ବାରିମୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଡେରାବିଶ, ୨୫ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ବାରିମୂଳ ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ମଙ୍ଗଳବାର ସକାଳେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ବାରିମୂଳ ଆଦିବାସୀ ସାହିର ପାର୍ବତୀ ହେମ୍ବ୍ରମ୍‌(୪୨)।
ପରିବାରଙ୍କ ସୂଚନା ଅନୁଯାୟୀ, ସୋମବାର ପାର୍ବତୀ କାମ କରିବାକୁ ଯାଇଥିଲେ। ମାତ୍ର ଦିନ ୧୧ଟାରେ କାମ କରୁଥିବା ସ୍ଥାନରୁ କେଉଁଆଡ଼େ ପଳାଇଥିଲେ। ପରିବାର ପକ୍ଷରୁ ବହୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ପାର୍ବତୀଙ୍କୁ ପାଇ ନ ଥିଲେ। ତେବେ ମଙ୍ଗଳବାର ସକାଳୁ କେନ୍ଦ୍ରାପଡ଼ା-ଇନ୍ଦୁପୁର ରାସ୍ତା କଡ଼ରେ ଥିବା ଏକ ଗଛମୂଳେ ତାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସ୍‌କୁ ଖବର ଦେଇଥିଲେ। ମୃତର କାରଣ ଜଣାପଡ଼ିନାହିଁ। ଖବର ପାଇ ସଦର ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ପାର୍ବତୀଙ୍କ ପେଟରେ କିଛି ଦାଗ ରହିଥିବା ଦେଖିବାକୁ ମିଳିଛି।
ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର ଓ ଅତିରିକ୍ତ ତହସିଲଦାର କାହ୍ନୁ ଚରଣ ଲେଙ୍କା, ୧୩ ନଂ. ଜୋନ୍‌ ଜିଲା ପରିଷଦ ସଭ୍ୟା ଜବା ମୁର୍ମୁ, ସରପଞ୍ଚ ଶୁଦ୍ଧଦେବ ବେହେରା ପ୍ରମୁଖ ଘଟଣାସ୍ଥଳ ଅନୁଧ୍ୟାନ କରି ଫେରିଛନ୍ତି।


All Right Reserved By

ପାରିବାରିକ ବିବାଦକୁ ନେଇ ମାରପିଟ୍‌ : ଜଣେ କୋର୍ଟଚାଲାଣ

ଧର୍ମଶାଳା,୮ା୬(ଡି.ଏନ.ଏ.)- ପାରିବାରିକ ବିବାଦକୁ ନେଇ ମାରପିଟ୍‌ ଘଟଣାରେ ଧର୍ମଶାଳା ପୋଲିସ ଶନିବାର ଜଣଙ୍କୁ କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ ସେକ୍‌ ରିକୁ। ପ୍ରକାଶ ଯେ, ପାରିବାରିକ...

୩୦ ଫୁଟ ଲମ୍ବ ଲୁଣାଘେରି ବନ୍ଧରେ ଘାଇ: ଶତାଧିକ ଚାଷଜମିରେ ଧାନ ନଷ୍ଟ

ମହାକାଳପଡ଼ା,୧୯।୭(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଉଚ୍ଚ ଜୁଆର ପ୍ରଭାବରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଖରିନାସୀର ୮ଶହ ଏକର ଅଞ୍ଚଳରେ ଲୁଣାଘେରି ବନ୍ଧରେ ତିରିଶ ଫୁଟ ଲମ୍ବର...

ବଧୂ ହତ୍ୟା ଅଭିଯୋଗ : ସ୍ବାମୀ କୋର୍ଟଚାଲାଣ

ଯାଜପୁର ଟାଉନ,୧୭ା୬(ଡି.ଏନ୍‌.ଏ.): ଯାଜପୁର ସଦର ଥାନା ଅନ୍ତର୍ଗତ ମାଳଆନନ୍ଦପୁର ଗ୍ରାମର ରଶ୍ମିତା ଦଳାଇଙ୍କ ଶୁକ୍ରବାର ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଶନିବାର ରଶ୍ମିତାଙ୍କ ବାପା ଯୌତୁକ ଦାବିରେ...

ମାଟ୍ରିକ୍‌ ଏ-୧ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ଧର୍ମଶାଳା,୪।୬(ଡି.ଏନ୍‌.ଏ.)- ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ ଏ-୧ ଗ୍ରେଡ୍‌ ପାଇଥିବା ୪ଜଣ ଛାତ୍ରୀଛାତ୍ରଙ୍କୁ ସୋମବାର ଧର୍ମଶାଳା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ସମ୍ପର୍ଦ୍ଧିତ କରାଯାଇଛି। କାର୍ଯ୍ୟାଳୟ...

ପଟାଥାଇ ଜମି ପାଉନାହାନ୍ତି ଆଦିବାସୀ ମହିଳା

କୁଜଙ୍ଗ,୨୫ା୭(ସ୍ବ.ପ୍ର): ସରକାର ଗରିବ ଭୂମିହୀନମାନଙ୍କୁ ପଟା ସହ ଜମି ଓ ବାସଗୃହ ଯୋଗାଇଦେବାକୁ ଯୋଜନା କରିଛନ୍ତି। ଏ କ୍ଷେତ୍ରରେ ଆଦିବାସୀମାନଙ୍କୁ ଅଗ୍ରାଧିକାର ଦେବାର ବ୍ୟବସ୍ଥା ମଧ୍ୟ...

କଣ୍ଟିଲୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର: ୧୦୨ ଆମ୍ବୁଲାନ୍ସ ବନ୍ଦ ପରେ ପ୍ରସୂତି ସେବା ବାଧାପ୍ରାପ୍ତ

ଖଣ୍ଡପଡ଼ା,୩ା୭(ସ୍ବ.ପ୍ର)-ଗତ ମେ ୩୧ ତାରିଖଠାରୁ ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ତଥା ପ୍ରସୂତି ସେଣ୍ଟରରେ ୧୦୨ ଆମ୍ବୁଲାନ୍ସ ସେବା ବନ୍ଦ ହୋଇଯିବା ପରେ...

ରାଜନୀତିର ପଶାପାଲିରେ ଶ୍ରମଜୀବୀ

ପାରାଦୀପ,୧ା୫(ସ୍ବ.ପ୍ର.): ପ୍ରତିବର୍ଷ ମେ ୧ ବା ଶ୍ରମିକ ଦିବସର ଅବବ୍ୟହିତ ପୂର୍ବରୁ ଶ୍ରମିକ ସମାବେଶ ପାଇଁ ଏକପ୍ରକାର ପ୍ରତିଯୋଗିତା ଚାଲେ। ପାରାଦୀପ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳରେ...

ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ

ବିଞ୍ଝାରପୁର,୨୪ା୬(ଡି.ଏନ.ଏ): ବିଞ୍ଝାରପୁର ବ୍ଲକ ଅଧୀନ ସିଂହପୁର ଖରସ୍ରୋତା ନଦୀରେ କୁମ୍ଭୀର କିଛିଦିନ ତଳେ ଦେଖିବାକୁ ମଳିଥିଲ। ଏହି ଘଟଣାପରେ ନଦୀକୁ ଲୋକେ ଯିବାକୁ ଭୟ ମନେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *