Posted inଜାତୀୟ

ସ୍ବାମୀ ସତ୍ୟମିତ୍ରାନନ୍ଦ ଗିରିଙ୍କ ପରଲୋକ

ଡେରାଡୁନ,୨୬।୬(ପି.ଟି.): ଭାରତମାତା ଜନହିତ ଟ୍ରଷ୍ଟ୍‌ର ମୁଖ୍ୟ ତଥା ବିଶିଷ୍ଟ ସନ୍ଥ ସ୍ବାମୀ ସତ୍ୟମିତ୍ରାନନ୍ଦ ଗିରି ମହାରାଜ ମଙ୍ଗଳବାର ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘଦିନ ହେଲା ଶଯ୍ୟାଶାୟୀ ଥିଲେ। ତାଙ୍କୁ ୮୭ ବର୍ଷ ହୋଇଥିଲା। କିଛିଦିନ ହେଲା ସେ ସ୍ଥାନୀୟ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ ବୋଲି ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ବାମୀ ଅବଧେଶାନନ୍ଦ ଗିରି ମହାରାଜ ପ୍ରକାଶ କରିଛନ୍ତି। ବୁଧବାର ହରିଦ୍ୱାରସ୍ଥିତ ରାଘବ କୁଟିରରେ ତାଙ୍କୁ ସମାଧି ଦିଆଯିବ। ତାଙ୍କ ବିୟୋଗ ଆଧ୍ୟାତ୍ମିକ ଜଗତ ପାଇଁ ଏକ ବଡ କ୍ଷତି ବୋଲି ବହୁ ରାଜନୈତିକ ଓ ଧର୍ମୀୟ ନେତାମାନେ ପ୍ରକାଶ କରିଛନ୍ତି। ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିୟୋଗରେ ଶୋକବ୍ୟକ୍ତ କରିିଛନ୍ତି।


All Right Reserved By Dharitri.Com

ମହାରାଷ୍ଟ୍ରରେ ମୃଦୁ ଭୂକମ୍ପ

ମୁମ୍ବାଇ,୨୩।୧୨: ମହାରାଷ୍ଟ୍ର ସତାରା ଜିଲାର କୋୟନା ଅଞ୍ଚଳରେ ସୋମବାର ସକାଳେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୬ ରହିଥିଲା। ଏଥିରେ...

୧୨ ଘରୋଇ ଲାବ୍‌ ଚେନ୍‌ରେ ହେବ କରୋନା ପରୀକ୍ଷା

ନୂଆଦିଲ୍ଲୀ,୨୪ା୩(ଆଇଏଏନ୍‌ଏସ୍‌): କରୋନା ପରୀକ୍ଷା ଲାଗି ସରକାର ୧୨ଟି ଘରୋଇ ଲାବ୍‌ ଚେନ୍‌କୁ ଦାୟିତ୍ୱ ଦେଇଛନ୍ତି। ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ନିର୍ଦ୍ଦେଶକ ଡ. ବଳରାମ...

ଏହି କୁଣ୍ଡରେ ଗାଧୋଇଲେ ଦୃଷ୍ଟିଶକ୍ତି ଫେରିଆସେ…

ରାଜସ୍ଥାନରେ ପ୍ରଭୁ ରାମଦେବ ବାବାଙ୍କ ମନ୍ଦିର ରହିଛି । ଯୋଧପୁରର ମସୁରିୟା ଅଞ୍ଚଳରେ ଥିବା ଏହି ମନ୍ଦିର ପରିସରରେ ରହିଛି ଏକ ଦିବ୍ୟ କୁଣ୍ଡ। ଏହାକୁ...

୧୫ ମିନିଟ୍‌ ମଧ୍ୟରେ ଚା’ ପିଉଥିବାବେଳେ କ୍ଷମତାକୁ ଆସିଗଲା କେଜରିଓ୍ବାଲଙ୍କ ସରକାର

ନୂଆଦିଲ୍ଲୀ,୧୧।୨: ମାତ୍ର ୧୫ ମିନିଟ୍‌ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର କ୍ଷମତା ଦଖଲ କରିଥିବା ଖବର ପ୍ରକାଶିତ ହୋଇଛି। ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ...

ରାମଦେବ ପୁଣି ହେଲେ ବିବାଦୀୟ: ତୃତୀୟ ସନ୍ତାନଙ୍କୁ ନ ମିଳୁ ଭୋଟ ଦେବା ଅଧିକାର

ହରିଦ୍ୱାର,୨୬।୫: ବିଭିନ୍ନ ସମୟରେ ମନ୍ତବ୍ୟ ଦେଇ ଚର୍ଚ୍ଚା ପରିସରକୁ ଆସୁଥିବା ବାବା ରାମଦେବ ପୁଣି ଥରେ ବିବାଦୀୟ ହୋଇପଡ଼ିଛନ୍ତି । ହରିଦ୍ୱାରରେ ଏକ ସଭାରେ ଯୋଗଦେଇ...

୨୧ କେନ୍ଦ୍ରୀୟ ବିଦ୍ୟାଳୟ ଗୃହ ଅସୁରକ୍ଷିତ

ନୂଆଦିଲ୍ଲୀ,୨୪ା୭(ପି.ଟି.): ଦେଶରେ ଚାଲିଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରୁ ୨୧ଟିର ଶ୍ରେଣୀଗୃହ ଅସୁରକ୍ଷିତ ରହିଛି। ଏଗୁଡ଼ିକ ସମ୍ପୂର୍ଣ୍ଣ କିମ୍ବା ଆଂଶିକଭାବେ ଅସୁରକ୍ଷିତ ଥିବାରୁ ଏଠାରେ ପାଠ ପଢ଼ାଯାଇ...

କେଜ୍‌ରିଓ୍ବାଲଙ୍କ କ୍ଲିନ୍‌ ସୁଇପ୍‌

ନୂଆଦିଲ୍ଲୀ,୧୨ା୨(ପି.ଟି.): ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନେତୃତ୍ୱାଧୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଜବରଦସ୍ତ ବିଜୟ ସହ ପୁଣିଥରେ ସରକାର ଗଢ଼ିବାକୁ ଯାଉଛି। ୭୦...

ହୋଟେଲରେ ହାଇଡ୍ରାମା: ୧୪୪ ଧାରା

ବେଙ୍ଗାଲୁରୁ/ମୁମ୍ବାଇ,୧୧ା୭(ପି.ଟି.): କର୍ନାଟକର ବିଦ୍ରୋହୀ ବିଧାୟକମାନେ ରହିଥିବା ମୁମ୍ବାଇର ଏକ ବିଳାସପୂର୍ଣ୍ଣ ହୋଟେଲ ବାହାରେ ବୁଧବାର ହାଇଡ୍ରାମା ଦେଖିବାକୁ ମିଳିଛି। ମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ବିଧାୟକଙ୍କ ସହ...

Leave a comment

Your email address will not be published. Required fields are marked *