୧୯ ଲକ୍ଷ ଟଙ୍କାର ହିସାବ ନ ଦେବାରୁ ପ୍ରଧାନଶିକ୍ଷକ ନିଲମ୍ବିତ

କବିସୂର୍ଯ୍ୟନଗର,୨୬ା୬-ବିଦ୍ୟାଳୟର ଉନ୍ନତିମୂଳକ ଖର୍ଚ୍ଚ ପାଇଁ ଆସିଥିବା ୧୯ ଲକ୍ଷ ଟଙ୍କାର ହିସାବ ଦେଇ ନ ଥିବାରୁ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ଗୌଡ଼ସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଘବ ସେଠୀ ନିଲମ୍ବିତ ହୋଇଛନ୍ତି। ସ୍ଥାନୀୟ ବିଇଓ ନିରଞ୍ଜନ ମିଶ୍ର ତାଙ୍କୁ ନିଲମ୍ବନ କରିଛନ୍ତି। ସେଠୀ ୨୦୧୩-୨୦୧୭ ପର୍ଯ୍ୟନ୍ତ ଓସିଙ୍ଗି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ୨୦୧୭ ଜୁଲାଇ ୧୮ ତାରିଖରେ ବଦଳି ହୋଇ ଏନଏସିସ୍ଥିତ ଗୌଡ଼ସାହି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ପାଇଲେ। କିନ୍ତୁ ବଦଳି ପରେ ବି ଓସିଙ୍ଗି ସ୍କୁଲର ଯାବତୀୟ ଖର୍ଚ୍ଚର ହିସାବ, କ୍ୟାଶ୍‌ବୁକ, ପାସବୁକ ଆଦି ହସ୍ତାନ୍ତର କରିନଥିଲେ। ବିଦ୍ୟାଳୟ ମରାମତି, କୋଠା ନିର୍ମାଣ, ପାଇଖାନା, ରୋଷେଇ ଘର ଓ ମଧ୍ୟାହ୍ନ ଭୋଜନ ବାବଦକୁ ଆସିଥିବା ଅନୁଦାନ ଓ ଖର୍ଚ୍ଚ ହିସାବ ଦେଇ ନ ଥିବା ଜାଣି ବିଇଓ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ମାତ୍ର ଠିକ୍‌ ଉତ୍ତର ଦେଇପାରି ନ ଥିଲେ ପ୍ରଧାନଶିକ୍ଷକ। ଏଣୁ ତାଙ୍କୁ ନିଲମ୍ବନ କରାଗଲା ବୋଲି ବିଇଓ କହିଛନ୍ତି।


All Right Reserved By Dharitri.Com

ରକ୍‌ ଗାର୍ଡେନ ପାଇଁ ଖର୍ଚ୍ଚ ହେବ ୮.୫ କୋଟି

ବ୍ରହ୍ମପୁର ଅଫିସ, ୧୦ା୮-ଗଞ୍ଜାମ ଜିଲାକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବା ପାଇଁ ବ୍ରହ୍ମପୁର ଆମ୍ବପୁଆଠାରେ ନିର୍ମାଣ ହେବାକୁ ଥିବା ରାଜ୍ୟର ପ୍ରଥମ ରକ୍‌ ଗାର୍ଡେନ...

ରିତେଶ ହତ୍ୟାକାରୀଙ୍କୁ ଫାଶୀ ଦିଅ

ଫୁଲବାଣୀ ଅଫିସ,୧୧।୬ – ଦାରିଙ୍ଗବାଡିର ଶିଶୁ ରିତେଶ ପ୍ରଧାନଙ୍କୁ ମେ’ ୫ରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାର ସ୍ବତନ୍ତ୍ର କୋର୍ଟ ଜରିଆରେ ତୁରନ୍ତ ବିଚାର...

ବଧୂହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ପାଟପୁର,୨୨ା୮(ଡି.ଏନ.ଏ.)-ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଏସ୍‌.ଗୋପାଳପୁର କାଳୀମନ୍ଦିର ସାହିରେ ମଙ୍ଗଳବାର ରାତିରେ ଜଣେ ମହିଳାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ସେ ହେଲେ ଏସ୍‌.ଗୋପାଳପୁର ଗ୍ରାମର...

ଆଜିଠାରୁ ‘ଜିନ ଓ୍ବା’ରୁ କଢ଼ାଯିବ ତେଲ, ଚିଲିକା ପ୍ରତି ବିପଦ ନାହିଁ: ମନ୍ତ୍ରୀ

ଚିଲିକା, ୨୮।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିଲିକା ନିକଟ ରାଜହଂସରେ ଫସିଯାଇଥିବା ମାଲେସୀୟା ଜାହାଜ ‘ଜିନ ଓ୍ବା’ରୁ ବୁଧବାରଠାରୁ ତେଲ କଢ଼ାଯିବା ଆରମ୍ଭ ହେବ। ଏହା ୩ରୁ...

ଶିକାରୀଙ୍କ ବିଦ୍ୟୁତ୍‌ ତାର ଲାଗି ଜଣେ ମୃତ

କବିସୂର୍ଯ୍ୟନଗର,୨୪ା୮-କବିସୂର୍ଯ୍ୟନଗର ଥାନା ଦୋରାବଗଡ଼ ଗାଁରେ ଗୁରୁବାର ବିଳମ୍ବିତ ରାତିିରେ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ଲାଗି ଜଣେ ଭାଇଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ...

ଜୁଲାଇରୁ ଆରମ୍ଭ ହେବ ‘ନିର୍ଭୟ କଢି’

ଛତ୍ରପୁର,୨୯।୬(ଡି.ଏନ.ଏ.)-ଛତ୍ରପୁରସ୍ଥିତ ସର୍ବଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷରେ ଶୁକ୍ରବାର ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଜିଲା ଶିଶୁ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଥିଲା।...

ମହିଳାଙ୍କୁ ମାରପିଟ ଅଭିଯୋଗରେ ୨ ଗିରଫ

ବୁଗୁଡ଼ା,୪ା୧୨(ଡି.ଏନ.ଏ.): ବୁଗୁଡ଼ା ଏନ୍‌ଏସି କାଦପଡ଼ା ଗ୍ରାମର ଜଣେ ମହିଳାଙ୍କୁ ଟଣାଓଟରା ଓ ମାରପିଟ ଅଭିଯୋଗରେ ପୋଲିସ ବୁଧବାର ୨ ଜଣଙ୍କୁ କୋର୍ଟଚାଲାଣ କରିଛି। ଗିରଫମାନେ ହେଲେ...

ରାଷ୍ଟ୍ରପତିଙ୍କ ବ୍ରହ୍ମପୁର ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ

ଗୋପାଳପୁର,୨୭ା୯- ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବ୍ରହ୍ମପୁର ଗସ୍ତ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଶନିବାର ପରିବର୍ତ୍ତେ ଶୁକ୍ରବାର ଗୋପାଳପୁରରେ ଥିବା ଆର୍ମି ଏଡି କଲେଜରେ...

Leave a comment

Your email address will not be published. Required fields are marked *