ଆମ ଭାଷା ଓ ଶବ୍ଦ

ଅରୁଣ ଦାସ
ପୂର୍ବାପେକ୍ଷା ସମୟ ସହ ତାଳଦେଇ ଓଡ଼ିଆ ଭାଷାରେ ଲେଖାଲେଖି ବଢ଼ିଛି। କାରଣ ଖବରକାଗଜ ଓ ପତ୍ରିକା ସଂଖ୍ୟା ବଢ଼ିବା ସହିତ ଅନେକେ ଫେସ୍‌ବୁକ୍‌ ଓ ହ୍ବାଟ୍ସଆପ୍‌ ପରି ସାମାଜିକ ଗଣମାଧ୍ୟମରେ ଲେଖାମାନ ଲେଖୁଥିବାର ଦେଖିବାକୁ ମିଳୁଛି। ଗଳ୍ପ, କବିତା, ପ୍ରବନ୍ଧ ଓ ଖବର ପରିବେଷଣର ମାତ୍ରା ବୃଦ୍ଧିହେବା ନିଶ୍ଚିତ ଆମ ଭାଷା ପାଇଁ ଶୁଭଙ୍କର। ଏହା ସହ ଚାରିଆଡେ କବିସମ୍ମିଳନୀ, ଲେଖକସମ୍ମିଳନୀ ଓ କବିତାପାଠୋତ୍ସବ ଇତ୍ୟାଦି ଅନୁଷ୍ଠିତ ହୋଇ ଲୋକାଦୃତ ହୋଇପାରୁଛି। କବି ଓ ଲେଖକମାନେ ପୁରସ୍କାର ସାଉଁଟି ସାମାଜିକ ପ୍ରତିଷ୍ଠା ବି ଲାଭ କରୁଛନ୍ତି। କିନ୍ତୁ ପାଠକେ ଥରେ ବିଚାର କଲେ ଏବେକାର ଏଇ ଲେଖାରେ କେତେ ମର୍ମାର୍ଥ ରହୁଛି? କବିମାନେ ନିଜ ଦର୍ଶନ ନିଜେ ହିଁ ବୁଝୁଛନ୍ତି। କବିତାଟିଏ ଯଦି ଅନ୍ୟର ବୋଧଗମ୍ୟ ହେଲା ନାହିଁ, ତେବେ ସେ କବିତା ସୃଷ୍ଟି ନିରର୍ଥକ ନୁହେଁ କି?
ଏବେ ଅନେକ ତତ୍ସମ ଶବ୍ଦ ଲୁପ୍ତ ହେବାକୁ ବସିଲେଣି। କାରଣ ଏଗୁଡ଼ିକ ଆଜିର କବି ଓ ଲେଖକମାନଙ୍କ କଲମରେ ଉତୁରୁନାହାନ୍ତି। ସୂର୍ଯ୍ୟଙ୍କୁ କେବଳ ସୂର୍ଯ୍ୟ କୁହାଯାଉଛି। ଏହା ବଦଳରେ କେହି ବି ତା’ର ପ୍ରତିଶବ୍ଦ ଦିବାକର, ଭାସ୍କର, ତପନ, ସବିତା କିମ୍ବା ରବି ବୋଲି ଆଉ ଲେଖୁନାହାନ୍ତି। ଚନ୍ଦ୍ର କେବଳ ଜହ୍ନ ଭିତରେ ସୀମିତ ରହୁଛି। କେହି ବି ଶଶୀ, ଶଶାଙ୍କ, ସୀତାଂଶୁ ପରି ଶବ୍ଦ ବ୍ୟବହାର କରୁନାହାନ୍ତି। ସେହିପରି ପୃଥିବୀ ବଦଳରେ କେହି ବି ଧରିତ୍ରୀ, ଧରଣୀ, ଧରା, ବସୁନ୍ଧରା, ବସୁଧା ଓ ମହୀ ଇତ୍ୟାଦି ନଁା ଧରୁନାହାନ୍ତି। ଆକାଶକୁ କେବଳ ଆକାଶ ଭାବେ ଲେଖା ଯାଉଥିବା ବେଳେ ନଭ, ଗଗନ ଓ ଅମ୍ବର ଆଉ କାହା ଗୋଚରରେ ରହୁନାହିଁ। ସମୁଦ୍ରକୁ ଆଉ ପୂର୍ବ ଲେଖା ପରି, ବାରିଧି, ବାରାନିଧି, ରତ୍ନାକର ରୂପରେ ନ ଲେଖାଯାଇ କେତେବେଳେ କେଉଁଠି କେବଳ ସାଗର ଓ ସିନ୍ଧୁର ସାମାନ୍ୟ ବ୍ୟବହାର କରାଯାଉଛି। ଆଜିକାର କବି ଓ ସାହିତି୍ୟକ କହୁଛନ୍ତି, ଆମେ ହେଲୁ ଆଧୁନିକ କବି ଓ ଲେଖକ, ସେ ପୁରୁଣାକାଳିଆ ଢାଞ୍ଚା ଆଉ ଚଳିବନି।
ଉଚ୍ଚକୋଟୀର ଲେଖା ସର୍ବଦା କାଳଜୟୀ ଓ ଚିରନ୍ତନ। ସେଥିରେ ପୁରୁଣାର ଗନ୍ଧ ଆସିବ କୁଆଡୁ? କବି ଗଙ୍ଗାଧର ମେହେର ବହୁବର୍ଷ ପୂର୍ବେ ତାଙ୍କ ତପସ୍ବିନୀ କାବ୍ୟରେ ଲେଖିଥିଲେ, ”ମଙ୍ଗଳେ ଅଇଲା ଉଷା, ବିକଚ ରାଜୀବଦୃଶା, ଜାନକୀଦର୍ଶନ ତୃଷା ହୃଦୟେ ବହି, କରପଲ୍ଲବେ ନୀହାର ମୁକ୍ତା ଧରି ଉପହାର ସତୀଙ୍କ ବାସ ବାହାର ପ୍ରାଙ୍ଗଣେ ରହି, କଳକଣ୍ଠ କଣ୍ଠେ କହିଲା, ଦରଶନ ଦିଅ ସତି ରାତି ପାଳିଲା।“ (ରାଗ-ଚୋଖି)। କେତେ ଅପୂର୍ବ ଲାଳିତ୍ୟପୂର୍ଣ୍ଣ ବର୍ଣ୍ଣନା ସତରେ! ଏହି ପଦ୍ୟକୁ ଆମେ କ’ଣ ପୁରୁଣାକାଳିଆ ବୋଲି କହିପାରିବା? ସେହିପରି ଚିଲିକାର ରୂପକାନ୍ତିରେ ମୁଗ୍ଧହୋଇ ରାଧାନାଥ ରାୟ ଲେଖିଥିବା ”ଉତ୍କଳ କମଳା ବିଳାସ ଦୀର୍ଘିକା, ମରାଳମାଳିନୀ ନୀଳାମ୍ବୁ ଚିଲିକା। ଉତ୍କଳର ତୁହି ଚାରୁ ଅଳଙ୍କାର, ଉତ୍କଳ ଭୁବନେ ଶୋଭାର ଭଣ୍ଡାର। ଏତେ ଛବି ଯେଣୁ ଏକାଧାରେ ଠୁଳ, ଛବିଳ ଉତ୍କଳେ ତୋ ଛବି ଅତୁଳ।“ ନିଶ୍ଚିତ ଭାବରେ କାଳଜୟୀ ହୋଇରହିଛି, ରହିଥିବ ମଧ୍ୟ। କିନ୍ତୁ ବିଡମ୍ବନା, ଆଜିର ଦିନରେ ଓଡ଼ିଆ କବିମାନଙ୍କ ପାଖରେ ଏପରି ଶବ୍ଦ ସବୁ ବ୍ୟବହାର କରିବାର ଜମାରୁ ଦେଖିବାକୁ ମିଳୁନାହିଁ। ଏମାନଙ୍କ ପାଖରେ ଉଚ୍ଚକୋଟୀର କବିତା ସୃଷ୍ଟି କରିବାର ଦକ୍ଷତା ରହିଛି। କିନ୍ତୁ ନିଜସ୍ବଶୈଳୀରେ ଅଧିକରୁ ଅଧିକ ଓଡ଼ିଆ ଭାଷାର ମାଧୁର୍ଯ୍ୟଭରା ଶବ୍ଦସବୁକୁ ଆଣି କବିତାଗୁଡ଼ିକରେ ଛନ୍ଦିଲେ ଆମ ଭାଷା ଓ ସାହିତ୍ୟ ପରିପୁଷ୍ଟ ହୁଅନ୍ତା କି ନାହିଁ? ଗୋପବନ୍ଧୁ ଲେଖିଥିଲେ- ‘ରହ ରହ କ୍ଷଣେ ବାଷ୍ପୀୟ ସକଟ, ଦେଖିବି ଚିଲିକା ଚାରୁ ଚିତ୍ରପଟ।’ କିନ୍ତୁ ସେଇ ପଦ୍ୟକୁ ଏ ସମୟର ଜଣେ କବି ବୋଧହୁଏ ଏହିପରି ଲେଖିଥାଆନ୍ତେ- ‘ରହ ରହ ଟ୍ରେନ୍‌ ଟିକେ, ଦେଖିବି ମୁଁ ଚିଲିକାର ସୁନ୍ଦର ଦୃଶ୍ୟକୁ।’ ଏଥିରେ କେଉଁ ରଚନାର ଶବ୍ଦ ଅଧିକ ହୃଦୟକୁ ଛୁଉଁଛି, ଏହା ଆପଣମାନେ ଭଲ ଭାବରେ ଅନୁମାନ କରିପାରୁଥିବେ। ଧୀରେ ଧୀରେ ଏହିପରି ଶବ୍ଦ ସବୁ ଆଉ ବ୍ୟବହୃତ ନ ହୋଇ ଅଲୋଡ଼ା ହେବାକୁ ବସିଲେଣି। ହୁଏ ତ ଦିନ ଆସିବ ଏଇ ଶବ୍ଦ ସବୁ ପୂରାପୂରି ଲୋପ ପାଇଯିବେ। ବହୁ ପୁରାତନ ଆମ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି। ଏଥିନେଇ ଆମେ ଗର୍ବ କରୁଛେ। କବି ଓ ଲେଖକ ସମ୍ମିଳନୀ କରୁଛେ। କିନ୍ତୁ ଅସଲ ଉଦ୍ଦେଶ୍ୟ ରହୁଛି, ପୁରସ୍କାର କେମିତି ହାତେଇବା। ଭାଷାକୁ ସମୃଦ୍ଧ କରିବା କେବଳ ପ୍ରଚାର ପ୍ରସାରସର୍ବସ୍ବ ହେଉଛି। କିନ୍ତୁ ଅସଲରେ ଆମ ମାତୃଭାଷା ଓଡ଼ିଆର ବିକଳାଙ୍ଗ ରୂପ ଜଳ ଜଳ ହେଇ ଦିଶିବାକୁ ଲାଗିଲାଣି। କିଛି ଲୋକ ଭାବୁଛନ୍ତି କଠିନ ପରିଶ୍ରମ କରି ଅର୍ଥ ରୋଜଗାର କରିବା ଓ ସ୍ବଚ୍ଛଳ ଜୀବନ ଜିଇବା। ଭାଷା ସଂସ୍କୃତିରୁ କ’ଣ ଆମର ପେଟ ପୂରିବ! ଗୋଟିଏ ଜାତିର ଭାଷା ହିଁ ତା’ର ପରିଚୟ। ପରିଚୟ ହଜିଗଲେ ମଣିଷ ସାମାଜିକ, ଆର୍ଥିକ ସ୍ତରରେ ନିମ୍ନଗାମୀ ହୁଏ। ଧୀରେ ଧୀରେ ନିଜର ଅସ୍ତିତ୍ୱ ହଜିବା ଆରମ୍ଭ ହୁଏ। ଖ୍ରୀଷ୍ଟଜନ୍ମର ବହୁ ପୂର୍ବରୁ ଯେତେବେଳେ ଓଡ଼ିଆ ସାଧବପୁଅମାନେ ଇଣ୍ଡୋନେସିଆର ଜାଭା, ସୁମାତ୍ରା, ବାଲି ଓ ସିଂହଳ ଆଦି ଦେଶକୁ ନୌବାଣିଜ୍ୟ କରିବାକୁ ଯାଇ ମାସ ମାସ ଧରି ସମୟ ବିତାଉଥିଲେ, ସେତେବେଳେ ଆମ ଓଡ଼ିଆ ଭାଷା, ସଂସ୍କୃତି ଓ ଚଳଣିର ଛାପ ସେମାନଙ୍କ ଉପରେ ବହୁମାତ୍ରାରେ ପଡ଼ିଥିଲା। ଏବେ ବାଲିଦ୍ୱୀପର କିଛି ଅଞ୍ଚଳରେ ଲୋକ ବାପାଙ୍କୁ ବାପା ବୋଲି ଡାକିବା ଓ ଜାଭାରେ ବୋଉକୁ ବୋଉ ବୋଲି ଡାକିବା ପ୍ରଚଳିତ ହେଉଛି ବୋଲି ଗବେଷକମାନେ ମତଦିଅନ୍ତି। କିନ୍ତୁ ଦୁଃଖର କଥା ଏବେର ପିଢ଼ିି ନିଜ ଇତିହାସର ସାଧବପୁଅ ଓ ତଅପୋଇ କାହାଣୀକୁ ଭୁଲି କବିତାର ଶୀର୍ଷକ ରଖୁଛି ଷ୍ଟିକର, ଟୁଥ୍‌ପେଷ୍ଟ, କାନ୍‌ଭାସ୍‌, ଟାଇମ୍‌ ପାସ୍‌, ସେଲ୍ଫି , ଜିନ୍ଦେଗୀ, ତସ୍‌ବୀର ଓ ଫୁଲ୍‌ ମୁନ୍‌, ନିଉ ମୁନ୍‌ ଇତ୍ୟାଦି। ନିଜ ଭାଷାର ପ୍ରତିଶବ୍ଦ ସବୁ ଖୋଜି ବ୍ୟବହାର କରିବା ବଦଳରେ ଅନ୍ୟ ଭାଷାର ଶବ୍ଦ ଉପରେ ବେଶି ଦୃଷ୍ଟି ଦିଆଯାଉଛି। ଏମିତି ଭାଷା ଓ ସାହିତ୍ୟ ସାଧନାକୁ କେହି ଆଧୁନିକତା ବୋଲି କହିବେନି। ଏହା ନିଜକୁ ଓ ନିଜ ଭାଷା ସାହିତ୍ୟକୁ ଅଧୋଗତି ଆଡକୁ ଟାଣିନେବାର ମୂର୍ଖାମି ହେବ।
ପତରପଡ଼ା, ବରମୁଣ୍ଡଳୀ, ଜଗତ୍‌ସିଂହପୁର, ମୋ-୭୮୭୩୭୧୯୦୫୬


All Right Reserved By Dharitri.Com

ଗଣତନ୍ତ୍ର ନା ଭୋଗୀତନ୍ତ୍ର

ସହଦେବ ସାହୁ ସୁଇଜରଲାଣ୍ଡରେ ଜନ୍ମିତ ଆମେରିକାନ୍‌ କିୟୁବ୍ଲର-ରସ୍‌ (୧୯୨୬-୨୦୦୪) କହନ୍ତି ସମସ୍ୟାର ୫ଟି ସ୍ତର ଅଛି- ନାପସନ୍ଦ, ରାଗ, ମୂଲଚାଲ, ବିଷାଦ ଓ ମାନିଯିବା (ଡିନାୟାଲ୍‌,...

ଶହୀଦଙ୍କ ପରିବାରକୁ ଭେଟିଲେ ଏମ୍‌ପି : ଅଜିତଙ୍କ ନାମରେ ହେବ ଖେଳପଡ଼ିଆ

କାମାକ୍ଷାନଗର, ୨୩।୬(ଡି.ଏନ୍‌.ଏ.) – ଅନନ୍ତନାଗ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଶହୀଦ ଅଜିତ ସାହୁଙ୍କ ପରିବାରକୁ ଶନିବାର ଅପରାହ୍ନରେ ଭେଟିଛନ୍ତି ଏମ୍‌ପି ମହେଶ ସାହୁ। ଏପରି...

ରଣପୁର ବ୍ଲକରେ ଇନ୍ଦିରାଆବାସ ଜାଲିଆତିଘର ନ କରି ବିଲ୍‌ ପାସ୍‌

ରଣପୁର,୨ା୭ (ସ୍ବ.ପ୍ର.)- ନୟାଗଡ଼ ଜିଲା ରଣପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଇନ୍ଦିରାଆବାସ (ବର୍ତ୍ତମାନ ବନ୍ଦ ହୋଇଯାଇଛି) ଯୋଜନାରେ ବ୍ୟାପକ ଜାଲିଆତି ହୋଇଥିବା ଚିତ୍ର ନଜରକୁ ଆସିଛି।...

ଶ୍ରୀନୀଳମାଧବ ଜୀଉଙ୍କ ପରିତ୍ୟକ୍ତ ଚନ୍ଦନ ପୋଖରୀ: ସମ୍ପନ୍ନ ହୋଇପାରିଲାନି ପୁନରୁଦ୍ଧାର କାର୍ଯ୍ୟ

ଖଣ୍ଡପଡା,୩୦।୬(ସ୍ବ.ପ୍ର.)-ଦୀର୍ଘଦିନ ଧରି ପରିତ୍ୟକ୍ତ ହୋଇ ପଡିରହିଥିବା ଶ୍ରୀ ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀ ପୁନରୁଦ୍ଧାର ହୋଇପାରିଲା ନାହିଁ। ପୋଖରୀ ପୁନରୁଦ୍ଧାର ଦାୟିତ୍ୱ ନୀଳମାଧବ ବିଦ୍ୟାପୀଠର ୬...

ଜଳବାୟୁ ପରିବର୍ତ୍ତନର ପରିଣାମ

ଡ. ରମେଶ ଚନ୍ଦ୍ର ପରିଡ଼ା ଜାତିସଂଘ ପରିଚାଳିତ ଗ୍ଲୋବାଲ ‘ଏନ୍‌ଭାଇରନ୍‌ମେଣ୍ଟ ଆଉଟ୍‌ଲୁକ୍‌’ ଦ୍ୱାରା ଚଳିତ ବର୍ଷ (୨୦୧୯ରେ) ପ୍ରକାଶିତ ବିବରଣୀ ଅନୁସାରେ ଜାଗତିକ ଉଷ୍ମତା ବୃଦ୍ଧି...

ଏଇ ଭାରତରେ

ଗାଈ ମୃତ୍ୟୁ ସହ ଏକ ଅଜବ ବିଶ୍ୱାସ ଯୋଡିହୋଇ ରହିଛି ମଧ୍ୟପ୍ରଦେଶର ବିଦିଶା ଅଞ୍ଚଳରେ। ଏହି ଅଞ୍ଚଳର ପାଥରି ଥାନା ଅନ୍ତର୍ଗତ ଏକ ଗାଁରେ ଜଣେ...

ମୁଁ ଭୋଟ ଦେଲି କାହିଁକି

ଆକାର ପଟେଲ ବ୍ୟକ୍ତିଗତ ଭାବେ ଏ ନିର୍ବାଚନରେ କିଏ ଜିତିଲେ ବା ହାରିଲେ ମୋର କିଛି ଯାଏ ଆସେ ନାହିଁ। ମୁଁ ହେଉଛି ଜଣେ ମଧ୍ୟବୟସୀ...

ଫିଜିରେ ଭାରତୀୟ ବିଚାରପତି

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ବିଚାର ବ୍ୟବସ୍ଥାରେ ଉତ୍କର୍ଷ ପ୍ରତିପାଦନ କରୁଥିବା ବ୍ୟକ୍ତିଙ୍କ ଚାହିଦା ସର୍ବଦା ରହିଥାଏ। ବାସ୍ତବଧର୍ମୀ ରାୟ ଦେଉଥିବା ବିଚାରପତିଙ୍କୁ ଅନ୍ୟମାନେ ଅନୁସରଣ କରିଥାଆନ୍ତି।...

Leave a comment

Your email address will not be published. Required fields are marked *