Posted inଜାତୀୟ

ଭାଙ୍ଗିବ ଚନ୍ଦ୍ରାବାବୁଙ୍କ ବିଳାସମୟ କୋଠା: ମୁଖ୍ୟମନ୍ତ୍ରୀ ଜଗନ ମୋହନ ଦେଲେ ନିର୍ଦ୍ଦେଶ

ହାଇଦ୍ରାବାଦ,୨୪।୬: ଆନ୍ଧ୍ରପ୍ରଦେଶ ଅମରାବତୀରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ବାସଭବନ ‘ପ୍ରଜା ବେଦିକା’ ଏବେ ଭାଙ୍ଗିବାକୁ ଯାଉଛି। ଏନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡୀ। ମଙ୍ଗଳବାରଠାରୁ ଏହି କୋଠା ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହେବ। ପ୍ରଜା ବେଦିକା ବାସଭବନରେ ଏବେ ଚନ୍ଦ୍ରାବାବୁ ରହୁଥିଲେ। କିଛି ଦିନ ଆଗରୁ ଏହି ବାସଭବନକୁ ସରକାରୀ ଆବାସ ଘୋଷଣା କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଦାବି କରିଥିଲେ। ହେଲେ ଶନିବାର ଓ୍ବାଇଏସ୍‌ଆର କଂଗ୍ରେସ ଦଳର ସରକାର ଚନ୍ଦ୍ରାବାବୁଙ୍କ ଏହି ଘରକୁ ଜବତ କରିନେଇ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ। ତେଲଗୁ ଦେଶମ୍‌ ପାର୍ଟି (ଟିଡିପି)ଏହି କାର୍ଯ୍ୟାନୁଷ୍ଠାନକୁ ପ୍ରତିଶୋଧର ଆଖ୍ୟା ଦେଇଛି। ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୌଣସି ସମବେଦନା ନ ଦେଖାଇବା ସହ ତାଙ୍କ ଘରର ଆସାବବପତ୍ରକୁ ଅମରାବତୀର ଉନ୍ଦାବଲୀ ଘର ସାମ୍ନାରେ ଫୋଫାଡି ଦିଆଯାଇଥିଲା ବୋଲି ବିରୋଧୀ ଅଭିଯୋଗ କରିଛି।


All Right Reserved By Dharitri.Com

ନିଜକୁ ନାବାଳକ ଦାବି କଲେ ପଓ୍ବନ କୁମାର

ନୂଆଦିଲ୍ଲୀ,୧୯।୧୨(ପି.ଟି): ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଅନ୍ୟତମ ଅପରାଧୀ ପଓ୍ବନ କୁମାର ଗୁପ୍ତା ୨୦୧୨ରେ ନାବାଳକ ଥିଲେ ବୋଲି ଦାବି...

ଉନ୍ନାଓ ପୀଡ଼ିତା ପରିବାରର ଦାବି: ଅଭିଯୁକ୍ତଙ୍କୁ ମିଳୁ ହାଇଦ୍ରାବାଦ ଭଳି ଦଣ୍ଡ

ନୂଆଦିଲ୍ଲୀ,୮ା୧୨(ପି.ଟି.): ଅର୍ଦ୍ଧଦଗ୍ଧ ଉନ୍ନାଓ ପୀଡିତା ଶୁକ୍ରବାର ରାତିରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଆଖି ବୁଜିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି। ଅଭିଯୁକ୍ତମାନଙ୍କୁ ହାଇଦ୍ରାବାଦ...

ବୁମେରାଂ ପାଲଟିଲା ବ୍ରହ୍ମାସ୍ତ୍ର: ପାଓ୍ବାର ଦେଖାଇଲେ ପାଓ୍ବାର

ମୁମ୍ବାଇ,୨୭ା୧୧: କ୍ରିକେଟ ଓ ରାଜନୀତିରେ ସବୁକିଛି ସମ୍ଭବ। କାରଣ ଉଭୟ କ୍ଷେତ୍ରରେ ଯେଉଁ ଦଳ ମ୍ୟାଚ୍‌ ହାରୁଛି ଭଳି ଦେଖାଯାଉଥିବ ଶେଷ ମୁହୂର୍ତ୍ତରେ ସେହି ଦଳ...

ପିତାଙ୍କୁ ଦେଖି କାନ୍ଦିଲେ ନିର୍ଭୟା ଦୋଷୀ ବିନୟ ଶର୍ମା

ନୂଆଦିଲ୍ଲୀ,୧୫।୧: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀମାନେ କରିଥିବା ଶେଷ ପ୍ରୟାସ ବି ଫେଲ ମାରିଛି। ଆସନ୍ତା ୨୨ ତାରିଖ ସକାଳ ୭ଟାରେ ଫାଶୀ...

ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର: ଦିଲ୍ଲୀରେ ୩-୪ ଜୈଶ୍‌ ଆତଙ୍କବାଦୀ; ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ,୩।୧୦: ଦିଲ୍ଲୀରେ ୩-୪ ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ପ୍ରବେଶ କରିଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା...

ଦେଢ ବର୍ଷ ମଧ୍ୟରେ ଭାଜପାର ୭ ବରିଷ୍ଠ ନେତାଙ୍କ ପରଲୋକ

ନୂଆଦିଲ୍ଲୀ,୨୪।୮: ୨୦୧୮ ଅଗଷ୍ଟ ୧୪ରୁ ୨୦୧୯ ଅଗଷ୍ଟ ୨୪ ମଧ୍ୟରେ ଏଭଳି ଦୁଃଖଦ ଘଟଣା ଘଟିଛି। ସେମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ,...

ଭାଜପାକୁ ସହଯୋଗ: ମାମଲା ହଟିଲା

ମୁମ୍ବାଇ,୨୬ା୧୧(ପି.ଟି.): ମହାରାଷ୍ଟ୍ର ଜଳସେଚନ ପ୍ରକଳ୍ପ ଦୁର୍ନୀତିକୁ ନେଇ ୯ଟି ମାମଲାର ତଦନ୍ତକୁ ସୋମବାର ରାଜ୍ୟ ଦୁର୍ନୀତି ନିର୍ବାରଣ ବ୍ୟୁରୋ (ଏସିବି) ବନ୍ଦ କରିଦେଇଛି। କୌଣସି ଜଳସେଚନ...

ପଶ୍ଚିମବଙ୍ଗ ଉପନିର୍ବାଚନ:ଟିଏମ୍‌ସି ୩ ଆସନ ପୋଛିନେଲା

କୋଲକାତା, ୨୯।୧୧:ପଶ୍ଚିମବଙ୍ଗର ୩ ବିଧାନସଭା ଆସନ ଲାଗି ହୋଇଥିବା ଉପନିର୍ବାଚନରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ବାଜିମାରିଛି। ସମସ୍ତ ୩ ଆସନରେ ଟିଏମ୍‌ସିର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କାଳିଆଗଞ୍ଜରେ...

Leave a comment

Your email address will not be published. Required fields are marked *