ଭତ୍ତାକୁ ଚାହିଁଛନ୍ତି ଉତ୍ତରା: ୩୦କେଜି ଚାଉଳରେ ଚଳୁଛନ୍ତି ୪ ପ୍ରାଣୀ

ଭାପୁର,୨୬।୬(ଡି.ଏନ.ଏ.)- ଦୁଇବର୍ଷ ହେଲା ଆରପାରିରେ ସ୍ବାମୀ। ଘରେ ୨ ଝିଅ, ଜଣେ ପୁଅ। ମୂଲମଜୁରି ଲାଗିଲେ ସେମାନଙ୍କ ପେଟକୁ ଦାନା ଯୋଗାଡ଼ ହେଉଛି। ଭଙ୍ଗା କୁଡ଼ିଆରେ ମୁଣ୍ଡ ଗୁଞ୍ଜିଛୁ। ସରକାର ୩୦ କେଜି ଚାଉଳ ଦେଉଛନ୍ତି। ସେତକରେ ଦୁଃଖକଷ୍ଟରେ ଚଳୁଛୁ। ବର୍ଷେ ହେଲା ଆବେଦନ କରି ଭତ୍ତାକୁ ଅନାଇଛି। ଗୁହାରି ଶୁଣିବାକୁ କେହିନାହିଁ। ଆମ ଦୁଃଖ କାହା ଆଖିରେ ପଡୁନି ବୋଲି କ୍ଷୋଭର ସହ କହିଛନ୍ତି ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କଳାଙ୍ଗ ପଞ୍ଚାୟତ ଭୁବନପୁର ଗୋଡ଼ିସାହିର ଉତ୍ତରା ପଧାନ (୪୬)।
ଦୁର୍ବଳ ବାଉଁଶ ଖୁଣ୍ଟ ଉପରେ ଠିଆ ହୋଇଛି ଉତ୍ତରାଙ୍କ ଦରଭଙ୍ଗା ଛାଟିମାଟି ଘର। ଘରେ ପଶିଲେ ମୁଣ୍ଡରେ ବାଜୁଛି ତାଳବରଡ଼ା ଛପର। କବାଟ ନାହିଁ କି କାନ୍ଥରେ ଭଲରେ ନେସା ହୋଇନି ମାଟି। ଏଥିରୁ ବାରି ହୋଇପଡୁଛି ପରିବାରର ଆର୍ଥିକ ସ୍ଥିତି। ଉତ୍ତରାଙ୍କ କହିବା କଥା, ‘ଫନୀ’ ବାତ୍ୟାରେ ଘର ନଷ୍ଟ ହୋଇଯାଇଥିଲା। ଦେଢ଼ ମାସ ପରେ ବି ସହାୟତା ମିଳିଲାନାହିଁ। ବାତ୍ୟା ପରେ କେମିତି ଅଛୁ, କେହି ପଚାରିଲେନି। କେତେ ଦିନ ଆଉ ଭଙ୍ଗାଘରେ ରହିଥାନ୍ତୁ। ସବୁ ଆଶା ତୁଟାଇ ନିଜ ଚେଷ୍ଟାରେ କାଠ, ବାଉଁଶ ସଂଗ୍ରହ କରି ଭଙ୍ଗା କୁଡ଼ିଆକୁ ଠିଆ କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ଉତ୍ତରା। ଭତ୍ତା ପାଇଁ ଓ୍ବାର୍ଡମେମ୍ବରଙ୍କ ସହାୟତାରେ ସରପଞ୍ଚଙ୍କ ନିକଟରେ ବର୍ଷେ ତଳେ ଆବେଦନ କରିଥିଲେ। ହେଲେ ଏ ଯାଏ ତାହା ମଞ୍ଜୁର ହୋଇ ନ ଥିବା ଉତ୍ତରା କହିଛନ୍ତି।
ଏ ନେଇ ସରପଞ୍ଚ ବାସନ୍ତୀ ଭୋଇ କୁହନ୍ତି, ଭତ୍ତା ଆବେଦନପତ୍ର ବ୍ଲକ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି। ନିର୍ବାଚନ ଥିବାରୁ ମଞ୍ଜୁରୀରେ ବିଳମ୍ବ ହେଉଛି। ମହିଳାଙ୍କ ସମସ୍ୟାର ଗୁରୁତ୍ୱ ବୁଝି ଶୀଘ୍ର ଭତ୍ତା ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯିବ। ଏ ନେଇ ବିଡିଓ ଉତ୍କଳ ରଞ୍ଜନ ଆଚାର୍ଯ୍ୟ କୁହନ୍ତି, ଆବେଦନକାରୀଙ୍କୁ ପର୍ଯ୍ୟାୟକ୍ରମେ ଭତ୍ତା ପ୍ରଦାନ କରାଯିବ। କିନ୍ତୁ ହିତାଧିକାରୀଙ୍କ ନାମରେ ଘରଡିହ ନ ଥିଲେ ବାସଗୃହ ମିଳିପାରିବ ନାହିଁ ବୋଲି ବିଡିଓ ସୂଚନା ଦେଇଛନ୍ତି।


All Right Reserved By

ସାଧୁସନ୍ଥଙ୍କ ମେଳି, ଝୁଣ୍ଟିଲା ପ୍ରଶାସନ; ସବୁ ମଠର ପରମ୍ପରା ବଞ୍ଚାଇ ରଖାଯିବ: ଜିଲାପାଳ

ପୁରୀ ଅଫିସ, ୩ା୯: ଶ୍ରୀମନ୍ଦିର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାରେ ଲାଗିଛି ବ୍ରେକ୍‌। କ୍ଷତିଗ୍ରସ୍ତଙ୍କ ଲାଗି ସରକାର...

ମୁଖ୍ୟ ଶାସନ ସଚିବଙ୍କ ବକ୍ତବ୍ୟକୁ ଭାଜପାର ସମାଲୋଚନା: ‘ଆଗରୁ ଫାଇଲ୍‌ କାହିଁକି ଦୌଡୁ ନ ଥିଲା’

ଭୁବନେଶ୍ୱର,୨୧।୮(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ଭାବେ ଅସିତ ତ୍ରିପାଠୀ ଗତ ସୋମବାର ଦାୟିତ୍ୱ ନେବାପରେ ରକେଟ ବେଗରେ ସମସ୍ତ ସରକାରୀ ଫାଇଲ ଦୌଡିବ, ଆଗକୁ ସରକାରୀ...

ସ୍ବଚ୍ଛ ସାଥୀ ଚୟନରେ ଅନିୟମିତତା: ଆବେଦନକାରୀଙ୍କୁ ଅଣଦେଖା

ରଣପୁର,୨୬ା୯(ସ୍ବ.ପ୍ର.): ରଣପୁର ଏନ୍‌ଏସିରେ ସ୍ବଚ୍ଛ ସାଥୀ ଚୟନରେ ଅନିୟମିତତା ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଏଥିରେ ଆବେଦନକାରୀଙ୍କୁ ଅଣଦେଖା କରାଯାଇ ଅଣଆବେଦନକାରୀଙ୍କୁ ଅନୁକମ୍ପା ଦେଖାଇ...

ବାଗଡିଆ-ବୁଢାଢିପ ରାସ୍ତା ମରଣଯନ୍ତା

ଛେଣ୍ଡିପଦା,୧୦।୯ (ସ୍ବ.ପ୍ର) ଛେଣ୍ଡିପଦା ବ୍ଲକ ବାଗଡିଆ ପଞ୍ଚାୟତ ବାଗଡିଆ ଜଗନ୍ନାଥ ମନ୍ଦିରଠାରୁ ବୁଢାଢିପ ଗ୍ରାମକୁ ଯାଇଥିବା ମୁଖ୍ୟରାସ୍ତା ମରଣଯନ୍ତା ପାଲଟିଛି। ଲଗାଣ ବର୍ଷା ଯୋଗୁ ରାସ୍ତାରେ...

ସରକାରୀ ଯୋଜନାରୁ ସୁଫଳ ପାଉ ନାହାନ୍ତି ଜନଜାତି ଲୋକେ: ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବିତାଉଛନ୍ତି ଜୀବନ

ଖଣ୍ଡପଡା,୭।୮(ସ୍ବ.ପ୍ର.)-ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ୫ ନମ୍ବର ଜିଲା ପରିଷଦ ଜୋନ ଅଞ୍ଚଳରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟର ଲୋକେ ନାନା ସମସ୍ୟା ମଧ୍ୟରେ ରହିଛନ୍ତି ।...

ମହାପ୍ରଭୁଙ୍କ ପାଇଁ ମାମୁଘରୁ ଆସିବ ପୋଢୁଆଁ ବସ୍ତ୍ର

ପୁରୀ ଅଫିସ, ୨୪।୯: କଟକ ଜିଲା ନିଆଳିର ମାଧବାନନ୍ଦ ଜୀଉ ମନ୍ଦିର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାମୁଁଘର ବୋଲି ଲୋକମୁଖରେ ପରିଚିତ। ତେଣୁ ପ୍ରଥମାଷ୍ଟମୀରେ ପୋଢୁଆଁ ବସ୍ତ୍ର...

ରୋହିତ ପୂଜାରୀ ହେଲେ ବିଜେଡିର ଉପମୁଖ୍ୟ ସଚେତକ

ଭୁବନେଶ୍ୱର,୨୩।୯(ବ୍ୟୁରୋ): ରୋହିତ ପୂଜାରୀ ହେଲେ ସରକାରୀ ଦଳ ଉପମୁଖ୍ୟ ସଚେତକ। ପୂର୍ବରୁ ଏହି ପଦବୀରେ ଥିବା ପ୍ରଣବ ବଳବନ୍ତ ରାୟଙ୍କୁ ବିଦା କରାଯାଇ ରୋହିତଙ୍କୁ ଅବସ୍ଥାପିତ...

ଦାୟିତ୍ୱ ନେଲେ ଓଏଚ୍‌ଆରସି ଅଧ୍ୟକ୍ଷ

ଭୁବନେଶ୍ୱର, ୪।୯(ବ୍ୟୁରୋ): ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆର୍‌ସି)ର ଅଧ୍ୟକ୍ଷ ଭାବେ ବୁଧବାର ଜଷ୍ଟିସ ବିମଳ ପ୍ରସାଦ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପରେ ପ୍ରତିକ୍ରିୟା ରଖି ସେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *