଲାଇଫ୍‌ ସମ୍ପର୍କିତ କିଛି ରହସ୍ୟପୂର୍ଣ୍ଣ କଥା

ଖାଦ୍ୟପେୟରେ ସମସ୍ତଙ୍କ ରୁଚି ଭିନ୍ନ ଭିନ୍ନ ହୋଇଥାଏ। କାହାକୁ ଖଟା ଖାଇବାକୁ ଭଲ ଲାଗୁ ଥିବାବେଳେ କାହାକୁ ମିଠା ଅଧିକ ପସନ୍ଦ ହୋଇଥାଏ। ତେବେ ଆପଣ...

ନିମ୍ବ ପାଣିରେ ଗାଧୋଇ ଏହି ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକରୁ ରକ୍ଷା ପାଆନ୍ତୁ..

ବିଭିନ୍ନ ଔଷଧୀୟ ବୃକ୍ଷମାନଙ୍କ ମଧ୍ୟରୁ ନିମ୍ବ ଅନ୍ୟତମ। ଏହାର ପତ୍ରଠାରୁ ଆରମ୍ଭ କରି ଫଳ, ଫୁଲ, ମୂଳ ଇତ୍ୟାଦିକୁ ଅନେକ ରୋଗର ଉପଶମ କ୍ଷେତ୍ରରେ ବ୍ୟବହାର...

ଖରାଦିନେ କାହିଁକି ପିଅନ୍ତି ମାଠିଆ ପାଣି

ଗରମରେ ଥଣ୍ଡା ପାଣି ପିଇବାକୁ ମନ ହୁଏ। ଏଥିପାଇଁ ଘରେ ଲୋକେ ଫ୍ରିଜ ବ୍ୟବହାର କରିଥାନ୍ତି। ଫ୍ରିଜ ପାଣି ପାଟିକୁ ଭଲ ଲାଗିଥାଏ ହେଲେ ପେଟ...

ରୋଗ ପ୍ରତିରୋଧକ ଶକ୍ତି ଓ ଡାଇବେଟିସ

ଡାଇବେଟିସ ଏପରି ଏକ ସମସ୍ୟା ଯାହା ଥରେ ଦେଖାଦେଲେ ତାହା ପରୋକ୍ଷରେ କେତେକ ରୋଗକୁ ଆମନ୍ତ୍ରଣ କରିଥାଏ। ଯଦି ଦୀର୍ଘ ମାସ ଧରି ଆପଣଙ୍କର ସୁଗାର...

ରୋଗ ପ୍ରତିରୋଧକ ଶକ୍ତି କମାଏ ଅତ୍ୟଧିକ ଥଣ୍ଡା ପାଣି

ଏବେ ତ ଗ୍ରୀଷ୍ମଋତୁ। ଲସି, ସର୍ବତ ବ୍ୟତୀତ ଥଣ୍ଡା ପାଣିର ଚାହିଦା କିଛି କମ୍‌ ନୁହେଁ। କେତେକେ ଅତ୍ୟଧିକ ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାଆନ୍ତି।...

ଓଜନ ନିୟନ୍ତ୍ରଣ କରିବ ଟମାଟୋ

ଟମାଟୋ ଖାଇଲେ ଅନେକ ଫାଇଦା ମିଳିଥାଏ। ଏହାକୁ ଲୋକେ ତରକାରୀ ହେଉ ଅବା ସାଲାଡ୍‌ ଭାବେ ସେବନ କରିପାରିବେ। ଏକ ଗବେଷଣାରୁ ଜଣାପଡ଼ିଛି, ଟମାଟୋ ଖାଇବା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *