ଗ୍ଲୋବାଲ ଲିଗ୍‌ ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ଗୋନୀଙ୍କ ସନ୍ନ୍ୟାସ

ନୂଆଦିଲ୍ଲୀ,୨୫।୬- ଗ୍ଲୋବାଲ ଟି୨୦ କାନାଡା ଲିଗ୍‌ର ଟରୋଣ୍ଟୋ ନ୍ୟାଶନାଲ୍ସ ଦଳର ଖେଳାଳିଙ୍କ ତାଲିକାରେ ସ୍ଥାନ ପାଇଥିବା ପୂର୍ବତନ ପେସର ମନପ୍ରୀତ ଗୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ଯୁବରାଜ ସିଂଙ୍କ ପରେ ଦ୍ୱିତୀୟ ପଞ୍ଜାବୀ କ୍ରିକେଟର ଭାବେ ସେ ଅବସର ଘୋଷଣା କରିଛନ୍ତି। ଟରୋଣ୍ଟୋ ନ୍ୟାଶନାଲ୍ସ ଖେଳାଳିଙ୍କ ତାଲିକାରେ ଯୁବରାଜଙ୍କ ନାମ ମଧ୍ୟ ରହିଛି। ଗ୍ଲୋବାଲ ଟି୨୦ କାନାଡା ଲିଗ୍‌ର ଦ୍ୱିତୀୟ ସଂସ୍କରଣ ଆସନ୍ତା ଜୁଲାଇ ୨୫ ତରିଖରୁ ଆରମ୍ଭ ହେବ। ୩୬ ବର୍ଷୀୟ ଗୋନୀ ଭାରତ ପକ୍ଷରୁ ଦୁଇଟି ଦିନିକିଆ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଛନ୍ତି। ୬୧ ପ୍ରଥମ ଶ୍ରେଣୀ ଓ ୯୦ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ବିସିସିଆଇର ନିୟମ ଅନୁଯାୟୀ କୌଣସି ବିଦେଶୀ ଲିଗ୍‌ରେ ଖେଳିବାକୁ ହେଲେ ଖେଳାଳିଙ୍କୁ ଅନ୍ତର୍ଜାତୀୟ ଓ ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ନେବା ଦରକାର। ନ ହେଲେ ଖେଳାଳିଙ୍କୁ ଏନ୍‌ଓସି ମିଳିବ ନାହିଁ।


All Right Reserved By Dharitri.Com

କେଉଁଠାରୁ ଆରମ୍ଭ ଫ୍ରି ହିଟ୍‌ ନିୟମ

କ୍ରିକେଟର ଅନ୍ୟତମ ଲୋକପ୍ରିୟ ନିୟମ ଫ୍ରି ହିଟ୍‌। ଏ ସମ୍ପର୍କରେ ପ୍ରାୟ କ୍ରିକେଟ ପ୍ରଶଂସକଙ୍କୁ ଜଣାଥିବ। ମାତ୍ର ଏହି ନିୟମ କ୍ରିକେଟରେ କେବେଠାରୁ ଲାଗୁ ହେଲା? ...

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ଟିକେଟ ବିକ୍ରି ଆରମ୍ଭ: ଟିକେଟ ବିକ୍ରି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦିଆଯିବ

ଭୁବନେଶ୍ୱର,୨୭।୫(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଏଫ୍‌ଆଇଏଚ୍‌ ପୁରୁଷ ସିରିଜ ଫାଇନାଲ୍ସ ପାଇଁ ଟିକେଟ ବିକ୍ରି ଆରମ୍ଭ...

ଅଜବ ମ୍ୟାଚ୍‌: ୧୦ଜଣ ବ୍ୟାଟ୍ସମ୍ୟାନ୍‌ ଶୂନରେ ଆଉଟ୍‌, ଦଳ ୪ ରନ୍‌ରେ ଅଲଆଉଟ୍‌

ଥିରୁଭାନନ୍ତପୁରମ୍‌, ୧୬।୫: କେରଳର କସାରାଗୋଡରେ ଏକ ଅଜବ କ୍ରିକେଟ ମ୍ୟାଚ୍‌ ଦେଖିବାକୁ ମିଳିଛି। ଏଠାରେ ଆନ୍ତଃଜିଲା ଅଣ୍ଡର-୧୯ ମହିଳା କ୍ରିକେଟ ଦଳ ମଧ୍ୟରେ ଚାଲିଥିବା ଏକ...

ସୌରଭଙ୍କୁ ଭେଟିଲେ ପଙ୍କଜ, ସଞ୍ଜୟ

କଟକ ଅଫିସ,୨୪ା୧୦- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ନୂଆ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସଭାପତି ପଙ୍କଜଲୋଚନ ମହାନ୍ତି ଓ ସମ୍ପାଦକ...

ହାମିଲଟନ ଟେଷ୍ଟ : ବନର୍‌ସ, ରୁଟ୍‌ଙ୍କ ଶତକ

ହାମିଲଟନ,୧।୧୨- ସ୍ଥାନୀୟ ସେଡନ ପାର୍କରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଇଂଲଣ୍ଡ ଓପନର ରୋରି ବନର୍‌ସ ଓ ଅଧିନାୟକ ଜୋ ରୁଟଙ୍କ...

ସଚିନଙ୍କ ପ୍ରଥମ ପ୍ରେମ ନୁହନ୍ତି ଅଞ୍ଜଳୀ

ମୁମ୍ବାଇ,୧୪।୨- ଶୁକ୍ରବାର ଭାଲେନଟାଇନ୍ସ ଦିବସ ଅବସରରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଟୁଇଟରରେ ଏକ ଭିଡିଓ ଶେୟାର କରି ପତ୍ନୀ ଅଞ୍ଜଳୀ ତେନ୍ଦୁଲକର ତାଙ୍କ...

ସେରେନା, ହାଲେପ୍‌ ସେମିଫାଇନାଲରେ

ଲଣ୍ଡନ, ୧୦ା୭- ସେରେନା ଓ୍ବିଲିୟମ୍ସ ଓ ସିମୋନା ହାଲେପ୍‌ ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ଏକ ମହିଳା...

ପିସିବି କ୍ରିକେଟ କମିଟି: ମହସିନଙ୍କ ସ୍ଥାନରେ ଆକ୍ରମ ହେବେ ଚେୟାରମ୍ୟାନ

କରାଚୀ, ୨୧ା୬ (ପି.ଟି.)-ପୂର୍ବତନ ଟେଷ୍ଟ କ୍ରିକେଟର ମହସିନ ଖାଁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) କ୍ରିକେଟ କମିଟି ଚେୟାରମ୍ୟାନ ପଦବୀରୁ ଓହରିଯାଇଛନ୍ତି। ବୋର୍ଡର ପରିଚାଳନା ନିର୍ଦ୍ଦେଶକ ଓ୍ବାସିମ...

Leave a comment

Your email address will not be published. Required fields are marked *