Posted inଜାତୀୟ

ବୋଫର୍ସ ତୋପ ଦୁର୍ନୀତି: ୧୦୬ ବିରୋଧୀ ଏମ୍‌ପି ଦେଇଥିଲେ ଇସ୍ତଫା

ନୂଆଦିଲ୍ଲୀ,୨୪।୬: ବୋଫର୍ସ ତୋପକୁ ବିରୋଧ କରି ୩୦ ବର୍ଷ ତଳେ ୧୯୮୯ ଜୁନ୍‌ ୨୪ରେ ଲୋକ ସଭାର ୧୧୦ ବିରୋଧୀ ଏମ୍‌ପିଙ୍କ ମଧ୍ୟରୁ ୧୦୬ ଜଣ ଇସ୍ତଫା ଦେଇଥିଲେ। ଭି.ପି. ସିଂ ଙ୍କ ନେତୃତ୍ୱରେ ବିରୋଧୀ ଏକତ୍ରିତ ହୋଇଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ସମେତ ଅନ୍ୟ ନେତା ବୋଫର୍ସ ତୋପ ଦୁର୍ନୀତିକୁ ବିରୋଧ କରିଥିଲେ। ବୋଫର୍ସର ୧୫୫ ମିମି ୪ଶହ ହାବିଟ୍‌ଜର ତୋପ କିଣାରେ ୧୪ଶହ ୩୭ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ୧୯୮୬ରେ ଏନେଇ ବୁଝାମଣା ହୋଇଥିଲା। ତେବେ ଦୁର୍ନୀତି ସମ୍ପର୍କରେ ୧୯୮୭ରେ ଜଣାପଡ଼ିଥିଲା। ସୁଇଡେନ୍‌ ରେଡିଓ ସଂସ୍ଥା ଏନେଇ ତଥ୍ୟ ଦେଇଥିଲା। ବୋଫର୍ସ କମ୍ପାନୀ ଏହି ବୁଝାମଣା ପାଇଁ ଭାରତୀୟ ରାଜନେତା ତଥା ଉଚ୍ଚଅଧିକାରୀଙ୍କୁ ୬୦ କୋଟି ଟଙ୍କାର ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା। ବିରୋଧୀଙ୍କ ପକ୍ଷରୁ ଏହାର ବିରୋଧ କରାଯାଇଥିଲା। ସେତେବେଳେ ୫୧୪ ଲୋକ ସଭା ଆସନ ମଧ୍ୟରୁ ବିପକ୍ଷଙ୍କ ସଂଖ୍ୟା ୧୧୦ ଥିଲା । ସେଥିମଧ୍ୟରେ ଭାଜପା-୨, ଜନତା ପାର୍ଟି-୧୦, ବାମପନ୍ଥୀ-୨୨, ତେଲୁଗୁ ଦେଶମ୍‌-୩୦, ଏଆଇଏଡିଏମ୍‌କେ-୧୨ ସଦସ୍ୟ ଥିଲେ। ଏକ କାଳୀନ ଏତେ ସଂଖ୍ୟକ ବିପକ୍ଷ ସଦସ୍ୟଙ୍କ ଇସ୍ତଫା ଶାସକ ଦଳ ପାଇଁ ଏକ ଆହ୍ବାନ ଥିଲା।


All Right Reserved By Dharitri.Com

ଡ୍ୟୁଟି ସାରି ମାସ୍କ ତିଆରି କରୁଛନ୍ତି ମହିଳା ପୋଲିସ

ଭୋପାଳ,୪।୪: କରୋନା ଭାଇରସ ସହ ଲଢ଼ିବାକୁ ଏବେ ମାସ୍କ ଓ ସାନିଟାଇଜରର ଆବଶ୍ୟକତା ବଢିଯାଇଛି। ଏହାକୁ ଦୃଷ୍ଟିରେ ରଖି ଏବେ ବିଭିନ୍ନ ସଂସ୍ଥା ପକ୍ଷରୁ ମାସ୍କ...

ପାକିସ୍ତାନ ଧୂଳିଝଡ଼ ଭାରତ ମୁହାଁ: ଉତ୍ତର ଭାରତରେ ଆଲର୍ଟ ଜାରି

ଇସଲାମାବାଦ୍‌/ନୂଆଦିଲ୍ଲୀ,୧୨।୬: ପାକିସ୍ତାନ ଏବଂ ଆଫଗାନୀସ୍ତାନରୁ ଧୂଳିଝଡ଼ ଭାରତ ମୁହାଁ ହୋଇଛି। ଏହା ବୁଧବାର ଅପରାହ୍ନ ସୁଦ୍ଧା ଉତ୍ତରଭାରତରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ...

ଗତ ୫ ବର୍ଷ ଧରି ଦେଶରେ ମୋଦି ସରକାର ଲାଗୁ କରିଛନ୍ତି ସୁପର ଏମରଜେନ୍ସି: ମମତା ବାନାର୍ଜୀ

କୋଲକତା,୨୫।୬: ଆଜିକୁ ୪୪ ବର୍ଷ ତଳେ ୧୯୭୫ ଜୁନ୍‌ ୨୫ ମଧ୍ୟରାତ୍ରରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଦେଶରେ ଏମରଜେନ୍ସି ବା ଜରୁରୀକାଳୀନ ପରିସ୍ଥିତି...

କଶ୍ମୀରରୁ ବୋହୂ ଆଣିବାକୁ କହିଲେ ମନୋହର ଲାଲ୍‌ ଖଟ୍ଟର

ଚଣ୍ଡିଗଡ଼,୧୦।୮: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସ୍ଥାନୀୟ ଫତେହବାଦ୍‌ରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମରେ ସେ ଯୋଗଦେଇ...

ଏମ୍ସ ଏମ୍‌ବିବିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଇରମିମଙ୍କୁ ଅଭିନନ୍ଦନ ଜଣାଇଲା ସେନା

ରାଜୌରୀ,୩।୯: ଜମ୍ମୁ-କଶ୍ମୀର ରାଜୌରୀ ଜିଲାର ପ୍ରଥମ ଗୁଜ୍ଜର ମହିଳା ଭାବେ ଚଳିତ ବର୍ଷ ଅଲ୍‌ ଇଣ୍ଡିଆ ଇନଷ୍ଟୃଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ର ଏମ୍‌ବିବିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ...

ଆରମ୍ଭ ହେଲା ଭାଜପାର ମେଗା ସଦସ୍ୟତା ଅଭିଯାନ: ଟାର୍ଗେଟରେ ୨୦ କୋଟି ସଦସ୍ୟ

ନୂଆଦିଲ୍ଲୀ,୬।୭: ଭାରତୀୟ ଜନତା ପାର୍ଟି(ଭାଜପା) ଶନିବାରଠାରୁ ତା’ର ମେଗା ସଦସ୍ୟତା ଅଭିଯାନ ଆରମ୍ଭ କରିଛି। ଏହାର ମୂଳ ଲକ୍ଷ୍ୟ ହେଲା ଭାଜପାର ୧୧କୋଟି ସଦସ୍ୟଙ୍କୁ ବଢାଇ...

ବସ୍‌, ଟ୍ରକ୍‌ ଡ୍ରାଇଭରଙ୍କ ସର୍ବନିମ୍ନ ଯୋଗ୍ୟତା ଅଷ୍ଟମ ପାସ୍‌ ନିୟମ ଉଠିବ!

ନୂଆଦିଲ୍ଲୀ, ୧୩।୬: ବସ୍‌, ଟ୍ରକ୍‌ ଡ୍ରାଇଭରଙ୍କ ପାଇଁ ଥିବା ସର୍ବନିମ୍ନ ଯୋଗ୍ୟତା ଅଷ୍ଟମ ପାସ୍‌ ନିୟମ ଉଠାଯିବ। ଏସମ୍ପର୍କରେ ବିଚାର ଚାଲିଛି ବୋଲି ଟ୍ରାନ୍ସପୋର୍ଟ ମନ୍ତ୍ରଣାଳୟ...

ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର,୧୬।୧୦: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାରେ ଆତଙ୍କବାଦୀମାନେ ଜଣେ ଶ୍ରମିକଙ୍କୁ ହତ୍ୟା କରିଛନ୍ତି। ସ୍ଥାନୀୟ କାକପୋରାଠାରେ ଥିବା ଏକ ଇଟା ଭାଟିରେ ଶ୍ରମିକ କାମ କରୁଥିଲେ। ତାଙ୍କ...

Leave a comment

Your email address will not be published. Required fields are marked *