ଆରଡି ରାସ୍ତା ନିର୍ମାଣକୁ ବିରୋଧକରି ଦାବିପତ୍ର ଦେଲେ ଚାଷୀ

ଜୟପୁର,୨୬ା୬(ନି.ପ୍ର.): ଜୟପୁର ବ୍ଲକ ଅନ୍ତର୍ଗତ ଟାଙ୍କୁଆ ପଞ୍ଚାୟତ କେନାଲ ରାସ୍ତା ଉପରେ ଆରଡି ରାସ୍ତା ନିର୍ମାଣକୁ ଚାଷୀମାନେ ବିରୋଧ କରିଛନ୍ତି । ଉକ୍ତ ରାସ୍ତା ଜଗନ୍ନାଥପୁଟ-କୁସୁମପୁଟ ନାମରେ ନାମିତ ହୋଇ କାର୍ଯ୍ୟ ଚାଲୁଛି। ବିଭାଗୀୟ ମୁଖ୍ୟଯନ୍ତ୍ରୀ ତୁରନ୍ତ ସେଥିରେ ହସ୍ତକ୍ଷେପ କରି ଉକ୍ତ କାର୍ଯ୍ୟକୁ ଶୀତଳା ମନ୍ଦିର ଛକରୁ କରିବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରାଯାଇଛି। ଏନେଇ ଅପର କୋଲାବ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀଙ୍କୁ ଦାବିପତ୍ର ମଧ୍ୟ ଦିଆଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ ଚାଷୀଙ୍କ ସ୍ବାର୍ଥ ଓ ଜଳସେଚନକୁ ଅଣଦେଖା କରି ଗ୍ରାମ୍ୟ ଉନ୍ନୟନ ବିଭାଗକୁ କେନାଲ ରାସ୍ତା ହସ୍ତାନ୍ତର କରାଯାଇଛି। ଆରଡି ବିଭାଗ ସେହି ରାସ୍ତା ନିର୍ମାଣ କଲେ ତଳମୁଣ୍ଡରେ ଅନେକ ଚାଷୀ ଜଳସେଚନରୁ ବଞ୍ଚତ୍ତ ହେବା ସହ ଭବିଷ୍ୟତରେ ଏହାର ମରାମତି କାର୍ଯ୍ୟରେ ବାଧା ସୃଷ୍ଟି ହେବ। ଯେଉଁ ରାସ୍ତାକାମ ଚାଲୁଛି, ସେଥିରେ ଘରୋଇ ଜମି ରହିଛି। ମୁଖ୍ୟଯନ୍ତ୍ରୀ ଏହାକୁ ଶୀତଳା ମନ୍ଦିର ଛକରୁ କରିବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଜୟପୁର ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷା ବୀରେନ ମୋହନ ପଟ୍ଟନାୟକ, ପ୍ରହ୍ଲାଦ ପାତ୍ର, ଶିଶିର କୁମାର ମିଶ୍ର, ପ୍ରତାପ ଚନ୍ଦ୍ର ମାଦଳା ଦାବି କରିଛନ୍ତି ।


All Right Reserved By Dharitri.Com

ଜେନାପୁର ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ଜିଲାପାଳଙ୍କ ଅଫିସ ଆଗରେ ଆମରଣ ଅନଶନ

ଯାଜପୁର ଟାଉନ,୨୬।୯(ଡି.ଏନ୍‌.ଏ.): ଜେନାପୁର ଡାକ୍ତରଖାନା ସ୍ବାସ୍ଥ୍ୟାବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏନେଇ ସ୍ଥାନୀୟ ଅଞ୍ଚଳବାସୀ ବହୁବାର ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ପ୍ରଶାସନ ପାଖରେ ଦାବି ରଖିଥିଲେ...

ସହରାଞ୍ଚଳରେ ସମସ୍ତ ଗରିବଙ୍କୁ ଘର ଯୋଗାଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ରାଜ୍ୟର ସହରାଞ୍ଚଳରେ ବସବାସ କରୁଥିବା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ପ୍ରାୟ ୫ ଲକ୍ଷ ଗୃହର ଆବଶ୍ୟକତା ରହିଛି। ହେଲେ ପ୍ରଧାନମନ୍ତ୍ରୀ ଆବାସ...

ମହିଳାଙ୍କଠାରୁ ୩୦ ହଜାର ଲୁଟ୍‌

ବଅଁରପାଳ, ୩୦ା୧୦(ଡି.ଏନ.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମର ସଞ୍ଜୁକ୍ତା ଦେଓଙ୍କଠାରୁ ବୁଧବାର ଦୁର୍ବୃତ୍ତମାନେ ୩୦ ହଜାର ଟଙ୍କା ଲୁଟ୍‌ କରିଛନ୍ତି। ଏ...

ଜର୍ମାନୀର ଜିଆଇ୍‌ଜେଡ ପ୍ରତିଷ୍ଠାନ, ଓଡିଶା ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ରାଜ୍ୟର ସହରାଞ୍ଚଳ ବିକାଶରେ ହେବ ସହାୟକ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ସହରାଞ୍ଚଳ ବିକାଶକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ଜର୍ମାନୀର...

ଆଧାର ସଂଯୋଗ ନ କଲେ ରାଶନ ସାମଗ୍ରୀ ମିଳିବନି

ଆସିକା,୨୭ା୮(ଡି.ଏନ୍‌.ଏ.)-ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ରାଶନ କାର୍ଡ ସହ ଆଧାର କାର୍ଡ ନମ୍ବର ସଂଯୋଗୀକରଣକୁ ବାଧ୍ୟତାମୂଳକ କରାଯାଇଛି। ଅଦ୍ୟାବଧି ଆସିକା ବ୍ଲକର କେତେକ ହିତାଧିକାରୀ ସେମାନଙ୍କ...

ରାଜଧାନୀ ମଡେଲ ସ୍କୁଲ ଲାଗି ଖଣ୍ଡଗିରି ନିକଟରେ ଜାଗା ଚିହ୍ନଟ

ଭୁବନେଶ୍ୱର,୬।୧୨ (ବ୍ୟୁରୋ):ରାଜ୍ୟର ବର୍ତ୍ତମାନ ୨୧୪ଟି ବ୍ଲକରେ ମଡେଲ ସ୍କୁଲ ରହିଛି। ଏହିସବୁ ମଡେଲ ସ୍କୁଲରେ ଛାତ୍ରୀନିବାସ ରହିଥିବାବେଳେ ଛାତ୍ର ନିବାସ ଏବଂ ଖେଳପଡ଼ିଆ ବ୍ୟବସ୍ଥା ରହିନାହିଁ। ତେଣୁ...

ଘରୋଇ ବସ୍‌ରୁ ଗଞ୍ଜେଇ ଜବତ: ଅଭିଯୁକ୍ତ ଯାତ୍ରୀ ଅଟକ

କୋରୁକୋଣ୍ଡା, ୮।୬(ଡି.ଏନ୍‌.ଏ): ମାଲକାନଗିରିରୁ ଜୟପୁର ଅଭିମୁଖେ ଯାଉଥିବା ଘରୋଇ ବସ୍‌(ଗୁପ୍ତା ଟ୍ରାଭେଲର୍ସ)ରୁ ଶନିବାର ସକାଳେ ଗଞ୍ଜେଇ ଜବତ ହୋଇଛି। ଜଣେ ଯୁବକ ଏକ ବ୍ୟାଗରେ ଗଞ୍ଜେଇ...

ଗୋଟିଏ ଦେଶ, ଗୋଟିଏ ପତାକା

ଭୁବନେଶ୍ୱର, ୧୫ା୮(ବ୍ୟୁରୋ):ସ୍ବାଧୀନତା ଦିବସର ଦିନକ ପୂର୍ବରୁ ବୁଧବାର ଗାନ୍ଧୀ ମାର୍ଗରେ ବନ୍ଦେ ମାତରମ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ଭିତ୍ତିକ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

Leave a comment

Your email address will not be published. Required fields are marked *