Posted inଖେଳ

ଏସିଆନ୍‌ ବକ୍ସିଂ: ଫାଇନାଲରେ ୬ ଭାରତୀୟ

ବ୍ୟାଙ୍କକ୍‌, ୨୬।୪(ପି.ଟି.)- ଏଠାରେ ଚାଲିଥିବା ଏସିଆନ୍‌ ବକ୍ସଂ ଚାମ୍ପିୟନଶିପ୍‌ରେ ଗୁରୁବାର ୬ଜଣ ଭାରତୀୟ ବକ୍ସର ଫାଇନାଲରେ ପ୍ରବେଶ କରିଛନ୍ତି। ଫଳରେ ଏହି ଚାମ୍ପିୟନଶିପ୍‌ରେ ଭାରତ ପାଇଁ ଏହା ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ସାବ୍ୟସ୍ତ ହୋଇଛି। ୫୨ କେ.ଜି.ରେ ଅମିତ ପଙ୍ଘାଲ ଓ ୫୬ କେ.ଜି.ରେ କବିନ୍ଦର ସିଂ ବିଷ୍ଟ ଫାଇନାଲରେ ପ୍ରବେଶ କରି ଚଳିତ ବର୍ଷ କ୍ରମାଗତ ଦ୍ୱିତୀୟ ଆନ୍ତର୍ଜାତିକ ସ୍ବର୍ଣ୍ଣପଦକ ହାସଲ କରିବାର ସମ୍ଭାବନା ସୃଷ୍ଟି କରିଛନ୍ତି। ତେବେ ୬୦ କେ.ଜି.ରେ ଶିବ ଥାପ୍ପା କ୍ରମାଗତ ଚତୁର୍ଥଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ପରାସ୍ତ ହୋଇ ବ୍ରୋଞ୍ଜ୍‌ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଦୀପକ ସିଂ ୪୯ କେ.ଜି. ଓ ଆଶିଷ କୁମାର ୭୫ କେ.ଜି.ରେ ଫାଇନାଲକୁ ଉଠିଛନ୍ତି। ସେହିପରି ପୂଜାରାନୀ ୮୧ କେ.ଜି. ବର୍ଗରେ ଓ ସିମରନଜିତ୍‌ କୌର ୬୪ କେ.ଜି. ମହିଳା ଡ୍ର’ର ଫାଇନାଲରେ ପ୍ରବେଶ କରି ଅତିକମ୍‌ରେ ରୌପ୍ୟପଦକ ନିଶ୍ଚିତ କରିଛନ୍ତି।


All Right Reserved By Dharitri.Com

Posted inଖେଳ View All

ସ୍ପଟ୍‌ ଫିକ୍ସିଂ ପରେ ଅମିରଙ୍କୁ ମାଡ଼ ମାରିଥିଲେ ଆଫ୍ରିଦୀ

କରାଚୀ,୧୨।୬(ପିଟି): ପାକିସ୍ତାନ ଦଳର ପୂର୍ବତନ ଦିନିକିଆ ଅଧିନାୟକ ଶାହିଦ ଆଫ୍ରିଦୀ ମାଡ଼ ମାରିବା ପରେ ମହମ୍ମଦ ଅମିର ସ୍ପଟ୍‌ ଫିକ୍ସିଂ ମାମଲାରେ ଜଡ଼ିତ ଥିବା ଦୋଷ...

ଏକରମ୍ୟାନଙ୍କ ନାମରେ ଟି୨୦ ବିଶ୍ୱ ରେକର୍ଡ

ଲଣ୍ଡନ, ୮।୮ (ଏଏଫ୍‌ପି)- ଦକ୍ଷିଣ ଆଫ୍ରିକା ସ୍ପିନର କଲିନ୍‌ ଏକରମ୍ୟାନ ଟି୨୦ କ୍ରିକେଟ୍‌ର ଶ୍ରେଷ୍ଠ ବୋଲିଂ ଫିଗର୍‌ ହାସଲ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଏଠାରେ...

ବିଜୟ ହଜାରେ ଟ୍ରଫି: ଶାନ୍ତନୁଙ୍କ ଚମତ୍କାର ବୋଲିଂ, ଓଡ଼ିଶା ବିଜୟୀ

କଟକ ଅଫିସ,୧୩ା୧୦- ଭଦୋଦରାର ମୋତିବାଗ୍‌ କ୍ରିକେଟ ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ବିଜୟ ହଜାରେ ଟ୍ରଫିର ଏକ ମ୍ୟାଚ୍‌ରେ ଓଡ଼ିଶା ୩୧ ରନରେ ବିଦର୍ଭକୁ ପରାସ୍ତ କରିଛି...

କମେଣ୍ଟ୍ରି ବକ୍ସରେ ଭାରତୀୟ କ୍ରିକେଟର ତ୍ରିମୂର୍ତ୍ତି

ଲଣ୍ଡନ,୩୧।୫- ଏଠାରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଆଇସିସି ବିଶ୍ୱକପ୍‌ ପ୍ରଥମ ମ୍ୟାଚ୍‌ରେ ପ୍ରଶଂସକମାନେ ଏକ ଭିନ୍ନ ମଜା ପାଇଛନ୍ତି। ଭାରତୀୟ କ୍ରିକେଟର...

ମୃତ୍ୟୁର ୫ ବର୍ଷପରେ ହ୍ୟୁଗ୍ସଙ୍କୁ ପ୍ରଶଂସା

ମେଲବୋର୍ନ,୨୬।୧୧(ପି.ଟି.)- ମୃତ୍ୟୁର ୫ ବର୍ଷ ପରେ ଫିଲିପ୍‌ ହ୍ୟୁଗ୍ସଙ୍କୁ ପୁଣି ମନେ ପକାଇଛି କ୍ରିକେଟ ଅଷ୍ଟ୍ରେଲିଆ। ଏକ ପ୍ରଥମଶ୍ରେଣୀ ଘରୋଇ କ୍ରିକେଟ ମ୍ୟାଚ୍‌ ଖେଳିବା ଅବସରରେ...

ହାଇଦ୍ରାବାଦ ବିପକ୍ଷରେ ଧୋନୀଙ୍କୁ ବିଶ୍ରାମ

ହାଇଦ୍ରାବାଦ, ୧୭।୪ (ପି.ଟି.)- ୨୦୧୦ ପରଠାରୁ ପ୍ରଥମଥର ପାଇଁ ମହେନ୍ଦ୍ର ସିଂ ଧୋନୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ୱ ନେଇନାହାନ୍ତି।...

ଝେଙ୍ଗ୍‌ଙ୍କୁ ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ

ଲସ୍‌ଆଞ୍ଜେଲ୍ସ, ୫ା୮ (ଏଏଫ୍‌ପି): ଚାଇନାର ଝେଙ୍ଗ୍‌ ସାଇସାଇ ତାଙ୍କ ଟେନିସ କ୍ୟାରିୟରର ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ ହାସଲ କରିଛନ୍ତି। ଏଠାରେ ଚାଲିଥିବା ସାନ୍‌ଜୋସ ଡବ୍ଲ୍ୟୁଟିଏ ଟୁର୍ନାମେଣ୍ଟର...

ଏଥର ଦୋହାରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌

ଅଲିମ୍ପିକ୍ସ ପରେ ବିଶ୍ୱ ଆଥଲେଟିକ ଚାମ୍ପିୟନଶିପ୍‌ ଦ୍ୱିତୀୟ ଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭର ମାନ୍ୟତା ପାଇଛି। ଏହି ମେଗା ଇଭେଣ୍ଟର ୧୭ତମ ସଂସ୍କରଣ ଏଥର କାତାର ରାଜଧାନୀ...

Leave a comment

Your email address will not be published. Required fields are marked *