ବିଦେଶରେ ୩୪ ଲକ୍ଷ କୋଟିର କଳାଧନ ରହିଛି

ନୂଆଦିଲ୍ଲୀ,୨୫-୬: ଭାରତୀୟମାନେ ୧୯୮୦ରୁ ୨୦୧୦ ମଧ୍ୟରେ ୩୦ ବର୍ଷର ଅବଧିରେ ପ୍ରାୟ ୨୪୬.୪୮ ବିଲିୟନ ଡଲାର(୧୭,୨୫,୩୦୦ କୋଟଇ ଟଙ୍କା)ରୁ ୪୯୦ ବିଲିୟନ ଡଲାର(୩୪, ୩୦,୦୦୦ କୋଟି ଟଙ୍କା) କଳାଧନ ଦେଶ ବାହାରକୁ ପଠାଇଛନ୍ତି। ତିନୋଟି ପ୍ରମୁଖ ସଂସ୍ଥାନ ଏନ୍‌ଆଇପିଏଫ୍‌ପି, ଏନ୍‌ସିଏଇଆର୍‌ ଏବଂ ଏନ୍‌ଆଇଏଫ୍‌ଏମ୍‌ ପକ୍ଷରୁ ସ୍ବତନ୍ତ୍ର ଅଧ୍ୟୟନ ରିପୋର୍ଟରୁ ଏ ସମ୍ପର୍କରେ ତଥ୍ୟ ମିଳିଛି।
ସୋମବାର ଲୋକ ସଭାରେ ଅର୍ଥ ଉପରେ ଷ୍ଟାଣ୍ଡିଂ କମିଟିର ଏକ ରିପୋର୍ଟ ଉପସ୍ଥାପିତ କରାଯାଇଛି। ଏଥିରେ କୁହାଯାଇଛି ଯେ, ରିଏଲ ଇଷ୍ଟେଟ୍‌, ଖଣି, ଫାର୍ମାସ୍ୟୁଟିକାଲ୍ସ, ପାନ ମସଲା, ଗୁଟ୍‌କା, ତମ୍ବାକୁ, ବୁଲିୟନ, କମୋଡିଟି, ଫିଲ୍ମ ଏବଂ ଏଜେୁକେଶନ କ୍ଷେତ୍ରରେ ପ୍ରତିଷ୍ଠାଲାଭ କରିଥିବା ବ୍ୟକ୍ତିବିଶେଷ ବିଦେଶରେ କଳାଧନ ଜମା କରିଛନ୍ତି। କମିଟି ପକ୍ଷରୁ ‘ଷ୍ଟାଟସ୍‌ ଅଫ୍‌ ଅନ୍‌ଆକାଉଣ୍ଟେଡ ଇନ୍‌କମ୍‌/ଓ୍ବେଲ୍‌ଥ ବୋଥ୍‌ ଇନ୍‌ସାଇଡ ଆଣ୍ଡ ଆଉଟ୍‌ସାଇଡ୍‌ ଦ କଣ୍ଟ୍ରି-ଏ କ୍ରିଟିକାଲ ଆନାଲିସିସ୍‌’ ନାମକ ରିପୋର୍ଟରେ କୁହାଯାଇଛି ଯେ, କଳାଧନ ସୃଷ୍ଟି ହେବା ଅଥବା ଏକତ୍ରିତ କରିବାକୁ ନେଇ କୌଣସି ବିଶ୍ୱାସଯୋଗ୍ୟ ଅନୁମାନ କରାଯାଇନାହିଁ। ଏପରିକି ଏଭଳି ଅନୁମାନ ଦର୍ଶାଇବା ଲାଗି ସର୍ବମାନ୍ୟ ପଦ୍ଧତି ମଧ୍ୟ ନାହିଁ। ରିପୋର୍ଟରେ କୁହାଯାଇଛି ଯେ, ଅଦ୍ୟାବଧି ଯେଉଁସବୁ ଅନୁମାନ କରାଯାଇଛି, ସେମାନଙ୍କ ମଧ୍ୟରେ ସମାନତା ବା ଯାଞ୍ଚ ପଦ୍ଧତି ଏବଂ ଦୃଷ୍ଟିକୋଣ ସମ୍ପର୍କରେ କୌଣସି ସହମତି ପ୍ରକାଶ ପାଇପାରି ନାହିଁ। ନ୍ୟାଶନାଲ କାଉନସିଲ୍‌ ଅଫ୍‌ ଆପ୍ଲାଏଡ ଇକୋନୋମିକ ରିସର୍ଚ୍ଚ(ଏନ୍‌ସିଏଇଆର୍‌)ର ଅଧ୍ୟୟନରେ କୁହାଯାଇଛି ଯେ, ଭାରତରେ ୧୯୮୦ରୁ ୨୦୧୦ ମଧ୍ୟରେ ୨୬,୮୮,୦୦୦ କୋଟିରୁ ନେଇ ୩୪,୩୦,୦୦୦ କୋଟି ଟଙ୍କାର କଳାଧନ ବିଦେଶ ପଠାଯାଇଛି। ସେହିପରି ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ(ଏନ୍‌ଆଇଏଫ୍‌ଏମ୍‌) ପକ୍ଷରୁ କୁହାଯାଇଛି ଯେ, ଅର୍ଥନୀତିରେ ସୁଧାର ବେଳେ ପ୍ରାୟ ୧୫,୧୫,୩୦୦ କୋଟି ଟଙ୍କାର କଳାଧନ ବିଦେଶ ଯାଇଛି। ଅନ୍ୟପକ୍ଷରେ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ପଲିସି ଆଣ୍ଡ୍‌ ଫାଇନାନ୍ସ(ଏନ୍‌ଆଇପିଏଫ୍‌ପି) ରିପୋର୍ଟରେ କୁହାଯାଇଛି ଯେ, ୧୯୯୭-୨୦୦୯ ମଧ୍ୟରେ ଦେଶର ମୋଟ ଜିଡିପିର ୦.୨%ରୁ ଆରମ୍ଭ କରି ୭.୪% ପର୍ଯ୍ୟନ୍ତ କଳାଧନ ବିଦେଶକୁ ପଠାଯାଇଛି। ବରିଷ୍ଠ କଂଗ୍ରେସ ସାଂସଦ ଏମ୍‌.ବିରପ୍ପା ମୋଇଲିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୧୬ତମ ଲୋକ ସଭା ଭଙ୍ଗ ହେବା ପୂର୍ବରୁ ମାର୍ଚ୍ଚ ୨୮ରେ ଲୋକ ସଭା ଅଧ୍ୟକ୍ଷଙ୍କୁ ନିଜର ରିପୋର୍ଟ ଉପସ୍ଥାପନ କରିଥିଲେ।


All Right Reserved By

ସାମ୍‌ସଙ୍ଗ ଆଣିଲା ନୂଆ ଗାଲାକ୍ସି ଏମ୍‌୪୦

ନୂଆଦିଲ୍ଲୀ,୧୭-୬: ପ୍ରମୁଖ କମ୍ପାନୀ ସାମ୍‌ସଙ୍ଗ ପକ୍ଷରୁ ନୂଆ ଗାଲାକ୍ସି ଏମ୍‌୪୦ ମଡେଲ ବଜାରକୁ ଆସିଛି। ଏଥିରେ ୬.୩ ଇଞ୍ଚ ଏଫ୍‌ଏଚ୍‌ଡି ଇନଫିନିଟି ଓଡିସ୍ପଲେ, ଶକ୍ତିଶାଳୀ ସ୍ନାପଡ୍ରାଗନ...

ଚନ୍ଦା କୋଚ୍ଚର, ବେଣୁଗୋପାଳ ଧୂତ୍‌ଙ୍କୁ ଇଡି ଜେରା

ନୂଆଦିଲ୍ଲୀ,୩୦-୬: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର, ତାଙ୍କ ସ୍ବାମୀ ଦୀପକ କୋଚ୍ଚର ଏବଂ ଭିଡିଓକନ ଗ୍ରୁପ୍‌...

ଦେଶର ୧୬୦୦ ସହରରେ ଜିଓ ବ୍ରଡବ୍ୟାଣ୍ଡ ସେବା

ନୂଆଦିଲ୍ଲୀ, ୬-୯: ଡାଟା ସେବା ପ୍ରଦାନ କ୍ଷେତ୍ରରେ ପ୍ରମୁଖ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ବହୁ ପ୍ରତିକ୍ଷିତ ବ୍ରଡବ୍ୟାଣ୍ଡ ସେବା ଗୁରୁବାର ଆରମ୍ଭ ହୋଇଛି। ସାରା...

ଡିଜିଟାଲ ପେମେଣ୍ଟ ବୃଦ୍ଧି ଲାଗି ପଦକ୍ଷେପ

ନୂଆଦିଲ୍ଲୀ,୬-୭: କ୍ୟାଶଲେସ ନେଣଦେଣକୁ ବଢାଇବା ଲାଗି ସରକାର ବଜେଟରେ ପଦକ୍ଷେପ ସମ୍ପର୍କରେ ଘୋଷଣା କରିଛନ୍ତି। ଏଥି ଅନ୍ତର୍ଗତ ଯେଉଁ କମ୍ପାନୀଗୁଡିକର ବାର୍ଷିକ କାରବାର ୫୦ କୋଟି...

ସେନସେକ୍ସ, ନିଫ୍ଟିରେ ନୂଆ ରେକର୍ଡ

ମୁମ୍ବାଇ,୧୭-୪: ଭାରତୀୟ ଶେୟାର ବଜାରରେ ମଙ୍ଗଳବାର ନିବେଶକଙ୍କ ଆଗ୍ରହ ବୃଦ୍ଧି ଯୋଗୁ ଉଭୟ ସେନସେକ୍ସ ଓ ନିଫ୍ଟିରେ ନୂଆ ରେକର୍ଡ ହୋଇପାରିଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର...

ସରକାରୀ କର୍ମଚାରୀଙ୍କୁ ଜିପିଏଫ୍‌ ଝଟକା

ନୂଆଦିଲ୍ଲୀ,୧୭।୭: ମୋଦି ସରକାର ସରକାରୀ କର୍ମଚାରୀଙ୍କୁ ଝଟକା ଦେଇ ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ(ଜିପିଏଫ୍‌) ଓ ଏଥିସହିତ ଜଡ଼ିତ ଅନ୍ୟ ଫଣ୍ଡ ଉପରେ ମିଳୁଥିବା ସୁଧ ହାରରେ...

ଅଟୋ ଶିଳ୍ପରେ ସ୍ଥିତାବସ୍ଥା ଶୀଘ୍ର ଫେରିବ: ମର୍ସିଡିଜ୍‌ ଏମ୍‌ଡି

ଭୁବନେଶ୍ୱର, ୨୭-୮(ବ୍ୟୁରୋ): ଘରୋଇ ବଜାରର ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ମାନ୍ଦାବସ୍ଥାର ଶିକାର ହୋଇଛି। ଲକଜ୍ୟୁରି କାର ନିର୍ମାଣକାରୀ କମ୍ପାନୀ ମର୍ସିଡିଜ ବେଞ୍ଜ ଇଣ୍ଡିଆ ମଧ୍ୟ ଏହା...

ଏଭରେଡିକୁ କିଣିବ ଡ୍ୟୁରାସେଲ୍‌

ନୂଆଦିଲ୍ଲୀ,୧୦-୯: ଋଣରେ ବୁଡ଼ି ରହିଥିବା ଦେଶର ଶୀର୍ଷ ବ୍ୟାଟେରୀ କମ୍ପାନୀ ଏଭରେଡିକୁ ଆମେରିକା କମ୍ପାନୀ ଡ୍ୟୁରାସେଲ୍‌ କିଣିବାକୁ ଯାଉଛି। ବିଶ୍ୱର ଶୀର୍ଷ ଧନୀଙ୍କ ମଧ୍ୟରେ ପରିଗଣିତ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *