ବେତାର ନାଟକ ବିଭାଗ: ଶିଶୁ କଳାକାର ଅନୁଷ୍କା ମନୋନୀତ

ଝରିଗାଁ,୨୬।୬(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଉମରକୋଟସ୍ଥିତ ଶିଶୁ ବିଦ୍ୟାମନ୍ଦିରର ତୃତୀୟ ଶ୍ରେଣୀର ସାଇ ଅନୁଷ୍କା ମହାରଣା ଆକାଶବାଣୀ ଜୟପୁର ଦ୍ୱାରା ଆୟୋଜିତ ବେତାର ନାଟକ ବିଭାଗ ପାଇଁ ବି ଗ୍ରେଡ୍‌ ଶିଶୁ କଳାକାର ଭାବେ ମନୋନୀତ ହୋଇଛନ୍ତି। ଜିଲାର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। କନିଷ୍ଠ ମହାବିଦ୍ୟାଳୟରେ କାର୍ଯ୍ୟରତ ଓଡ଼ିଆ ଅଧ୍ୟାପକ ତଥା ବିଶିଷ୍ଟ ନାଟ୍ୟକାର ଗୋପାଳ ମହାରଣାଙ୍କ ଝିଅ ସୁଶ୍ରୀ ସାଇ ଅନୁଷ୍କାଙ୍କ ଏହି ସଫଳତା ପଛରେ ତାଙ୍କ ମା’ବାପା ଓ ଆତ୍ମୀୟସ୍ବଜନ ତଥା ଗୁରୁମା ଗୁରୁଜୀମାନଙ୍କ ଆଶୀର୍ବାଦ ରହିଥିବା ସେ କହିଛନ୍ତି। ଏହାସହ ମଞ୍ଚ ନାଟ୍ୟ ନିର୍ଦ୍ଦେଶିକା ତଥା ଅଧ୍ୟାପିକା ମା’ ମଧୁସ୍ମିତା ମହାରଣାଙ୍କଠାରୁ ତାଙ୍କୁ ପ୍ରେରଣା ମିଳିଥିବା ସେ କହିଛନ୍ତି। ଏଥିପୂର୍ବରୁ ସେ ମଞ୍ଚ ନାଟକରେ ଅଭିନୟ କରି ବହୁ ପ୍ରଶଂସା ଅର୍ଜନ କରିବା ସହ ଜଣେ ଶ୍ରେଷ୍ଠ ଶିଶୁ କଳାକାର ଭାବେ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି।


All Right Reserved By Dharitri.Com

ପୁଞ୍ଜିସିଲର ଶୋଭା ବଢ଼ାଉଛି ମୁରାନ ଝରଣା : ପର୍ଯ୍ୟଟକଙ୍କ ପାଇଁ ସାଜିଛି ଆକର୍ଷଣ, ଚାଷୀଙ୍କ ପାଇଁ ବରଦାନ

କୋରାପୁଟ,୧୭ା୫(ସ୍ବ.ପ୍ର.) : ବଣ ପାହାଡ଼ ଘେର ଭିତରେ ରହିଛି ବିସ୍ତ୍ରୀର୍ଣ୍ଣ ପଥର ଚଟାଣ। ତାରି ଉପରେ ଧୀର ସ୍ରୋତରେ ବହିଯାଉଛି ମୁରାନ ଝରଣାର ଜଳରାଶି। ପ୍ରାକୃତିକ...

ଦୁଇ ମାସର ଝିଅକୁ ଧରି ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

ରାୟଗଡ଼ା ଅଫିସ, ୭।୧୧: ଦୁଇମାସର ଶିଶୁ କନ୍ୟାକୁ ଧରି ଜଣେ ମହିଳା ମାଓବାଦୀ ଗୁରୁବାର ରାୟଗଡ଼ା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମ ହେଲା...

ଶୋଇଥିବା ବେଳେ କାମୁଡ଼ିଲା ସାପ, ନାବାଳିକା ମୃତ

ଝରିଗାଁ, ୨।୬(ସ୍ବ.ପ୍ର.)- ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ଚଚା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ସାପ କାମୁଡ଼ାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକ...

କୃଷିଋଣ ଆଳରେ ବ୍ୟାଙ୍କ ଦେଉନି ମଜୁରି ଟଙ୍କା

ଜୟପୁର,୧।୫(ଡି.ଏନ୍‌.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଏନ୍‌ଆର୍‌ଇଜିଏସ୍‌) ରେ ମଜୁରୀ ଟଙ୍କା ବାବଦକୁ ଜମା ହୋଇଥିବା ରାଶି ବ୍ୟାଙ୍କଠାରୁ ପାଇପାରୁ...

ପାହାଡରୁ ଧସିଲା ପଥର, ଯାତାୟତରେ ବାଧାପ୍ରାପ୍ତ

ଗୁଣପୁର,୨୪ା୧୦(ଡି.ଏନ.ଏ)-ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁ ପାହାଡ଼ରୁ ଏକ ବଡ଼ ପଥର ଖସି ରାୟଗଡା ଜିଲା ଗୁଣପୁର ବ୍ଲକ ପୁଟାସିଂ ପଞ୍ଚାୟତ ରିଜିଂତାଲ ରାସ୍ତାରେ...

କୋରାପୁଟରେ ବାଜି ମାରିଲେ ବିଜେଡିର ରଘୁରାମ ପଡାଲ

କୋରାପୁଟ, ୨୩।୫(ସ୍ବ.ପ୍ର.)-କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରେ ବାଜି ମାରିଛି ବିଜେଡି। କଂଗ୍ରେସର କୃଷ୍ଣ କୁଲ୍‌ଦୀପଙ୍କୁ ୬,୨୨୪ ଭୋଟରେ ହରାଇ ବିଜେଡିର ରଘୁରାମ ପଡାଲ ବିଜୟୀ ହୋଇଛନ୍ତି। ରଘୁରାମ...

ପୁରୁଣା ଜିମ୍ନାସିୟମ ଏବେ ଖାଁ ଖାଁ

କୋରାପୁଟ,୧।୫(ସ୍ବ.ପ୍ର.): ସୋମବାର ଅପରାହ୍ନରେ କାଳବୈଶାଖୀର ୫୦ ମିନିଟ କୋରାପୁଟ ସହରକୁ ଏକପ୍ରକାର ଛିନଛତ୍ର କରିଦେଇଛି। ୧୮ ଘଣ୍ଟା ପରେ ସହରରେ ବିଦ୍ୟୁତ ସେବା ସ୍ବାଭାବିକ ହୋଇଛି।...

ନିମ୍ନମାନର ଖାଦ୍ୟ ଯୋଗାଣ ଅଭିଯୋଗ : ହଷ୍ଟେଲ ଛାଡ଼ିଲେ ୪୮ ଛାତ୍ରୀ

ରାମନାଗୁଡ଼ା/ଗୁଣପୁର,୫ା୮(ଡି.ଏନ.ଏ.) : ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ନାଇରା ଆଶ୍ରମ ବିଦ୍ୟାଳୟର ୪୮ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ି ଚାଲିଯାଇଛନ୍ତି। ନିମ୍ନମାନର ଖାଦ୍ୟ ପ୍ରଦାନ ଓ...

Leave a comment

Your email address will not be published. Required fields are marked *