Posted inଜାତୀୟ

‘ଜୟ ଶ୍ରୀରାମ’ ନ କହିବାରୁ ମଦ୍ରାସା ଶିକ୍ଷକଙ୍କୁ ଚଳନ୍ତା ଟ୍ରେନ୍‌ରୁ ଫିଙ୍ଗିଦେଲେ

କୋଲକାତା,୨୬ା୬ (ଆଇଏଏନ୍‌ଏସ୍‌): ପଶ୍ଚିମବଙ୍ଗର ଜଣେ ମଦ୍ରାସା ଶିକ୍ଷକ ‘ଜୟ ଶ୍ରୀରାମ’ ନ କହିବାରୁ ତାଙ୍କୁ ମାଡ଼ ମରାଯିବା ସହ ଚଳନ୍ତା ଟ୍ରେନ୍‌ରୁ ଫିଙ୍ଗି ଦିଆଯାଇଛି।
୨୨ ବର୍ଷୀୟ ତବ୍‌ରେଜ୍‌ ଅନ୍‌ସାରୀଙ୍କୁ ‘ଜୟ ଶ୍ରୀରାମ’ ଓ ‘ଜୟ ହନୁମାନ’ କହିବାକୁ ବାଧ୍ୟକରି ୧୮ ଘଣ୍ଟା ଧରି ପିଟିପିଟି ମାରିଦେବା ପରେ ପଶ୍ଚିମବଙ୍ଗରେ ପୁଣିଥରେ ଜଣେ ସଂଖ୍ୟାଲଘୁଙ୍କ ଉପରେ ଅନୁରୂପ ଭାବେ ଆକ୍ରମଣ ହୋଇଛି। ୨୪ ପ୍ରଗଣା ଜିଲାର ୨୬ ବର୍ଷୀୟ ଶିକ୍ଷକ ହାଫିଜ୍‌ ମହମ୍ମଦ ଶାହରୁଖ୍‌ ହାଲ୍‌ଦାରଙ୍କ ଅଭିଯୋଗ ହେଲା, ସେ ଗତ ଗୁରୁବାର ଟ୍ରେନ୍‌ରେ କ୍ୟାନିଂରୁ ହୁଗୁଳି ଯାଉଥିବାବେଳେ ତାଙ୍କ ନିକଟକୁ କେତେଜଣ ଯୁବକ ଆସିଥିଲେ। ସେମାନେ ତାଙ୍କୁ ଜୟ ଶ୍ରୀରାମ କହିବାକୁ ବାଧ୍ୟ କରିଥିଲେ। ହାଲ୍‌ଦାର ମନା କରିବାରୁ ସେମାନେ ତାଙ୍କୁ ମାଡ଼ ମାରିବା ସହ ପାର୍କ ସର୍କସ୍‌ ଷ୍ଟେଶନରେ ଚଳନ୍ତା ଟ୍ରେନ୍‌ରୁ ଫିଙ୍ଗି ଦେଇଥିଲେ। ଏଥିରେ ହାଲଦାର ଆହତ ହୋଇଛନ୍ତି। ସେ ବାଲିଗଞ୍ଜ ଜିଆର୍‌ପିଏସ୍‌ରେ ସୋମବାର କେତେଜଣ ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ଏତଲା ଦେଇଛନ୍ତି।


All Right Reserved By Dharitri.Com

ଦିଲ୍ଲୀ ଅଗ୍ନିକାଣ୍ଡ: ମୃତକଙ୍କ ପରିବାର ପାଇଁ କେଜରିଓ୍ବାଲ ଏବଂ ଭାଜପା ପକ୍ଷରୁ ଅନୁକମ୍ପା ମୂଳକ ସହାୟତା ଘୋଷଣା

ନୂଆଦିଲ୍ଲୀ,୮।୧୨: ଦିଲ୍ଲୀର ଏକ ସ୍କୁଲ ବ୍ୟାଗ୍‌ କାରଖାନାରେ ରବିବାର ଅଗ୍ନିକାଣ୍ଡ ଘଟି ୪୩ ଲୋକଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଘଟଣାସ୍ଥଳରେ ପହଞ୍ଚି...

ଆସାମରେ ଏନ୍‌ଆର୍‌ସି ସମୟସୀମା ବୃଦ୍ଧି ପାଇଁ ଆବେଦନ କଲେ କେନ୍ଦ୍ର ଓ ରାଜ୍ୟ ସରକାର

ନୂଆଦିଲ୍ଲୀ,୧୬।୭: ଆସାମରେ ଜାତୀୟ ନାଗରିକ ପଞ୍ଜିକରଣ(ଏନ୍‌ଆର୍‌ସି) ସମୟ ସୀମା ବୃଦ୍ଧି ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନ ଦାଖଲ ହୋଇଛି। ଏହି ଆବେଦନ...

‘ମୋଦିଙ୍କ ସହ ଆଖି ମିଶାଇବାର ସାହସ ମମତାଙ୍କର ନାହିଁ’

ନୂଆଦିଲ୍ଲୀ, ୩୦।୫: ନରେନ୍ଦ୍ର ମୋଦି ଗୁରୁବାର ପୁଣି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ମୋଦିଙ୍କ ଶପଥଗ୍ରହଣ ସମାରୋହରେ ଦେଶ ବିଦେଶର ଅନେକ ନେତା, ଶିଳ୍ପପତି...

ବିନା ହ୍ୟାଣ୍ଡେଲ୍‌ ସାଇକେଲରେ ଦିଲ୍ଲୀ ପହଞ୍ଚିଲେ ହନୁମାନ ଭକ୍ତ: କେଜରିଓ୍ବାଲଙ୍କୁ ଦେବେ ଆଶୀର୍ବାଦ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ବିପୁଳ ବିଜୟ ହୋଇଛି। ଏଏପି ମୁଖ୍ୟ ଅରବିନ୍ଦ କେଜରିଓ୍ବାଲଙ୍କୁ ଆଶୀର୍ବାଦ ଦେବା ପାଇଁ ଜଣେ ହନୁମାନ...

ଦିଲ୍ଲୀ ଚିଡିଆଖାନାରେ ଫିଲ୍ମ ଦୃଶ୍ୟ: ସିଂହ ସାମ୍ନାକୁ ଡେଇଁଲେ ଯୁବକ

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଚିଡିଆଖାନା ବୁଲି ଯାଇଥିବା ଜଣେ ଯୁବକଙ୍କ ଅଜବ ବ୍ୟବହାର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଯୁବକ ଜଣକ ସେଠାରେ...

କରମବୀର ସିଂହ ହେଲେ ନୌସେନା ମୁଖ୍ୟ: କହିଲେ, ଭାରତୀୟ ସେନା ହେବ ଆହୁରି ଶକ୍ତିଶାଳୀ

ନୂଆଦିଲ୍ଲୀ, ୩୧।୫: ଆଡମିରାଲ କରମବୀର ସିଂହ ଭାରତୀୟ ନୌସେନାର ୨୪ତମ ମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି। ଆଡମିରାଲ ସୁନୀଲ ଲାମ୍ବାଙ୍କ ସ୍ଥାନ ନେଇଛନ୍ତି କରମବୀର। ମେ...

କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଡାକ୍ତର, ନର୍ସଙ୍କୁ ମିଳିବ ଅଧିକ ଗୋଟିଏ ମାସର ଦରମା

ଚେନ୍ନାଇ,୨୪।୩: କରୋନା ଭାଇରସ ଏବେ ବିଶ୍ୱର ଚିନ୍ତାକୁ ବଢାଇ ଦେଇଥିବା ବେଳେ ଭାରତରେ ମଧ୍ୟ ଏହା ଲୋକଙ୍କୁ ଭୟଭୀତ କରାଇଛି। ଦିନକୁ ଦିନ ଦେଶରେ କରୋନା...

୧୪୫ ଦେଶରେ କରୋନା ମହାମାରୀ: ମୃତ୍ୟୁ ସଂଖ୍ୟା ୫୪୩୬, ଲକ୍ଷେ ୪୫ ହଜାରରୁ ଅଧିକ ସଂକ୍ରମିତ

ଜେନେଭା,୧୪।୩: କରୋନା ମହାମାରୀ ପୃଥିବୀର ଗୋଟିଏ ପରେ ଗୋଟିଏ ଦେଶରେ ପହଞ୍ଚିବାରେ ଲାଗିଛି ଇତିମଧ୍ୟରେ ଏହା ୧୪୫ଟି ଦେଶରେ ପହଞ୍ଚିଛି। ଶନିବାର ସକାଳ ସୁଦ୍ଧା କରୋନା...

Leave a comment

Your email address will not be published. Required fields are marked *