ନିଜ ଅଜାଙ୍କ ପୁରୁଣା ଫଟୋକୁ ଶେୟାର କଲେ ଅମିତାଭ

ମୁମ୍ବାଇ,୨୪।୬: ବଲିଉଡ୍‌ ଶେହେନ୍ସା ଅମିତାଭ ବଚ୍ଚନ ଏବେ ନିଜର ଅପ୍‌ କମିଂ ଫିଲ୍ମ ‘ଗୁଲାବୋ ସିତାବୋ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। କିଛି ଦିନ ତଳେ ଫିଲ୍ମରେ ଅମିତାଭଙ୍କ ଚେହେରାର ଶୁଟିଂ ସମୟରେ ୧୪ ମିନିଟ୍‌ର ଲମ୍ବା ଡାଇଲଗ୍‌ ଚର୍ଚ୍ଚାକୁ ଆସିଥିଲା। ଆଉ ଏଥିପାଇଁ ତାଙ୍କୁ ବେଶ୍‌ ପ୍ରଶଂସା ମଧ୍ୟ କରାଯାଇଥିଲା। ନିକଟରେ ଗୁଲାବ ସିତାବୋରେ ଥିବା ତାଙ୍କର ଏକ ଡିଫରେଣ୍ଟ ଲୁକ୍‌ ସାମ୍ନାକୁ ଆସିଥିବା ବେଳେ ଅମିତାଭ ଏବେ ନିଜ ଟୁଇଟର ଆକାଉଣ୍ଟରେ ତାଙ୍କ ପରିବାରର ତିନି ପିଢ଼ୀଙ୍କ ଫଟୋକୁ ଶେୟାର କରିଛନ୍ତି। ଏହି ଫଟୋରେ ଅମିତାଭ ବଚ୍ଚନଙ୍କ ଅଜା ଦାରଜୀ ସରଦାର ଖଜାନ ସିଂହ ସୁରୀ, ସେ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ ଥିବା ଦେଖିବାକୁ ମିଳିଛି। ଏଥିରେ ୩ଜଣ ପଞ୍ଜାବି ଲୁକ୍‌ରେ ନଜର ଆସିଛନ୍ତି। ସେମାନଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, କିଛି ଦିନ ତଳେ ଅମିତାଭଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌ ହୋଇଯାଇଥିଲା। ଏଥିରେ ଅମିତାଭଙ୍କ ଫଟୋକୁ ବଦଳାଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଯାଇଥିଲା। ହେଲେ ଏହାପରେ ବିଗ ବିଙ୍କ ଆକାଉଣ୍ଟକୁ ପୁଣି ରିକଭରି କରାଯାଇଥିଲା।


All Right Reserved By

ନାରୀକୈନ୍ଦ୍ରିକ ଫିଲ୍ମ ଦେଖି ଦେଖି ଚିଡି ଗଲେଣି, କାହିଁକି ଏମିତି କହିଲେ ଅକ୍ଷୟ କୁମାର

ବଲିଉଡରେ ଖିଲାଡି ଅକ୍ଷୟ କୁମାରଙ୍କ ଏବେ ରାଜ୍‌ ଚାଲିଛି। ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଫିଲ୍ମ ସେ ଦର୍ଶକଙ୍କୁ ଦେଇଚାଲିଛନ୍ତି। ନିକଟରେ ତାଙ୍କ ଅଭିନୀତ ‘ମିଶନ୍‌...

ଶୁଟିଂ ଅନୁଭୂତି ରୋମାଞ୍ଚକର

ଲକ୍ଷ୍ନୌ: ‘ଗୁଲାବୋ ସିତାବୋ’ରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସହ ଶୁଟିଂସେଟ୍‌ ଅନୁଭୂତି ରୋମାଞ୍ଚକର ବୋଲି ବ୍ୟକ୍ତ କରିଛନ୍ତି ଅଭିନେତା ଆୟୁଷ୍ମାନ୍‌ ଖୁରାନା। ସେ ଅତ୍ୟନ୍ତ ଆହ୍ଲାଦିତ...

ଆସାମ ବନ୍ୟା ପୀଡିତଙ୍କୁ କାହିଁକି ଟଙ୍କା ଦାନ କରିଥିଲେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଶହୀଦ ଯବାନଙ୍କ ପରିବାର ହେଉ ଅବା ଆସାମ ବନ୍ୟା ପୀଡିତ। ସବୁଠି ଅର୍ଥରାଶି ଦାନ କରି ସମସ୍ତଙ୍କ...

ପୁଣି ଥରେ ‘ଇଣ୍ଡିଆନ ଆଇଡଲ’ ଶୋ’କୁ ଫେରି ପାରନ୍ତି ଅନୁ ମଲିକ !

ମୁମ୍ବାଇ: କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକ ପୁଣି ଥରେ ‘ଇଣ୍ଡିଆନ ଆଇଡଲ’ରେ ଜଜ୍‌ ହୋଇପାରନ୍ତି। ଏଥିପାଇଁ ତାଙ୍କୁ କୁଆଡ଼େ ଆପ୍ରୋଚ୍‌ କରାଯାଇଛି। ରିଆଲିଟି...

ଟ୍ରୋଲ ହେଲେ ତାହିରା, ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଉପରେ ବସି ଉଠାଇଥିଲେ ଫଟୋ

ମୁମ୍ବାଇ: ଅଭିନେତା ଆୟୁଷ୍ମାନ ଖୁରାନ୍ନାଙ୍କ ସ୍ତ୍ରୀ ତାହିରା କଶ୍ୟପଙ୍କୁ ସମାଲୋଚନା। ସେ ପୁଣି ଏକ ଫଟୋ ପାଇଁ। ତାହିରା ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଉପରେ ବସିଥିବା ବେଳର...

କ୍ୟାଟ୍ରିନାଙ୍କ ହୃଦୟରେ ରାଜ୍‌ କରନ୍ତି ଜଣେ କ୍ରିକେଟର

ଅଭିନେତ୍ରୀ କ୍ୟାଟ୍ରିନାଙ୍କ ହୃଦୟରେ ଜଣେ କ୍ରିକେଟର ରାଜ୍‌ କରନ୍ତି। କ୍ୟାଟ୍ରିନା ସଚ୍ଚିନ, ଧୋନୀ କିମ୍ବା ବିରାଟଙ୍କୁ ପସନ୍ଦ କରନ୍ତିନି। ଏକଥା ଖୋଦ୍‌ କ୍ୟାଟ୍ରିନା ଏକ ସାକ୍ଷାତକାରରେ...

ଆସିପାରେ ‘ତନୁ ଓ୍ବେଡସ୍‌ ମନୁ’ର ତୃତୀୟ ଭାଗ

ମୁମ୍ବାଇ: ବଲିଉଡ୍‌ ମୁଭି ‘ତନୁ ଓ୍ବେଡସ୍‌ ମନୁ’ର ଜବରଦସ୍ତ ରେସ୍‌ପନ୍ସ ପରେ ଏହାର ଦ୍ୱିତୀୟ ଭାଗ ଦେଖିବାକୁ ମିଳିଥିଲା। ଏବେ ଏହି ହିଟ୍‌ ଫିଲ୍ମର ତୃତୀୟ...

୧୨ ବର୍ଷ ପରେ ଏକାଠି ହେବେ ବଣ୍ଟି-ବବ୍‌ଲୀ

ମୁମ୍ବାଇ: ଦୀର୍ଘ ୧୨ ବର୍ଷ ପରେ ପୁଣି ଏକାଠି ହେବେ ବଣ୍ଟି ଏବଂ ବବଲି। ଅଭିଷେକ ବଚ୍ଚନ ଓ ରାଣୀ ମୁଖାର୍ଜୀ ସ୍କ୍ରିନ୍‌ ଶେୟାର କରିବେ।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *