Posted inଜାତୀୟ

ମହଙ୍ଗା ପଡ଼ିଲା ମୃତ ବ୍ୟକ୍ତିଙ୍କ ଏକ୍ସରେ କରିବା: ୧୧ଡାକ୍ତରଙ୍କୁ ନୋଟିସ

ଲକ୍ଷ୍ନୌ,୨୫।୬: ଉତ୍ତରପ୍ରଦେଶର ଜାଗୃତି ବିହାର ସେକ୍ଟରରେ ଥିବା ଏକ ହସ୍ପିଟାଲରେ ଜଣେ ଚିକିତ୍ସିତ ବ୍ୟକ୍ତିଙ୍କ ଏକ୍ସରେ ଘଟଣାରେ ୧୧ଜଣ ଡାକ୍ତରଙ୍କୁ ଜବାବ ତଲବ ପାଇଁ ନୋଟିସ ଜାରି କରାଯାଇଛି। ସୂଚନାଯୋଗ୍ୟ, କିଛି ଦିନ ତଳେ ଜାଗୃତି ବିହାର ସେକ୍ଟର ନିକଟରେ ଦୃତ ଗତିରେ ଆସୁଥିବା କାରଟି ରାସ୍ତାରେ ଯାଉଥିବା ଏକ ରିକ୍ସାକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ରିକ୍ସା ଚାଳକ ଅଖତର(୪୫) ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ସମୟରେ ଅଖତରଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ବେଳେ ହଠାତ୍‌ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ମୃତ୍ୟୁ କାରଣ ଜାଣିବା ପାଇଁ ଡ୍ୟୁଟିରେ ଉପସ୍ଥିତ ଥିବା ସର୍ଜରୀ, ଅର୍ଥୋପେଡ଼ିକ୍ସର ଜୁନିୟର ରେସିଡେନ୍ସ ଡାକ୍ତର ଓ ଇଏମ୍‌ଓ ମୃତ ବ୍ୟକ୍ତିଙ୍କ ଶରୀରର ଏକ୍ସରେ କରିଥିଲେ। ତେବେ ଏହି ଘଟଣା ପ୍ରଘଟ ହେବା ପରେ ସର୍ଜରୀ, ଅର୍ଥୋପେଡ଼ିକ୍ସର ଜୁନିୟର ରେସିଡେନ୍ସ ଡାକ୍ତର ଓ ଇଏମ୍‌ଓଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ନୋଟିସ ଜାରି କରିଛନ୍ତି। ଏବେ ପର୍ଯ୍ୟନ୍ତ କୌଣସି ଡାକ୍ତରଙ୍କ ପ୍ରତିକ୍ରିୟା ଆସିନାହିଁ। ତେବେ ଜବାବ ଆସିବା ପରେ ଏହି ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।


All Right Reserved By Dharitri.Com

ସିଏଏ କାର୍ଯ୍ୟକାରୀ କରିବାକୁ ରାଜ୍ୟ ବାଧ୍ୟ

ନୂଆଦିଲ୍ଲୀ,୧୪ା୧୨(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ୨୦୧୯କୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟଗୁଡ଼ିକ ବାଧ୍ୟ। ସମ୍ବିଧାନର ସପ୍ତମ ପରିଚ୍ଛେଦ ଅନୁସାରେ ଏହି ଆଇନ ଅଣାଯାଇଥିବାରୁ ଏହାକୁ...

ଝାଡ଼ଖଣ୍ଡରେ ୬୩% ମତଦାନ: ୧୮୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌

ରାଞ୍ଚି, ୩୦ା୧୧ : ଝାଡ଼ଖଣ୍ଡ ବିଧାନସଭା ଲାଗି ହେଉଥିବା ପାଞ୍ଚ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଶନିବାର ଅନୁଷ୍ଠିତ ଏହି...

ପଶ୍ଚିମବଙ୍ଗରେ ଥମୁନି ରାଜନୈତିକ ହିଂସା: ପୁଣି ଜଣେ ଟିଏମ୍‌ସି କର୍ମୀଙ୍କୁ ହତ୍ୟା

କୋଲକାତା,୫।୬: ଲୋକ ସଭା ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଥିବା ନିର୍ବାଚନୀ ହିଂସା ଥମିବାର ନାଁ ନେଉନି। ମଙ୍ଗଳବାର ଉତ୍ତର କୋଲକାତାର ଦମ୍‌ଦମ୍‌ ଅଞ୍ଚଳରେ କେତେଜଣ...

ସିଏଏକୁ ନେଇ ବିରୋଧ ପ୍ରଦର୍ଶନ: ସାମିଲ ହେଲେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ

ନୂଆଦିଲ୍ଲୀ,୧୭।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଦିଲ୍ଲୀର ଜାମା ମସ୍‌ଦିଜ ସାମ୍ନାରେ ଶୁକ୍ରବାର ବିରୋଧ ପ୍ରଦର୍ଶନ କରାଯାଇଛି। ଏଥିରେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ...

ଗୁରୁ ନାନକଙ୍କ ବାଣୀ ସମାଜରେ ଶାନ୍ତି ଓ ମୈତ୍ରୀ ଭାବନା ସୃଷ୍ଟି କରୁ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୨।୧୧: ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗୁରୁ ନାନକଙ୍କ ବାଣୀ ସମାଜରେ ଶାନ୍ତି ଓ...

ନିୟନ୍ତ୍ରଣ ରେଖାଠାରେ ମୁତୟନ ହେବ ସ୍ପାଇକ୍‌ କ୍ଷେପଣାସ୍ତ୍ର: ଟ୍ୟାଙ୍କ୍‌ ସହିତ ବଙ୍କରକୁ କରିବ ଧ୍ୱଂସ

ନୂଆଦିଲ୍ଲୀ,୨୬।୧୧: ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ସ୍ପାଇକ୍‌ କ୍ଷେପଣାସ୍ତ୍ରକୁ ମୁତୟନ କରାଯିବ। ଏଭଳି ୨୪୦ କ୍ଷେପଣାସ୍ତ୍ର କିଣିବା ପାଇଁ ଭାରତ ଇସ୍ରାଏଲ୍‌ ମଧ୍ୟରେ ଚୁକ୍ତି ହୋଇଛି। ଏହି...

ଝାଡ଼ଖଣ୍ଡ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ

ରାଞ୍ଚତ୍,୨୯।୧୧: ପ୍ରଥମ ପର୍ଯ୍ୟାୟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ପାଲାମୌ, ଗୁମ୍‌ଲା, ଗରଓ୍ବା ଏବଂ ଲାଟେହାର...

ହରତାଳରେ ବସିଲେ ୩ ଲକ୍ଷ ଡାକ୍ତର

ନୂଆଦିଲ୍ଲୀ, ୩୧।୭: ନ୍ୟାଶ୍‌ନାଲ ମେଡିକାଲ କାଉଂସିଲ୍‌ ବିଲ୍‌ ୨୦୧୯କୁ ବିରୋଧ କରି ବୁଧବାର ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌(ଆଇଏମଏ) ପକ୍ଷରୁ ଦେଶବ୍ୟାପୀ ହଡତାଳ ଘୋଷଣା କରାଯାଇଛି। ଏଥିରେ...

Leave a comment

Your email address will not be published. Required fields are marked *