ଖଣି ଅଞ୍ଚଳରେ ବଢୁଛି ଟ୍ରାଫିକ୍‌ ସମସ୍ୟା

କାଳିଆପାଣି,୨୬|୬(ଡି.ଏନ୍‌.ଏ.)- ସୁକିନ୍ଦା ବ୍ଲକ ଖଣି ଅଞ୍ଚଳରେ ଦୈନନ୍ଦିନ ଟ୍ରାଫିକ୍‌ ସମସ୍ୟା ବଢିବାରେ ଲାଗିଛି। ଖଣିକୁ କ୍ରୋମାଇଟ ଲୋଡିଂ ପାଇଁ ଆସୁଥିବା ଟ୍ରକ୍‌ଗୁଡିକ ଉପରେ ପ୍ରଶାସନ ପକ୍ଷରୁ ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଏପରି ହେଉଥିବା ଅଭିଯୋଗ ହୋଇଛି। ଖଣି ଅଞ୍ଚଳରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବ୍ୟବସ୍ଥା ୬ ଚକିଆ ଟ୍ରକ୍‌ କ୍ଷେତ୍ରରେ ପ୍ରଶାସନ ପକ୍ଷରୁ କଡାକଡିଭାବେ ପାଳନ କରାଯାଉଛି। କିନ୍ତୁ ୧୦,୧୨ ଓ ୧୪ ଚକିଆ ଟ୍ରକ୍‌ କ୍ଷେତ୍ରରେ ଏହା ଲାଗୁ କରାଯାଇ ପାରି ନାହଁି। ଅପରପକ୍ଷେ ବିଭିନ୍ନ ଖଣି ପାଇଁ ହୋଇଥିବା ପାର୍କିଂ ୟାର୍ଡରେ ଛଅ ଚକିଆ ଟ୍ରକ୍‌ଗଡିକ ରହୁଥିବାବେଳେ ଅନ୍ୟ ଟ୍ରକ୍‌ଗୁଡ଼ିକ ଟମକା- ମଙ୍ଗଳପୁର ରାସ୍ତା ଉପରେ ପାର୍କିଂ କରାଯାଉଛି। ବିଶେଷକରି ଖଣି ନିଗମ ଦ୍ୱାରା ନିର୍ମିତ କୋଳିପଶୀ ପାର୍କିଂୟାର୍ଡରୁ ଲୋଡିଂ ନିମନ୍ତେ ଖଣିକୁ ଆସୁଥିବା ଟ୍ରକ୍‌ଗୁଡିକ ଏକା ସମୟରେ ସିରିୟଲରେ ଛାଡାଯାଉଛି। ଏହି ସମୟରେ ରାସ୍ତାର ଦୁଇ ପାର୍ଶ୍ୱରେ ଟ୍ରକଗୁଡିକ ରହୁଥିବାରୁ ଘଣ୍ଟାଘଣ୍ଟା ଧରି ଟ୍ରାଫିକ୍‌ ସମସ୍ୟା ଦେଖାଦେଉଛି। ସେହିପରି ଓଏମ୍‌ସି ଟାଉନସିପ୍‌ ନିକଟରେ ରହିଥିବା ଟିସ୍କୋ ରାସ୍ତାରେ ମଧ୍ୟ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଖଣି ନିଗମ ପରିବହନ ଓ ଖଣି କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବା ନିମନ୍ତେ ରାଜ୍ୟ ଗୃହ ବିଭାଗର ଓଆଇଏସ୍‌ଏଫ (ଓଡିଶା ଇଣ୍ଡସଷ୍ଟ୍ରିୟାଲ ସିକ୍ୟୁରିଟି ଫୋର୍ସ ) ନିଯୁକ୍ତି କରାଯାଇଛି। ହେଲେ ଖଣି ଅଞ୍ଚଳରେ ନିଗମ ଦ୍ୱାରା ଉପୁଜିଥିବା ସମସ୍ୟାଗୁଡିକର ସମାଧାନ କରିବା ଦିଗରେ ସଂସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଟ୍ରାଫିକ ସମସ୍ୟା ଦ୍ୱାରା ସ୍କୁଲ ଛାତଛାତ୍ରୀ, ରୋଗୀଙ୍କ ଠାରୁ ଆରମ୍ଭକରି ସାଧାରଣ ଯାତ୍ରୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଛି। ତୁରନ୍ତ ସ୍ଥାନୀୟ ପ୍ରଶାସନ ଏହା ଉପରେ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଯୁବନେତା ବୁଲୁ ମହାନ୍ତି, ଦିଲୀପ ମହାନ୍ତି, ଦିଲୀପ ପାତ୍ର ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ନେଇ କାଳିଆପାଣି ଥାନା ଅଧିକାରୀ ରମାକାନ୍ତ ମୁଦୁଲୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଏ ବାବଦରେ ସେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ।


All Right Reserved By Dharitri.Com

ବସ୍ତାରୁ ମିଳିଲା ମହିଳାଙ୍କ ମୃତଦେହ, ପୋଲିସର ତଦନ୍ତ ଆରମ୍ଭ

ରାଜନଗର, ୨୮।୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଡେରା ପଞ୍ଚାୟତ କାଠୁଆଗଣ୍ଡ ଫରେଷ୍ଟ ବିଟ୍‌ ନିକଟରୁ ଏକ ବସ୍ତାରୁ ଜଣେ ମହିଳାଙ୍କ ମୃତଦେହ ଶନିବାର ଉଦ୍ଧାର...

କାଳିଆପାଣି ଟାଟା କମ୍ପାନୀ ମାର୍କେଟରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

କାଳିଆପାଣି,୧୭।୫(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ କାଳିଆପାଣି ଥାନା ଅନ୍ତର୍ଗତ ଟାଟା କମ୍ପାନୀର ମାର୍କେଟର ଏକ ଦୋକାନରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର...

ବାଟବଣା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା: ୨ ମାସ ହେଲାଣି ବନ୍ଦ ରହିଛି କାର୍ଯ୍ୟାଳୟ

ନୟାଗଡ଼ ଅଫିସ,୧୨।୭- ନୟାଗଡ଼ ଜିଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବାଟବଣା ହୋଇପଡ଼ିଥିବା ଅଭିଯୋଗ ହେଉଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭକରି ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ...

ପ୍ରଶାସନିକ ଦୃଷ୍ଟି ଆଢୁଆଳରେ ପ୍ରାଥମିକ ବିଦ୍ୟାଳୟ: ଅଧାପନ୍ତରିଆ ଅବସ୍ଥାରେ ନିର୍ମାଣ କାର୍ଯ୍ୟ

ନୂଆଗାଁ,୨୨।୬(ଡି.ଏନ୍‌.ଏ.): ଦେଶରୁ ନିରକ୍ଷରତା ଦୂର କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ପିଲାମାନେ ସ୍କୁଲ ଯିବା ପ୍ରତି ଉତ୍ସାହିତ କରିବା ନିମନ୍ତେ ମାଗଣା...

ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ: ଗୋଆ କାର୍ବନ କମ୍ପାନୀ ଆଗରେ ଉତ୍ତେଜନା

ପାରାଦୀପ,୫ା୬(ସ୍ବ.ପ୍ର.): ୪ ଦିନ ତଳେ ହୋଇଥିବା ଦୁର୍ଘଟଣାରେ ଗୁରୁତର ଆହତ ଜଣେ ଶ୍ରମିକଙ୍କ ମଙ୍ଗଳବାର ମୃତ୍ୟୁ ଘଟିବାକୁ ନେଇ ପାରାଦୀପସ୍ଥିତ ଗୋଆ କାର୍ବନ କମ୍ପାନୀ ଆଗରେ...

ଭାପୁର ଅଞ୍ଚଳରେ ଝାଡ଼ାବାନ୍ତି :୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ଭାପୁର/ଖଣ୍ଡପଡା,୧୬ା୬(ଡି.ଏନ.ଏ./ସ୍ବ.ପ୍ର.)-ନୟାଗଡ ଜିଲା ଭାପୁର ବ୍ଲକରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି ।  ଏହି ରୋଗରେ ୧୦ ଗାଁର ପ୍ରାୟ ୨୫ରୁ ଊର୍ଦ୍ଧ୍ୱଲୋକ ଆକ୍ରାନ୍ତ ହୋଇ ଏବେ ଭାପୁର...

ଫାଷ୍ଟ୍‌ କମ୍‌ ଫାଷ୍ଟ ଲୋଡିଂ ବ୍ୟବସ୍ଥାକୁ ନେଇ ବୈଠକ

କାଳିଆପାଣି,୨୧|୬(ଡି.ଏନ୍‌.ଏ.)- ସୁକିନ୍ଦା ଖଣି ଅଞ୍ଚଳରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ନିୟମକୁ ଅବମାନନା କରିବା ନେଇ ଗୁରୁବାର କାଳିଆପାଣି ଥାନା ପରିସରରେ ଏକ ବୈଠକ ଅନୁଷ୍ଠିତ...

ବ୍ରାହ୍ମଣୀ ସ୍ରୋତରେ ଭାସିଗଲେ ଯୁବତୀ

ରାଜନଗର,୧୭।୫(ଡି.ଏନ୍‌.ଏ.): ରାଜନଗର ବ୍ଲକ ବନ୍ଧପଡ଼ା ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ନିକଟ ବ୍ରାହ୍ମଣୀ ନଦୀରେ ଗୁରୁବାର ଜଣେ ଯୁବତୀ ଭାସି ଯାଇଥିଲେ। ଗ୍ରାମର ଲିଜାରାଣୀ ପ୍ରଧାନ...

Leave a comment

Your email address will not be published. Required fields are marked *