Posted inଜାତୀୟ

ଜମି ବିବାଦ: କଲୋନେଲ୍‌ଙ୍କ ଦାଦାଗିରି; ୪୦ ଯବାନଙ୍କୁ ନେଇ ଟ୍ରାକ୍ଟରରେ ଚାଷ କଲେ

ପୁଣେ,୨୫।୬: ମହାରାଷ୍ଟ୍ର ଖେଦ୍‌ ଜିଲାରେ ଜମି ବିବାଦକୁ ନେଇ ଜଣେ କଲୋନେଲ୍‌ଙ୍କ ଦାଦାଗିରି ଘଟଣା ଲୋକଲୋଚନକୁ ଆସିଛି। ସ୍ଥାନୀୟ ଗୁଲାନି ଗାଁରେ ୬୫ ଏକର ଜମିକୁ ନେଇ କଲୋନେଲ୍‌ କେଦାର ଗାଏକ୍ୱାଡେ ଏବଂ ସୁନୀଲ ଭରଣେଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ତେବେ ଏନେଇ କେଦାର ଉତ୍ୟକ୍ତ ହୋଇ ଜମିକୁ ଜୋର ଜବରଦସ୍ତ ହାତେଇବା ପାଇଁ ୪ଟି ମିଲିଟାରୀ ଗାଡ଼ିରେ ୪୦ ଜଣ ଯବାନଙ୍କୁ ଧରି ଗାଁରେ ପହଞ୍ଚି ସୁନୀଲଙ୍କୁ ଧମକାଚମକା କରିବା ସହିତ ବିବାଦୀୟ ଜମିରେ ଟ୍ରାକ୍ଟର ଦ୍ୱାରା ଚାଷ କରିଥିଲେ। କେଦାର ହାଇଦ୍ରାବାଦ୍‌ସ୍ଥିତ ଗୋଳାବାରୁଦ କେନ୍ଦ୍ରରେ କାର୍ଯ୍ୟ କରନ୍ତି। ଆଇନକୁ ନିଜ ହାତକୁ ନେବା ଅଭିଯୋଗରେ କେଦାରଙ୍କ ନାମରେ ପୁଣେର ରାଜଗୁରୁ ନଗର ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହାର ତଦନ୍ତ ଜାରି ରହିଛି।


All Right Reserved By Dharitri.Com

ସନ୍ନିଙ୍କ କାମକୁ ଦେଖି କମେଣ୍ଟ କଲେ ଧର୍ମେନ୍ଦ୍ର: ଟୁଇଟ୍‌ ହେଲା ଭାଇରାଲ

ନୂଆଦିଲ୍ଲୀ,୧୬।୬: ବଲିଉଡ୍‌ ଅଭିନେତାରୁ ନିକଟରେ ଏମ୍‌ପି ହୋଇଥିବା ସନ୍ନି ଦେଓଲ ଶନିବାର ତାଙ୍କ ନିର୍ବାଚନ ମଣ୍ଡଳୀରେ ପହଞ୍ଚିଥିଲେ। ସେଠାରେ ସେ ଚାଲିଥିବା ବିକାଶ କାର୍ଯ୍ୟର ତଦାରଖ...

ଚାଷ ଜମିରେ କୃଷକ ସ୍ଥାପନ କଲେ ‘ଗଜରାଜଙ୍କ ପ୍ରତିମା’

ମହାସମୁନ୍ଦ,୨୦।୯: ଛତିଶଗଡ଼ ମହାସମୁନ୍ଦ ଜିଲାର ଏକ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି। ଫସଲକୁ ହାତୀ ପଲଙ୍କଠାରୁ ବଞ୍ଚାଇବା ପାଇଁ ଚାଷ ଜମିରେ ଗଜରାଜଙ୍କ ପ୍ରତିମା...

ପରାଜୟ ପରେ କାନ୍ଦିଲେ ପଙ୍କଜା

ମୁମ୍ବାଇ,୨୫-୧୦:ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଭାଜପା ପ୍ରାର୍ଥୀ ପଙ୍କଜା ମୁଣ୍ଡେ ବିଧାନସଭା ନିର୍ବାଚନରେ ହାରିଯିବା ପରେ କାନ୍ଦି ପକାଇଥିଲେ। ପାର୍ଲି ଆସନରୁ ନିର୍ବାଚନ ଲଢ଼ୁଥିବା ପଙ୍କଜାଙ୍କ...

ଯାହା ପାଖକୁ ଯାଇଛି ତାକୁ ସର୍ବସ୍ବାନ୍ତ କରିଛି କୋହୀନୂର…

କୋହୀନୂର ହୀରା। ନୀଳ ରଙ୍ଗର ଏହି ହୀରା ସଭିଙ୍କୁ ଆକର୍ଷିତ କରିଥାଏ । ଉର୍ଦ୍ଦୁ ଭାଷାରେ ଏହାର ଅର୍ଥ ଔଜ୍ଜଲ୍ୟର ପାହାଡ଼। ତେବେ ଏହା ଯାହା...

ବଢୁଛି କାବିନି ଡ୍ୟାମର ଜଳସ୍ତର

କୋଡାଗୁ,୮।୮: କର୍ନାଟକରେ ବନ୍ୟା ପରିସ୍ଥିତି ବେଳକୁ ବେଳ ଗମ୍ଭୀର ହେବାରେ ଲାଗିଛି। ଗୁରୁବାର କାବିନି ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ତେବେ ଡ୍ୟାମରୁ ପାଖାପାଖି...

ରାଜ୍ୟ ସଭାରେ ‘ଟ୍ରିପଲ୍‌ ତଲାକ୍‌’ ବିଲ ପାସ୍‌

ନୂଆଦିଲ୍ଲୀ,୩୦।୭: ଲୋକ ସଭା ପରେ ଏବେ ରାଜ୍ୟ ସଭାରେ ପାରିତ ହେଲା ‘ଟ୍ରିପଲ୍‌ ତଲାକ୍‌ ବିଲ୍‌’। ଭୋଟିଂ ଡିଭିଜନ ଜରିଆରେ ମୁସଲମାନ ମହିଳାଙ୍କ ବିବାହ ସମ୍ପର୍କିତ...

ମୋଦି ସାହସିକତାର ପଦକ୍ଷେପ ନେଇଛନ୍ତି: ମୋହନ ଭାଗବତ

ନୂଆଦିଲ୍ଲୀ, ୫।୮:କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଜମ୍ମୁ-କଶ୍ମୀର ପାଇଁ ସମ୍ବିଧାନରେ ଥିବା ସ୍ବତନ୍ତ୍ର ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ସରକାରରଙ୍କ ଏହି ନିଷ୍ପତ୍ତିକୁ...

ପରଲୋକରେ ପଦ୍ମଶ୍ରୀ ନବନୀତା ଦେବ୍‌ସେନ

କୋଲକାତା,୮।୧୧: ପ୍ରଖ୍ୟାତ ଅର୍ଥନୀତିଜ୍ଞ ନୋବେଲ ବିଜେତା ଡ.ଅମର୍ତ୍ତ୍ୟ ସେନଙ୍କ ପ୍ରଥମ ସ୍ତ୍ରୀ ନବନୀତା ଦେବ୍‌ ସେନଙ୍କ ଗୁରୁବାର ସଂନ୍ଧ୍ୟାରେ ଦକ୍ଷିଣ କୋଲକୋତା ସ୍ଥିତ ବାସଭବନରେ ମୃତ୍ୟୁ...

Leave a comment

Your email address will not be published. Required fields are marked *