୫ଭାଷାରେ ଅଭିଭାଷଣ ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର: ୨୪।୬(ବ୍ୟୁରୋ): ପ୍ରଥମ ଥର କେନ୍ଦ୍ରମନ୍ତ୍ରୀ ହୋଇଥିବା ପ୍ରତାପ ଷଡ଼ଙ୍ଗୀ ସୋମବାର ଲୋକ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରଖିଛନ୍ତି। ସେ ହିନ୍ଦୀ, ଇଂଲିଶ, ସଂସ୍କୃତ, ବଙ୍ଗଳା ଏବଂ ଓଡ଼ିଆ ଭାଷାରେ ସେ ତାଙ୍କର ଅଭିଭାଷଣ ଦେଇଛନ୍ତି। ଷଡ଼ଙ୍ଗୀ ନିଜର ଅଭିଭାଷଣ ଦେଉଥିବା ବେଳେ ଗୃହରେ ଏକ ସ୍ବତନ୍ତ୍ର ପରିବେଶ ସୃଷ୍ଟି ହୋଇଥିଲା। ସଦସ୍ୟମାନେ ଟେବୁଲ ବାଡ଼େଇ ପ୍ରତାପଙ୍କ ଭାଷଣକୁ ସ୍ବାଗତ କରିବା ଦେଖାଯାଇଥିଲା। ସେ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହିତ ତାଙ୍କର ‘ସବ୍‌ କା ସାଥ୍‌ ସବ୍‌ କା ବିକାଶ’ ବିଷୟ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଉପରେ ଲୋକମାନେ ଆସ୍ଥା ପ୍ରକଟ କରିଛନ୍ତି ଏବଂ ତାଙ୍କୁ ପୁଣି ଥରେ ନିର୍ବାଚିତ କରିଛନ୍ତି ବୋଲି କହିବା ସହିତ କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ। ପ୍ରତାପଙ୍କ ଅଭିଭାଷଣ ଶୈଳୀକୁ ଲୋକ ସଭାର ସଦସ୍ୟମାନେ ବେଶ୍‌ ଉପଭୋଗ କରିଥିଲେ।


All Right Reserved By

ଦନ୍ତା ହାତୀ ଆକ୍ରମଣରେ ଜେଜେମା ମୃତ, ନାତୁଣୀ ଗୁରୁତର

ବେତନଟୀ, ୨୦।୬(ଡି.ଏନ୍‌.ଏ): ମୟୁରଭଞ୍ଜ  ଜିଲା ବେତନଟୀ ବନାଞ୍ଚଳ ଅଧିନ ଯୁଗୋଳ ପଞ୍ଚାୟତର ହଳଦୀପଦା ଗଁାରେ ବୁଧବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ୨ ଜଣଙ୍କୁ ଆକ୍ରମଣ...

ବଡ଼ୁ ସୁଆର ନିଯୋଗ ନିର୍ବାଚନ ବିଶ୍ୱନାଥ ସଭାପତି, ଅନନ୍ତ ସମ୍ପାଦକ

ପୁରୀ ଅଫିସ, ୧୩।୧୦: ଶ୍ରୀମନ୍ଦିର ବଡ଼ୁ ସୁଆର ନିଯୋଗର କର୍ମକର୍ତ୍ତା ନିର୍ବାଚନ ଶୁକ୍ରବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସର୍ବସମ୍ମତିକ୍ରମେ ବିଶ୍ୱନାଥ ସାମନ୍ତରା ସଭାପତି, ଅନନ୍ତ...

ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ରେ ଦୋଳି, ପିଠା, ପାନର ପସରା

ଭୁବନେଶ୍ୱର,୧୫ା୬(ବ୍ୟୁରୋ): ରସୁଲଗଡ଼ସ୍ଥିତ ଓଡ଼ିଶାର ବଡ଼ ମଲ୍‌ ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ରେ ରଜ ମହୋତ୍ସବ ‘ଖୁସିର ରଜ’ ଆରମ୍ଭ ହୋଇଯାଇଛି। ରଜ ପାଇଁ ମଲ୍‌ରେ କରାଯାଇଥିଲା ସ୍ବତନ୍ତ୍ର ବ୍ୟବସ୍ଥା।...

ଚମତ୍କାର କଲା ଭାଓଲିନ୍‌-ବଂଶୀ-ମାଣ୍ଡୋଲିନ୍‌

ଭୁବନେଶ୍ୱର ୭ା୯(ବ୍ୟୁରୋ): ଭାଓଲିନ୍‌, ବଂଶୀ ଓ ମାଣ୍ଡୋଲିନ୍‌ର ସମନ୍ବୟ ସୃଷ୍ଟି କରିଥିଲା ଏକ ନିଆରା ପରିବେଶ। ପ୍ରଥମଥର ପାଇଁ ଶାସ୍ତ୍ରୀୟ ଯନ୍ତ୍ର ସଙ୍ଗୀତର ଧୂନ୍‌ରେ ମଜିଥିଲେ...

ନର୍ସ ନିହାରିକା ହତ୍ୟା ମାମଲା: ପୋଲିସ ନିକଟରେ ପ୍ରେମିକଙ୍କ ଆତ୍ମସମର୍ପଣ

ଜଗତସିଂହପୁର ଅଫିସ/ବିରିଡ଼ି(ଡି.ଏନ୍‌.ଏ.), ୨୦।୯: ବିରିଡ଼ି ଥାନା କୁଳକଇଜଙ୍ଗା ପଞ୍ଚାୟତ ନୂଆପାରି ଗ୍ରାମ ନିକଟ ବିଲୁଆଖାଇ ନଦୀପଠାରୁ ନର୍ସ ନିହାରିକା ପାତ୍ର ଓରଫ ରୂପାଲୀ(୨୪)ଙ୍କ ମୃତଦେହ ଉଦ୍ଧାର...

ସରକାରୀ କର୍ମଚାରୀଙ୍କ କାର୍ଯ୍ୟ ସମୟ ଅଧଘଣ୍ଟା ବଢ଼ିଲା, ୪ର୍ଥ ଶନିବାର ସରକାରୀ ଅଫିସ ଛୁଟି

ଭୁବନେଶ୍ୱର, ୨୩ା୬(ବ୍ୟୁରୋ): ରାଜ୍ୟ ସରକାରୀ କର୍ମଚାରୀଙ୍କ କାର୍ଯ୍ୟ କରିବା ସମୟସୀମା ବୃଦ୍ଧି କରାଯାଇଛି। ଏଣିକି ସମସ୍ତ କର୍ମଚାରୀ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ୩୦ ମିନିଟ୍‌...

ହତ୍ୟାକାରୀଙ୍କୁ ଫାଶୀ ଦିଅ

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ନର୍ସ ନୀହାରିକା ପାତ୍ର ଗତ ୮ତାରିଖରେ ନିଖୋଜ ହୋଇଯାଇଥିଲେ। ଏହାର ୯ଦିନ ପରେ ବିରିଡ଼ି ଥାନା ବିଲୁଆଖାଇ ନଦୀପଠାରୁ ତାଙ୍କ ଗଳିତ ମୃତଦେହ ମିଳିଥିଲା।...

ଓଡ଼ିଶା ଓ୍ବେଡିଂ ଏକ୍ସପୋ ଶୁଭାରମ୍ଭ: ଗୋଟିଏ ଛାତ ତଳେ ବିବାହର ଆବଶ୍ୟକୀୟ ସାମଗ୍ରୀ

ଭୁବନେଶ୍ୱର,୨୦ା୧୦(ବ୍ୟୁରୋ): ଓଡ଼ିଶା ଓ୍ବେଡିଂ ଏକ୍ସପୋର ୫ମ ସଂସ୍କରଣ ସ୍ଥାନୀୟ ମେ ଫେୟାର କନଭେନଶନଠାରେ ଶନିବାର ଶୁଭାରମ୍ଭ ହୋଇଛି। ଡ୍ରିମ୍‌ଜ କ୍ରିଏଶନର ଏମ୍‌ଡ଼ି ରବିନ୍ଦ୍ର ନାଥ ରଥ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *