Posted inଜାତୀୟ

କଂଗ୍ରେସକୁ ସୁପ୍ରିମ୍‌କୋର୍ଟରେ ଝଟ୍‌କା: ଗୁଜରାଟ ରାଜ୍ୟ ସଭା ଉପନିର୍ବାଚନ ଏକାଠି କରାଇବା ଆବେଦନ ଖାରଜ

ନୂଆଦିଲ୍ଲୀ,୨୫।୬: ସୁପ୍ରିମ୍‌କୋର୍ଟଙ୍କ ରାୟ ଯୋଗୁ କଂଗ୍ରେସକୁ ଝଟ୍‌କା ଲାଗିଛି। ଗୁଜରାଟର ୨ଟି ରାଜ୍ୟ ସଭା ଆସନ ପାଇଁ ଉପନିର୍ବାଚନ ଏକାଠି କରାଇବା ଲାଗି କଂଗ୍ରେସ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଏକ ଆବେଦନ କରାଯାଇଥିଲା। ତେବେ ଏହାର ବିଚାର କରି ସୁପ୍ରିମ୍‌କୋର୍ଟ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ହୋଇଥିବା ଅଧିସୂଚନାରେ ଦଖଲ ଦେବାକୁ ମନା କରିଛନ୍ତି। ଅମିତ ଶାହ ଏବଂ ସ୍ମୃତି ଇରାନୀ ଲୋକ ସଭା ଆସନରୁ ବିଜୟୀ ହେବା ପରେ ଗୁଜରାଟର ଏହି ଦୁଇ ରାଜ୍ୟ ସଭା ଆସନ ଏବେ ଖାଲି ପଡ଼ିଛି। ଏଥି ପାଇଁ ଜୁଲାଇ ୫ରେ ପୃଥକ୍‌ ପୃଥକ୍‌ ଭାବେ ନିର୍ବାଚନ କରାଯିବ। ଏହାଦ୍ୱାରା ଭାଜପା ଏହି ୨ଟି ଆସନରେ ସହଜରେ ବିଜୟୀ ହୋଇପାରିବ ବୋଲି କୁହାଯାଉଛି। ଏହାକୁ ବିରୋଧ କରି ଏକାଠି ନିର୍ବାଚନ କରାଇବାକୁ କଂଗ୍ରେସ ନେତା ପରେଶ ଭାଇ ଧନାନି ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ।


All Right Reserved By

ଚନ୍ଦ୍ରାୟନ-୨: ଉତ୍‌କ୍ଷେପଣ ୪ ଦିନ ମଧ୍ୟରେ ନ ହେଲେ ୩ ମାସ ପରେ ହେବ

ଶ୍ରୀହରିକୋଟା,୧୫।୭: ଚନ୍ଦ୍ରାୟନ-୨ର ଉତ୍‌କ୍ଷେପଣ ଶେଷ ମୁହୂର୍ତ୍ତରେ ଅଟକି ଯାଇଛି। ଆଗାମୀ ୪ ଦିନ ମଧ୍ୟରେ ଏହାର ଉତ୍‌ କ୍ଷେପଣ କରା ନ ଗଲେ ଏହି କାର୍ଯ୍ୟକ୍ରମ...

ଚାଇନା ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ମହାବଳିପୁରମ: ୫୦୦ ସିସିଟିଭି, ୧୦ହଜାର ଯବାନ ମୁତୟନ

ମହାବଳିପୁରମ,୧୧।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର ଦୁଇ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି। ଏଥିପାଇଁ ଚେନ୍ନାଇର ମହାବଳିପୁରମକୁ ସୁସଜ୍ଜିତ ଭାବେ ସଜାଯାଇଥିବା ବେଳେ ବ୍ୟାପକ...

ପୁଲଓ୍ବାମା ଶହିଦଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ଦେବେ ଲତା ମଞ୍ଜେସକର

ମୁମ୍ବାଇ, ୧୬।୪: ପୁଲଓ୍ବାମା ଆକ୍ରମଣରେ ଶହିଦ ହୋଇଥିବା ଯବାନଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି ସ୍ବର ସାମ୍ରାଜ୍ଞୀ ଲତା ମଞ୍ଜେସକର। ଶହିଦ ଯବାନଙ୍କ ପରିବାର ୧କୋଟି...

ବିବାହରେ କେତେ ଅତିଥି ଯୋଗ ଦେବେ ତାହା ସ୍ଥିର କରିବେ ସରକାର

ନୂଆଦିଲ୍ଲୀ,୨୧।୫: ରାଜଧାନୀ ଦିଲ୍ଲୀରେ ହୋଟେଲ, ମୋଟେଲ ଓ ବଡ ବଡ ଫାର୍ମ ହାଉସରେ ହେଉଥିବା ବିବାହରେ ଖାଦ୍ୟ ନଷ୍ଟ ହେବ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ...

ସଂସ୍କୃତ ସ୍କୁଲରେ ଗାୟତ୍ରୀ ମନ୍ତ୍ରୋଚ୍ଚାରଣ ଶିଖୁଛନ୍ତି ମୁସଲମାନ୍‌ ଛାତ୍ରୀଛାତ୍ର

ଜୟପୁର,୧୫।୭: ଶିକ୍ଷାର କୌଣସି ଧର୍ମ ନାହିଁ। ଏହା ଅଜ୍ଞାନ ରୂପକ ଅନ୍ଧକାର ଦୂର କରି ଜ୍ଞାନର ଜ୍ୟୋତି ଜଳାଇଥାଏ। ଏହାର ଉଦାହରଣ ପାଲଟିଛି ରାଜସ୍ଥାନ ଜୟପୁରରେ...

୫ ଲକ୍ଷ ଫଲୋଅର୍ସ ଥିବା ଟିକ୍‌ଟକ୍‌ ସେଲିବ୍ରିଟିଙ୍କୁ ହତ୍ୟା

ନୂଆଦିଲ୍ଲୀ, ୨୨।୫: ଦିଲ୍ଲୀର ନଜଫଗଡରେ ଜଣେ ଟିକ୍‌ଟକ୍‌ ସେଲିବ୍ରିଟିଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ମୃତକଙ୍କ ଜଣଙ୍କ ହେଲେ ମୋହିତ। ପେଶାରେ ସେ ଜଣେ ଜିମ୍‌...

ଶେହଲା ରଶିଦଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ

ଶ୍ରୀନଗର,୬।୯: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ର ପୂର୍ବତନ ଛାତ୍ରୀ ତଥା ଜମ୍ମୁ-କଶ୍ମୀରର ରାଜନେତା ଶେହଲା ରଶିଦଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି। ସେନା ବିରୋଧ ଅପପ୍ରଚାର...

ଅନଶନରେ ବସିଥିବା ଡାକ୍ତରଙ୍କୁ ୪ଘଣ୍ଟା ଭିତରେ କାର୍ଯ୍ୟରେ ଯୋଗ ଦେବାକୁ କହିଲେ ମମତା

କୋଲକତା,୧୩।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଅନଶନରେ ବସିଥିବା ଡାକ୍ତରଙ୍କୁ ୪ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ଦେବାକୁ କହିଛନ୍ତି। ନଚେତ୍‌ ସେମାନଙ୍କ ବିରୋଧରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *