ଇଭିଏମ୍‌ ଭଙ୍ଗାରୁଜା ଘଟଣା: ନୀଳମଣିଙ୍କ ଜାମିନ ଶୁଣାଣି ୨କୁ ଘୁଞ୍ଚିଲା

ଭଞ୍ଜନଗର/ସୋରଡା,୨୬।୪ (ଡି.ଏନ.ଏ.)- ସୋରଡା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ ଇଭିଏମ୍‌ ମେଶିନ ଭାଙ୍ଗିବା ଅଭିଯୋଗରେ ଗତ ୧୮ ତାରିଖରୁ ସୋରଡା ଜେଲରେ ଅଛନ୍ତି। ଏହି ମାମଲାରେ ନୀଳମଣି ଜାମିନ ପାଇବା ପାଇଁ ଆବେଦନ କରିଥିବାବେଳେ ପୋଲିସ ୨ଜଣଙ୍କ ଏତଲାକୁ ଭିତ୍ତିକରି ଆଉ ୨ ମାମଲା ନୀଳମଣିଙ୍କ ନାମରେ ଯୋଡି ଦେଇଛନ୍ତି। ନୀଳମଣି ଖୁବ୍‌ଶୀଘ୍ର ଜାମିନରେ ବାହାରିବେ ବୋଲି ତାଙ୍କ ସମର୍ଥକମାନେ ଯେଉଁ ଆଶା ରଖିଥିଲେ ତାହା ୨ ତାରିଖ ପର୍ଯ୍ୟନ୍ତ ଘୁଞ୍ଚତ୍ୟାଇଛି। ଯାହାକୁ ନେଇ ନୀଳମଣିଙ୍କ ସମର୍ଥକମାନେ ନିରାଶ ହୋଇଛନ୍ତି। ଗୁରୁବାର ନୀଳମଣିଙ୍କୁ ଇଭିଏମ୍‌ ଭଙ୍ଗାରୁଜା ମାମଲାରେ ଜାମିନ ମିଳିବ ବୋଲି ତାଙ୍କ ସମର୍ଥକମାନେ ଆଶା ରଖିଥିଲେ। ଏନେଇ ନୀଳମଣିଙ୍କ ଓକିଲ ସୋରଡା ଏଡିଜେ କ୍ୟାମ୍ପ କୋର୍ଟରେ ଜାମିନ ଆବେଦନ କରିଥିଲେ। କିନ୍ତୁ ସୋରଡା ପୋଲିସ ନିର୍ବାଚନରେ ବ୍ୟସ୍ତ ଥିବା ଯୋଗୁ ଆଜି ସିଡି ଦାଖଲ କରିପାରି ନ ଥିଲା। ଫଳରେ ଆଜି ନୀଳମଣିଙ୍କୁ ଜାମିନ ମିଳିପାରି ନ ଥିଲା। ଏହାର ପରବର୍ତ୍ତୀ ଶୁଣାଣି ୨ରେ ହେବ ବୋଲି ଏଡିଜେ ମହଲତ ସା ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଛନ୍ତି। ସୋରଡା କୋର୍ଟରେ ସରକାରଙ୍କ ପକ୍ଷରୁ ଗଞ୍ଜାମ ପିପି ଅଜିତ କୁମାର ପଟ୍ଟନାୟକ ଓ ଭଞ୍ଜନଗର ଅତିରିକ୍ତ ପିପି ଏମ୍‌. ତାଜ୍‌ ଆଦେନୀ ମକଦ୍ଦମା ପରିଚାଳନା କରୁଥିଲେ। ଏନେଇ ଆଦେନୀ ଏଠାରେ ସୂଚନା ଦେଇଛନ୍ତି ଯେ, ଆଉ ଏକ ମାମଲାରେ ନୀଳମଣିଙ୍କୁ ଶୁକ୍ରବାର ଭଞ୍ଜନଗର କୋର୍ଟରେ ହାଜର କରାଯିବ। ସେହିଭଳି ସୋରଡା ଜେଏମ୍‌ଏଫସିଙ୍କ ଅନୁପସ୍ଥିତିରେ ଭଞ୍ଜନଗର ଏସ୍‌ଡିଜେମ୍‌ କୋର୍ଟରେ ନୀଳମଣିଙ୍କୁ ଆଉ ଏକ ମାମଲାରେ ଗୁରୁବାର କଡା ସୁରକ୍ଷା ମଧ୍ୟରେ ହାଜର କରାଯାଇଥିଲା। ଏହାପରେ ତାଙ୍କୁ ସୋରଡା ଜେଲ ହାଜତକୁ ପଠାଇ ଦିଆଯାଇଛି। ଅପରପକ୍ଷେ ନୀଳମଣିଙ୍କ ଓକିଲ ଖରାଂଶୁ ଶେଖର ଦାସ ଏଠାରେ କହିଛନ୍ତି ଯେ, ରାଜନୈତିକ ଉଦ୍ଦେଶ୍ୟ ରଖି ନୀଳମଣିଙ୍କୁ ହଇରାଣ କରାଯାଉଛି। ଆଗାମୀ ଦିନରେ ନିଶ୍ଚିତ ନ୍ୟାୟ ମିଳିବ।


All Right Reserved By Dharitri.Com

ପୁତୁରା ଛୁରାମାଡ଼ରେ ଦାଦା ମୃତ

କବିସୂର୍ଯ୍ୟନଗର,୨୩ା୧୦- କବିସୂର୍ଯ୍ୟନଗର ଥାନା ସୁନାରୀଝୋଳା ପଞ୍ଚାୟତର ପଙ୍କଳବାଡ଼ି ଗ୍ରାମ ବେଲପୁର ସାହିରେ ସମ୍ପତ୍ତିକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ ହୋଇଛି। ଶେଷରେ ପୁତୁରା ଛୁରାମାଡ଼ରେ...

ଛାତ୍ରୀଙ୍କୁ ଏକତରଫା ପ୍ରେମ ନିବେଦନ: ବିଫଳ ହେବା ପରେ ଫଟୋ ଭାଇରାଲ କରି ଜେଲଗଲେ ଶିକ୍ଷକ

ବ୍ରହ୍ମପୁର ଅଫିସ,୨୬।୯: ଛାତ୍ରୀଙ୍କୁ ଏକତରଫା ଭଲ ପାଉଥିଲେ ଶିକ୍ଷକ। ପରେ ଛାତ୍ରୀଜଣଙ୍କ ଅଧ୍ୟାପିକା ହେବା ପରେ ତାଙ୍କୁ ବ୍ଲାକମେଲ୍‌ କରିବା ଜଣେ ବିଜ୍ଞାନ ଶିକ୍ଷକଙ୍କ ପାଇଁ...

ଗର୍ଭବତୀଙ୍କ ତଣ୍ଟି ଚିପି ହତ୍ୟା ଘଟଣା: ଜେଲ ଗଲେ ସ୍ବାମୀ

ବ୍ରହ୍ମପୁର ଅଫିସ,୧୯ା୮-ଗୋଷାଣୀନୂଆଗଁା ଥାନା ଅନ୍ତର୍ଗତ ନୂଆ ଖଜୁରିଆରେ ଗତ ୧୪ ତାରିଖରେ ୪ ମାସର ଗର୍ଭବତୀ ଥିବା ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ତଣ୍ଟି ଚିପି...

ପୂର୍ବତନ ଛାତ୍ରନେତାଙ୍କୁ ଆକ୍ରମଣ ଘଟଣା : ୧୫ ଛାତ୍ରଙ୍କ ନାମରେ ମାମଲା, ୫ ଛାତ୍ର ଅଟକ

ବ୍ରହ୍ମପୁର ଅଫିସ,୨୨ା୯-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଶୁକ୍ରବାର ପୂର୍ବତନ ଛାତ୍ରନେତା ଦେବାଶିଷ ମିଶ୍ରଙ୍କୁ ସଂଘବନ୍ଧ ଆକ୍ରମଣ ହୋଇଥିଲା ା ଏହି ଘଟଣାରେ ଗୋପାଳପୁର ଥାନାରେ ୧୫ ଛାତ୍ରଙ୍କ...

ବାଇକ୍‌ ସହ ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା,୧୫।୬(ଡି.ଏନ୍‌.ଏ.)- ମୋହନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଶନିବାର ଭୋର ୫ଟାରେ ରାଇସିଂ ଛକରୁ ଏକ ବାଇକ୍‌ ସହ ଗଞ୍ଜେଇ ଜବତ କରବା ସହ ଜଣଙ୍କୁ...

ବାପା ହେଲମେଟ୍‌ ନ ପିନ୍ଧିଲେ ଗାଡ଼ିରେ ବସନି

ବ୍ରହ୍ମପୁର ଅଫିସ୍‌,୨୫ା୮-ପ୍ରତ୍ୟେକ ଜୀବନ ମୂଲ୍ୟବାନ । କିନ୍ତୁ ଅସାବଧାନତା ଯୋଗୁ ଦୁର୍ଘଟଣାରେ ପ୍ରତ୍ୟେକ ଦିନ ବହୁ ଜୀବନ ହାନି ହେଉଛି । ଅନେକ ଲୋକେ ସେମାନଙ୍କ...

ଯୁବକଙ୍କ ଗଳା କାଟି ହତ୍ୟା ଘଟଣା: ଅଭିଯୁକ୍ତ ଚିହ୍ନଟ, ଧରିବାକୁ ଟିମ୍‌ ଗଠନ

ବ୍ରହ୍ମପୁର ଅଫିସ,୪।୧୨: ଗଞ୍ଜାମ ଜିଲା ବ୍ରହ୍ମପୁର ରେଳଷ୍ଟେଶନ ୪ ନମ୍ବର ପ୍ଲାଟଫର୍ମ ନିକଟରେ ମଙ୍ଗଳବାର ରାତିରେ ଅନିଲ ପଣ୍ଡା (୧୮)ଙ୍କ ଗଳାକାଟି ହତ୍ୟା କରାଯାଇଥିଲା। ରେଲ୍‌ଓ୍ବେ...

ଆର୍ଥିକ ମାନ୍ଦାବସ୍ଥା ପ୍ରତିବାଦରେ ସିପିଏମର ବିକ୍ଷୋଭ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ଅଫିସ,୧୯ା୧୦-ସିପିଏମ ପକ୍ଷରୁ ଶୁକ୍ରବାର ବ୍ରହ୍ମପୁର ଉପଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ସମାବେଶ କରାଯାଇଥିଲା। ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ଶାସନରେ ଦେଶର ଆର୍ଥିକ ସ୍ଥିତି...

Leave a comment

Your email address will not be published. Required fields are marked *