ମିଳିଲାନି ମ୍ୟାଚୁରିଟି ଟଙ୍କା: ଅର୍ଥାଭାବରୁ ଦିବ୍ୟାଙ୍ଗ ଝିଅଙ୍କ ବିବାହ ବନ୍ଦ, ସାହାରା ଇଣ୍ଡିଆ କାର୍ଯ୍ୟାଳୟରେ ତାଲା ପକାଇଲେ ଜମାକାରୀ

ନିରାକାରପୁର,୨୬ା୬(ଡି.ଏନ୍‌.ଏ.)-ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥ ଶ୍ରୀରାମ ବଜାର ସ୍ଥିତ ସାହାରା ଇଣ୍ଡିଆ କାର୍ଯ୍ୟାଳୟ ଫାଟକରେ ମଙ୍ଗଳବାର ଜମାକାରୀମାନେ ତାଲା ପକାଇଦେଇଛନ୍ତି। ମ୍ୟାଚୁରିଟି (ପୂର୍ଣ୍ଣ ଅବଧି) ପରେ ଗ୍ରାହକମାନେ ଟଙ୍କା ଫେରି ନ ପାଇବାରୁ ଉତ୍ତ୍ୟକ୍ତ ହୋଇ ଏଭଳି କରିଥିଲେ। ଏହା ପୂର୍ବରୁ ନିଜର ଟଙ୍କା ଫେରି ପାଇବା ପାଇଁ କାର୍ଯ୍ୟାଳୟକୁ ଯାଇଥିବାବେଳେ ଜଣେ ମହିଳାଙ୍କୁ ଅସଦାଚରଣ ଓ ମାଡ଼ ମାରିବା ଏବଂ କେତେଜଣ ଜମାକାରୀଙ୍କ ପ୍ରତି ଦୁର୍ବ୍ୟବହାର କରିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ତେବେ କିଛି ପ୍ରଭାବଶାଳୀ ଏଜେଣ୍ଟଙ୍କ ଯୋଗୁ ପୋଲିସ ମଧ୍ୟ ଉକ୍ତ ଘଟଣାରେ ନୀରବଦ୍ରଷ୍ଟା ସାଜିଥିବା ଲୋକେ ଅଭିଯୋଗ କରିଛନ୍ତି। ବର୍ଷ ବର୍ଷ ଧରି ନିଜର କଷ୍ଟଅର୍ଜିତ ଟଙ୍କା ସାହାରା ଇଣ୍ଡିଆରେ ଜମା କରିଥିବାବେଳେ ଅବଧି ପୂର୍ଣ୍ଣ ପରେ ମଧ୍ୟ ସେମାନଙ୍କ ଜମାରାଶି ନ ମିଳିବାରୁ ସ୍ଥାନୀୟ ଅଞ୍ଚଳରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଥିଲା। ଟଙ୍କା ନ ମିଳିବା ଏବଂ ଏଜେଣ୍ଟମାନେ ଧରାଛୁଆଁ ଦେଇ ନ ଥିବାରୁ ମଧ୍ୟାହ୍ନ ୧୨ଟାରୁ ୧.୧୩ ପର୍ଯ୍ୟନ୍ତ ଆନ୍ଦୋଳନକାରୀମାନେ ବାଧ୍ୟ ହୋଇ ତାଲା ପକାଇଥିବା ସୂଚନା ମିଳିଛି। ତେବେ ଶାଖା ପରିଚାଳକ ଓ କେତେଜଣ ଏଜେଣ୍ଟ ଲୋକଙ୍କୁ ବୁଝାଶୁଝା କରିବା ପରେ ଆନ୍ଦୋଳନକାରୀ ତାଲା ଖୋଲିଥିଲେ। କମ୍ପାନୀର ଏଭଳି କାର୍ଯ୍ୟକଳାପ ଯୋଗୁ ମାଡ଼ଗାଳି ଆଶଙ୍କାରେ କେତେଜଣ ଏଜେଣ୍ଟ ଭୟଭୀତ ହୋଇ ପଡ଼ିଥିବା ଜଣାପଡ଼ିଛି।
ପୁରୀ ଜିଲା କଣାସ ବ୍ଲକ ଦେଇପୁର ପଞ୍ଚାୟତସ୍ଥ ଚନ୍ଦ୍ରମା ପାଟପୁର ଗ୍ରାମର ଜଣେ ଜମାକାରୀ କେଳି ସାହୁ(୭୦) କହନ୍ତି, ଦୀର୍ଘ ୬ ମାସ ଏବଂ ଏବେ ଟାଣ ଖରାରେ ଟଙ୍କା ପାଇବା ପାଇଁ ମୁଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲିଣି। ମୋ ପୁଅ ଜଣେ ମାନସିକ ଭିନ୍ନକ୍ଷମ। ମୋ ପୁଅ ତା ଝିଅର ବିବାହ ନିମନ୍ତେ ଟଙ୍କା ଜମା କରିଥିଲା। ମ୍ୟାଚୁରିଟି ଟଙ୍କା ନ ମିଳିବାରୁ ଠିକ୍‌ ହୋଇ ସାରିଥିଲେ ମଧ୍ୟ ମୋ ନାତୁଣୀର ବାହାଘର ହୋଇପାରିଲାନି। ସେ କହିଥିଲେ, ଟଙ୍କା ନ ନେଲେ ଏଠାରୁ ମୁଁ ଯିବିନାହିଁ।
ଖୋର୍ଦ୍ଧା ଅଞ୍ଚଳର ଲକ୍ଷ୍ମୀକାନ୍ତ ପ୍ରଧାନ କହନ୍ତି, ମୁଁ ଜଣେ ଅତି ଗରିବ ଲୋକ । ବହୁ କଷ୍ଟରେ ପେଟରୁ କାଟି ଭିନ୍ନକ୍ଷମ ଝିଅର ବିବାହ ନିମନ୍ତେ ଟଙ୍କା ରଖିଥିଲି। କିନ୍ତୁ ମ୍ୟାଚୁରିଟି ପରେ ମଧ୍ୟ ଜମାଟଙ୍କା ନ ମିଳିବାରୁ ତା’ର ବାହାଘର ଭାଙ୍ଗିଗଲା।
ସେହିପରି ଯାଜପୁର ଗ୍ରାମ(ଲେଣ୍ଡେ ପଞ୍ଚାୟତ)ର ନଳିନୀ ପ୍ରଧାନ କହିଥିଲେ ଯେ, ଆମ ଗ୍ରାମର କେତେଜଣ ବୋହୁ ୧୯ ହଜାର, ୨୧ ହଜାର ଆଦି ଜମାରାଶି ରଖିଥିଲେ। କିନ୍ତୁ ୬ ମାସ ପରେ ମଧ୍ୟ ମ୍ୟାଚୁରିଟି ନ ମିଳିବାରୁ ଆମେ ବାଧ୍ୟ ହୋଇ ତାଲା ପକାଇଥିଲୁ।
ତଇଲା(କଣାସ)ର ସୁକାନ୍ତ ତାଡ଼ କହିଥିଲେ, ନିଜର ଜମା ଟଙ୍କା ପାଇବା ପାଇଁ ସେ ମ୍ୟାନେଜରଙ୍କୁ ଦେଖା କରିଥିଲେ। ତେବେ ମ୍ୟାନେଜର ତାଙ୍କୁ କହିଥିଲେ ଯେ ଯେଉଁ ଏଜେଣ୍ଟଙ୍କୁ ଟଙ୍କା ଦେଇଛ ତାକୁ ଧର। ଆମେ କିଛି କରିପାରିବୁ ନାହିଁ।
ଏ ସମସ୍ତ ସମସ୍ୟା ନେଇ ନିରାକାରପୁର ଶାଖା, ସାହାରା ଇଣ୍ଡିଆର ପରିଚାଳକ ସଞ୍ଜୀବ କୁମାର ଦାସଙ୍କୁ ପଚାରିବାରୁ ସେ କହିଥିଲେ କି, କମ୍ପାନୀର ଆକାଉଣ୍ଟରେ ଗୋଟିଏ ପ୍ରତିବନ୍ଧକ ଲାଗିଛି। ସେଥିପାଇଁ ଟଙ୍କା ମିଳିବାରେ ଟିକିଏ ଅସୁବିଧା ହେଉଛି। ତେବେ ମ୍ୟାଚୁରିଟି ଟଙ୍କା ଡେରି ହେଲେ ଆମେ ତାର ସୁଧ ଦେଉଛୁ ବୋଲି ସେ ସୂଚନା ଦେଇଥିଲେ।


All Right Reserved By Dharitri.Com

ଅଙ୍ଗନଓ୍ବାଡି କର୍ମୀଙ୍କୁ ଚରିତ୍ରକୁ ଆକ୍ଷେପ କରି ମନ୍ତବ୍ୟ ଦେବା ପ୍ରତିବାଦ: ତାଳଚେର ସିଡିପିଓ ଅଫିସ ଘେରାଉ

ତାଳଚେର,୧୨।୬(ନି.ପ୍ର.): ତାଳଚେର ବ୍ଲକ ଅଙ୍ଗନଓ୍ବାଡି ସଂଘ ପକ୍ଷରୁ ବୁଧବାର ତାଳଚେର ସିଡିପିଓଙ୍କ ଅଫିସ ଘେରାଉ କରାଯାଇଛି। ସିଡିପିଓ ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ଚରିତ୍ରକୁ ଆକ୍ଷେପ କରି...

ଏସ୍‌ସିବି ଆସିବେ ଜଗା-କାଳିଆ

ଭୁବନେଶ୍ୱର, ୧୮।୮(ବ୍ୟୁରୋ): ଅପରେଶନ ମାଧ୍ୟମରେ ଅଲଗା ହୋଇଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା ଓ କାଳିଆ ଓଡ଼ିଶା ଆସିବା ପାଇଁ ସ୍ଥିର ହୋଇଛି। ଦିଲ୍ଲୀ ଏମ୍ସରୁ...

ରଥଚକ ତଳେ ପଡି ବାଳକଙ୍କ ମୃତ୍ୟୁ ଘଟଣା: ସରକାରଙ୍କଠାରୁ ୫, ଦେବୋତ୍ତର ବିଭାଗ ପକ୍ଷରୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରତିଶ୍ରୁତି ମିଳିବା ପରେ ହଟିଲା ରାସ୍ତାରୋକୋ

ଖୋର୍ଦ୍ଧା ଅଫିସ,୫।୭: ଖୋର୍ଦ୍ଧା ଜିଲା ବାଣପୁର ସହରାଞ୍ଚଳର ପଲଟନ ପଡିଆସ୍ଥିତ ବଡହନ୍ତୁଆଡର ଚରଣ ଚକାଦେବଙ୍କ ରଥ ଚକା ତଳେ ପଡି ଅକ୍ଷୟ ପାତ୍ରଙ୍କ ପୁଅ ସୁନୀଲ...

ଅଣସର ଘରେ ମହାପ୍ରଭୁ: କମିଲା ଶ୍ରୀମନ୍ଦିର ହୁଣ୍ଡି ଅର୍ଥ

ପୁରୀ ଅଫିସ,୨୦ା୬: ସ୍ନାନପୂର୍ଣ୍ଣିମାରେ ୧୦୮ ଗଡ଼ୁ ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ଘରେ ଚାଲିଛି ଦାରୁବିଗ୍ରହଙ୍କ ଗୁପ୍ତ ସେବା।...

ଏତେ ଭୟ କାହିଁକି

ଭୁବନେଶ୍ୱର, ୨୫।୬(ବ୍ୟୁରୋ): ରାଜ୍ୟ ସଭା ଉପନିର୍ବାଚନ ପୂର୍ବରୁ ଆଉ ଏକ ନୂଆ ଦୃଶ୍ୟ ସାମ୍ନାକୁ ଆସିଛି। ବିଜେଡି ଓ ଭାଜପା ମଧ୍ୟରେ ବୁଝାମଣା କେତେ ଗଭୀର...

ଅସହାୟ ୨ ଶିଶୁଙ୍କୁ ଉଦ୍ଧାର କଲା ପ୍ରଶାସନମୁକ୍ତ ଆଶ୍ରୟ ସ୍ଥଳରେ ଥଇଥାନ

ନୂଆପଡା ଅଫିସ,୩୧ା୭- ନୂଆପଡା ଜିଲା ସିନାପାଲି ବ୍ଲକ ନୂଆପଡା ଗ୍ରାମପଞ୍ଚାୟତ ସଦର ଗାଁର ମା’ବାପାଙ୍କ ମୃତ୍ୟୁ ପରେ ଅସହାୟ ଭାବେ ଜୀବନ କାଟୁଥିବା ୨ ଶିଶୁଙ୍କୁ...

ନିଯୁକ୍ତି ପ୍ରତିଶୃତି  ପ୍ରହସନ : ନିର୍ବାଚନ ପରେ ନେତା ନୀରବ

ପାରାଦୀପ,୨୪ା୬(ସ୍ବ.ପ୍ର.): ବର୍ତ୍ତମାନ ଦେଶରେ ବେକାରୀ ସମସ୍ୟା ଏକ ମୁଖ୍ୟ ପ୍ରସଙ୍ଗ ହୋଇ ଛିଡ଼ାହୋଇଛି। ତେଣୁ ଗତ ସାଧାରଣ ନିର୍ବାଚନରେ ପ୍ରାୟ ସବୁ ରାଜନୈତିକ ଦଳ ଏହି...

ଶ୍ରେଣୀଗୃହ ନିର୍ମାଣ, ଶିକ୍ଷକ ପଦବୀ ପୂରଣ ଦାବି: ୮ରୁ ଛାତ୍ରାଭିଭାବକଙ୍କ ଆନ୍ଦୋଳନ ଚେତାବନୀ

ଗଣିଆ,୩ା୭(ଡି.ଏନ.ଏ.)- ଗଣିଆ ବ୍ଲକର ଛାମୁଣ୍ଡିଆସ୍ଥିତ କୁଞ୍ଜବିହାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ ସାଙ୍ଗକୁ ଶିକ୍ଷକ ପଦବୀ ପୂରଣ ହୋଇପାରି ନାହିଁ। ତୁରନ୍ତ ଏ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *