Posted inUncategorized

କାର୍‌ ଦୁର୍ଘଟଣାରେ ବକ୍ସର ନୀରଜ ଆହତ

ନୂଆଦିଲ୍ଲୀ, ୨୬ା୬(ପି.ଟି.): ଭାରତୀୟ ପ୍ରଫେଶନାଲ ବକ୍ସର ନୀରଜ ଗୋୟାତ ଏକ କାର୍‌ ଦୁର୍ଘଟଣାରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଫଳରେ ଆସନ୍ତା ମାସରେ ବ୍ରିଟିଶ ଷ୍ଟାର ବକ୍ସର ଅମିର ଖାଁଙ୍କ ବିପକ୍ଷ ଡବ୍ଲ୍ୟୁବିସି ପର୍ଲ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ମୁକାବିଲାରୁ ସେ ଓହରଯିବାକୁ ବାଧ୍ୟ ହୋଇଛନ୍ତି। ଖବର ଅନୁସାରେ ମଙ୍ଗଳବାର ରାତିରେ ହରିୟାଣାର ଏହି ୨୭ ବର୍ଷୀୟ ବକ୍ସର ଏହି ମେଗା ଫାଇଟ୍‌ ପାଇଁ ଟ୍ରେନିଂ ଶେଷ କରି ଫେରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କ ମୁଣ୍ଡ, ମୁହଁ ଏବଂ ବାମ ହାତରେ ଗୁରୁତର ଆଘାତ ଲାଗିଛି। ଆମେ ତାଙ୍କର ଦ୍ରୁତ ଆରୋଗ୍ୟକାମନା କରୁଛୁ ବୋଲି ସୁପର ବକ୍ସିଂ ଲିଗ୍‌ ପ୍ରମୋଟର ବିଲ୍‌ ଡୋସାଞ୍ଜ୍‌ ପ୍ରକାଶ କରିଛନ୍ତି। ନୀରଜ ଜୁଲାଇ ୧୨ରେ ସୌଦି ଆରବର ଜେଦାହଠାରେ ଦୁଇଥର ବିଶ୍ୱ ଚାମ୍ପିୟନ ଅମିରଙ୍କ ସହିତ ଡବ୍ଲ୍ୟୁବିସି ପର୍ଲ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ବାଉଟ୍‌ ଲଢିବାର କାର୍ଯ୍ୟକ୍ରମ ରହିଥିଲା। ଆୟୋଜକମାନେ ବର୍ତ୍ତମାନ ଏହି ମୁକାବିଲା ପାଇଁ ନୀରଜଙ୍କ ସ୍ଥାନରେ ଅନ୍ୟ ଜଣେ ବକ୍ସରଙ୍କ ସନ୍ଧାନରେ ଅଛନ୍ତି। ସୂଚନାଯୋଗ୍ୟ, ନୀରଜ ହେଉଛନ୍ତି ବର୍ତ୍ତମାନ ଡବ୍ଲ୍ୟୁବିସି ଏସିଆ ଓ୍ବେଲ୍ଟରଓ୍ବେଟ୍‌ ଟାଇଟଲ ହୋଲ୍‌ଡର। ତାଙ୍କର ଏପର୍ଯ୍ୟନ୍ତ ସୁଦ୍ଧା ଦୁଇ ନକ୍‌ଆଉଟ୍‌, ୩ ପରାଜୟ, ଦୁଇ ଡ୍ର ସହ ୧୧ ବିଜୟ ରେକର୍ଡ ରହିଛି।


All Right Reserved By Dharitri.Com

Posted inUncategorized View All

୧୫୦ ବର୍ଷର ପୁରୁଣା ସ୍କୁଲରେ ଟ୍ରେନ୍‌ ବଗିରେ ପାଠପଢ଼ିବେ ପିଲା

ମଦୁରାଇ,୧୮।୬: ୟୁକେର ଶିକ୍ଷା ବ୍ୟବସ୍ଥାର ଶୈଳୀ ଭଳି ଭାରତରେ ମଧ୍ୟ ପାଠପଢ଼ାକୁ ମଜାଳିଆ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଟ୍ରେନ୍‌ର ଖେଳନା ହେଉ କି...

ପୁରୁଷୋତ୍ତମପୁର କୋର୍ଟ ପକ୍ଷରୁ ମାନବାଧିକାର ଦିବସ ପାଳିତ

ପୁରୁଷୋତ୍ତମପୁର, ୧୦।୧୨(ଡି.ଏନ.ଏ.) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନ ସେବା କମିଟି ପକ୍ଷରୁ ମଙ୍ଗଳବାର ମାନବାଧିକାର ଦିବସ ତାରା...

ମାଲ୍ୟାଙ୍କ ସମ୍ପତ୍ତି ଜବତକୁ ହାଇକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ,୧୨।୭ : ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବମ୍ବେ ହାଇକୋର୍ଟରୁ ଗୁରୁବାର ଜୋରଦାର ଝଟକା ଲାଗିଛି। ସମ୍ପତ୍ତି ଜବତ ଉପରେ କଟକଣା ଲାଗୁ କରିବା...

ଡକାୟତି ଉଦ୍ୟମ ପଣ୍ଡ, ୩ ଅଣଓଡିଆ ଯୁବକ ଗିରଫ

ସୋନପୁର,୨୭।୮(ନି.ପ୍ର.): ଡକାୟତି ଉଦ୍ୟମ କରୁଥିବା ଏକ ଗ୍ୟାଙ୍ଗକୁ ଧରିଛି ସୋନପୁର ଟାଉନ ପୋଲିସ। ଏହି ଡକାୟତ ଗ୍ୟାଙ୍ଗର ୩ ଜଣ ଧରା ପଡିଥିବା ବେଳେ ଅନ୍ୟ...

ଏକ୍‌ଜିଟ୍‌ ପୋଲ୍‌ ଭବିଷ୍ୟବାଣୀ: ଝାଡ଼ଖଣ୍ଡରେ ଝୁଲା ବିଧାନସଭା

ନୂଆଦିଲ୍ଲୀ/ରାଞ୍ଚତ୍,୨୧ା୧୨ : ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ପୁନଃ କ୍ଷମତାସୀନ ହେବା ଆଶା ଧୂଳିସାତ୍‌ ହୋଇଛି। କାରଣ ଶୁକ୍ରବାର ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା...

୧୭ ଫାଇଲ୍‌ ଗାଏବ ଚର୍ଚ୍ଚା: ଭିଜିଲାନ୍ସ ତଦନ୍ତ ଦାବି

ଗୋପ, ୨୦ା୭(ଡି.ଏନ୍‌.ଏ.): ଗୋପ ବ୍ଲକରେ ଫନୀ ସହାୟତା ରାଶି ବଣ୍ଟନରେ ବ୍ୟାପକ ଦୁର୍ନିତୀ ହୋଇଥିବା ନେଇ ଅଭିଯୋଗ ଆସିଛି। ସହାୟତା ରାଶି ବଣ୍ଟନରେ ଅନ୍ତର୍ଭୁକ୍ତ ୧୭...

Leave a comment

Your email address will not be published. Required fields are marked *