ପିତା ହତ୍ୟାକାରୀ ପୁଅଙ୍କୁ ଆଜୀବନ ଜେଲ୍‌

ଆନନ୍ଦପୁର, ୨୬ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ ରାଜେଶ ଦାଶ ୨୦୧୬ ମସିହାରେ ଘଟିଥିବା ଏକ ହତ୍ୟା ମାମଲାର ବିଚାର କରି ପିତା ହତ୍ୟାକାରୀ ପୁଅକୁ ଆଜୀବନ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ଆନନ୍ଦପୁର ଥାନା ଅନ୍ତର୍ଗତ ବଞ୍ଚୋ ଗ୍ରାମର ଦେବକାନ୍ତ ରାଉତ(୪୬) ବାପା ନାରାୟଣ ରାଉତଙ୍କୁ ଗତ ୨୩.୦୬.୨୦୧୬ରେ କୁରାଢ଼ିରେ ହାଣି ହତ୍ୟା କରିଥିଲେ। ପ୍ରକାଶ ଯେ, ନାରାୟଣ ରାଉତଙ୍କ ବଡ଼ପୁଅ ଦେବକାନ୍ତ(କାଳିଆ) ସ୍ତ୍ରୀ ଛୁଆ ପିଲାଙ୍କୁ ନେଇ ପରିବାର ଠାରୁ ଅଲଗା ରହିଆସୁଥିଲେ। ପିତା ଏବଂ ମାତା ତିଳୋତ୍ତମା ସାନପୁଅ ରତିକାନ୍ତ ରାଉତଙ୍କ ନିକଟରେ ରହୁଥିଲେ। ଘଟଣା ଦିନ ଦେବକାନ୍ତ ବଞ୍ଚୋ ଛକରେ ରହୁଥିବା ପିତାଙ୍କ ପାଖକୁ ଆସି ୨୦ ହଜାର ଟଙ୍କା ମାଗିଥିଲେ। ମାତାଙ୍କ ଠାରୁ ଆଲମିରାର ଚାବି ଛଡ଼େଇ ନେଇ ଟଙ୍କା, ସୁନା ରୁପା ଗହଣା ଆଦି ନେଇଯାଉଥିବାବେଳେ ନାରାୟଣ ବିରୋଧ କରିବାରୁ ଉତ୍ତ୍ୟକ୍ତ ଦେବକାନ୍ତ ସାଥୀରେ ଆଣିଥିବା ଏକ ଧାରୁଆ କୁରାଢ଼ିରେ ତାଙ୍କୁ ଆଘାତ କରିଥିଲେ। ଫଳରେ ନାରାୟଣଙ୍କ ଡାହାଣପାଖ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଗୁରୁତର ହୋଇପଡ଼ିଥିଲେ। ପରେ ଦେବକାନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଆହତ ନାରାୟଣଙ୍କୁ ଗ୍ରାମବାସୀଙ୍କ ସହାୟତାରେ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ୨୮.୬.୨୦୧୬ରେ ତାଙ୍କର ମୃତ୍ୟୁ ଘଟିଥିଲା। ମାତା ତିଳୋତ୍ତମାଙ୍କ ଅଭିଯୋଗ ଅନୁଯାୟୀ ଆନନ୍ଦପୁର ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ମାନ୍ୟବର ଅତିରିକ୍ତ ଜିଲା ଦୌରାଜଜ୍‌ ଏହି ମାମଲାର ବିଚାର କରି ୧୦ ବର୍ଷ ଜେଲ ଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ୧ ବର୍ଷ କାରାଦଣ୍ଡରେ ଦେବକାନ୍ତଙ୍କୁ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ମହେନ୍ଦ୍ର ମହାପାତ୍ର ମାମଲା ପରିଚାଳନା କରୁଥିଲେ।


All Right Reserved By Dharitri.Com

ହାତିଆଗଣ୍ଡ ଅଙ୍ଗନୱାଡି କେନ୍ଦ୍ରରେ ତାଲା

ରେମୁଣା, ୨୬।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ପତ୍ରିପାଳ ପଞ୍ଚାୟତ ହାତିଆଗଣ୍ଡ ଅଙ୍ଗନୱାଡ଼ି କେନ୍ଦ୍ରରେ ବର୍ଷେ ହେବ ତାଲା ଝୁଲୁଛି। କୋମଳମତି ଶିଶୁଙ୍କୁ ବାରଣ୍ଡାରେ ପାଠପଢା ଯାଉଥିଲେ...

ଅଂଶୁଘାତରେ ଚାଷୀଙ୍କ ପ୍ରାଣ ଗଲା

ଝୁମ୍ପୁରା, ୨୬।୫ (ଡି.ଏନ.ଏ.)- କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅନ୍ତର୍ଗତ ନହବେଡା ଗ୍ରାମରେ ୨୩ ତାରିଖ ମଧ୍ୟାହ୍ନ ସମୟରେ ଅଂଶୁଘାତରେ ଆକ୍ରାନ୍ତ ହୋଇଥିବା ଜଣେ ଚାଷୀଙ୍କ...

ଭିଜିଲାନ୍ସ ପରେ ଏବେ ଇଡି ସ୍କାନରରେ ଅନାମ

ଭୁବନେଶ୍ୱର,୬।୩(ବ୍ୟୁରୋ): ପ୍ରଥମେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା କଳାହାଣ୍ଡି ଜିଲା ଭବାନୀପାଟଣା ପୂର୍ବତନ ବିଧାୟକ ଅନାମ ନାଏକ ଏବେ ଇଡି ସ୍କାନର୍‌ରେ। ଗତ ଜାନୁୟାରୀ ୨୩ରେ...

୩ ଟ୍ରେନ୍‌ ଲୁଟେରା ଗିରଫ

ବାଲେଶ୍ୱର ଅଫିସ,୧୪।୨: ବାଲେଶ୍ୱର ଜଳେଶ୍ୱରରୁ ଖଡ଼ଗପୁର ଆର୍‌ପିଏଫ୍‌ ୍‌ଏସ୍‌ଟିଏଫ୍‌ ଦ୍ୱାରା ଶୁକ୍ରବାର ୩ ଟ୍ରେନ୍‌ ଲୁଟେରା ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ୬ଟି ମୋବାଇଲ,...

ଫାଇନାନ୍ସ କର୍ମଚାରୀଙ୍କଠାରୁ ୧.୧୮ ଲକ୍ଷ ଲୁଟ୍‌ ଅଭିଯୋଗ

ରୂପ୍‌ସା,୧୩।୮(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ନଗ୍ରମ ସ୍କୁଲଛକଠାରେ ସୋମବାର ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କଠାରୁ ୧ଲକ୍ଷ ୧୮ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏ...

ଦୁଇ ମାସର ରାଶନ ଆମତ୍ସାତ: ବିଡିଓଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ, ୨୧।୩-ବାଲେଶ୍ୱର ସଦର ବ୍ଲକ ଛାନୁଆଁ ପଞ୍ଚାୟତରେ ଫେବୃୟାରୀ ଓ ମାର୍ଚ୍ଚ ମାସର ଗହମ, ଚାଉଳ ଓ କିରୋସିନ ଦିଆ ନ ଯାଇ ହଡ଼ପ...

ଭାଲୁ ପାଇଁ ବନ ବିଭାଗ ନାକେଦମ

ଚମ୍ପୁଆ, ୨୬।୫(ଡି.ଏନ.ଏ)- କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧୀନ ସାନନେଉଳି ଗ୍ରାମ ନିକଟକୁ ଚାଲି ଆସିଥିବା ଏକ ଭାଲୁ ଲାଗି ବନ ବିଭାଗକୁ...

୧୦ ଗାଡ଼ିରୁ ଜରିମାନା ଆଦାୟ

ହିଞ୍ଜିଳିକାଟୁ,୪ା୬(ଡି.ଏନ୍‌.ଏ.)- ଘୋଡ଼ାହାଡ଼ ଓ ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଏବଂ ବିଭିନ୍ନ ପାହାଡ଼ରୁ ମୋରମ ଓ ମାଟି ଚୋରାଚାଲାଣ ହେଉଥିବା ବେଳେ ହିଞ୍ଜିଳିକାଟୁ ତହସିଲ...

Leave a comment

Your email address will not be published. Required fields are marked *