ଫଟୋ ଶେୟାର କରି ଚର୍ଚ୍ଚାରେ ବବି ଦେଓଲ

ବବି ଦେଓଲ ବର୍ତ୍ତମାନ ସମୟରେ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚାରେ ରହୁନାହାନ୍ତି, ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ସେତିକି ଚର୍ଚ୍ଚାକୁ ଆସିଛନ୍ତି। ଏହି ଫଟୋକୁ ବବି ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହାକୁ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଲାଇକ୍‌ କରିସାରିଲେଣି।

ବବି ତାଙ୍କ ସ୍ତ୍ରୀ ତନ୍ୟାଙ୍କ ସହ ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିବାବେଳେ ଜଣେ ୟୁଜର ଲେଖିଛନ୍ତି, ‘ଦୁଇଜଣଙ୍କ ପ୍ରତି କାହାର ନଜର ନ ଲାଗୁ’। ବବିଙ୍କ ସ୍ତ୍ରୀ ତନ୍ୟା ଜଣେ ବିଜ୍‌ନେସ୍‌ ମହିଳା। ତେବେ ବବି ତନ୍ୟାଙ୍କୁ ପ୍ରେମ ବିବାହ କରିଥିଲେ। କେମିତି ତାଙ୍କର ଲଭ୍‌ ହୋଇଥିଲା ଜାଣନ୍ତି? ଦିନେ ବବି ମୁମ୍ବାଇର ଇଟାଲିଇନ ହୋଟେଲରେ ବସିଥିବାବେଳେ ସେହି ସମୟରେ ତନ୍ୟା ତାଙ୍କ ସାମ୍ନାକୁ ଆସି ଯାଇଥିଲେ। ବବିଙ୍କ ହୃଦୟରେ ଅଲଗା ଏକ ଫିଲଙ୍ଗ୍‌ସ ହୋଇଥିଲା। ଏହା ପରେ ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଲା। କିଛିଦିନ ପରେ ବବି ତନ୍ୟାଙ୍କୁ ନେଇ ସେହି ହୋଟେଲକୁ ଯାଇଥିଲେ ଯେଉଁଠି ଦୁହିଁଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। ସେଠି ବବି ତନ୍ୟାଙ୍କୁ ପ୍ରପୋଜ କରିଥିଲେ। ଏହି କଥା ଯେତେବେଳେ ବବିଙ୍କ ଘରେ ପହଞ୍ଚିଲା ପିତା ଧର୍ମେନ୍ଦ୍ର ତନ୍ୟାଙ୍କୁ ଖୁବ୍‌ ପସନ୍ଦ କରିଥିଲେ।

୧୯୯୬ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବବିଙ୍କ ଫିଲ୍ମ କ୍ୟାରିୟର ସମ୍ପର୍କରେ କହିବାକୁ ଗଲେ, ସେ ସଲମାନଙ୍କ ସହ ‘ରେସ୍‌ ଥ୍ରୀ’, ପିତା ଧର୍ମେନ୍ଦ୍ର ଏବଂ ଭାଇ ସନି ଦେଓଲଙ୍କ ସହ ‘ୟମଲା ପଗ୍‌ଲା ଦିଓ୍ବାନା ଫିର୍‌ ସେ’ରେ ଅଭିନୟ କରିଛନ୍ତି।


All Right Reserved By Dharitri.Com

ଅମିତାଭ୍‌ଙ୍କ ପସନ୍ଦର ଅଭିନେତ୍ରୀ ଆଲିଆ

ଟିଭି ଶୋ’ ‘କୌନ୍‌ ବନେଗା କରୋଡପତି’(କେବିକେ)ରେ ବିଗ୍‌ ବି ଅମିତାଭ ବଚ୍ଚନ ସବୁବେଳେ ପ୍ରତିଯୋଗୀଙ୍କ ସହ ମଜାଦାର କଥା ଶେୟାର କରିଥାନ୍ତି। ନିକଟରେ କେବିକେ ସିଜିନ୍‌-୧୧ରେ...

‘ମିଶନ ମଙ୍ଗଲ’ରେ ନିଥ୍ୟା ମେନନଙ୍କ ପଦାର୍ପଣ

ମୁମ୍ବାଇ: ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନିଥ୍ୟା ମେନନ୍‌ ‘ମିଶନ ମଙ୍ଗଲ’ରେ ଅଭିନୟ କରି ବେଶ୍‌ ଖୁସି ଅନୁଭବ କରିଛନ୍ତି। ଏହି ଫିଲ୍ମରେ ଡେବ୍ୟୁ କରି ସେ...

ପ୍ରେମ ଏଟିଏମ୍‌

ପ୍ରେମ ଏଟିଏମ୍‌-ଏ କଥା ଶୁଣି ଅନେକେ ଆଶ୍ଚର୍ଯ୍ୟ ପ୍ରକାଶ କରିପାରନ୍ତି। କାରଣ ଆଜିକାଲିର ଡିଜିଟାଲ ଯୁଗରେ ଟଙ୍କା ଉଠାଇବା ପାଇଁ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଏଟିଏମ୍‌...

ନୂଆ ହେୟାରଷ୍ଟାଇଲ୍‌ ଯୋଗୁ ଟ୍ରୋଲ୍‌ ହେଲେ ରିତେଶ

ମୁମ୍ବାଇ: ସ୍ତ୍ରୀ ଜେନେଲିଆଙ୍କୁ ଖୁସି କରିବାକୁ ଯାଇ ଟ୍ରୋଲ ହୋଇଛନ୍ତି ବଲିଉଡ୍‌ ଅଭିନେତା ରିତେଶ ଦେଶମୁଖ। ସେ ବି ନିଜ ହେୟାରଷ୍ଟାଇଲ୍‌(କେଶ ବିନ୍ୟାସ) ଲାଗି। ନିକଟରେ...

ନିଜଠୁ ୨୪ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ ସଲମାନ

ବଲିଉଡର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ ନିଜଠାରୁ ୨୪ ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବାକୁ ଯାଉଛନ୍ତି। ଦବଙ୍ଗ-୩ରେ ସେ ଅଭିନେତ୍ରୀ ସାଇ ମଞ୍ଜେସ୍‌କରଙ୍କ...

ଅତି ଉତ୍ସାହିତ ହୋଇ ମୋଦିଙ୍କୁ ଫକିର ବୋଲି କହିଲେ ଅନୁପମ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ଦିନ ପୂର୍ବରୁ ସମୁଦ୍ର କୂଳରୁ ଅଳିଆ ସଫା କରୁଥିବାର ଏକ ଭିଡିଓ ଶେୟାର କରିଥିଲେ। ଆଉ ଏହାକୁ ଦେଖିବା...

ସୁର ସମ୍ରାଜ୍ଞୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ସଚିନ

ନୂଆଦିଲ୍ଲୀ,୨୮।୯: ସୁର ସମ୍ରାଜ୍ଞୀ ଲତା ମଙ୍ଗେସ୍‌କର ଶନିବାର ୯୦ତମ ବର୍ଷରେ ପ୍ରଦାର୍ପଣ କରିଛନ୍ତି। ଲତାଙ୍କ ଜନ୍ମଦିନ ଉପଲକ୍ଷେ ବଲିଉଡ୍‌ରୁ ଆରମ୍ଭ କରି କ୍ରିକେଟ ଜଗତରୁ ଶୁଭେଚ୍ଛାର...

ମୋଦିଙ୍କୁ ପଛରେ ପକାଇଲେ ସନ୍ନି ଲିଓନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଛରେ ପକାଇଦେଇଛନ୍ତି ଅଭିନେତ୍ରୀ ସନ୍ନି ଲିଓନ। ଅଗଷ୍ଟ ପ୍ରଥମ ସପ୍ତାହରେ ଗୁଗୁଲ ସର୍ଚ୍ଚରେ ସନ୍ନି ମୋଦି ଶାହରୁଖ ଖାନ୍‌, ସଲମାନ ଖାନଙ୍କୁ...

Leave a comment

Your email address will not be published. Required fields are marked *