କଟକ ଡାକଟିକଟ ସଂଗ୍ରହାଳୟର ୭୦ ବର୍ଷ ପୂର୍ତ୍ତି

କଟକ ଅଫିସ୍‌,୨୬।୬: କଟକ ନଗର ମଣ୍ଡଳ ଅଧୀନ ଡାକଟିକଟ ସଂଗ୍ରହାଳୟର ୭୦ ବର୍ଷ ପୂର୍ତ୍ତି କଟକ ପ୍ରଧାନ ଡାକଘର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିରଳ ଡାକଟିକଟ ପ୍ରଦର୍ଶିତ ହୋଇଛି। କଟକ ନଗର ମଣ୍ଡଳ ବରିଷ୍ଠ ଡାକ ଅଧୀକ୍ଷକ ସୁଚିସ୍ମିତା ସ୍ବାଇଁ ସ୍ବାଗତ ଭାଷଣ ଦେଇ ଡାକଟିକଟର ଐତିହ୍ୟ ବିଷୟରେ ମତପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଡାକ ପରିମଣ୍ଡଳ ମୁଖ୍ୟ ମହାଡାକପାଳ ଡା ସନ୍ତୋଷ କୁମାର କାମିଳା ମୁଖ୍ୟଅତିଥି ଭାବେ ଯୋଗଦେଇ ଡାକଟିକଟ ସଂଗ୍ରହ ଓ ତା’ର ଉପଯୋଗିତା ଉପରେ ଆଲୋକପାତ କରିଥିଲେ। ଡାକଟିକଟରେ ଗୋଟିଏ ସମୟର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ବାସ୍ତବତା ପ୍ରତିଫଳିତ ହୋଇଥାଏ ଏବଂ ଡାକଟିକଟ ସଂଗ୍ରହ ମାଧ୍ୟମରେ ଗୋଟିଏ ଜାତିର ଇତିହାସ, ସ୍ମରଣୀୟ ବ୍ୟକ୍ତିତ୍ୱ, ଜାତୀୟ ଓ ଅନ୍ତର୍ଜାତୀୟ ଘଟଣାବଳୀ, କୃଷି, ଭୂଗୋଳ, ବିଜ୍ଞାନ, କୀର୍ତ୍ତିରାଜି, ସେନାବାହିନୀ ଏବଂ ପରିବହନ ବ୍ୟବସ୍ଥା ବାବଦରେ ଜ୍ଞାନ ଅର୍ଜନ ହୋଇଥାଏ। କମ ବୟସରୁ ଡାକଟିକଟ ସଂଗ୍ରହକୁ ରୁଚି ଭାବରେ ଗ୍ରହଣ କରି ନିଜର ଜ୍ଞାନାର୍ଜନକୁ ସଂପ୍ରସାରିତ କରୁଥିବା ମେଧାବୀ ବିଦ୍ୟାର୍ଥୀମାନଙ୍କ ସୃଜନଶୀଳତାର ବିକାଶ ଘଟାଇବ ବୋଲି ସେ ମତ ଦେଇଥିଲେ। ଡାକବିଭାଗର ବିଭିନ୍ନ ଲୋକାଭିମୁଖୀ ସେବା ମୁଖ୍ୟତଃ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସ ବ୍ୟାଙ୍କ, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ଉପରେ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଏକ ସ୍ବତନ୍ତ୍ର ଡାକ ଲଫାପା ଉନ୍ମୋଚନ କରାଯାଇଥିଲା। ସର୍ବଭାରତୀୟ ସ୍ତରରେ ଡାକବିଭାଗ ପକ୍ଷରୁ ହୋଇଥିବା ଢାଇ ଅକ୍ଷର ପତ୍ରଲିଖନ ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ମଣ୍ଡଳରୁ ଆସିଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଓଡ଼ିଶା ଡାକ ନିର୍ଦ୍ଦେଶକ ଜି.ଗୁରୁନାଥନ, କଟକ ଉତ୍ତର ମଣ୍ଡଳ ଡାକ ଅଧୀକ୍ଷକ ଦିଲୀପ କୁମାର ସାମଲ ଓ  ସହକାରୀ ନିର୍ଦ୍ଦେଶକ(ଫିଲାଟେଲି) ଗଜେନ୍ଦ୍ର ପ୍ରସାଦ କର ସଭାରେ ଉପସ୍ଥିତ ଥିଲେ। ବରିଷ୍ଠ ଡାକପାଳ ମହମ୍ମଦ ଏସକେ ନୋମାନ ଧନ୍ୟବାଦ ଦେଇଥିଲେ। ସୂଚନାଯୋଗ୍ୟ, ଡାକଟିକଟ ସଂଗ୍ରହକାରୀଙ୍କୁ ଆକୃଷ୍ଟ କରିବା ପାଇଁ କଟକ ନଗର ମଣ୍ଡଳ ଅଧୀନ ଡାକଟିକଟ ସଂଗ୍ରହାଳୟକୁ ଆଧୁନୀକିକରଣ କରାଯାଇଛି।


All Right Reserved By Dharitri.Com

ସୋମନାଥ ପରିଡ଼ାଙ୍କୁ ଆଜୀବନ ଜେଲ

ଭୁବନେଶ୍ୱର,୨୬ା୨(ବ୍ୟୁରୋ): ସ୍ତ୍ରୀ ଉଷାଶ୍ରୀଙ୍କୁ ହତ୍ୟା ପରେ ୩ଶହ ଖଣ୍ଡ କରି କାଟିଥିଲେ ଅବସରପ୍ରାପ୍ତ ସେନା ଡାକ୍ତର ତଥା ଲ୍ୟୁଟନାଣ୍ଟ କଲୋନେଲ ସୋମନାଥ ପରିଡ଼ା। ନୟାପଲ୍ଲୀ ଥାନା...

ଭରସା ସାଜିଛି ବିପଦସଙ୍କୁଳ ବାଉଁଶ ପୋଲ

ସାକ୍ଷୀଗୋପାଳ, ୨୦ା୭(ଡି.ଏନ୍‌.ଏ.): ରତ୍ନଚିରା ଖଲାସୀ ନାଳପାରି ହେବାପାଇଁ ସ୍ଥାୟୀ ସେତୁଟିଏ ନାହିଁ। ଫଳରେ ପୁରୀଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ମଧୁବନ ମାଳର ଲୋକମାନେ...

ମନ୍ତ୍ରୀ ସୁଶାନ୍ତଙ୍କ ବିରୋଧରେ ଭାଜପାର ଅଭିଯୋଗ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ରାଜ୍ୟ ଭାଜପା ପକ୍ଷରୁ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ବିରୋଧରେ ଅଭିଯୋଗ ଅଣାଯାଇଛି। ଶନିବାର ଏକ ଖବରଦାତା ସମ୍ମିଳନୀରେ ଭାଜପା ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ...

‘କରୋନା’ ଭାଇରସ୍‌ ପାଇଁ ଆଡ୍‌ଭାଇଜରି: ୪ ମେଡିକାଲରେ ଖୋଲିବ ସ୍ବତନ୍ତ୍ର ଓ୍ବାର୍ଡ

ଭୁବନେଶ୍ୱର, ୨୬।୧ (ବ୍ୟୁରୋ)/ କଟକ ଅଫିସ : ‘କରୋନା’ ଭାଇରସ୍‌ ପାଇଁ ଶନିବାର ରାଜ୍ୟ ସରକାର ଆଡ୍‌ଭାଇଜରି ଜାରି କରିଛନ୍ତି। ରାଜ୍ୟର ବିଭିନ୍ନ ପ୍ରମୁଖ ହସ୍ପିଟାଲକୁ...

ବିଏମ୍‌ସିର ମଣ୍ଡପ ସିଲ୍‌ ପ୍ରକ୍ରିୟା ବନ୍ଦ ହୋଇଯିବ

ଭୁବନେଶ୍ୱର, ୮ା୨(ବ୍ୟୁରୋ): ବିନା ବିଲଡିଂ ପ୍ଲାନ୍‌ ଅନୁମୋଦନରେ କୋଠା ନିର୍ମାଣ, ବିନା ଟ୍ରେଡ୍‌ ଲାଇସେନ୍ସରେ ବ୍ୟବସାୟ କରୁଥିବା, ହୋଲ୍ଡିଂ ଟିକସ ଫାଙ୍କୁଥିବା, ପାର୍କିଂ ସୁବିଧା ନ...

କୁଖ୍ୟାତ ଅପରାଧୀ ମୁସିମ ଏନ୍‌କାଉଣ୍ଟରରେ ଆହତ

ସମ୍ବଲପୁର ଅଫିସ୍‌,୨।୯: ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ମୁସିମ ଅଖତାର ଆହତ ହୋଇଛି। ସୋମବାର ଭୋର ୫ଟା ୨୦ ମିନଟରେ ସିଟି ଷ୍ଟେସନ ନିକଟରେ ଏହି ଏନକାଉଣ୍ଟର...

ଲୋକଙ୍କ ସମସ୍ୟା ସମାଧାନ ପାଇଁ ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ: ଫେସ୍‌ବୁକ, ଟୁଇଟରରେ କରିପାରିବେ ଅଭିଯୋଗ

ଭୁବନେଶ୍ୱର,୧।୮(ବ୍ୟୁରୋ): ଜନସାଧାରଣଙ୍କୁ ଏବେ ସ୍ବାସ୍ଥ୍ୟଜନିତ ସମସ୍ୟା ଜଣାଇବାକୁ ଏଣେତେଣେ ବୁଲିବାକୁ ପଡିବନି। ଏଣିକି ସୋସିଆଲ ମିଡିଆରେ ସ୍ବାସ୍ଥ୍ୟ ସମ୍ପର୍କିତ ଅଭିଯୋଗ ହୋଇପାରିବ। ସ୍ବାସ୍ଥ୍ୟସେବାକୁ ଲୋକଙ୍କ ନିକଟତର...

ବିଧାନସଭାରେ କାର୍ଯ୍ୟକାରୀ ହେବ ଜାତୀୟ ଇ-ବିଧାନ ଆପ୍ଲିକେସନ୍‌

ଭୁବନେଶ୍ୱର,୧୩।୬(ବ୍ୟୁରୋ)- ଓଡ଼ିଶା ବିଧାନସଭାରେ ଜାତୀୟ ଇ-ବିଧାନ ଆପ୍ଲେକେସନ କାର୍ଯ୍ୟକାରୀ କରାଯିବ। ଗତ ୧୧ ତାରିଖରେ ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି...

Leave a comment

Your email address will not be published. Required fields are marked *