‘ରାବାଡାଙ୍କୁ ଆଇପିଏଲରେ ଖେଳିବାରୁ ରୋକିବାକୁ ଉଦ୍ୟମ କରିଥିଲୁ’

ସାଉଥାମ୍ପ୍‌ଟନ,୨୪।୬: ପାକିସ୍ତାନଠାରୁ ୪୯ ରନ୍‌ରେ ପରାସ୍ତ ହେବା ପରେ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପ୍‌ର ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଛି। ଏହାପରେ ଅଧିନାୟକ ଫାଫ୍‌ ଡୁପ୍ଲେସି ସ୍ପଷ୍ଟ କରିଛନ୍ତି ଯେ, ପେସର କାର୍ଗିସୋ ରାବାଡାଙ୍କୁ ଆଇପିଏଲରେ ଅଂଶଗ୍ରହଣ କରିବାକୁ ଟିମ୍‌ ମ୍ୟାନେଜମେଣ୍ଟ ରୋକିବାକୁ ଉଦ୍ୟମ କରିଥିଲା। ବିଶ୍ୱକପ୍‌ ଲାଗି ତାଙ୍କୁ ସମ୍ପୂର୍ଣ୍ଣ ଫିଟ୍‌ ରଖିବା ପାଇଁ ଏଭଳି କରାଯାଇଥିଲା। ଏପରି କି ରାବାଡା ଦିଲ୍ଲୀ ଡେୟାରଡେଭିଲ୍ସ ପାଇଁ ଖେଳିବା ପରେ ସିଜନ ମଧ୍ୟରେ ସ୍ବଦେଶ ଫେରିବାକୁ କୁହାଯାଇଥିଲା। ଯାହାଫଳରେ ତାଙ୍କୁ ଆବଶ୍ୟକ ପରିମାଣର ବିଶ୍ରାମ ମିଳିପାରିବ। କିନ୍ତୁ ୨୪ ବର୍ଷୀୟ ପେସର ଭାରତରେ ଏପ୍ରିଲ ଶେଷପର୍ଯ୍ୟନ୍ତ ଥିଲେ। ୧୨ ମ୍ୟାଚ୍‌ରୁ ୨୫ ଉଇକେଟ ନେଇଥିଲେ। ସେଠାରେ ତାଙ୍କ ପିଠିରେ ଆଘାତ ଲାଗିଥିଲା। ସେ ଫିଟ୍‌ନେସ ସମସ୍ୟା ନେଇ ବିଶ୍ୱକପ୍‌ ଭଳି ଟୁର୍ନାମେଣ୍ଟରେ ଖେଳିଥିଲେ। ଏହାକୁ କ୍ଷମା କରିହେବ ନାହିଁ।


All Right Reserved By Dharitri.Com

ପ୍ରେମରେ ପାଗଳ ଥିଲେ କ୍ରିକେଟର୍‌ ବୀରେନ୍ଦ୍ର ସେହଓ୍ବାଗ, ସମ୍ପର୍କୀୟ ଭଉଣୀଙ୍କୁ କରିଥିଲେ ବିବାହ

ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ବ୍ୟଟ୍ସମ୍ୟାନ ବୀରେନ୍ଦ୍ର ସେହଓ୍ବାଗଙ୍କ ପ୍ରେମ କାହାଣୀ କୌଣସି ବଲିଉଡ ଚଳଚ୍ଚିିତ୍ରଠାରୁ କମ ନୁହେଁ। ସେହଓ୍ବାଗ କୌଣସି ଅଭିନେତ୍ରୀ କିମ୍ବା ସହପାଠୀ...

ପିଙ୍କ୍‌ ବଲ୍‌ କ୍ରିକେଟ

ଏପର୍ଯ୍ୟନ୍ତ ୧୧ଟି ପିଙ୍କ୍‌ ବଲ୍‌ ଟେଷ୍ଟ ସଫଳତାର ସହ ଆୟୋଜନ ହୋଇଛି। ଅବଶ୍ୟ ଥରେ ମାତ୍ର ମହିଳା ଦିବାରାତ୍ର ଟେଷ୍ଟ ଖେଳାଯାଇଛି। ଦିବାରାତ୍ର ଟେଷ୍ଟ ଦେଖିବାକୁ...

ଚାମ୍ପିୟନ୍ସ ଲିଗ୍‌: ଲିଭରପୁଲ-ବାର୍ସିଲୋନା ସେମିଫାଇନାଲ

ପୋର୍ଟୋ (ପର୍ତ୍ତୁଗାଲ), ୧୮।୪(ଏଏଫ୍‌ପି)- ୟୁରୋପର ବଛା ବଛା ଶ୍ରେଷ୍ଠ ଫୁଟ୍‌ବଲ କ୍ଲବଗୁଡ଼ିକୁ ନେଇ ଚାଲିଥିବା ଚାମ୍ପିୟନ୍ସ ଲିଗ୍‌ ପ୍ରତିଯୋଗିତାର ସେମିଫାଇନାଲରେ ଲିଭରପୁଲ ଦଳ ପ୍ରବେଶ କରିଛି।...

ଅଲିମ୍ପିକ୍‌ ବକ୍ସିଂ: ପ୍ରଶିକ୍ଷଣ ଦେବା ପାଇଁ ବିଦେଶୀ କୋଚ୍‌ ଭାରତ ଆସିବେ

ନୂଆଦିଲ୍ଲୀ,୨୯।୭(ପି.ଟି.)- ଅଲିମ୍ପିକ୍ସ ପାଇଁ ଭାରତୀୟ ବକ୍ସରମାନେ ପ୍ରଶିକ୍ଷଣ ନେବାକୁ ବିଦେଶ ଯିବା ଅତି ସାଧାରଣ କଥା। ଏବେ ଏହି ପ୍ରଥାରେ ପରିବର୍ତ୍ତନ ହେବ। ଆସନ୍ତାବର୍ଷ ଟୋକିଓରେ...

ସେରେନା ନିରାଶ

ନ୍ୟୁୟର୍କ, ୮।୯- ୟୁଏସ୍‌ ଓପନ୍‌ ଫାଇନାଲ ପରାଜୟ ପରେ ଆମେରିକୀୟ ଅଭିଜ୍ଞ ମହିଳା ଟେନିସ୍‌ ତାରକା ସେରେନା ଓ୍ବିଲିୟମ୍ସ ନୈରାଶ୍ୟ ଜାହିର କରିଛନ୍ତି। ଫାଇନାଲ ମ୍ୟାଚ୍‌ରେ...

ପ୍ରଥମେ ବ୍ୟାଟିଂ ଭାରତ

ମାଞ୍ଚେଷ୍ଟର,୧୬।୬(ପିଟି): ଏଠାରେ ଭାରତ ବିପକ୍ଷରେ ଖେଳାଯାଉଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ବର୍ଷା ହେବାର ସମ୍ଭାବନା ଥିବାରୁ...

ପାକିସ୍ତାନର କୋଚ ହେବାକୁ ଚାହୁଁଛନ୍ତି ରୋହିତ ଶର୍ମା

ଲଣ୍ଡନ, ୧୭।୬: ବିଶ୍ୱକପରେ ପାକିସ୍ତାନକୁ ଲଗାତର ୭ମ ଥର ପରାସ୍ତ କରିବା ପରେ ଚାରିଆଡେ ଭାରତୀୟ ଦଳର ଚର୍ଚ୍ଚା ହେଉଛି। ରବିବାର ପାକିସ୍ତାନକୁ ୮୯ରନରେ ପରାସ୍ତ...

ଶାମିଙ୍କ ନାମରେ ଗିରଫ ପରଓ୍ବାନ

କୋଲକାତା, ୩।୯- ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ନାମରେ ସୋମବାର ଗିରଫ ପରଓ୍ବାନା ଜାରି ହୋଇଛି। ସ୍ତ୍ରୀ...

Leave a comment

Your email address will not be published. Required fields are marked *