ଅନୁଗୋଳକୁ ଡରାଇଲାଣି ସ୍ବାଇନ ଫ୍ଲୁ: ଦୁଇ ଜୀବନ ଗଲା ପରେ ଖୋଲିଲା ସ୍ବତନ୍ତ୍ର ୱାର୍ଡ

ଅନୁଗୋଳ ଅଫିସ, ୨୬।୪-  ଅନୁଗୋଳକୁ ଡରାଇଲାଣି ସ୍ବାଇନ ଫ୍ଲୁ। ହଠାତ୍‌ ଏଭଳି ମାରାତ୍ମକ ରୋଗ ଆସିବା ଓ ଦୁଇ ଜଣଙ୍କ ଜୀବନ ନେବା ପରେ ସହରବାସୀ ଛାନିଆ ହୋଇପଡ଼ିଛନ୍ତି। ତେବେ ଅନୁଗୋଳରେ ଏପରି ରୋଗ ସମ୍ପର୍କରେ ମେଡିକାଲ–କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ସ୍ପଷ୍ଟ ସୂଚନା ନାହିଁ। କେବଳ ଶୁଣିବାକୁ ପାଇଛନ୍ତି ବୋଲି ଏଡିଏମ୍‌ଓ ମେଡିକାଲ ଲକ୍ଷ୍ମୀଧର ବିଶୋଇ କହିଛନ୍ତି।
୨୦୧୭ରେ ଅନୁଗୋଳ ଜିଲାରେ ସ୍ବାଇନ ଫ୍ଲୁ ନେଇ ସାଧାରଣରେ ଭୟ ସୃଷ୍ଟି ହୋଇଥିଲା। କିନ୍ତୁ ଏଥିରେ କେହି ଜଣେ ବି ଆକ୍ରାନ୍ତ ହୋଇ ନ ଥିଲେ। ଚଳିତବର୍ଷ ଏହି ରୋଗରେ ଏକ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ଘର ଜିଲା ବାହାରେ ହୋଇଥିବାବେଳେ ସେମାନେ ଅନୁଗୋଳ ସହରାଞ୍ଚଳରେ ରହୁଥିଲେ। ଚଳିତ ସାଧାରଣ ନିର୍ବାଚନ ପାଇଁ ବରଗଡ଼ ଯାଇଥିବା ସ୍ବାମୀ ଫେରିବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଅନୁଗୋଳର ଏକ ନର୍ସିଂହୋମ୍‌ରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ଭୁବନେଶ୍ୱର ପଠାଇ ଦିଆଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ରକ୍ତ ପରୀକ୍ଷା ପରେ ସେ ସ୍ବାଇନ୍‌ ଫ୍ଲୁରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଘଟଣାର ୨ ଦିନ ପରେ ତାଙ୍କ ସ୍ତ୍ରୀଙ୍କର ମଧ୍ୟ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ଏହା ଜଣାପଡ଼ିବା ପରେ ଜିଲା ମେଡିକାଲ କର୍ତ୍ତୃପକ୍ଷ ମୃତକଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୯ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଇଥିବା ସୂଚନା ମିଳିିଛି। ଅନ୍ୟପକ୍ଷରେ ମେଡିକାଲରେ ଏକ ସ୍ପେଶାଲ ୱାର୍ଡ ଖୋଲାଯାଇଛି। କିନ୍ତୁ ସହରବାସୀଙ୍କୁ ଏ ନେଇ ସଚେତନ କିମ୍ବା ସତର୍କ କରାଯାଇ ନ ଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଛି। ଏ ନେଇ ଅନୁଗୋଳ ଏଡିଏମ୍‌ଓ ହେଲ୍‌ଥ ରାଜେଶ ସାହୁ କହିଛନ୍ତି, ମୃତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୯ ଜଣ ବ୍ୟକ୍ତିଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଲୋକଙ୍କ ପାଇଁ ପ୍ରିଭେଣ୍ଟିଭ ମଗାଯାଇଛି। ଖୁବ୍‌ଶୀଘ୍ର ଏହି ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ  କରାଯିବ। ତେବେ ଡାକ୍ତର ଓ କର୍ମଚାରୀମାନଙ୍କୁ ମାସ୍କ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଏଡିଏମ୍‌ଓ ମେଡିକାଲ ବିଶୋଇ ସୂଚନା ଦେଇଛନ୍ତି।


All Right Reserved By

କାଳବୈଶାଖୀ: ଆଠମଲ୍ଲିକରେ ବ୍ୟାପକ କ୍ଷତି

ବଇଣ୍ଡା,୩।୬(ଡି.ଏନ.ଏ.)-କିଶୋରନଗର ବ୍ଲକରେ ରବିବାର ହୋଇଥିବା କାଳବୈଶାଖୀରେ ବଇଣ୍ଡା ଜନତା କଲେଜର ବ୍ୟାପକ କ୍ଷତି ହୋଇଛି। କଲେଜରେ ଥିବା ଅନେକ ଶ୍ରେଣୀ ଗୃହରୁ ଆଜବେଷ୍ଟସ ଉଡ଼ିଯାଇଛି। ସେହିପରି...

ରେଳ ଧାରଣାରୁ ମହିଳା, ପୁରୁଷଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ ଅଫିସ, ୧୯।୫ – ଅନୁଗୋଳ କୁମଣ୍ଡ ନିକଟ ରେଳ ଧାରଣାରୁ ଶନିବାର ପୋଲିସ ଜଣେ ମହିଳା ଓ ପୁରୁଷଙ୍କ ମୃତଦେହ ଉଦ୍ଧାର କରିଛି। ସେମାନେ...

ମହାବୀର ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ

ବନ୍ତଳା,୨୨।୬(ଡି.ଏନ.ଏ.) – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ନିମନ୍ତେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଅଣାଯାଇଥିବା ମହାବଳ ମହାବୀରର ଗତ ନଭେମ୍ବର...

୨୦ ବର୍ଷ ହେଲା ଚାଲିଛି ଧର୍ମ ଆଲୋଚନା: ଭାଇଚାରା ବଢ଼ାଇଛି ଭାଗବତ ଟୁଙ୍ଗି

ବନ୍ତଳା,୨୯ା୫- ଗ୍ରାମୀଣ ସଂସ୍କୃତି, ଧାର୍ମିକ ଭାବନାକୁ ସର୍ବଦା ସମୃଦ୍ଧ କରିଆସିଛି ଭାଗବତ ଟୁଙ୍ଗି। ଆଧୁନିକତାର ଅନୁପ୍ରବେଶ ଓ ସହରୀକରଣର ପ୍ରଭାବ ସ୍ବତ୍ତ୍ୱେ ଅନେକ ଗଁାରେ ଏବେ...

କାରଖାନା ସମ୍ମୁଖରେ ଠିକା ସଫେଇ କର୍ମଚାରୀଙ୍କ ଗଣାଧାରଣା

ତାଳଚେର,୧୮।୮(ନି.ପ୍ର.): ବିକ୍ରମପୁର ସ୍ଥିତ ଭାରି ଜଳ କାରଖାନା ସମ୍ମୁଖରେ ଗୁରୁବାର ଠିକା ସଫେଇ କର୍ମଚାରୀମାନେ ଗଣଧାରଣା ଦେଇଛନ୍ତି। ଗତ ୩ମାସ ହେଲା ସେମାନଙ୍କୁ ପାରିଶ୍ରମିକ ମିଳିନାହିଁ।...

ଛେଣ୍ଡିପଦାରେ ସୁଶାନ୍ତ ବିଜୟୀ

ଛେଣ୍ଡିପଦା, ୨୩ା୫(ସ୍ବ.ପ୍ର.)- ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ସୁଶାନ୍ତ କୁମାର ବେହେରା ବିଜୟୀ ହୋଇଛନ୍ତି। ପ୍ରାୟ ୫ ହଜାରରୁ ଅଧିକ ଭୋଟରେ ସେ ଭାଜପା...

ଅନୁଗୋଳରେ ରଜନୀକାନ୍ତ ୧୫୪୨ ଭୋଟରେ ଆଗରେ

ଅନୁଗୋଳ ଅଫିସ, ୨୩ା୫- ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୧୨ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ରଜନୀକାନ୍ତ ସିଂ ୧୫୪୨ ଭୋଟରେ ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କଠାରୁ...

ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ସହଯୋଗ : ପୁରୀରେ ଭ୍ରାମ୍ୟମାଣ ୨ ଏଟିଏମ୍‌ ଗାଡ଼ି

ଅନୁଗୋଳ ଅଫିସ, ୧୮।୫ – ରାଜ୍ୟ ସମବାୟ ବ୍ୟାଙ୍କ ଅନୁରୋଧ କ୍ରମେ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ୨ଟି ଭ୍ରାମ୍ୟମାଣ ଏଟିଏମ୍‌ ଗାଡ଼ି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *