ଚିନ୍ତା ବଢ଼ାଇଛି ପରବ ନାଁରେ ପଶୁ ଶିକାର:ଚଳିତ ବର୍ଷ ୧ ହଜାର ପଶୁ ହତ୍ୟା ସାଙ୍ଗକୁ ପୋଡ଼ାଯାଇଛି ଜଙ୍ଗଲ

ଜୟପୁର,୨୬।୪(ନି.ପ୍ର.)- ଚଇତି ପର୍ବ ପାଳନ ବେଳେ କୋରାପୁଟ ଜିଲାର ବିଭିନ୍ନ ଜଙ୍ଗଲରେ ଅବାଧ ପଶୁ ଶିକାର କରାଯାଉଛ। ଏହାଦ୍ୱାରା ବିଭିନ୍ନ ବିରଳ ବନ୍ୟଜନ୍ତୁଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଆଦିବାସୀଙ୍କ ମୁଖ୍ୟ ପରବ ହେଉଛି ଚଇତି। ପରମ୍ପରା ଅନୁଯାୟୀ, ଏହି ପର୍ବ ପାଳନ ସମୟରେ ଆଦିବାସୀମାନେ ବିଭିନ୍ନ ବଣ ଜଙ୍ଗଲରୁ ପଶୁ ଶିକାର କରିଥାନ୍ତି। ଏହାକୁ ଆଦିବାସୀ ଭାଷାରେ ବେଣ୍ଟ ବୋଲି କୁହାଯାଏ। ଚଇତି ପରବର ଶେଷ ୧୫ ଦିନ ଆଦିବାସୀମାନେ ଖଣ୍ଡା, ବର୍ଛା, ଟାଙ୍ଗିଆ, ଛୁରି, ଧନୁତୀର ଧରି ଶିକାର ପାଇଁ ଜଙ୍ଗଲକୁ ଯାଇଥାନ୍ତି ଓ କୌଣସି ପଶୁ ନ ମାରିବା ଯାଏଁ ସେମାନେ ଘରକୁ ଫେରନ୍ତି ନାହିଁ।
ବୁଧବାର ଏକ ଜଙ୍ଗଲି  କୁଟ୍‌ରା ମାରି ଜୟପୁର ଅଞ୍ଚଳର କେତେକ ଯୁବକ କାନ୍ଧରେ ଭାର କରି ନେଉଥିବା ଦେଖିବାକୁ ମିଳିଥିଲା। ସୂତ୍ର ଅନୁଯାୟୀ, ଗତ ବର୍ଷ ଚଇତି ପାଳନ ସମୟରେ ଜିଲାର ବିଭିନ୍ନ ଜଙ୍ଗଲରୁ ପ୍ରାୟ ୫ ଶହ ବାର୍‌ହା, ୩୦ ଝିଙ୍କ, ବଜ୍ରକାପ୍ତା, ୪୦ ସମ୍ବର, ୨୦୦ କୁଟ୍‌ରା ସହ ଅନ୍ୟ ବହୁ ବିରଳ ପଶୁ ଶିକାର କରାଯାଇଥିଲା। ଚଳିତ ବର୍ଷ ମଧ୍ୟ ଏହି ପଶୁ ଶିକାର ଜାରି ରହିଛି। ଶିକାର ପାଇଁ ପ୍ରଥମେ ସେମାନେ ଜଙ୍ଗଲକୁ ଚାରିପଟେ ନିଆଁ ଲଗାଇ ପଶୁକୁ ବାହାରକୁ ଯିବାକୁ ଦିଅନ୍ତି ନାହିଁ। ଏହାପରେ ସେମାନଙ୍କୁ ଶିକାର କରାଯାଏ। ଏଭଳି ଜଙ୍ଗଲ ପୋଡ଼ି ଓ ଅବାଧ ପଶୁ ଶିକାର ଜାରି ରହିଲେ ଆଉ କେଇ ବର୍ଷ ମଧ୍ୟରେ କୋରାପୁଟ ଜିଲାର ଜଙ୍ଗଲରୁ ବିରଳ ପଶୁମାନେ ଲୋପ ପାଇଯିବାର ଆଶଙ୍କା ପ୍ରକାଶ ପାଇଛି। ଆଦିବାସୀଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁ ପରମ୍ପରା ଭିତରେ ଏଭଳି ଜାରି ରହିଛି। ସେମାନଙ୍କୁ ଏଥିରୁ ବିରତ କରାଯିବା ପାଇଁ ପ୍ରଶାସନ ପଦକ୍ଷେପ ନେଉନାହିଁ। ଏ ନେଇ ପରିବେଶବିତ୍‌ ତଥା ପଶୁପ୍ରେମୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି। ଅନ୍ୟପକ୍ଷରେ ଆଦିବାସୀ ଶୀକାର କରୁଥିବା ପଶୁଙ୍କ ଚମଡ଼ା, ଶିଙ୍ଗ ଓ ନଖକୁ ସରକାରୀ ଅଧିକାରୀ ଓ କର୍ମଚାରୀ କମ୍‌ ମୂଲ୍ୟ ଦେଇ କିଣୁଥିବା ଅଭିଯୋଗ ହୋଇଛି। ୧୯୭୨ ବନ୍ୟପ୍ରାଣୀ ଶିକାର ନିଷେଧ ଆଇନ ଅନୁଯାୟୀ ବନ୍ୟଜନ୍ତୁ ଶିକାର କରିବା ଏକ ଦଣ୍ଡନୀୟ ଅପରାଧ ହୋଇଥିଲେ  ମଧ୍ୟ ଏ ସମ୍ପର୍କରେ ଆଦିବାସୀମାନେ ଅବଗତ ନୁହନ୍ତି। ଏ ସମ୍ପର୍କରେ ଜୟପୁର ଡିଏଫ୍‌ଓ ଅଶ୍ୱିନୀ କୁମାର କରଙ୍କୁ ପଚାରିବାରୁ ସେ କହିଥିଲେ, ଆଦିବାସୀଙ୍କ ପରମ୍ପରା ବୋଲି ସେମାନେ ପଶୁ ହତ୍ୟା କରୁଛନ୍ତି ା କିନ୍ତୁ ଏହା ଦଣ୍ଡନୀୟ ଅପରାଧ। ତେବେ ସେମାନେ ଏପରି ନ କରିବା ପାଇଁ ସଚେତନ କରାଯାଉଛି ା ଜଙ୍ଗଲରେ ନିଆଁ ଲାଗିବା କ୍ଷଣି ବିଭାଗ ପଦକ୍ଷେପ ନେଉଛି। ଜଙ୍ଗଲର ପଶୁପଷୀଙ୍କୁ ସୁରକ୍ଷା ଦେବା ପାଇଁ ସବୁ ବ୍ୟବସ୍ଥା କରାଯାଉଛି ା


All Right Reserved By Dharitri.Com

ରାସ୍ତା ନାହିଁ, ନଦୀପାଣିରେ ପଶି ଡାକ୍ତରଖାନା ଗଲେ ଗର୍ଭବତୀ

ରାୟଗଡ଼ା ଅଫିସ,୨୧।୧୨: ରାୟଗଡ଼ା ଜିଲାରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଗ୍ରାମରେ ରାସ୍ତା ନ ଥିବାରୁ ଜଣେ ଗର୍ଭବତୀଙ୍କୁ ଶନିବାର ଚଲାଇ ଚଲାଇ ୩...

୨ ପିଲାଙ୍କୁ ବିଷଦେଇ ମା’ଙ୍କ ଆତ୍ମହତ୍ୟା: ଝିଅ,ପୁଅ ଗୁରୁତର

ମାଲକାନଗିରି, ୩୦।୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଗୌଡଗୁଡ଼ା ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମା’ ତାଙ୍କର ଦୁଇ ପିଲାଙ୍କୁ ବିଷ ଦେଇ...

ମାଲକାନଗିରିରେ ଭାଜପାର ଆଦିତ୍ୟ ମାଢ଼ି ଆଗୁଆ

ମାଲକାନଗିରି,୨୩ା୫(ସ୍ବ.ପ୍ର.): ମାଲକାନଗିରି ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ଆଦିତ୍ୟ ମାଢ଼ି ଆଗୁଆ ରହିଛନ୍ତି। ୩ୟ ରାଉଣ୍ଡରେ ଭାଜପାକୁ ୪୧୩୬, ବିଜେଡିର ମୁକୁନ୍ଦ ସୋଢ଼ିଙ୍କୁ ୩୧୨୩ ଓ...

କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ

ରାୟଗଡ଼ା ଅଫିସ, ୩୧।୭ (ଡି.ଏନ୍‌.ଏ.): ରାୟଗଡ଼ା ରେଳ ଷ୍ଟେଶନର ୭ ନଂ. ପ୍ଲାଟଫର୍ମରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନ୍‌ରେ ବୁଧବାର ଘଟିଛି ଅଗ୍ନିକାଣ୍ଡ।...

ବଢୁଛି ତାପମାତ୍ରା, ଘରୁ ବାହାରି ପାରୁନାହାନ୍ତି ଲୋକେ

ପାରଳାଖେମୁଣ୍ଡି, ୧୭।୪ (ସ୍ବ.ପ୍ର.): ଗଜପତି ଜିଲା ଏକ ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳ ହୋଇଥିଲେ ମଧ୍ୟ ଏଠାରେ ଗ୍ରୀଷ୍ମତାତି ଦିନକୁ ଦିନ ବଢ଼ୁଛି। ଗ୍ରାମାଞ୍ଚଳ ଏବଂ ସହରଞ୍ଚଳରେ...

ରାୟଗଡ଼ାରେ ମାଓବାଦୀଙ୍କ ଲଙ୍କାକାଣ୍ଡ: ରାସ୍ତା କାମକୁ ବିରୋଧ କରି ପୋଡ଼ିଲେ ୩ଟି ଗାଡ଼ି

ମୁନିଗୁଡା,୨୮।୧୨: ରାୟଗଡା ଜିଲାରେ ପୁଣି ମାଓବାଦୀ ହିଂସା ଦେଖିବାକୁ ମିଳିଛି। ରାସ୍ତା କାମକୁ ବିରୋଧ କରି ୩ଟି ଗାଡିକୁ ପୋଡ଼ିଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମୁନିଗୁଡା ବ୍ଲକ...

ମୁନିଗୁଡ଼ା ରେଳ ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନ ଯୋଗୁ ହଜିଥିବା ଜିନିଷ ଫେରିପାଇଲେ କରନ୍‌

ମୁନିଗୁଡ଼ା,୧୩।୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲାର ପୂର୍ବତଟ ରେଳପଥ ସମ୍ବଲପୁର ଡିଭିଜନ ଅନ୍ତର୍ଗତ ମୁନିଗୁଡ଼ା ରେଳ ସୁରକ୍ଷା ବଳ କର୍ମଚାରୀଙ୍କ ଉନ୍ନତ ସେବା ଲାଗି ଜନୈକ ଯାତ୍ରୀ ଗଭୀର...

ଗୋଦାମ ଅଭାବ, ଲକ୍ଷ୍ୟଧାର୍ଯ୍ୟ କମିଲା: ୧୦ ହଜାର କମ୍‌ ଷ୍ଟାଣ୍ଡାର୍ଡ ବ୍ୟାଗ କେନ୍ଦୁପତ୍ର କିଣାଯିବ

ନବରଙ୍ଗପୁର,୨୫।୪(ବି.ପ୍ର.)-କେନ୍ଦୁପତ୍ର ଗୋଦାମ ଓ ରପ୍ତାନୀର ଅଭାବ ଲାଗି ନବରଙ୍ଗପୁର ଜିଲାରେ କେନ୍ଦୁପତ୍ର ସଂଗ୍ରହ ଲକ୍ଷ୍ୟଧାର୍ଯ୍ୟ ଚଳିତ ବର୍ଷ କମାଯାଇଛି।  ଜିଲାରେ ଗତ ବର୍ଷ ଠାରୁ ଚଳିତ...

Leave a comment

Your email address will not be published. Required fields are marked *