ପାକିସ୍ତାନରେ ଆର୍ଥିକ ସଙ୍କଟ: ରୋଷେଇ ଗ୍ୟାସ୍‌ ଦର ୨୦୦ ପ୍ରତିଶତ ବୃଦ୍ଧି ପାଇବାର ସମ୍ଭାବନା

ଇସଲାମାବାଦ, ୨୬।୬: ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି ପାକିସ୍ତାନର ଅର୍ଥ ବ୍ୟବସ୍ଥା। ପୂର୍ବ ଋଣ ପାକିସ୍ତାନ ସରକାର ପରିଶୋଧ ନ କରିପାରିବା ଫଳରେ ଏବେ ପରିସ୍ଥିତି ଆହୁରି ଭୟଙ୍କର ହୋଇପଡିଛି। ବର୍ତ୍ତମାନ ଦେଶର ରାଜକୋଷ ଦେବାଳିଆ ଥିବା କାରଣରୁ ଇମ୍ରାନ ଖାନ ସରକାର ଦେଶର ଜନସାଧାରଣଙ୍କ ମୁଣ୍ଡରେ ଏହି ଅର୍ଥନୈତିକ ସଙ୍କଟକୁ ଲଦି ଦେବା ପାଇଁ ଚାହଁୁଛନ୍ତି। ଫଳସ୍ବରୂପ ଆଗାମୀ ଜୁଲାଇ ମାସରେ ରୋଷେଇ ଗ୍ୟାସ୍‌ ଦର ୨୦୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଜଣାପଡିଛି। ଗତ ବଜେଟରେ ବିଭିନ୍ନ ସାମଗ୍ରୀ ଉପରେ ନୂଆ ଟ୍ୟାକ୍ସ ଯୋଡ଼ିଛନ୍ତି ପାକିସ୍ତାନ ସରକାର। ଯାହାଦ୍ୱାରା ପାକିସ୍ତାନ ଜନସାଧାରଣ ମୁଣ୍ଡରେ ଚଡକ ପଡ଼ିବାକୁ ଯାଉଛି। ଏହି ଟ୍ୟାକ୍ସ ପରିମାଣ ବୃଦ୍ଧି ପାଇବା ଦ୍ୱାରା ଆଗାମୀ ସମୟରେ ପାକିସ୍ତାନ ପାଇଁ ଅନେକ ଚ୍ୟାଲେଞ୍ଜ ସାମ୍ନାକୁ ଆସିବ ବୋଲି ଅର୍ଥନୈତିକ ବିଶାରଦ ମାନେ ଏବେଠାରୁ ଆକଳନ କରିସାରିଲେଣି। ୨୧ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ମାତ୍ର ୨୦ ଲକ୍ଷ ଲୋକ ଟାକ୍ସ ଭରୁଥିବାରୁ ଦେଶରେ ରାଜସ୍ବ ଅନେକ ପରିମାଣରେ କମିଯାଉଥିବା ଇମ୍ରାନ ସରକାର ଚିନ୍ତା ପ୍ରକଟ କରିଛନ୍ତି। ତେବେ ଏହି ଟ୍ୟାକ୍ସ ବୃଦ୍ଧି ଦ୍ୱାରା ପାକିସ୍ତାନରେ ଚା’ ଏବଂ ଚିନିଠାରୁ ଆରମ୍ଭ କରି ଥଣ୍ଡା ପାନୀୟ ପର୍ଯ୍ୟନ୍ତ ସବୁ ସାମଗ୍ରୀର ଦର ବୃଦ୍ଧି ପାଇବ।


All Right Reserved By Dharitri.Com

‘କଶ୍ମୀର ପ୍ରସଙ୍ଗକୁ ମିଳୁନି ସମର୍ଥନ’

ବନ୍‌,୧୮ା୧: ପାକିସ୍ତାନ ବିଶ୍ୱ ମଞ୍ଚଗୁଡ଼ିକରେ କଶ୍ମୀର ପ୍ରସଙ୍ଗକୁ ଯେତେ ଉଠାଇଲେ ବି ଏହାକୁ ଅନ୍ତର୍ଜାତୀୟ ସମୁଦାୟର ସମର୍ଥନ ମିଳୁନାହିଁ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଶୁକ୍ରବାର...

ଦୁଇ କଏଦୀ ଦଳଙ୍କ ମଧ୍ୟରେ ଗୁଳିମାଡ଼: ୧୨ ନିହତ

ପାନାମା ସିଟି, ୧୮।୧୨: ପାନାମାରେ ଏକ ଜେଲ୍‌ରେ ଦୁଇ କଏଦୀ ଦଳଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି।  କଏଦୀମାନେ ପରସ୍ପର ଉପରକୁ ଗୁଳିମାଡ଼ କରିଥିବା ଜେଲ ପ୍ରଶାସନ...

୫୪ ମହଲା କୋଠା ଉପରେ ଲାଣ୍ଡିଂ ସମୟରେ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ

ଓ୍ବାଶିଂଟନ,୧୧।୬: ଆମେରିକା ମୈନହଟନଠାରେ ଏକ ୫୪ ମହଲା କୋଠା ଉପରେ ହେଲିକପ୍ଟର ଲାଣ୍ଡିଂ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ପାଇଲଟଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।...

ଭିଏତ୍‌ନାମରେ ବନ୍ୟା ବିତ୍ପାତ

ହାନୋଇ,୬।୯: ଭିଏତ୍‌ନାମରେ ନିକଟରେ ହୋଇଥିବା ଲଘୁଚାପ ଯୋଗୁ ସହରର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ହୋଇଛି। ଫଳରେ କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଓ ଭୂସ୍ଖଳନ...

ପ୍ରଥମଥର ପାଇଁ ଗଦାଫି ଷ୍ଟାଡିୟମରେ ନମାଜ ପଢିପାରିଲେନି ହଫିଜ୍‌ ସୟିଦ୍‌: ଲାଗିଲା କଟକଣା

ଇସଲମାବାଦ୍‌, ୬।୬: ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କୀ ସଂଗଠନ ଜାମାତ୍‌ ଉଦ୍‌ ଦାଓ୍ବା ମୁଖ୍ୟ ସୟିଦ ହଫିଜ୍‌ଙ୍କୁ ଗଦାଫି ଷ୍ଟାଡିୟମରେ ନମାଜ ପଢିବାର ସୁଯୋଗ ମିଳିପାରି...

ଥାଇଲାଣ୍ଡରେ ପ୍ରବାସୀ ଭାରତୀୟଙ୍କୁ ମୋଦିଙ୍କ ଉଦ୍‌ବୋଧନ: ଆତଙ୍କବାଦର ମୂଳକୁ ଛେଦିଛି ଭାରତ

ବ୍ୟାଙ୍କକ୍‌,୩ା୧୧(ପି.ଟି.): ଆତଙ୍କବାଦ ଓ ବିଚ୍ଛିନ୍ନତାବାଦର ମୂଳ କାରଣ ଥିଲା ଜମ୍ମୁ-କଶ୍ମୀରରେ ଦୀର୍ଘଦିନ ଧରି ଲାଗୁ ହୋଇଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦। ଏହି ଅନୁଚ୍ଛେଦକୁ ଉଚ୍ଛେଦ କରିବା...

ଇଣ୍ଡୋନେସିଆରେ ସୁଗ୍ରୀବଙ୍କ ନାମରେ ସ୍ଥାପିତ ହେବ ପ୍ରଥମ ହିନ୍ଦୁ ବିଶ୍ୱବିଦ୍ୟାଳୟ: ରାଷ୍ଟ୍ରପତି ଦେଲେ ମଞ୍ଜୁରୀ

ଜାକର୍ତ୍ତା, ୪।୨: ଇଣ୍ଡୋନେସିଆରେ ପ୍ରଥମ ହିନ୍ଦୁ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ। ଏନେଇ ରାଷ୍ଟ୍ରପତି ଜୋକେ ଓ୍ବିଡୋଡୋ ମଞ୍ଜୁରୀ ଦେଇଛନ୍ତି। ଏହାକୁ ବାଲିର ଦେନପାସାରଠାରେ କାର୍ଯ୍ୟ କରିବ।...

ଆସୁଛି ଆଉ ଏକ ମହାପ୍ରଳୟ

ନ୍ୟୁୟର୍କ: ଆଜକୁ ୨୬୦ ମିଲିଅନ ଅର୍ଥାତ୍‌ ପାଖାପାଖି ୨୬ କୋଟି ବର୍ଷ ପୂର୍ବେ ପୃଥିବୀ ସାମୂହିକ ବିନାଶର ବା ମହାପ୍ରଳୟର ସମ୍ମୁଖୀନ ହୋଇଥିଲା। ସେ ସମୟରେ...

Leave a comment

Your email address will not be published. Required fields are marked *