ପକ୍କାଘର ଦେବାକୁ କହି ନେଇଗଲେ ସୁନାଚେନ୍‌, ଟଙ୍କା

ନୟାଗଡ଼ ଅଫିସ,୨୬ା୬- ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଅଜବ ଢଙ୍ଗର ଠକେଇ ଘଟଣା ଦେଖିବାକୁ ମିଳିଥିଲା। ଜଣେ ଯୁବକ ପକ୍କା ଘର କରାଇଦେବାକୁ କହି ମହିଳାଙ୍କଠାରୁ ସୁନାଚେନ୍‌ ଓ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ପରେ ମହିଳା ଜଣକ ନିରୂପାୟ ହୋଇ ଜିଲାପାଳ ଓ ପୋଲିସରେ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ରଣପୁର ବ୍ଲକ ବାରଙ୍ଗଗାଡ଼ିଆ ଗ୍ରାମର ମମତା ଛୁଆଳସିଂଙ୍କ ସ୍ବାମୀ ସୁରଟରେ ରହି କାର୍ଯ୍ୟ କରୁଥିବାବେଳେ ସେ ପିଲାମାନଙ୍କୁ ଧରି ଗ୍ରାମରେ ରୁହନ୍ତି। ମଙ୍ଗଳବାର ସକାଳ ୮ଟାରେ ଜଣେ ଯୁବକ ନିଜକୁ ଏକତାଳ ଗ୍ରାମର କହି ମମତାଙ୍କ ପାଖରେ ପହଞ୍ଚତ୍ଥିଲେ। ତୁମର ବିଜୁ ପକ୍କା ଘର ଯୋଜନାରେ କୋଠାଘର ଆସିଛି, ଘର ପାଇଁ ତୁମକୁ ୨ ଲକ୍ଷ ୩୦ ହଜାର ଟଙ୍କା ମିଳିବ, ସେଥିପାଇଁ ଜିଲପାଳଙ୍କ କାର୍ଯ୍ୟାଳୟରେ କିଛି ଲାଞ୍ଚ ଦେବାକୁ ପଡ଼ିବ ବୋଲି ଯୁବକ କହିଥିଲେ। ମମତା କେତେ ଟଙ୍କା ପଚାରିବାରୁ ସେ ୨୦ରୁ ୩୦ ହଜାର ଟଙ୍କା ବୋଲି କହିଥିଲେ। ତାଙ୍କ ପାଖରେ ଏତେ ଟଙ୍କା ନାହିଁ ବୋଲି ମମତା କହିବାରୁ ଯୁବକ ଜଣକ ତୁମ ପାଖରେ ଯାହା ଟଙ୍କା ଅଛି ଆଣ ଆଉ କିଛି ସୁନା ଜିନିଷ ଧରି ଆସିଲେ ବିକ୍ରି କରି ଟଙ୍କା ଦେବା ବୋଲି କହିଥିଲେ। ପରେ ମମତା ଓ ତାଙ୍କ ଝିଅ ଚୁଲବୁଲି ଯୁବକଙ୍କ ବାଇକ୍‌ରେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଜିଲାପାଳଙ୍କ ଅଫିସ ପରିସରରେ ପଡ଼ିଥିବା ବେଞ୍ଚରେ ବସି ଯୁବକ ଜଣକ ଚୁଲବୁଲିଙ୍କୁ ରାଶନ କାର୍ଡ଼ ଓ ଭୋଟର କାର୍ଡ଼ର ଜେରକ୍ସ କରି ଆଣିବା ପାଇଁ କହିଥିଲେ। ଚୁଲବୁଲି ଏହାକୁ ଜେରକ୍ସ କରିବା ପାଇଁ ବଜାରକୁ ଯାଇଥିଲେ। ଏହି ସମୟରେ ଯୁବକ ଜଣକ ଭିତରେ ଟଙ୍କା ଓ ସୁନାଚେନ୍‌ ଦେବାକୁ କହି ମମତାଙ୍କଠାରୁ ୩୨୦୦ ଟଙ୍କା ଓ ପାଖାପାଖି ୧.୫ ଭରିର ସୁନାଚେନ୍‌ ନେଇ ଯାଇଥିଲେ। ପରେ ସେ ବାହାରକୁ ଆସି ବାଇକ୍‌ରେ ଯାଉଥିବା ସମୟରେ ଚୁଲବୁଲି କୁଆଡ଼େ ଯାଉଛ ବୋଲି ପଚାରିଥିଲେ। ଯୁବକ ଜଣକ ଷ୍ଟାମ୍ପପେପର ପାଇଁ ପାଖ ଦୋକାନକୁ ଯାଉଥିବା କହିଥିଲେ। ଚୁଲବୁଲି ଆସି ମା’ଙ୍କୁ ପଚାରିବାରୁ ସେ ଯୁବକଙ୍କୁ ଟଙ୍କା ଓ ସୁନାଚେନ୍‌ ଦେଇଥିବା କହିଥିଲେ। ପରେ ଦୀର୍ଘ ସମୟ ଅପେକ୍ଷା କରିଥିଲେ ମଧ୍ୟ ଯୁବକଙ୍କ ଦେଖା ମିଳି ନ ଥିଲା। ଟଙ୍କା, ସୁନା ହରାଇଥିବା ମହିଳାଙ୍କଠାରେ କାନ୍ଦିବା ଛଡା ଅନ୍ୟ ଉପାୟ ନ ଥିଲା। ଏହାଦେଖି ଜଣେ ବ୍ୟକ୍ତି ତାଙ୍କୁ ଆଶ୍ୱାସନା ଦେଇଥିଲେ। ପରେ ଏ ନେଇ ମମତା ଲିଖିତ ଭାବେ ଜିଲାପାଳ ଓ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ଥାନା ଅଧିକାରୀ ଜୟଦୀପ ପଟ୍ଟନାୟକ ପ୍ରକାଶ କରିଛନ୍ତି। ସେହିଭଳି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ଯୁବକଙ୍କୁ ଗିରଫ କରାଯିବ ବୋଲି ସେ ସୂଚନା ଦେଇଥିଲେ।


All Right Reserved By

ଫନୀ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଦାବି

ଖଣ୍ଡପଡ଼ା,୧୭ା୫(ସ୍ବ.ପ୍ର.)-ଫନୀ ବାତ୍ୟା ପ୍ରଭାବରେ ଖଣ୍ଡପଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପନିପରିବା, ଫଳ ଓ ରବି ଫସଲ କ୍ଷତିଗ୍ରସ୍ତ ହେବାରୁ ଚାଷୀ...

ରଥ ପଥ ଭକ୍ତ ସମସ୍ତେ ପ୍ରସ୍ତୁତ: ନୟାଗଡ଼ରେ ୩ଟା ୩୦ରେ ହେବ ରଥଟଣା

ନୟାଗଡ଼ ଅଫିସ,୩।୭: ଗୁରୁବାର ଘୋଷଯାତ୍ରା। ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ଼ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ ନୟାଗଡ଼ ସହର ଓଲ୍ଡଟାଉନ୍‌ଠାରେ ଥିବା ଜଗନ୍ନାଥ ମନ୍ଦିର ଚଳଚଞ୍ଚଳ...

ବାଇକ୍‌କୁ ଧକ୍କା ଦେଲା ଅଟୋ: ଜଣେ ମୃତ, ଜଣେ ଆହତ

ଯାଜପୁର ରୋଡ, ୨୭।୫(ନି.ପ୍ର.): ଯାଜପୁର ଜିଲା ଯାଜପୁର ରୋଡ ଥାନା ଅନ୍ତର୍ଗତ ପାଇକେରାପୁର ଛକ ନିକଟରେ ସୋମବାର ଅଟୋ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ...

୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଲାଇନ୍‌ ମ୍ୟାନ୍‌ ମୃତ

ଆଳି,୨୩।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଲାଇନ୍‌ ମ୍ୟାନ୍‌ଙ୍କ ମୃତ୍ୟୁ ଘଟିଛି। ସେ...

ବିପର୍ଯ୍ୟସ୍ତ ଅବସ୍ଥାରେ ବାତ୍ୟା ଆଶ୍ରୟସ୍ଥଳୀ

ନାଉଗାଁ,୧ା୫(ସ୍ବ.ପ୍ର.): ଉପକୂଳବର୍ତୀ ଜିଲାଗୁଡିକରେ ଆଜି ମଧ୍ୟ ଲୋକେ ବାତ୍ୟା ନାଁ ଶୁଣିଲେ ଭୟଭୀତ ହୋଇପଡ଼ନ୍ତି। ୧୯୯୯ ମହାବାତ୍ୟା ପରେ ଅନ୍ୟ କୌଣସି ବାତ୍ୟାରେ ଯଦିଓ ସେଭଳି...

ଯୁକକଙ୍କ ସନ୍ଦେହଜନକ ମୃତ୍ୟୁ: ଥାନାରେ ମାଡ଼ ମରାଯାଇଥିବା ଚର୍ଚ୍ଚା, ଦୋଷ ଝାଡ଼ୁଛି ପୋଲିସ

ନାଉଗାଁ, ୩।୭(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଯୁବକଙ୍କ ବୁଧବାର ସକାଳେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସେ...

ପରକୀୟା ପ୍ରୀତି ସନ୍ଦେହ : ସ୍ତ୍ରୀକୁ ମାରିଦେବାକୁ ଉଦ୍ୟମ, ସ୍ବାମୀ କୋର୍ଟ ଚାଲାଣ

ରସୁଲପୁର,୭ା୬ (ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ବଡକଇଁଚି ପଞ୍ଚାୟତ ପାଞ୍ଚଗୋଛିଆ ଗ୍ରାମରେ ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ସ୍ବାମୀଙ୍କୁ ଗୁରୁବାର...

ବଜ୍ରକୋଟ ଇନ୍ଦିରାଆବାସ ଚଞ୍ଚକତା ଘଟଣା : ଗରିବଙ୍କୁ ପକ୍କାଘର ଯୋଜନାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ

ରଣପୁର,୨୨ା୭(ସ୍ବ.ପ୍ର.) : ନୟାଗଡ଼ ଜିଲା ରଣପୁର ବ୍ଲକ ବଜ୍ରକୋଟ ପଞ୍ଚାୟତସ୍ଥ ଭେରୁପଡ଼ା ଗ୍ରାମରେ ଇନ୍ଦିରାଆବାସ ଯୋଜନାରେ ଚଞ୍ଚକତା ଘଟଣାର ଗୁମର ଧୀରେ ଧୀରେ ଖୋଲୁଛି। ଏଥିରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *