ରୁଷିଆ ସହ ପ୍ରତିରକ୍ଷା ସମ୍ପର୍କକୁ ଏଡ଼ାଇପାରିନି ଭାରତ

ନୂଆଦିଲ୍ଲୀ,୨୬ା୬(ପି.ଟି.): ରୁଷିଆ ସହିତ ପ୍ରତିରକ୍ଷା ସମ୍ପର୍କକୁ ନୂଆଦିଲ୍ଲୀ ଏଡ଼ାଇ ଦେଇପାରିବ ନାହିଁ ବୋଲି ଭାରତ ଗସ୍ତରେ ଆସିଥିବା ଆମେରିକା ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ମଙ୍ଗଳବାର କହିଛନ୍ତି। ସାଧାରଣ ନିର୍ବାଚନ ପରେ ଏହା ହେଉଛି ଭାରତକୁ କୌଣସି ଦେଶର ନେତାଙ୍କ ପ୍ରଥମ ଉଚ୍ଚସ୍ତରୀୟ ଗସ୍ତ। ପମ୍ପିଓ ବୁଧବାର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ରୁଷିଆରୁ ଭାରତ ଏସ୍‌-୪୦୦ କ୍ଷେପଣାସ୍ତ୍ର କିଣିବା, ଆତଙ୍କବାଦ, ଏଚ୍‌୧ବି ଭିନା, ବାଣିଜ୍ୟ ଏବଂ ଆମେରିକାର କଟକଣା ପରେ ଇରାନଠାରୁ ତୈଳ କିଣିବାରେ ହେଉଥିବା ଅସୁବିଧା ଆଦି ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇବ। ଜାପାନର ଓସାକାରେ ଆସନ୍ତା ୨୮-୨୯ରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ସାକ୍ଷାତ୍‌ ପୂର୍ବରୁ ପମ୍ପିଓଙ୍କ ଏହି ଗସ୍ତକୁ ଗୁରୁତ୍ୱ ଦିଆଯାଉଛି। ପମ୍ପିଓ ବୁଧବାର ମୋଦି ଓ ଜୟଶଙ୍କରଙ୍କ ସହ ମଧ୍ୟାହ୍ନ ଭୋଜନ କରିବେ।


All Right Reserved By Dharitri.Com

ସୌରମଣ୍ଡଳ ବାହାର ଉପଗ୍ରହରେ ଜଳ

ଲଣ୍ଡନ,୮ା୬(ପି.ଟି.): ଆମ ସୌରମଣ୍ଡଳ ବାହାରେ ଗ୍ରହ ଚାରିପାଖେ ଘୂରିବୁଲୁଥିବା ଉପଗ୍ରହ(ଚନ୍ଦ୍ର)ରେ ଜଳ ତରଳ ଅବସ୍ଥାରେ ଥାଇପାରେ। ଏଥିପାଇଁ ପୃଥିବୀ ବାହାରେ ଜୀବନ ତିଷ୍ଠିବା ସମ୍ଭବପର ବୋଲି...

ଦକ୍ଷିଣ ଡାକୋଟାରେ ବିମାନ ଦୁର୍ଘଟଣା:୯ ମୃତ

ଓ୍ବାଶିଂଟନ,୧।୧୨: ଆମେରିକାର ଦକ୍ଷିଣ ଡାକୋଟାରେ ଶନିବାର ହୋଇଥିବା ଏକ ବିମାନ ଦୁର୍ଘଟଣାରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୨ ଶିଶୁ ଥିବାବଳେ...

୨୦୧୯ରେ ୫୬ ଖବରଦାତାଙ୍କୁ ହତ୍ୟା

ଜାତିସଂଘ,୨୨।୧(ଆଇଏଏନ୍‌ଏସ୍‌): ୨୦୧୯ରେ ବିଶ୍ୱର ୫୬ ଖବରଦାତାଙ୍କୁ ହତ୍ୟା କରାଯାଇଛି। ଅଧିକାଂଶ ବିବାଦୀୟ ଅଞ୍ଚଳ ବାହାରେ ପ୍ରାଣ ହରାଇଥିବା ଜାତିସଂଘ ରିପୋର୍ଟରେ ଦର୍ଶାଯାଇଛି। ୨୦୧୮ ତୁଳନାରେ ଏହା...

ହଂକଂରେ ସରକାର ବିରୋଧୀ ବିଶାଳ ରାଲି

ହଂକଂ,୧୯ା୮: ହଂକଂରେ ୧୧ ସପ୍ତାହ ହେଲା ସରକାର ବିରୋଧୀ ଆନ୍ଦୋଳନ ଜାରି ରହିଛି। ରବିବାର ପ୍ରବଳ ବର୍ଷା ସତ୍ତ୍ୱେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀ ଛତାଧରି...

କଶ୍ମୀର ନୁହେଁ ଚାଇନାରେ ବାସ କରୁଥିବା ମୁସଲମାନ୍‌ଙ୍କ ଚିନ୍ତା କରୁ ପାକିସ୍ତାନ: ଆମେରିକା

ଜେନେଭା, ୨୮।୯: ଆମେରିକା ପକ୍ଷରୁ ଜାତିସଂଘରେ ଆମେରିକା ପକ୍ଷରୁ କଡ଼ାଜବାବ ମିଳିଛି। ଆମେରିକା କହିଛି ଯେ, ପାକିସ୍ତାନ କଶ୍ମୀରରେ ବାସ କରୁଥିବା ମୁସଲମାନ୍‌ଙ୍କ ଚିନ୍ତା ନ...

କୋଇଲା ଖଣିରେ ବିସ୍ଫୋରଣ: ୧୫ ମୃତ

ବେଜିଂ,୧୯।୧୧: ଚାଇନାର ଏକ କୋଇଲା ଖଣିରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣରେ ୯ରୁ ଅଧିକ ଲୋକ ଆହତ ହୋଇଥିବା...

ସିଏଏ ଅନାବଶ୍ୟକ, କିନ୍ତୁ …

ଦୁବାଇ,୨୦ା୧(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା କହିଛନ୍ତି।...

୯୦ ପାକିସ୍ତାନୀ କନିଆଙ୍କ ଭିଜାରେ ରୋକ ଲଗାଇଲା ଚାଇନା

ବେଜିଂ,୧୬ା୫: ଚାଇନା ୯୦ ପାକିସ୍ତାନୀ କନିଆଙ୍କ ଭିଜାରେ ରୋକ ଲଗାଇଛି। ପାକିସ୍ତାନୀରୁ କନିଆ ଚାଇନା ଆଣି ସେଠାରେ ସେମାନଙ୍କୁ ଦେହବେପାରରେ ଲଗାଯାଉଥିବା ଅଭିଯୋଗ ହେବା ପରେ...

Leave a comment

Your email address will not be published. Required fields are marked *