ନେଟ୍ସରେ ଭୁବିଙ୍କ ଅଭ୍ୟାସ

ନୂଆଦିଲ୍ଲୀ,୨୫।୬- ଭାରତୀୟ ଦଳର ମ୍ୟାନେଜମେଣ୍ଟକୁ ମଙ୍ଗଳବାର ବଡ଼ ଆଶ୍ୱସ୍ତି ମିଳିଛି। ପେସର ଭୁବନେଶ୍ୱର କୁମାର (ଭୁବି) ୩୦ରୁ ୩୫ ମିନିଟ୍‌ ଧରି ମାଞ୍ଚେଷ୍ଟରର ଇନ୍‌ଡୋର ନେଟ୍ସରେ ଅଭ୍ୟାସ କରିଛନ୍ତି। ଗୁରୁବାର ଓଲ୍ଡ ଟ୍ରାଫୋର୍ଡଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ମୁକାବିଲାରେ ତାଙ୍କ ଖେଳିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଭୁବି ଫୁଲ ରନ୍‌ ଅପ୍‌ ନେଇ ବୋଲିଂ କରିଥିଲେ। ଏଥିରୁ ତାଙ୍କ ମାଂସପେଶୀ ସମସ୍ୟା ଦୂର ହୋଇଯାଇଥିବା ଜଣାପଡ଼ୁଛ। ସେ ଫିଜିଓ ପାଟ୍ରିକ ଫର୍ହାର୍ଟଙ୍କ ତତ୍ତ୍ୱାବଧାନରେ ଅଧିନାୟକ ବିରାଟ କୋହଲିଙ୍କୁ ମଧ୍ୟ ବୋଲିଂ କରିଥିଲେ।


All Right Reserved By Dharitri.Com

କାଜାକସ୍ତାନ, କିର୍‌ଗିଜସ୍ତାନ ଇଭେଣ୍ଟରେ ଭାଗ ନେବେ ଦୂତୀ

ନୂଆଦିଲ୍ଲୀ, ୨୭ା୬ (ପି.ଟି.)-ଆସନ୍ତା ମାସରେ କାଜାଖସ୍ତାନ ଓ କିର୍‌ଗିଜସ୍ତାନରେ ହେବାକୁଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ଲାଗି ମନୋନୀତ ଆଥ୍‌ଲେଟମାନଙ୍କ ମଧ୍ୟରେ ଅଛନ୍ତି ସ୍ପ୍ରିଣ୍ଟର ଦୂତୀ...

ପିତାଙ୍କ ମୃତ୍ୟୁ ପରେ ମା’ ବସ୍‌ କଣ୍ଡକ୍ଟର କାମ କରି ପୁଅକୁ କଲେ କ୍ରିକେଟର,ଏବେ ଭାରତୀୟ ଦଳରେ ମିଳିଲା ସ୍ଥାନ

ମୁମ୍ବାଇ, ୧।୯:ଶ୍ରୀଲଙ୍କାରେ ହେବାକୁ ଥିବା ୟୁଥ୍‌ ଏସିଆ କପ୍‌ ଟୁର୍ନାମେଣ୍ଟ ପାଇଁ ଅଣ୍ଡର-୧୯ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ସାମିଲ୍‌ ହୋଇଛନ୍ତି ଜଣେ...

ଟୁଇଟରରେ ରୋନାଲ୍ଡୋଙ୍କ ଫଲୋଅର୍ସ ସବୁଠୁ ଅଧିକ, ତାଲିକାରେ ଅଛନ୍ତି କୋହଲି

ନୂଆଦିଲ୍ଲୀ,୨୯।୧୨- ପର୍ତ୍ତୁଗାଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ, ବ୍ରାଜିଲର ନେମାର କ୍ରିକେଟରଙ୍କ ମଧ୍ୟରେ ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କ ଭଳି କ୍ରୀଡ଼ାବିତଙ୍କ ଟୁଇଟରରେ ଫଲୋଅର୍ସ ସଂଖ୍ୟା...

ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଉଦ୍‌ଯାପିତ: ପଞ୍ଜାବ ଦଳଗତ ଚାମ୍ପିୟନ, ସାବିତ୍ରୀ ଫୁଲେ ରନର୍ସଅପ୍‌

ଭୁବନେଶ୍ୱର,୨।୩(ସ୍ପୋଟର୍‌ସ ବ୍ୟୁରୋ)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା(କେଆଇୟୁଜି)ର ପ୍ରଥମ ସଂସ୍କରଣ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି। କିଟ୍‌ ବିଶ୍ୱବିଦ୍ୟାଳୟ ଇନ୍‌ଡୋର ହଲ୍‌ରେ ରବିବାର ଆୟୋଜିତ ଏକ ସ୍ବତନ୍ତ୍ର...

ଲଣ୍ଡନରେ ଛୁଟି କାଟୁଛନ୍ତି ବିରାଟ-ଅନୁଷ୍କା, ରାଗିଲେ ଫ୍ୟାନ୍‌

ଲଣ୍ଡନ, ୧୪।୭: ନ୍ୟୁଜିଲାଣ୍ଡଠାରୁ ପରାଜୟବରଣ କରି ଭାରତୀୟ ଦଳ ଚଳିତ ବିଶ୍ୱକପ ସେମିଫାଇନାଲରୁ ବିଦାୟ ନେଇଛି। ଭାରତର ପରାଜୟକୁ ନେଇ ଦେଶରେ ନିରାଶାର ମାହୋଲ ଖେଳିଯାଇଥିବାବେଳେ...

ବ୍ରାଏଣ୍ଟଙ୍କ ମୃତଦେହ ଚିହ୍ନଟ

ଲସ୍‌ ଏଞ୍ଜେଲ୍ସ, ୩୦।୧(ଏଏଫ୍‌ପି)- ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କିମ୍ବଦନ୍ତୀ ବାସ୍କେଟ୍‌ବଲ ଖେଳାଳି କୋବ ବ୍ରାଏଣ୍ଟଙ୍କ ମୃତଦେହ ଚିହ୍ନଟ କରାଯାଇଛି। ଏଥିସହିତ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା...

ଅଷ୍ଟ୍ରେଲିଆ ମ୍ୟାଚ୍‌ ପୂର୍ବରୁ ମିଳିଥିଲା ଏହି ଖାସ୍‌ ଉପହାର: ଭାବୁକ ହୋଇପଡିଲେ କୋହଲି

ଲଣ୍ଡନ,୧୦।୬: ଆଇସିସି ବିଶ୍ୱକପରେ ରବିବାର ଅନୁଷ୍ଠିତ ହାଇଭୋଲ୍ଟେଜ ମ୍ୟାଚରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ। ଏହି ମ୍ୟାଚ୍‌ ପୂର୍ବରୁ...

ଏସିଆନ ଜିମ୍ନାଷ୍ଟିକ୍ସରେ ପ୍ରଣତିଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ,୨୧।୬ (ପି.ଟି.)-ମଙ୍ଗୋଲିଆର ଉଲାନବାତାରଠାରେ ଚାଲିଥିବା ଏସିଆନ ସିନିୟର ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ୍‌ ଭଲ୍ଟ ଇଭେଣ୍ଟରେ ଶୁକ୍ରବାର ଭାରତୀୟ ମହିଳା ଜିମ୍ନାଷ୍ଟ ପ୍ରଣତି ନାୟକ ଏକ ବ୍ରୋଞ୍ଜ...

Leave a comment

Your email address will not be published. Required fields are marked *