Posted inUncategorized

ଭଦ୍ରକ ମଦ ମୃତ୍ୟୁ ମାମଲା: ବିଧାୟକ ବ୍ୟୋମକେଶଙ୍କ ବିରୋଧରେ ଏନ୍‌ଏଚ୍‌ଆରସିରେ ଫେରାଦ ହେଲା ଭାଜପା

ଭୁବନେଶ୍ୱର, ୨୬।୬(ବ୍ୟୁରୋ): ଗତ ଏପ୍ରିଲ ୨୮ ତାରିଖରେ ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ଭୋଟ ହାତେଇବା ପାଇଁ ଶାସକ ବିଜେଡିର ନେତା ଓ ବିଧାୟକ ପ୍ରାର୍ଥୀ ବିଷାକ୍ତ ମଦ ତିହିଡି ବ୍ଲକରେ ବାଣ୍ଟିଥିଲେ। ଏହା ପିଇବା ଦ୍ୱାରା ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ରୁ ଊର୍ଦ୍ଧ୍ୱ ଲୋକ ଅସୁସ୍ଥ ହୋଇଥିଲେ। ଏହି ଘଟଣାକୁ ୨ମାସ ବିତିଥିଲେ ମଧ୍ୟ ଏଯାବତ୍‌ ପୋଲିସ କେବଳ ଜଣକୁ ଗିରଫ କରି ଚୁପ ବସିଯାଇଛି। ଏହି ଘଟଣାର ମୁଖ୍ୟ ଦୋଷୀଙ୍କୁ ପୋଲିସ ଗିରଫ ନ କରି ସୁରକ୍ଷା ଯୋଗାଉଛି ବୋଲି ଭାଜପା ଅଭିଯୋଗ କରିଛି। ଏହି ଘଟଣାରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଭାଜପା ଦର୍ଶାଉଛି। ଅନ୍ୟପକ୍ଷରେ ରାଜ୍ୟ ସରକାର ପ୍ରତି ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ଘୋଷଣା କରି ଏ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରଦାନ କରିନାହାନ୍ତି। ତୁରନ୍ତ ଦୋଷୀକୁ ଗିରଫ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ ବୋଲି ଭାଜପା ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମାନବ ଅଧିକାର କମିଶନଙ୍କୁ ଭେଟି ଘଟଣାରେ ହସ୍ତକ୍ଷେପ କରିବା ପାଇଁ ମଙ୍ଗଳବାର ଅନୁରୋଧ କରିଛନ୍ତି।
ଭାଜପା ପ୍ରତିନିଧି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ସାଧାରଣ ନିର୍ବାଚନରେ ଭୋଟ ହାତେଇବା ପାଇଁ ଶାସକ ବିଜେଡି ଚାନ୍ଦବାଲିରେ ଲୋକଙ୍କୁ ବିଷାକ୍ତ ମଦ ଏବଂ ଟଙ୍କା ବାଣ୍ଟିଥିଲା। ୪୮ ଘଣ୍ଟାର ନିର୍ବାଚନ କଟକଣା ଲାଗିବା ସତ୍ତ୍ୱେ ଏହି ସମୟରେ ମଦ ବଣ୍ଟାଗଲା ଏବଂ ସ୍ଥାନୀୟ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଇ ନ ଥିଲା। ରାଜନୈତିକ ଉଦ୍ଦେଶ୍ୟ ରଖି ଏଥିରେ ସମ୍ପୃକ୍ତ ଶାସକ ଦଳ ନେତା ଏବଂ କର୍ମକର୍ତ୍ତାମାନଙ୍କ ବିରୋଧରେ ଜିଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏହି ମଦ କିଛି ମାଫିଆଙ୍କ ଦ୍ୱାରା ତିଆରି ହୋଇ ବଣ୍ଟାଯାଇଥିଲା ବୋଲି ମନମୋହନ ଅଭିଯୋଗ କରିଛନ୍ତି। ଶାସକ ଦଳ ଚାପରେ ପୋଲିସ ଓ ଗୃହ ବିଭାଗ ବିଜେଡି ବିଧାୟକ, ବିଜେଡି କର୍ମୀ ଏବଂ ମଦ ମାଫିଆଙ୍କୁ ଘଣ୍ଟ ଘୋଡାଯାଉଛି। ଏଥିରେ ସମ୍ପୃକ୍ତ ଦୋଷୀଙ୍କୁ ଗିରଫ କରିବାକୁ ମାନବ ଅଧିକାର କମିଶନଙ୍କ ଆଗରେ ପ୍ରତିନିଧି ଦଳ ଦାବି କରିଛି। ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ପୂର୍ବରୁ ଭାଜପା ମୁଖ୍ୟ ଶାସନ ସଚିବ, ଅତିରିକ୍ତ ଶାସନ ସଚିବ ତଥା ଗୃହ ସଚିବ, ଅବକାରୀ କମିଶନର, ଅବକାରୀ ବିଭାଗ କମିଶନର ତଥା ସଚିବ, ଭଦ୍ରକ ଜିଲାପାଳ, ଏସପି, ପୋଲିସ ଡିଜି ଏବଂ ଆଇଜିଙ୍କ ପାଖରେ ଅଭିଯୋଗ କରିଥିଲା। ମାତ୍ର ରାଜ୍ୟ ସରକାର କାହିଁକି ମଦ ମାଫିଆଙ୍କ ଉପରେ ଏତେ ନରମ ମନୋଭାବ ପୋଷଣ କରୁଛନ୍ତି, ତାହା ବୁଝିହେଉନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏନେଇ ବ୍ୟୋମକେଶଙ୍କ ସହ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନ ଥିଲା।


All Right Reserved By Dharitri.Com

Posted inUncategorized View All

ହାଡ଼ ମଜଭୁତ କରେ କଞ୍ଚା ପନିର

ପନିର ଖାଇଲେ ଶରୀରରେ ଚର୍ବି ଅଂଶ ବୃଦ୍ଧି ପାଇଥାଏ ବୋଲି ଅଧିକାଂଶ ଲୋକଙ୍କ ମନରେ ଧାରଣା ଅଛି। ହେଲେ କଞ୍ଚା ପନିର ଶରୀର ପାଇଁ ଖୁବ୍‌...

ସମ୍ପାଦକୀୟ/ସ୍ଥିରତା ଲୋଡ଼ା

ନିକଟରେ ଦେଶର ୨୦୦ରୁ ଊର୍ଦ୍ଧ୍ୱ ଜିଲାରେ ବ୍ୟାଙ୍କ ପକ୍ଷରୁ ଋଣମେଳା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୧୪ ଅକ୍ଟୋବରରେ ତଥ୍ୟ ଦେଇଛନ୍ତି ଯେ,...

ମଦ ବିକ୍ରି ବନ୍ଦ କରିବାକୁ ମହିଳାଙ୍କ ଦାବି

ଜି.ଉଦୟଗିରି,୧୬ା୯(ଡି.ଏନ.ଏ.)-ଜି.ଉଦୟଗିରି ଥାନା ଅଞ୍ଚଳର କଳିଙ୍ଗା ଠାରେ ଅବାଧ ମଦ କାରବାର ଚାଲିଛି। ଏସବୁ ମଦ ବିକ୍ରିକୁ ଦଳମତ ନିର୍ବିଶେଷରେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ କଳିଙ୍ଗା...

ବିକ୍ଷୋଭକାରୀଙ୍କୁ ପୋଲିସ ଘଉଡ଼ାଇଲା

ନୂଆଦିଲ୍ଲୀ,୮ା୧୨(ପି.ଟି.): ଉନ୍ନାଓ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଶନିବାର ଦିଲ୍ଲୀରେ ଶତାଧିକ ବିକ୍ଷୋଭକାରୀ ମହମବତି ଧରି ପ୍ରତିବାଦ କରୁଥିବାବେଳେ ବାରିକେଡ୍‌ ଡେଇଁବାକୁ ଉଦ୍ୟମ କରିବାରୁ ପୋଲିସ ସେମାନଙ୍କୁ...

ଚାଉଳ ବଣ୍ଟନରେ ବିଳମ୍ବ: ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ

ବଡ଼ସାହି,୧୯ା୯(ସ୍ବ.ପ୍ର)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଦୁର୍ଗାପୁର ପଞ୍ଚାୟତ କାର୍ଯ୍ୟାଳୟରେ ଚାଉଳ ବଣ୍ଟନରେ ବିଳମ୍ବକୁ ନେଇ ଗୁରୁବାର ଉତ୍ତେଜନା ଦେଖା ଦେଇଥିଲା। ଅଧିକାରୀମାନେ ମନମୁଖି ଭାବେ...

କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଜଣେ ଗିରଫ, ଅଭିଭାବକ ମହଲରେ ଅସନ୍ତୋଷ

ଆନନ୍ଦପୁର,୧୩। ୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରରେ ନୂତନକରି ଆରମ୍ଭ ହୋଇଥିବା କେନ୍ଦ୍ରୀୟ ବିଦ୍ୟାଳୟକୁ ନେଇ ଅସନ୍ତୋଷ ଲାଗିରହିଛି। ଛାତ୍ରୀଛାତ୍ରଙ୍କ ଆବେଦନ ଫର୍ମ ଚୟନ ଏବଂ ସିଲେକ୍ସନ୍‌କୁ...

ପାଟଣାରେ ମୁସଲିମ ଭଉଣୀଭାଇଙ୍କ ଇଦ୍‌ ପର୍ବ ପାଳିତ

ପାଟଣା,୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟଠାରେ ବୁଧବାର ସଂଖ୍ୟାଲଘୁ ମୁସଲିମ ଭଉଣୀଭାଇଙ୍କୁ ନେଇ ଇଦ୍‌ ପର୍ବ ପାଳିତ ହୋଇଯାଇଛି। ଏକ ମାସ ଧରି ଚାଲିଥିବା ଏହି...

ଟ୍ରକ୍‌ ଧକ୍କାରେ ପରିବାରର ୩ ଜଣଙ୍କ ଜୀବନ ଗଲା : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ବେଲପାହାଡ଼,୨୯।୫(ଡ଼ି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅଧୀନ ଗୌଡପଡା ନିକଟସ୍ଥ ଜାତୀୟ ରାଜପଥ ୪୯ରେ ବୁଧବାର ପୂର୍ବାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏଥରେ ଗୋଟିଏ ପରିବାରର...

Leave a comment

Your email address will not be published. Required fields are marked *