୫୮ ଶିଖ୍‌ ତୀର୍ଥଯାତ୍ରୀଙ୍କୁ ଭିଜା ମନା କଲା ପାକିସ୍ତାନ

ଲାହୋର,୨୬।୬: ପାକିସ୍ତାନ ୫୮ ଶିଖ୍‌ ତୀର୍ଥଯାତ୍ରୀଙ୍କୁ ଭିଜା ଦେବାକୁ ପାକିସ୍ତାନ ମନା କରିଛି। ମହାରାଜ ରଣଜିତ୍‌ ସିଂଙ୍କ ମୃତ୍ୟୁ ବାର୍ଷିକୀ ପାଳନ ଅବସରରେ ଶିଖ୍‌ ତୀର୍ଥଯାତ୍ରୀ ପାକିସ୍ତାନ ଯାତ୍ରା କରିଥାନ୍ତି। ଏଥି ପାଇଁ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ପକ୍ଷରୁ ୨୮୨ ଜଣଙ୍କର ଭିଜା ଆବେଦନ କରାଯାଇଥିଲା। ତେବେ ପାକିସ୍ତାନ ୨୨୪ ଜଣଙ୍କୁ ଭିଜା ଦେଇଥିବାବେଳେ ଅବଶିଷ୍ଟଙ୍କୁ ଭିଜା ଦେଇ ନ ଥିବା କୁହାଯାଉଛି। ତୀର୍ଥଯାତ୍ରୀମାନେ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଅଟାରୀ ଷ୍ଟେଶନରୁ ଯାତ୍ରା ଆରମ୍ଭ କରିବେ। ସୂଚନାଯୋଗ୍ୟ, ୧୯୭୪ ଭାରତ-ପାକିସ୍ତାନ ମୈତ୍ରୀ ସମ୍ପର୍କ ବୁଝାମଣା ଅନୁସାରେ ପ୍ରତିବର୍ଷ ଦୁଇ ଦେଶର ଶ୍ରଦ୍ଧାଳୁ ବିଭିନ୍ନ ଧାର୍ମିକସ୍ଥଳକୁ ତୀର୍ଥଯାତ୍ରା କରିଥାନ୍ତି।


All Right Reserved By

ଭିଡିଓ ସେଲ୍‌ଫି ମାପିବ ରକ୍ତଚାପ

ଟରଣ୍ଟୋ: ରକ୍ତଚାପ ସମସ୍ୟା ରହିଥିଲେ ଆଉ ଚିନ୍ତା କରନ୍ତୁନାହିଁ। ଗବେଷକମାନେ ଏବେ ଟ୍ରାନ୍ସଡର୍ମାଲ ଅପ୍ଟିକାଲ ଇମେଜିଂ ଟେକ୍‌ନୋଲୋଜି ଉପରେ ପରୀକ୍ଷା କରି ସଫଳତା ପାଇଛନ୍ତି। ଏଥିରେ...

ଅନଶନରେ ବସିବେ ମରିୟମ୍‌

ଇସ୍‌ଲାମାବାଦ,୯।୭: ଜେଲ୍‌ରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଝିଅ ମରିୟମ ନଓ୍ବାଜ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଯଦି ବର୍ତ୍ତମାନର...

ସ୍କଟଲାଣ୍ଡର କ୍ଲେଡ୍‌ ନଦୀ ପାଲଟିବ ଗଙ୍ଗା: ଏଥିରେ ଭାରତୀୟ କରିପାରିବେ ଅସ୍ଥି ବିସର୍ଜନ

ଲଣ୍ଡନ,୧୯।୫: ଏଣିକି ସ୍କଟଲାଣ୍ଡ୍‌ର କ୍ଲେଡ୍‌ ନଦୀ ସ୍ଥାନୀୟ ଭାରତୀୟଙ୍କ ପାଇଁ ଗଙ୍ଗା ପାଲଟିବ। ଏଥିରେ ଭାରତୀୟମାନେ ଅସ୍ଥି ବିସର୍ଜନ କରିପାରିବେ। ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ପାପୁଆ ନ୍ୟୁ ଗିନିରେ ଭୂକମ୍ପ

କାନ୍‌ବେରା,୧୫ା୫(ଏପି): ମଙ୍ଗଳବାର ସନ୍ଧ୍ୟାରେ ପାପୁଆ ନ୍ୟୁ ଗିନିରେ ଶକ୍ତିଶାଳୀ ଭୂକମ୍ପ ସୃଷ୍ଟି ହେବା ଫଳରେ ସୁନାମି ସତର୍କତା ଜାରି କରାଯାଇଛି। ଆମେରିକାର ଜିଓଲୋଜିକାଲ ସର୍ଭେ (ୟୁଏସ୍‌ଜିଏସ୍‌)ର...

କଶ୍ମୀରରେ ବହୁ ପରିମାଣର ସୁରକ୍ଷାକର୍ମୀଙ୍କୁ ଦେଖି ଟ୍ରମ୍ପଙ୍କୁ ଗୁହାରି କଲେ ଇମ୍ରାନ୍‌

ଇସଲାମାବାଦ,୫।୮: ଜମ୍ମୁ-କଶ୍ମୀରରେ ବହୁ ପରିମାଣରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏହା ଉପେର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ତକ୍ଷେପ...

ପାକିସ୍ତାନରେ ଭାଇରାଲ ହେଉଛି ସିଦ୍ଧୁଙ୍କ ନକଲି ଫଟୋ

ଇସ୍‌ଲାମାବାଦ,୨।୭: କଂଗ୍ରେସ ନେତା ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ପୂର୍ବତନ ଭାରତୀୟ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କର ଏକ ନକଲି ଫଟୋ ଏବେ ପାକିସ୍ତାନରେ...

ଡାଏନୋସର କହିବ ‘ହ୍ୟାଲୋ’!

ଧରାଯାଉ ଆପଣ ଫ୍ୟାମିଲି ସହିତ ଗୋଟିଏ ହୋଟେଲ୍‌ ବୁକ୍‌ କଲେ। ପରିବାରକୁ ଧରି ଯାଇ ସେଠାରେ ପହଞ୍ଚତ୍ଲେ। ଆଉ ଆପଣ ଖାଦ୍ୟ ପାଇଁ ବରାଦ କଲେ।...

ଆଲୋଚନା ଲାଗି ଆମେରିକାର ପରାମର୍ଶ

ଓ୍ବାଶିଂଟନ, ୮ା୮(ପି.ଟି.): ଜମ୍ମୁ-କଶ୍ମୀରକୁ ନେଇ ଦେଖାଦେଇଥିବା ଅଶାନ୍ତି ଦୂର କରିବା ଲାଗି ଶୀଘ୍ର ଆଲୋଚନା ଆରମ୍ଭ କରିବାକୁ ଆମେରିକା ପରାମର୍ଶ ଦେଇଛି। ପାକିସ୍ତାନ ଭାରତ ସହ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *