Posted inଜାତୀୟ

ଦେଶର ୯୧ ଜଳାଶୟରେ ୮୦ ପ୍ରତିଶତ କମ୍‌ ପାଣି; ୧୧ ପଡ଼ିଛି ଶୁଖିଲା

ନୂଆଦିଲ୍ଲୀ,୨୪।୬: ମୌସୁମୀ ଅନିୟମିତତା ଯୋଗୁ ଏବେ ଦେଶର ୯୧ ଜଳାଶୟରେ ୮୦ ପ୍ରତିଶତ କମ୍‌ ପାଣି ରହିଛି। ସେହିପରି ୧୧ଟି ବଡ଼ ବଡ଼ ଜଳାଶୟ ଶୁଖିଲା ପଡ଼ିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା ମୌସୁମୀ ପ୍ରଭାବରେ ଉତ୍ତରପ୍ରଦେଶ, ମଧ୍ୟ ମହାରାଷ୍ଟ୍ର, ମରାଠଓ୍ବାଡା ଏବଂ ବିଦର୍ଭର କିଛି ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି। ତେବେ ଏଠାରେ ହୋଇଥିବା ବର୍ଷା ପୂର୍ବାପେକ୍ଷା ୩୯ ପ୍ରତିଶତ କମ୍‌ ବୋଲି ପାଣିପାଗ ବିଭାଗ କହିଛି। ଓଡ଼ିଶା ଏବଂ ଲାକ୍ଷାଦ୍ୱୀପରେ ସାମାନ୍ୟ ବର୍ଷା ହୋଇଥିବାବେଳେ ଜମ୍ମୁ-କଶ୍ମୀର ଏବଂ ପୂର୍ବ ରାଜସ୍ଥାନରେ ଅଧିକ ବର୍ଷା ହୋଇଛି। ସେହିପରି ଆଣ୍ଡାମାନ-ନିକୋବରରେ ପ୍ରବଳ ବର୍ଷା ହୋଇଛି। ମଧ୍ୟଭାରତ ସମେତ ଗୁଜରାଟ, ସୌରାଷ୍ଟ୍ରରେ ମଧ୍ୟ କମ୍‌ ବର୍ଷା ରେକର୍ଡ କରାଯାଇଛି। ଜୁନ୍‌ ୨୩ ସୁଦ୍ଧା ଦେଶରେ ୭୦.୯ ମିଲିମିଟର ବର୍ଷା ହୋଇଛି। ମାତ୍ର ଏହା ୧୧୪.୨ ମିଲିମିଟର ହେବା କଥା। ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଏହା ୩୮ ପ୍ରତିଶତ କମ୍‌ ଥିବା ଭାରତୀୟ ପାଣିପାଗ ବିଭାଗ କହିଛି।


All Right Reserved By Dharitri.Com

୨୬ ଯାତ୍ରୀଙ୍କୁ ବିମାନରୁ ସ୍ବେଚ୍ଛାକୃତ ଭାବେ ବାହାରି ଯିବାକୁ କହିଲା ଏୟାର ଫ୍ରାନ୍ସ୍‌

ନୂଆଦିଲ୍ଲୀ,୧୦।୭: ଦିଲ୍ଲୀରୁ ଫ୍ରାନ୍ସ୍‌ ଯାଉଥିବା ଏୟାର ଫ୍ରାନ୍ସ୍‌ର ବିମାନ ଏଫ୍‌-୨୨୫ରୁ ୨୬ଜଣ ଯାତ୍ରୀଙ୍କୁ ସ୍ବେଚ୍ଛାକୃତ ଭାବେ ବାହାରି ଯିବାକୁ ବୁଧବାର ସକାଳେ ଅନୁରୋଧ କରାଯାଇଛି। ଯାତ୍ରୀଙ୍କ...

କଂଗ୍ରେସରୁ ବାହାରିବେ କି ଶତ୍ରୁଘ୍ନ

ନୂଆଦିଲ୍ଲୀ,୧୮।୮: ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ଛାଡି କଂଗ୍ରେସରେ ଯୋଗ ଦେଇଥିବା ବଲିଉଡ୍‌ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଅଡୁଆ ଏବେ ବଢିଯାଇଛି। କାରଣ ଗତ...

ଥରିଲା ଆସାମ-ହିମାଚଳପ୍ରଦେଶ

ଗୁଆହାଟୀ,୮।୯: ଆସାମ ରବିବାର ଭୂକମ୍ପ ଅନୁଭୁତ ହୋଇଛି। ଆସାମର କାର୍ବି ଅଙ୍ଗଲଙ୍ଗ ଜିଲାରେ ସକାଳ ୭ଟା ୩ରେ ଭୂକମ୍ପ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ...

ଅଭିନେତା କନରଙ୍କୁ ମିଳିଲା ଜାମିନ

ମୁମ୍ବାଇ,୭।୬: ଟେଲିଭିଜନ ଅଭିନେତା କରନ ଓବରଏଙ୍କୁ ଶୁକ୍ରବାର ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୩୪ ବର୍ଷୀୟ ଏହି ଅଭିନେତାଙ୍କ ନାଁର ଜଣେ ମହିଳା ଗତ...

ରାହୁଲଙ୍କ ‘ରେପ ଇନ୍‌ ଇଣ୍ଡିଆ’ ବୟାନକୁ ନେଇ କମ୍ପିଲା ଗୃହ

ନୂଆଦିଲ୍ଲୀ,୧୩।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ରେପ ଇନ୍‌ ଇଣ୍ଡିଆ’ ବୟାନକୁ ନେଇ ଶୁକ୍ରବାର ଲୋକ ସଭାରେ ହଙ୍ଗାମା ହୋଇଛି। ଝାଡ଼ଖଣ୍ଡର ଏକ ରାଲିରେ ଉଦ୍‌ବୋଧନ...

‘ଭାଜପା କାର୍ଯ୍ୟକର୍ତ୍ତା ମୋଦି,ମୋଦି ନାରା ଲଗାଉଛନ୍ତି, ଆପଣମାନେ ମୋ ପାଇଁ କେବେ ଏମିତି ନାରା ଲଗାଇଛନ୍ତି କି’

ଜଳନ୍ଧର, ୨୯।୫: ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଧୀନ ଭାଜପା ଜବରଦସ୍ତ ସଫଳତା ହାସଲ କରିବା ଏବେ ସାରା ଦେଶରରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ...

ନଭଲଖାଙ୍କୁ ୪ ସପ୍ତାହ ଗିରଫରୁ ମୁକ୍ତି

ନୂଆଦିଲ୍ଲୀ,୧୬ା୧୦(ପି.ଟି.): ଭୀମା କୋରେଗାଁଓ ହିଂସା ମାମଲାରେ ନାଗରିକ ଅଧିକାର କର୍ମୀ ଗୌତମ ନଭଲଖାଙ୍କୁ ଗିରଫଦାରିରୁ ୪ ସପ୍ତାହ ଅନ୍ତରୀଣ ସୁରକ୍ଷା ମିଳିଛି। ଜଷ୍ଟିସ୍‌ ଅରୁଣ ମିଶ୍ର...

ମୋଟରଯାନ ବିଲ୍‌ ରାଜ୍ୟ ସଭାରେ ଗୃହୀତ: ତ୍ରୁଟି ସଂଶୋଧନ ପାଇଁ ଲୋକ ସଭାକୁ ପୁଣି ଯିବ: ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଧାର ଜରୁରୀ

ନୂଆଦିଲ୍ଲୀ,୧ା୮(ପି.ଟି.): ସଡ଼କ ନିରାପତ୍ତା ବୃଦ୍ଧି ଲାଗି ଅଣାଯାଇଥିବା ମୋଟରଯାନ (ସଂଶୋଧନ) ବିଲ୍‌ ବୁଧବାର ରାଜ୍ୟ ସଭାରେ ଗୃହୀତ ହୋଇଛି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଏଥିରେ ଆଧାରକୁ...

Leave a comment

Your email address will not be published. Required fields are marked *