ସଚେତନ ପରେ ପଲିଥିନ ଚଢ଼ାଉ:ଜରିମାନା ଆଦାୟ କଲା ପୌର ପ୍ରଶାସନ

ଅନୁଗୋଳ ଅଫିସ, ୨୫ା୬ଅନୁଗୋଳ ସହରରେ ପଲିଥିନ ବ୍ୟାନ କରାଯାଇଥିଲେ ବି ବହୁ ବ୍ୟବସାୟୀ ଏହାର ଉଲ୍ଲଂଘନ କରି ପଲିଥିନ ବ୍ୟବହାର କରୁଛନ୍ତି। ଗତ ତିନି ଦିନ ଧରି ପୌର ପ୍ରଶାସନ ପକ୍ଷରୁ ସହରର ଗଳି କନ୍ଦିରେ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯିବା ପରେ ସୋମବାର ବିଭିନ୍ନ ଦୋକାନରେ ଚଢ଼ାଉ କରାଯାଇ ୧୦ ହଜାର ୭ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ବହୁ ପରିମାଣର ପଲିଥିନ ମଧ୍ୟ ଜବତ କରାଯାଇଛି। ଚଢ଼ାଉ ସମୟରେ ପୌର କର୍ତ୍ତୃପକ୍ଷ ପଲିଥିନ ନ ରଖିବାକୁ ବ୍ୟବସାୟୀଙ୍କୁ ଚେତାବନୀ ଦେଇଛନ୍ତି।
ପୌର ପ୍ରଶାସନ ପକ୍ଷରୁ ଏକ ୬ ଜଣିଆ ଟିମ୍‌ ସହରର ହରିମହୁରୀଛକ, ବଜାର ଛକ ଓ ହନୁମାନ ବଜାରର ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରିଥିଲା। ଏହି ସମୟରେ କେତେଜଣ ବ୍ୟବସାୟୀ ପଲିଥିନ ଲୁଚାଇ ଦେଇଥିବାବେଳେ ଆଉ କେତେଜଣ ଦୋକାନରେ ଏହାକୁ ମହଜୁଦ ରଖିଥିବା କର୍ମଚାରୀମାନେ ଜାଣିବାକୁ ପାଇଥିଲେ। ଏପରି କି ପ୍ଲାଷ୍ଟିକ ଗ୍ଲାସ, ପ୍ଲେଟ ସହ ବିଭିନ୍ନ ସାମଗ୍ରୀ ଦୋକାନରେ ବସ୍ତା ବସ୍ତା ରଖାଯାଇଥିବା ପୌର କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ଚଢ଼ାଉ ସମୟରେ କେତେକ ବ୍ୟବସାୟୀଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲା। ଅନ୍ୟ କେତେଜଣଙ୍କଠାରୁ ଅଳ୍ପ ପରିମାଣର ପଲିଥିନ ମିଳିଥିବାରୁ ସେମାନଙ୍କୁ ପଲିଥିନ ନ ରଖିବାକୁ ଚେତାବନୀ ଦିଆଯାଇଥିଲା।
ଏ ନେଇ ପୌର ନିର୍ବାହୀ ଯନ୍ତ୍ରୀ ସୀମାଞ୍ଚଳ ମିଶ୍ରଙ୍କୁ ପଚାରିବାରେ କହିଛନ୍ତି, ସହରରେ ପଲିଥିନ ବ୍ୟବହାର ନ କରିବା ପାଇଁ ପ୍ରଥମେ ଲୋକଙ୍କୁ ସଚେତନ କରାଯାଇଛି। ଏହାପରେ ସୋମବାର ଠାରୁ ବିଭିନ୍ନ ଦୋକାନ ଓ ବ୍ୟବସାୟୀଙ୍କ ଉପରେ ଚଢ଼ାଉ କରାଯାଉଛି। ଆଗକୁ ଏହି ଚଢ଼ାଉ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ମରାମତି ହେଉନି ଯାତ୍ରୀ ବିଶ୍ରାମାଗାର

ବଅଁରପାଳ, ୩ା୬(ଡି.ଏନ.ଏ.) ବଅଁରପାଳ ବ୍ଲକ ବଳରାମପ୍ରସାଦ ଠାରେ ଥିବା ଯାତ୍ରୀ ବିଶ୍ରାମାଗାରଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏହାର ମରାମତି କରାଯାଉ ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ...

ଏମ୍‌ସିଏଲ୍‌ ଭରତପୁର ଖଣି ଦୁର୍ଘଟଣା: ବର୍ଷା, ଅତଡ଼ା ଖସିବାରୁ ବାଧା

ତାଳଚେର,୨୬ା୭(ନି.ପ୍ର.)-ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର ଖଣିରେ ଖସିପଡ଼ିଥିବା କୋଇଲା ଅତଡା ତଳେ ମଙ୍ଗଳବାର ରାତିରୁ ଚାପି ହୋଇ ରହିଥିବା ୩ ଶ୍ରମିକଙ୍କୁ ଉଦ୍ଧାର ପାଇଁ...

ଅନୁଗୋଳରେ ରଜନୀକାନ୍ତ ୬୫୪୯ ଭୋଟରେ ଆଗରେ

ଅନୁଗୋଳ ଅଫିସ, ୨୩ା୫- ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୫ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ରଜନୀକାନ୍ତ ସିଂ ୬୫୪୯ ଭୋଟରେ ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କଠାରୁ...

ଆଠମଲ୍ଲିକରେ ରମେଶ ସାଏ ୧୪୫୫୧ ଭୋଟରେ ଆଗରେ

ବଇଣ୍ଡା, ୨୩ା୫(ଡି.ଏନ.ଏ.)- ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ୧୫ ରାଉଣ୍ଡ ଶେଷସୁଦ୍ଧା ୧୪୫୫୧ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ରମେଶଚନ୍ଦ୍ର...

ତାଳଚେରରେ ବ୍ରଜକିଶୋର ୧୩୧୬୩ ଭୋଟରେ ଆଗୁଆ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ୧୬ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ବ୍ରଜକିଶୋର ପ୍ରଧାନ ୧୩୧୬୩ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ବ୍ରଜକିଶୋର ମୋଟ୍‌...

ଅନୁଗୋଳରେ ରଜନୀକାନ୍ତ ୨୮୫୪ ଭୋଟରେ ଆଗରେ

ଅନୁଗୋଳ ଅଫିସ, ୨୩ା୫- ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୧୫ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ରଜନୀକାନ୍ତ ସିଂ ୨୮୫୪ ଭୋଟରେ ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କଠାରୁ...

ଢେଙ୍କାନାଳ ବିଧାନସଭା: ସୁଧୀର ସାମଲ ୭୪୭୭ ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୧୩।୫-ଢେଙ୍କାନାଳ ବିଧାନସଭା ଆସନରେ ୬ଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡିର ବିଜେଡିର ସୁଧୀର ସାମଲ ୨୧,୪୪୯ ଖଣ୍ଡ ଭୋଟ ସହ ପ୍ରଥମ ସ୍ଥାନରେ ଅଛନ୍ତି।...

ଅନୁଗୋଳରେ ଯାଞ୍ଚ ହେଉନି ଲିଚୁର ମାନ

ଅନୁଗୋଳ ଅଫିସ, ୨୦।୬ – ବିହାରରେ ଏନସେଫାଲାଇଟ୍‌ସରେ ଆକ୍ରାନ୍ତ ହୋଇ ଶିଶୁମୃତ୍ୟୁ ବଢିଚାଲିଛି। ଲିଚୁ ଖାଇବା ଯୋଗୁ ଏପରି ହେଉଥିବା ସନ୍ଦେହ କରାଯିବା ପରେ ବଜାରରେ...

Leave a comment

Your email address will not be published. Required fields are marked *