ଆଜିର ଅର୍ଥନୀତି/ଆସନ୍ନ ତୈଳ ସଂକଟ

ଇରାନୀୟ ତୈଳ ଉପରେ କଟକଣା ଲଗାଇବା ପୂର୍ବରୁ ଆମେରିକା ଯେଉଁ ଛଅମାସର ଛାଡ଼ ଦେଇଥିଲା, ତାହା ଏବେ ଉଠାଇନେବାକୁ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଆଠଟି ଦେଶ- ଚାଇନା, ଭାରତ, ଜାପାନ, ଦକ୍ଷିଣ କୋରିଆ, ତାଇଓ୍ବାନ, ତୁର୍କୀ, ଇଟାଲୀ ଓ ଗ୍ରୀସକୁ ସିଧାସଳଖ ପ୍ରଭାବିତ ହେବେ। ଭାରତ ତା’ର ତୈଳ ଚାହିଦାର ୮୦ ପ୍ରତିଶତ ଆମଦାନି କରୁଥିବା ବେଳେ ଆମର ମୋଟ ଚାହିଦାର ପ୍ରାୟ ୧୧ ପ୍ରତିଶତ ଇରାନ ପୂରଣ କରେ। ଭୌଗୋଳିକ ଦୂରତା ଦୃଷ୍ଟିରୁ ଇରାନରୁ ତୈଳ ଆମଦାନି ଆମ ପାଇଁ ସୁବିଧାଜନକ। କିନ୍ତୁ ଆମେରିକାର ଆଦେଶ ଅମାନ୍ୟ କଲେ ଆମେରିକାରୁ ଆମକୁ ଯେଉଁ ଆର୍ଥିକ ଓ ବୈଷୟିକ ସାହାଯ୍ୟ ସହଯୋଗ ମିଳୁଛି ତାହା ଆଉ ମିଳିବ ନାହିଁ। ସେ ଦେଶରେ ଆମର କମ୍ପାନୀମାନେ ଯେଉଁ ବ୍ୟବସାୟ କରୁଛନ୍ତି ତାହା ପ୍ରଭାବିତ ହେବ। ଆମର ରପ୍ତାନି ଓ ପୁଞ୍ଜି ଆଗମନ କମିଯିବ। କଟକଣା ଲାଗୁ ପାଇଁ ଆମେରିକାର ଛଅମାସିଆ ଛାଡ଼ ସମୟସୀମାର ଅନ୍ତ ହେବା ମାନେ ଭାରତରେ ତୈଳ ଦର ମହଙ୍ଗା ହୋଇଯିବା। ଇରାନ ସବୁବେଳେ ଆମ ପାଇଁ ଉତ୍ତମ ମାନର ଅଶୋଧିତ ତୈଳର ଉତ୍ସ ଥିଲା। ଅନେକ ଦଶନ୍ଧି ଧରି ଏହି ଦେଶ ସହିତ ଆମର ଉତ୍ତମ ଦ୍ୱିପାକ୍ଷିକ ସମ୍ପର୍କ ରହିଆସିଛି। ବର୍ତ୍ତମାନ ଆମେରିକାର କଟକଣାକୁ ମାନି ଆମକୁ ବାଧ୍ୟହୋଇ ଇରାନରୁ ତୈଳ ଆମଦାନି ବନ୍ଦ କରିବାକୁ ପଡ଼ିବ। ଏହା ଫଳରେ ଆମର ଦ୍ୱିପାକ୍ଷିକ ସମ୍ପର୍କ ପ୍ରଭାବିତ ହେବ। ଉକ୍ତ ଦେଶ ସହିତ ମିଶି ଭାରତ ଯେଉଁ ଚାବହାର ବନ୍ଦର ଏବଂ ଆଫଗାନିସ୍ତାନ ଓ କେନ୍ଦ୍ରୀୟ ଏସିଆକୁ ସଂଯୋଗ କରିବା ପାଇଁ ସଡ଼କ ଓ ରେଳପଥ ନିର୍ମାଣ ପରି ଯୁଗ୍ମ ପ୍ରକଳ୍ପର ଯୋଜନା କରିଥିଲା ତାହା ଉପରେ ପ୍ରଶ୍ନବାଚୀ ଠିଆ ହେବ। ଇରାନ ସହ ସମ୍ପର୍କ ବିଗିଡ଼ିବା ଅର୍ଥ ପାକିସ୍ତାନର ମୁକାବିଲା କରିବା ଲାଗି ନୂଆଦିଲ୍ଲୀର ସାମର୍ଥ୍ୟ ହ୍ରାସ ଘଟିବା।
ଆମେରିକା ଚାହୁଁଛି ଆସନ୍ତା ମେ ମାସରୁ ଇରାନ ଯେପରି କୌଣସି ଦେଶକୁ ଆଦୌ ତୈଳ ରପ୍ତାନି କରି ନ ପାରେ। ଆଗାମୀ ଦିନରେ ସାରା ବିଶ୍ୱରେ ଏ ଭୂ-ରାଜନୈତିକ ଲଢ଼େଇ କେମିତି ଚାଲିବ ଓ ପରିସ୍ଥିତି କ’ଣ ରହିବ ତାହା ସମୟ କହିବ। ତେବେ ସେ ଯାହା ହେଉନା କାହିଁକି ଏହାଦ୍ୱାରା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ନିଶ୍ଚୟ ବୃଦ୍ଧି ପାଇବ। ତେଣୁ ଦରଦାମ୍‌ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତୈଳର ବିଶ୍ୱ ଚାହିଦା ବୃଦ୍ଧି ପାଇଲେ ସ୍ବଳ୍ପ ଅବଧି ଭିତରେ ଆମେରିକାର ଶେଲ ଉତ୍ପାଦନ ବୃଦ୍ଧି ପାଇବ। ଆମେରିକା ଓ ଚାଇନା ମଧ୍ୟରେ ବାଣିଜି୍ୟକ ଯୁଦ୍ଧ ବିଶ୍ୱ ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଦ୍ୱିତୀୟରେ ଇରାନର ତୈଳ ରପ୍ତାନି ବନ୍ଦ ହୋଇଗଲେ ସେହି ଅଭାବକୁ ପୂରଣ କରିବା ପାଇଁ ଆମେରିକା ତା’ର ବନ୍ଧୁରାଷ୍ଟ୍ର ସୌଦି ଆରବ ଓ ସଂଯୁକ୍ତ ଆରବ ଏମିରେଟ୍‌ସକୁ ଅଧିକ ତୈଳ ଉତ୍ପାଦନ କରିବାକୁ କହିପାରେ। ଏହା ମଧ୍ୟ ତୈଳ ରପ୍ତାନିକାରୀ ଦେଶଗୁଡ଼ିକର ସଂଗଠନକୁ ତୈଳ ଉତ୍ପାଦନ ବୃଦ୍ଧି କରିବାକୁ ଅନୁପ୍ରେରିତ କରିପାରେ।
ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧିପାଇବା ସହ ଭାରତର ତୈଳ ଆମଦାନି ବିଲ୍‌ ଉପରେ ତା’ର ଆନୁଷଙ୍ଗିକ ପ୍ରଭାବ ପଡ଼ିବ। ଫଳରେ ଭାରତର ଅର୍ଥନୀତି ଉପରେ ଏହାର କୁପ୍ରଭାବ ପଡ଼ିବା ସହ ଚଳନ୍ତି ଖାତା ନିଅଣ୍ଟ ବୃଦ୍ଧି ପାଇବ। ଏହାଦ୍ୱାରା ମୁଦ୍ରାସ୍ଫୀତି ବୃଦ୍ଧି ପାଇବ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବ ଏବଂ ଭାରତୀୟ ଟଙ୍କା ଦୁର୍ବଳ ହେବ, ଯାହା କେନ୍ଦ୍ରରେ ନୂଆ ସରକାର ପାଇଁ ଏକ ଦୁଃସ୍ବପ୍ନମୟ ପରିସ୍ଥିତି ସୃଷ୍ଟି କରିବ। ଭାରତ ଏ ପରିସ୍ଥିତିର ମୁକାବିଲା କରିବା ପାଇଁ ବିଜ୍ଞତାର ସହ ନିଜର କାର୍ଡ ଖେଳିବା ଉଚିତ। ଏହା କଟକଣା ଉଠାଇନେବା ପାଇଁ ଆମେରିକା ଉପରେ ଚାପ ସୃଷ୍ଟି କରିବା ଆବଶ୍ୟକ। ଭାରତ ଅବଶ୍ୟ ଇରାନରୁ ତୈଳ ଆମଦାନି ବନ୍ଦ ହୋଇଗଲେ ସମ୍ଭାବ୍ୟ ସମସ୍ୟାର ସାମ୍‌ନା କରିବା ପାଇଁ କିଛି ପଦକ୍ଷେପ ଗ୍ରହଣ କରିଛି। ଭାରତ ଯେତିକି ଦେଶରୁ ତୈଳ ଆମଦାନି କରୁଛି, ତାହାର ସଂଖ୍ୟା ବୃଦ୍ଧି କରିବା ଦରକାର। ଭାରତ ତା’ର ଦୀର୍ଘକାଳୀନ ତୈଳ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଉଭୟ ଯୋଗାଣ ପକ୍ଷ ଓ ଚାହିଦା ପକ୍ଷର ପଦକ୍ଷେପକୁ ତ୍ୱରାନ୍ବିତ କରିବା ଉଚିତ। ଗାଡ଼ି ପ୍ରଭୃତିର ଶକ୍ତି-ଦକ୍ଷତା ବୃଦ୍ଧି, ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାର ବୃଦ୍ଧି ଏବଂ ବିଦ୍ୟୁତ୍‌ଚାଳିତ ବା ବ୍ୟାଟେରି-ଚାଳିତ ଗାଡ଼ିର ବହୁଳ ପ୍ରଚଳନ ବିଷୟରେ ସରକାର ଭାବିବା ଆବଶ୍ୟକ। ଆମ ନିଜ ଦେଶରେ ମଧ୍ୟ ଅଧିକ ତୈଳ ଉତ୍ପାଦନ ପାଇଁ ପଦକ୍ଷେପ ନିଆଯାଇପାରେ। ସରକାର କୂଟନୈତିକ ସ୍ତରରେ ଇରାନୀ ତୈଳ ଉପରୁ କଟକଣା ହଟାଇବା ପାଇଁ ଚେଷ୍ଟା କରିବା ସହ ଅନ୍ୟ ବିକଳ୍ପ ଯୋଗାଣ ଉତ୍ସଗୁଡ଼ିକ ସହ ଯୋଗଯୋଗ କରିବା ଆବଶ୍ୟକ। ଯାହା ଜଣାପଡ଼ୁଛି ଇରାନରେ ଅଚଳାବସ୍ଥା ସୃଷ୍ଟି କରି ଟ୍ରମ୍ପ ପ୍ରଶାସନ ଚାହୁଁଛି ସେ ଦେଶର ସରକାରକୁ ଭାଙ୍ଗି ନୂଆ ସରକାର ଗଠନ କରିବା ପାଇଁ। ଏହାଦ୍ୱାରା ଉପସାଗରୀୟ ଅଞ୍ଚଳ (ଗଲ୍‌ଫ)ରେ ସଂକଟ ଅଧିକ ଦିନ ଲାଗି ରହିବା ସହ ବିଶ୍ୱ ତୈଳ ବଜାର ଉପରେ ତାହାର କୁପ୍ରଭାବ ପଡ଼ିବ।


All Right Reserved By Dharitri.Com

ଏଇ ଭାରତରେ

ସମାଜରେ ଧର୍ମ ଓ ସାମ୍ପ୍ରଦାୟିକ ଭାବନାରୁ ଊର୍ଦ୍ଧ୍ୱକୁ ଉଠି ଭାଇଚାରା ଓ ସର୍ବଧର୍ମ ସମନ୍ବୟର ବାର୍ତ୍ତା ଦେଉଛନ୍ତି ସିମରା ଗାଁର ମୁସଲମାନ୍‌ମାନେ। ବୃତ୍ତି ପାଇଁ ଧର୍ମ...

ଆଜିର ଅର୍ଥନୀତି/ ମରୁଡ଼ି ଆଶଙ୍କା

ଚଳିତବର୍ଷ ମୌସୁମୀ କେରଳରେ ଗୋଟିଏ ସପ୍ତାହ ବିଳମ୍ବରେ ପହଞ୍ଚିବା ପରେ ତା’ର ଧିମା ଗତି ନାନା ଆଶଙ୍କା ସୃଷ୍ଟି କରିଛି। ଜୁନ୍‌ ମାସରେ ଯେତିକି ବର୍ଷା...

କନକ ଉପତ୍ୟକାରେ ବିକାଶ

ଦିଲୀପ କୁମାର ଦାଶ ମନକୁ ପ୍ରଥମ ପ୍ରଶ୍ନ ଆସେ – ‘କନକ’ ଉପତ୍ୟକା କେଉଁଠି? ଉତ୍ତର ଭାରି ସହଜ। ସେଇଟା ଏବେ ବିକାଶର ନୂଆ ଠିକଣା।...

ଗ୍ୟାଙ୍ଗ ଯୁଦ୍ଧ

ଭାରତୀୟ ପରମ୍ପରା ସହିଷ୍ଣୁତାର ଶିକ୍ଷା ଦେଇଥାଏ। ଆମ ଦର୍ଶନ ଓ ସମ୍ବିଧାନରେ ସହିଷ୍ଣୁତାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ହେଲେ ଗତ କିଛି ବର୍ଷ ହେବ...

ବିଦ୍ୟାସାଗରଙ୍କ ବିଚାର

ଭାଲଚନ୍ଦ୍ର ଷଡ଼ଙ୍ଗୀ ଊନବିଂଶ ଶତାବ୍ଦୀରେ ଦେଶର ସାମାଜିକ ଜୀବନକୁ ବହୁଳ ଭାବେ ପ୍ରଭାବିତ କରିଥିବା ସମାଜ ସଂସ୍କାରକମାନଙ୍କ ମଧ୍ୟରେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ପ୍ରମୁଖ ଥିଲେ। ମହାଦେବ...

ନିରୁତ୍ସାହିତ ବାବୁ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଗତ ସପ୍ତାହରେ ରାଷ୍ଟ୍ରପତିଙ୍କ ‘ଆଟ୍‌ ହୋମ୍‌’ କାର୍ଯ୍ୟକ୍ରମରେ ସ୍ବଳ୍ପ ଉପସ୍ଥିତିକୁ ଦେଖି ବାବୁମାନେ ନିରୁତ୍ସାହିତ ହୋଇ ପଡ଼ିଥିଲେ। ସାଧାରଣତଃ ଏ...

ବିଦ୍ୟୁତ୍‌ଚାଳିତ ଗାଡ଼ି-ଆବଶ୍ୟକତା ଓ ସମସ୍ୟା

ଇଂ. ମାୟାଧର ସ୍ବାଇଁ ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶରେ ବାୟୁ ପ୍ରଦୂଷଣ ହେଉଛି ଗୋଟିଏ ମୁଖ୍ୟ ସମସ୍ୟା। ବିଶେଷକରି ସହରାଞ୍ଚଳରେ ଏହା ଅତି ସାଂଘାତିକ ହେଲାଣି।...

ଜନସଂଖ୍ୟା ବିସ୍ଫୋରଣର ମୁକାବିଲା

ଶେଖ୍‌ ଫରିଦ୍‌ଉଦ୍ଦିନ ସମଗ୍ର ବିଶ୍ୱକୁ ଜନସଂଖ୍ୟାର ଗଣିତ ଓଲଟପାଲଟ କରିଦେବାର କ୍ଷମତା ରଖିଥାଏ। ନିକଟରେ ମିଳିତ ଜାତିସଂଘର ଏକ ରିପୋର୍ଟର ତଥ୍ୟ ଅନୁଯାୟୀ ଆସନ୍ତା ୩୦ବର୍ଷ...

Leave a comment

Your email address will not be published. Required fields are marked *