ବର୍ଷକ ଭିତରେ ଆସିବ ନୂଆ ଇ-କମର୍ସ ପଲିସି

ନୂଆଦିଲ୍ଲୀ,୨୬-୬: କେନ୍ଦ୍ର ସରକାର ଆସନ୍ତା ଏକ ବର୍ଷ ଭିତରେ ନୂଆ ରାଷ୍ଟ୍ରୀୟ ଇ-ବାଣିଜ୍ୟ (ଇ-କମର୍ସ) ନୀତି ଜାରି କରିବେ। ଏହାଦ୍ୱାରା ଇଣ୍ଟରନେଟ୍‌ ଜରିଆରେ ଅନ୍‌ଲାଇନରେ ହେଉଥିବା କାରବାରର ସମଗ୍ର ବିକାଶ ହୋଇପାରିବ ବୋଲି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଇ-ବାଣିଜ୍ୟ କମ୍ପାନୀଙ୍କ ସହ କ୍ରମାଗତ ଦୁଇଦିନ ଧରି ହେଉଥିବା ଆଲୋଚନା କାଳରେ କେନ୍ଦ୍ରମନ୍ତ୍ରୀ ଉକ୍ତ ପ୍ରତିଶ୍ରୁତି ଦେଇଛନ୍ତି। ଏଥିପୂର୍ବରୁ କେନ୍ଦ୍ର ସରକାର ଚଳିତବର୍ଷ ଫେବୃୟାରୀରେ ରାଷ୍ଟ୍ରୀୟ ଇ-କମର୍ସ ନୀତି ଚିଠା ଘୋଷଣା କରିଥିଲେ। ସୀମାପାର ତଥ୍ୟ ପ୍ରବାହକୁ ରୋକିବା, କଟକଣା ଜାରି କରିବା ଭଳି ବିବାଦୀୟ ପ୍ରସଙ୍ଗଗୁଡ଼ିକ ଏଥିରେ ସ୍ଥାନିତ ହୋଇଥିଲା। ଯାହାକୁ ଇ-କମର୍ସ କମ୍ପାନୀଗୁଡ଼ିକ ବିରୋଧ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉଦ୍ୟୋଗ ସମ୍ପର୍କିତ ଏବଂ ଆଭ୍ୟନ୍ତରୀଣ ବ୍ୟାପାର ବିଭାଗ(ଡିପିଆଇଆଇଟି) ଅନ୍ତର୍ଗତରେ ଏକ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯିବ। ଏହି କମିଟି ପ୍ରତ୍ୟକ୍ଷ ବିଦେଶୀ ନିବେଶ ଏବଂ ଇ-ବାଣିଜ୍ୟ ନୀତିର ଚିଠାକୁ ନେଇ ସମ୍ପୃକ୍ତ ପକ୍ଷଙ୍କ ଅଭିଯୋଗର ସମାଧାନ କରିବେ।


All Right Reserved By Dharitri.Com

ଆଜି ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର,୧୫-୧: ବୁଧବାର ମକର ସଂକ୍ରାନ୍ତି ଯୋଗୁ ରାଜ୍ୟରେ ବିଭିନ୍ନ ବ୍ୟାଙ୍କ ଏବଂ ବ୍ୟାଙ୍କିଙ୍ଗ୍‌ ପ୍ରତିଷ୍ଠାନଗୁଡିକ ବନ୍ଦ ରହିବ। ଫଳରେ ଲୋକଙ୍କୁ ସେବା ଉପଲବ୍ଧ ହେବ ନାହିଁ।...

ସୁଷମା ସ୍ବରାଜଙ୍କ ବିୟୋଗରେ ଶିଳ୍ପ ଜଗତର ଶୋକ

ନୂଆଦିଲ୍ଲୀ,୭।୮: ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ବିୟୋଗରେ ଦେଶର ଶିଳ୍ପ ଜଗତ ପକ୍ଷରୁ ଶୋକ ପ୍ରକାଶ ପାଇଛି। ସୁଷମା ଜଣେ ମହାନ ନେତ୍ରୀ ଏବଂ...

ବାତ୍ୟା ପ୍ରଭାବିତଙ୍କୁ ଟୟୋଟା କର୍ମଚାରୀଙ୍କ ପକ୍ଷରୁ ସହାୟତା

ଭୁବନେଶ୍ୱର,୨୯।୫: ଟୟୋଟା କିର୍ଲୋସ୍କାର ମୋଟର୍ସ ପକ୍ଷରୁ ଫନୀ ପ୍ରଭାବିତ ଲୋକଙ୍କ ଲାଗି ରିଲିଫ ପ୍ରଦାନ କରାଯାଇଛି। ପ୍ରଭାବିତ ୮୦୦ ପରିବାରକୁ ଖାଦ୍ୟ ସାମଗ୍ରୀ ଏବଂ ୧୫୦...

ନାଲ୍‌କୋ ଅଧ୍ୟକ୍ଷଙ୍କୁ ଗ୍ଲୋବାଲ ଇଣ୍ଡିଆନ୍‌ ବିଜନେସ୍‌ ଲିଡର ସମ୍ମାନ

ଭୁବନେଶ୍ୱର,୧୮-୬:ନାଲ୍‌କୋ ଅଧ୍ୟକ୍ଷ ତପନ କୁମାର ଚାନ୍ଦଙ୍କୁ ଗ୍ଲୋବାଲ ଇଣ୍ଡିଆନ୍‌ ବିଜନେସ୍‌ ଲିଡର ସମ୍ମାନ ମିଳିଛି। ଉଲ୍ଲେଖନୀୟ ବୃତ୍ତିଗତ ସଫଳତା ଏବଂ ସାମାଜିକ ଅବଦାନ ଲାଗି ଚାନ୍ଦଙ୍କୁ...

୨୦୨୦ରେ ୭.୫% ରହିବ ଜିଡିପି

ନୂଆଦିଲ୍ଲୀ,୭-୬: ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଭାରତ ଜିଡ଼ିପି ଅଭିବୃଦ୍ଧି ହାର ଗତି ଉପରେ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ଭରସା ରହିଛି। ଏହା ଜି-୨୦ ନୋଟ୍‌...

ପେଟ୍ରୋଲ,ଡିଜେଲ ମୂଲ୍ୟ ବଢିଲା

ନୂଆଦିଲ୍ଲୀ,୬-୭: ବଜେଟ ଯୋଜନା ମୁତାବକ ଇନ୍ଧନ ଉପରେ ଟିକସ ବୃଦ୍ଧି ହେବା ଯୋଗୁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଘଟିଛି। ପେଟ୍ରୋଲ ଦର ଶୁକ୍ରବାର...

ସପ୍ତାହକ ଭିତରେ ଜେଟ୍‌ର ସ୍ଥିତି ସ୍ପଷ୍ଟ ହେବ: ଏସ୍‌ବିଆଇ ମୁଖ୍ୟ

ନୂଆଦିଲ୍ଲୀ,୨୦-୫: ଆର୍ଥିକ ସଙ୍କଟ କାରଣରୁ ଅସ୍ଥାୟୀଭାବେ ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜ୍‌ର ଭବିଷ୍ୟତକୁ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି। ଜେଟ୍‌ ପୁଣିଥରେ କାର୍ଯ୍ୟକ୍ଷମ...

ଉଦ୍ୟୋଗିକ ଉତ୍ପାଦନ,ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି

ନୂଆଦିଲ୍ଲୀ,୧୩-୯: ଦେଶର ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଔଦ୍ୟୋଗିକ ଉତ୍ପାଦନ ଆଣିଛିି ଖୁସିଖବର। ଜୁଲାଇରେ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ(ଆଇଆଇପି) ଅଭିବୃଦ୍ଧି ହାର ୪.୩%କୁ...

Leave a comment

Your email address will not be published. Required fields are marked *