ଭାରତର ଚାପ ଆଗରେ ମୁଣ୍ଡ ନୁଆଇଲା ଆଣ୍ଟିଗୁଆ;ପ୍ରତ୍ୟର୍ପିତ ହେବେ ମେହୁଲ ଚୋକ୍‌ସି

ନୂଆଦିଲ୍ଲୀ,୨୬-୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତିର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି ଆଣ୍ଟିଗୁଆରୁ ପ୍ରତ୍ୟର୍ପିତ ହେବେ। ଆଣ୍ଟିଗୁଆ-ବାରବୁଡା ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନ କହିଛନ୍ତି ଯେ, ଚୋକ୍‌ସିଙ୍କ ନାଗରିକତାକୁ ରଦ୍ଦ କରାଯିବ ଓ ତାଙ୍କୁ ଭାରତ ପଠାଯିବ। ତାଙ୍କ ଭଳି ଜଣେ ଆର୍ଥିକ ଅପରାଧିଙ୍କୁ ଆଣ୍ଟିଗୁଆ ସୁରକ୍ଷା ଦେବ ନାହିଁ। ତେବେ ସରକାର ସମ୍ପୂର୍ଣ୍ଣ ଆଇନଗତ ପ୍ରକ୍ରିୟା ପାଳନ କରୁଛନ୍ତି। ଅପରାଧିଙ୍କର ମଧ୍ୟ ମୌଳିକ ଅଧିକାର ରହିଛି। ଚୋକ୍‌ସିଙ୍କ ମାମଲା ଏବେ ଅଦାଲତରେ ରହିଛି। ତାଙ୍କୁ ମିଳିଥିବା ସମସ୍ତ ଆଇନଗତ ବିକଳ୍ପ ଶେଷ ହୋଇଯିବା ପରେ ଆଣ୍ଟିଗୁଆ ପକ୍ଷରୁ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବ। ଭାରତକୁ ଏ ସମ୍ପର୍କରେ ଜଣାଇଦିଆଯାଇଛି। ଭାରତ ପକ୍ଷରୁ ଚୋକ୍‌ସିଙ୍କ ପ୍ରତ୍ୟର୍ପଣକୁ ନେଇ ଆଣ୍ଟିଗୁଆ ଉପରେ କ୍ରମାଗତ ଚାପ ସୃଷ୍ଟି କରାଯାଇଛି ବୋଲି ବ୍ରାଉନ ସ୍ବୀକାର କରିଛନ୍ତି। କ୍ୟାରିବିୟାନ ଦେଶର ଏହି ନିଷ୍ପତ୍ତି ଯୋଗୁ ଚୋକ୍‌ସିଙ୍କ ବଞ୍ଚତ୍ବାର ସବୁ ରାସ୍ତା ବନ୍ଦ ହୋଇଯାଇଛି।
ସ୍ଥାନୀୟ ଖବର କାଗଜ ଆଣ୍ଟିଗୁଆ ଅବ୍‌ଜରଭରରେ ବ୍ରାଉନଙ୍କ ମନ୍ତବ୍ୟ ପ୍ରକାଶ ପାଇବା ସତ୍ତ୍ୱେ ଭାରତ ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ। ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି ଯେ, ଚୋକ୍‌ସିଙ୍କ ସମ୍ପର୍କରେ ତାଙ୍କ ନିକଟରେ କୌଣସି ଖବର ନାହିଁ। ଏଣୁ ସେ ଏ ସଂକ୍ରାନ୍ତରେ ମନ୍ତବ୍ୟ ଦେଇପାରିବେ ନାହିଁ। ସୂଚନାଯୋଗ୍ୟ ଯେ, ଚୋକ୍‌ସିଙ୍କ ପ୍ରତ୍ୟର୍ପଣ ଲାଗି ଭାରତ କ୍ରମାଗତ ପ୍ରୟାସ ଜାରି ରଖିଛି। ସେ ଅସୁସ୍ଥ ଥିବା ନେଇ ବମ୍ବେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ସ୍ବାସ୍ଥ୍ୟଗତ କାରଣରୁ ସେ ଭାରତ ଆସିପାରିବେ ନାହିଁ ବୋଲି ଚୋକ୍‌ସି ତାଙ୍କ ସତ୍ୟପାଠରେ ଦର୍ଶାଇଥିଲେ। ତେବେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଭାରତକୁ ଆଣିବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଆଣ୍ଟିଗୁଆ ସରକାରଙ୍କ ଦ୍ୱାରା ପଳାତକ ଭାରତୀୟ ହୀରା ବ୍ୟବସାୟୀଙ୍କ ନାଗରିକତ୍ୱ ରଦ୍ଦ କରିବା ପ୍ରକ୍ରିୟାକୁ ଭାରତ ଅପେକ୍ଷା କରିଛି। ଏହାପରେ ହିଁ ଭାରତ ପକ୍ଷରୁ ଔପଚାରିକ ଭାବେ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ କରାଯିବ। ଆସନ୍ତା ମାସରେ ଆଣ୍ଟିଗୁଆର ଏକ କୋର୍ଟରେ ଚୋକ୍‌ସିଙ୍କ ମାମଲାର ଶୁଣାଣି ହେବ। ସେ ସମୟ ପର୍ଯ୍ୟନ୍ତ ତାଙ୍କୁ ନେଇ ସ୍ଥିତି ସ୍ପଷ୍ଟ ହୋଇଯିବ। ସିଟିଜେନସିପ୍‌ ବାଏ ଇନ୍‌ଭେଷ୍ଟମେଣ୍ଟ ପ୍ରୋଗ୍ରାମ(ସିଆଇପି) ଅଧୀନରେ ଚୋକ୍‌ସି ୨୦୧୮ ଜାନୁୟାରୀରୁ ନାଗରିକତ୍ୱ ନେଇ ଆଣ୍ଟିଗୁଆ-ବାରବୁଡାରେ ବସବାସ କରୁଛନ୍ତି। ଉଲ୍ଲେଖ କରାଯାଇପାରେ ଯେ, ଭଣଜା ତଥା ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ସହ ମିଶି ଚୋକ୍‌ସି ପିଏନ୍‌ବିରୁ ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ମହାଦୁର୍ନୀତି କରି ବିଦେଶ ଫେରାର ହୋଇଯାଇଥିଲେ। ବିଭିନ୍ନ ଦେଶରେ ଲୁଚି ବୁଲିବା ପରେ ଶେଷରେ ସେ ଆଣ୍ଟିଗୁଆରେ ରହୁଛନ୍ତି।


All Right Reserved By Dharitri.Com

ପି-ନୋଟ୍‌ସ ଜରିଆରେ ୮୨,୬୧୯ କୋଟି ନିବେଶ

ମୁମ୍ବାଇ,୨୪।୬: ଭାରତୀୟ ପୁଞ୍ଜି ବଜାରରେ ପାର୍ଟିସିପେଟରୀ ନୋଟ୍ସ(ପି-ନୋଟ୍ସ) ଜରିଆରେ ମେ’ ଶେଷ ସୁଦ୍ଧା ନିବେଶ ପ୍ରାୟ ୧୪୦୦ କୋଟି ଟଙ୍କା ବୃଦ୍ଧି ପାଇ ୮୨,୬୧୯ କୋଟି...

ଏସ୍‌ଏଚ୍‌ଜିଙ୍କୁ ଅଧିକ ଋଣ ଦିଅନ୍ତୁ ବ୍ୟାଙ୍କ:ଧର୍ମେନ୍ଦ୍ର

ଭୁବନେଶ୍ୱର,୫-୧୦(ବ୍ୟୁରୋ): ସ୍ବଂୟ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଗୁଡିକ ବ୍ୟାଙ୍କରୁ ନେଉଥିବା ଋଣକୁ ଠିକ୍‌ ଭାବେ ପୈଠ କରୁଥିବା ବେଳେ ସେମାନଙ୍କ ଉପରେ ଅନାଦାୟ ଋଣ (ଏନ୍‌ପିଏ) ରହୁନାହିଁ। ବ୍ୟାଙ୍କଗୁଡ଼ିକ...

ଶସ୍ତା ହେବ ଅଟୋ, ଗୃହ ଋଣ;ବ୍ୟାଙ୍କଗୁଡ଼ିକୁ ମିଳିବ ୭୦ ହଜାର କୋଟି

ନୂଆଦିଲ୍ଲୀ,୨୪-୮: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ୭୦ ହଜାର କୋଟି ଟଙ୍କା ପ୍ରଦାନ କରିବେ। ବ୍ୟାଙ୍କର ପୁଞ୍ଜି ଉପଲବ୍ଧତା ବୃଦ୍ଧି ସହ ଋଣ ପ୍ରଦାନ କ୍ଷମତାକୁ...

ରିଲାଏନ୍ସର ୧୦ ଲକ୍ଷ କୋଟିର ବଜାର ପଞ୍ଜୀକରଣ;କପଡା ଫ୍ୟାକ୍ଟ୍ରିରୁ ଶୀର୍ଷତ୍ୱ ଯାଏ ଯାତ୍ରା

ଗୁରୁବାର ସୂଚକାଙ୍କର ସର୍ବୋଚ୍ଚ ସ୍ତର ୪୧,୧୬୩.୭୯ ପଏଣ୍ଟ ରହିଥିଲା। ଏହି ସମୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଦେଶର ପ୍ରଥମ କମ୍ପାନୀ ଭାବେ ୧୦ ଲକ୍ଷ କୋଟି ଟଙ୍କାର...

ବଜାଜ ପ୍ଲାଟିନା ଏଚ ଗିଅର ୧୧୦ର ବଜାର ପ୍ରବେଶ

ପାଲଲହଡା,୧୫।୭(ଡି.ଏନ.ଏ.)  ସ୍ଥାନୀୟ ବଜାଜ ଶୋ ରୁମ୍‌ଠାରେ ନୂଆ ବଜାଜ ପ୍ଲାଟିନା ଏଚ ଗିଅର ୧୧୦ର ବଜାର ପ୍ରବେଶ ହୋଇଛି I କମ୍ପାନୀ ପକ୍ଷରୁ ଆୟୋଜିତ ଏହି ବଜାର...

ଆସିଲା ହୋଣ୍ଡାର ନୂଆ ଆମେଜ୍‌ ଭିଏକ୍ସ ସିଭିଟି

ନୂଆଦିଲ୍ଲୀ,୨୪-୪:ପ୍ରମୁଖ ଅଟୋମୋବାଇଲ ମାନୁଫାକ୍‌ଚରର ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ(ଏଚ୍‌ସିଆଇଏଲ୍‌) ପକ୍ଷରୁ ନୂଆ ଆମେଜ୍‌ ଭିକ୍ସ ସିଭିଟି ବଜାରକୁ ଆସିଛି। ହୋଣ୍ଡା ଆମେଜ୍‌ ଫ୍ୟାମିଲି ସେଡାନ୍‌ ବର୍ଗରେ...

ରେପୋ ରେଟ୍‌ ହ୍ରାସ ପ୍ରଭାବ;୪୩୪ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୫-୧୦: ଦେଶର ଜିଡ଼ିପି ଅଭିବୃଦ୍ଧି ହାର ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି କମିବ ବୋଲି ରିଜର୍ଭ ବ୍ୟାଙ୍କ ଏହାର ମୁଦ୍ରାନୀତି କମିଟି ବୈଠକରେ ପୂର୍ବାନୁମାନ କରିଛି।...

ବ୍ୟାଙ୍କିଙ୍ଗ ସିଷ୍ଟମ ନିରାପଦ: ଶକ୍ତିକାନ୍ତ

ମୁମ୍ବାଇ୨୮। ୩: ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ନିରାପଦ ରହିଛି। ବ୍ୟାଙ୍କକୁ ଶେୟାର ବଜାର କିମ୍ବା ଶେୟାର ପ୍ରାଇସ ସହ ତୁଳନା ନ କରିବା ଉଚିତ। ବ୍ୟାଙ୍କରେ...

Leave a comment

Your email address will not be published. Required fields are marked *