ସରକାରଙ୍କ ନିୟମକୁ ବେଖାତିର: ବେଧଡ଼କ ଚାଲିଛି ପଲିଥିନ ବ୍ୟବହାର

ନରାଜ,୨୭ା୬(ଡି.ଏନ୍‌.ଏ.): ଅକ୍ଟୋବର ୨୦୧୮ରେ ସରକାର ପଲିଥିନ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଥିଲେ। ହେଲେ ବାରଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଦୋକାନରେ ବ୍ୟବହାର ଓ ବିକ୍ରି ହେଉଥିବା ଦେଖିବାକୁ ମିଳଛି। ଏନେଇ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। କଟକ ଓ ଭୁବନେଶ୍ୱର ମଧ୍ୟରେ ବାରଙ୍ଗ ହୋଇଥିଲେ ମଧ୍ୟ ଏହି ଅଞ୍ଚଳ ମ୍ୟୁନିସିପାଲିଟିରେ ଯାଉ ନାହିଁ। ଫଳରେ ସବୁ ସ୍ଥାନରେ କୁଢକୁଢ ପଲିଥିନ ଗଦା ହୋଇଥିବା ବେଳେ ଅଳିଆ ଉଠାଇବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଅନ୍ୟପକ୍ଷରେ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଓ ବିଜ୍ଞାପନ ଦ୍ୱାରା ଜନସାଧାରଣଙ୍କୁ ସଚେତନ କରାଉଛନ୍ତି। ଏହା ସହ ବିଭିନ୍ନ ସଙ୍ଗଠନ ସ୍ବଚ୍ଛଭାରତ କାର୍ଯ୍ୟକ୍ରମ କରି ସଚେତନ କରାଉଥିଲେ ମଧ୍ୟ ତାହାର ସୁଫଳ ମିଳୁନି। ଏପରି କି ଚାଷ ଜମିରେ ପଲିଥିନ ପଡିବା ଦ୍ୱାରା ମାଟିରେ ନ ମିଶିବା ଫଳରେ ଚାଷଜମି ନଷ୍ଟ ହେଉଛି। ବିଭିନ୍ନ ସମୟରେ ଖାଦ୍ୟ ପଲିଥିନରେ ନେଇ ଲୋକମାନେ ବାହାରେ ଫୋପାଡିବା ଦ୍ୱାରା ତାକୁ ଗୋରୁ ଖାଇ ମୃତ୍ୟୁବରଣ କରୁଥିବା ଚର୍ଚ୍ଚା ହେଉଛି। ଅପରପକ୍ଷେ ପଲିଥିନ ବ୍ୟବହାର ଉପରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବାରଙ୍ଗ ଅଞ୍ଚଳରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ବାରଙ୍ଗ ଅଞ୍ଚଳରେ ପଲିଥିନ ବ୍ୟାନ୍‌ ଆଇନକୁ କଡାକଡି ଲାଗୁ କରିବା ପାଇଁ ବହୁ ବୁଦ୍ଧିଜୀବୀ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ବାରଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ଆକୁଳ ମଲ୍ଲିକ ଓ ବାରଙ୍ଗ ତହସିଲଦାର ରମେଶଚନ୍ଦ୍ର ଜେନା କୁହନ୍ତି, ପଲିଥିନ ବନ୍ଦ ନେଇ ଆମକୁ କିଛି ଖବର ଦିଆଯାଇ ନାହିଁ କି ଚଢ଼ାଉ ପାଇଁ କାହାକୁ ଦାୟିତ୍ୱ ଦିଆଯାଇଛି ଜାଣି ନ ଥିବା କହିଛନ୍ତି।
କ’ଣ କୁହନ୍ତି ଏମାନେ
ପଲିଥିନ ସହିତ ଲୋକେ ଏପରି ଜଡିତ ହୋଇଗଲେଣି ଯେ ତା’ର କୁପ୍ରଭାବ ଜାଣି ମଧ୍ୟ ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି। ସରକାର ଏଥିପ୍ରତି ରୋକ ଲଗାଇଲା ପରେ ମଧ୍ୟ ଠିିକ୍‌ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। କିଛି ଘଟଣା ଘଟିଗଲା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥାନ୍ତି। ତେଣୁ ବେଳହୁଁ ସାବଧାନ ହେବା ଦରକାର।
-ପ୍ରହଲ୍ଲାଦ ମହାନ୍ତି, ସ୍ବେଚ୍ଛାସେବୀ
ପଲିଥିନ ଦୈନଦିନ ଜୀବନରେ ବ୍ୟବହର ଯୋଗୁ ମୃତ୍ତିକା, ବାୟୁ ଓ ଜଳକୁ ପ୍ରଦୂଷିତ କଲାଣି। ଏହାର ବ୍ୟବହାର ପ୍ରତି ସରକାରଙ୍କ କାର୍ଯ୍ୟାନୁଷ୍ଠାନର ଉଦାସୀନତା ଓ ଲୋକ ସଚେତନତା ଅଭାବ। ସମାଜରେ କେବେ ପଲିଥିନ ମୁକ୍ତ ହେବ ଏହା ବର୍ତ୍ତମାନ ସରକାରଙ୍କଠାରୁ ଆଶାକରିବା ଆଶାରେ ରହିବା ପରି ଲାଗୁଛି।
-ଦୁର୍ଯ୍ୟୋଧନ ମାଝି,ସାମାଜିକ କର୍ମୀ
ପଲିଥିନ ବ୍ୟବହାରକୁ ରୋକିବା ପାଇଁ କରାଯାଇଥିବା ଆଇନ ସ୍ବାଗତଯୋଗ୍ୟ ପଦକ୍ଷେପ। ଅସମ୍ଭବ ଲାଗୁଥିବା କାର୍ଯ୍ୟଟି ଲୋକଙ୍କ ଦ୍ୱାରା ଗ୍ରହଣ ହେଉଥିବା ବେଳେ ହଠାତ ତାହା କାହିଁକି ଦିଗହରାହେଲେ ତାହା ବୁଝା ପଡୁନାହିଁ। ଏହାକୁ ତ୍ୱାରାନ୍ବିତ କରିବା ପାଇଁ ପୁନଃ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାସହିତ ଜନସଚେତନତା ସୃଷ୍ଟି କରାଗଲେ ସଫଳତା ହାସଲ ଦୂର ନୁହେଁ। ଆସନ୍ତୁ ସମସ୍ତେ ମିଶି ପଲିଥିନ ବ୍ୟବହାରକୁ ବର୍ଜନ କରିବା।
-ଗଣେଶ୍ୱର ନାୟକ, ଶିକ୍ଷକ


All Right Reserved By Dharitri.Com

ମଧ୍ୟାହ୍ନଭୋଜନରେ ବୁଢିଆଣୀ ପଡିବା ଘଟଣା:ପ୍ରତିବାଦରେ ସ୍କୁଲରେ ତାଲା

ପରଜଙ୍ଗ, ୧୬ା୭(ଡି.ଏନ.ଏ)ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁଳେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ଶନିବାର ମଧ୍ୟାହ୍ନଭୋଜନରେ ବୁଢିଆଣୀ ପଡିବା ଓ ଏହାକୁ ଖାଇ ୩୦ରୁ ଊଦ୍ଧର୍‌ବ...

ମହାପ୍ରଭୁଙ୍କ ନିର୍ଦ୍ଦେଶ କ୍ରମେ ଦକ୍ଷିଣ ମୋଡ଼ ହେଲା ତିନିରଥ

ରଣପୁର,୧୦ା୭ (ସ୍ବ.ପ୍ର.): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାର ମଙ୍ଗଳବାର ଷଷ୍ଠ ଦିବସରେ ରଣପୁର ବି.ସି. ହାଇସ୍କୁଲ ଛାତ୍ରମାନେ ରଥଖଳାରେ ଥିବା ତିନିରଥକୁ ଦକ୍ଷିଣ ମୋଡ଼ କରିଛନ୍ତି। ସକାଳ...

ରେଭେନ୍‌ଶା ବିଶ୍ୱବିଦ୍ୟାଳୟ: ନାମଲେଖାରେ ଅସନ୍ତୋଷ: ନିର୍ଦ୍ଧାରିତ ସିଟ୍‌ର ଦୁଇଗୁଣା ଛାତ୍ରୀଛାତ୍ରଙ୍କୁ ନିମନ୍ତ୍ରଣ

କଟକ ଅଫିସ,୨୦ା୭: ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଆଇଏସ୍‌ଟି ଓ ଆଇଟିଏମ୍‌ ବିଭାଗରେ ନାମଲେଖା ସମୟରେ ଅଭିଭାବକ ଏବଂ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ନିର୍ଦ୍ଧାରିତ ସିଟ୍‌ଠାରୁ...

ଏଚ୍‌ଆଇଭି ସଂକ୍ରମିତ ନାବାଳିକାଙ୍କୁ ଯୌନ ନିର୍ଯାତନା ଘଟଣା

କଟକ ଅଫିସ, ୨୨ା୭ : କଳାହାଣ୍ଡି ଜିଲା ଭବାନୀପାଟଣା ଅଞ୍ଚଳରେ ଥିବା ଏକ ଆଶ୍ରମରେ ଜଣେ ଏଚ୍‌ଆଇଭି ସଂକ୍ରମିତ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ...

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ: ଉପଶାସ୍ତ୍ରୀ, ଶାସ୍ତ୍ରୀ ପରୀକ୍ଷା ଫଳ ପ୍ରକାଶ

ପୁରୀ ଅଫିସ,୩୦ା୫: ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ୨୦୧୯ ଉପଶାସ୍ତ୍ରୀ ଓ ଶାସ୍ତ୍ରୀ ତୃତୀୟ ବର୍ଷ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷା ଫଳାଫଳ...

ରେଳପଥ ପାଇଁ ପ୍ରଭାବିତ ହେଉଛି ଚାଷଜମି: ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ କ୍ଷତିଗ୍ରସ୍ତ ଚାଷୀ

ଡୁବୁରୀ/ସୁକିନ୍ଦା,୧୯ା୧୦(ଡି.ଏନ୍‌.ଏ.): ସୁକିନ୍ଦା-ଅନୁଗୋଳ-ଡୁବୁରୀ ରେଳ ପ୍ରକଳ୍ପ ନିର୍ମାଣ ଯୋଗୁ ଦାନଗନୀ ବ୍ଲକ ଅନ୍ତର୍ଗତ ବାଘୁଆପାଳ ଓ ବାଲିଆପାଳ ମୌଜାର ଶହଶହ ହେକ୍ଟର ଚାଷ ଜମି ମରୁଡି କବଳିତ...

ଦିନ ମଜୁରିଆଙ୍କ ଝିଅ ରଖିଲେ ୮୮.୫% ମାର୍କ

ଢେଙ୍କାନାଳ ଅଫିସ, ୨୩।୫: ପ୍ରତିକୂଳ ପରିସ୍ଥିତି ଆସିଲେ ଅନେକେ ଆଶା ଛାଡ଼ିଦିଅନ୍ତି। ଦାୟିତ୍ୱରୁ ମୁହଁ ଫେରାଇ ପିଠି ପଛ କରି ଫେରିଆସନ୍ତି। ସମାଜରେ ଏପରି ଉଦାହରଣର ଅଭାବନାହିଁ।...

ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,୧୪।୬: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଓଡ଼ିଶା ଭବନରେ ସାକ୍ଷାତ୍‌ କରିଛନ୍ତି। ଏହି ଅବସରରେ ଓଡ଼ିଶାରେ ଷ୍ଟିଲ ସେକ୍ଟର, ପେଟ୍ରୋକେମିକାଲ୍ସକୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *