Posted inଜାତୀୟ

ଇଭିଏମ୍‌ ସୁରକ୍ଷାରେ ଗୁରୁତର ତ୍ରୁଟି: ଷ୍ଟୋର ରୁମ୍‌ରୁ ଯନ୍ତ୍ରାଂଶ ଗାଏବ

ଭୋପାଳ,୨୪ା୬(ପି.ଟି.): ମଧ୍ୟପ୍ରଦେଶର କେତେକ ଜିଲାରେ ଥିବା ସୁରକ୍ଷିତ ପ୍ରକୋଷ୍ଠରୁ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌)ର ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ଗାଏବ ହୋଇଯାଇଥିବା ଅନୁଧ୍ୟାନରୁ ଜଣାପଡିଛି। ଇଭିଏମ୍‌ର ମୁଖ୍ୟ ଯନ୍ତ୍ରାଂଶ କୁହାଯାଉଥିବା ବାଲଟ ୟୁନିଟ (ବିୟୁ) ଏବଂ ଡିଟାଚେବଲ୍‌ ମେରୋରି ମଡ୍ୟୁଲ (ଡିଏମ୍‌ଏମ୍‌) ମିଳୁନାହିଁ। ଉକ୍ତ ଇଭିଏମ୍‌ଗୁଡିକ ଗତ ନିର୍ବାଚନରେ ବ୍ୟବହାର ହୋଇଥିଲା କି ନାହିଁ ତଥ୍ୟ ଜାଣିବା ଅଧିକାର (ଆରଟିଆଇ) ବଳରେ ଆବେଦନ ହୋଇଥିଲେ ମଧ୍ୟ ତାହା ସ୍ପଷ୍ଟ ହୋଇନାହିଁ।
ରିପୋର୍ଟ ଏପ୍ରିଲ୍‌ ଜୁନ୍‌ରେ ପ୍ରସ୍ତୁତ ହୋଇ ଆର୍‌ଟିଆଇ ଆବେଦନକାରୀ ଅଜୟ ଦୁବେଙ୍କୁ ପ୍ରଦାନ କରାଯାଇଛି। ମଧ୍ୟପ୍ରଦେଶରେ ଇଭିଏମ୍‌ ସୁରକ୍ଷା ଓ ପରିଚାଳନା ସମ୍ପର୍କିତ ସବିଶେଷ ତଥ୍ୟ ସେ ରାଜ୍ୟ ନିର୍ବାଚନ କମିଶନଙ୍କୁ ମାଗିଥିଲେ। ତାଙ୍କୁ ପ୍ରଦାନ କରାଯାଇଥିବା ରିପୋର୍ଟ ଅନୁଯାୟୀ ଉମାରିଆସ୍ଥିତ ଇଭିଏମ୍‌ ଷ୍ଟୋର ରୁମ୍‌ରୁ ୯ଟି ଡିଏମ୍‌ଏମ୍‌ ଗାଏବ ହୋଇଯାଇଛି। ତେବେ ଗାଏବ ହେବାର କାରଣ ସମ୍ପର୍କରେ କିଛି କୁହାଯାଇନାହିଁ। ଡିଏମ୍‌ଏମ୍‌ ହେଉଛି ଇଭିଏମ୍‌ର ଏକ ଅତିରିକ୍ତ ମେମୋରି ଯାହାକୁ ମେଶିନ୍‌ଠାରୁ ଅଲଗା କରି ରଖାଯାଇଥାଏ। ଷ୍ଟକ୍‌ ରେଜିଷ୍ଟର ଅନୁଯାୟୀ ନରସିଂହପୁର ଜିଲାର ସରକାରୀ ପଲିଟେକ୍ନିକ୍‌ କଲେଜ ଷ୍ଟ୍ରଙ୍ଗ୍‌ରୁମ୍‌ରେ ୨୭୦୯ଟି ଡିଏମ୍‌ଏମ୍‌ ରଖାଯାଇଥିଲା। ଯାଞ୍ଚ ବେଳେ ୨୫୦୮ଟି ଡିଏମ୍‌ଏମ୍‌ ମିଳି ନ ଥିଲା ବୋଲି ଜିଲା ପ୍ରଶାସନ କହିଛି। ନିର୍ବାଚନରେ ବ୍ୟବହୃତ ହୋଇ ନ ଥିବା ୬୮୭ଟି ଡିଏମ୍‌ଏମ୍‌କୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟକୁ ଫେରାଇ ଦିଆଯାଇଥିଲା ବୋଲି କୁହାଯାଇଛି। ଯେଉଁଗୁଡିକ ନିର୍ବାଚନରେ ବ୍ୟବହୃତ ହୋଇଥିଲା ସେଗୁଡିକୁ ହାଇଦ୍ରାବାଦର ଇସିଆଇଏଲ୍‌କୁ ପଠାଯାଇଥିଲା। ଷ୍ଟୋର ରୁମ୍‌ରେ ମାତ୍ର ୨୦୧ଟି ଡିଏମ୍‌ଏମ୍‌ ରହିଥିବାବେଳେ ଗାଏବ ଅନ୍ୟ ଡିଏମ୍‌ଏମ୍‌ ସମ୍ପର୍କରେ କିଛି କୁହାଯାଇନାହିଁ। ସେହିପରି ଭିନ୍ଦ୍‌ ଜିଲା ଷ୍ଟ୍ରଙ୍ଗ୍‌ରୁମ୍‌ରେ ଯାଞ୍ଚ ବେଳେ ୯ଟି ବାଲଟ ୟୁନିଟ ମିଳିନାହିଁ। ୨୦୧୮ ମେ ମାସରେ ଇଭିଏମ୍‌ ଯାଞ୍ଚ ବେଳେ ୧୩ଟି କଣ୍ଟ୍ରୋଲ ୟୁନିଟ ଏବଂ ୧୬ ବାଲଟ ୟୁନିଟ କାମ କରୁ ନ ଥିବା ଦେଖାଯାଇଥିଲା। କମିଶନ ଇଞ୍ଜିନିୟର ପଠାଇବା ସତ୍ତ୍ୱେ ସେଗୁଡିକୁ ଠିକ୍‌ କରାଯାଇ ନ ଥିଲା ବୋଲି ଜିଲା ପ୍ରଶାସନ ଦେଇଥିବା ରିପୋର୍ଟରୁ ଜଣାପଡିଛି। ମଣ୍ଡସୌର ଜିଲାରେ ୮ ବିୟୁ ଏବଂ ଶାଜପୁର ଜିଲାରେ ଗୋଟିଏ ଡିଏମ୍‌ଏମ ମିଳିନାହିଁ । ସେହିପରି ବାଲାଘାଟ ଜିଲା ପୁରୁଣା କଲେକ୍ଟର ଭବନ ଷ୍ଟ୍ରଙ୍ଗ୍‌ରୁମ୍‌ରୁ ୨୬ ଡିଏମ୍‌ଏମ୍‌ ମିଳୁ ନ ଥିବାବେଳେ ସାଗର ଓ ଗ୍ବାଲିୟର ଜିଲା ଷ୍ଟୋର ରୁମ୍‌ରୁ ଯଥାକ୍ରମେ ୧୧ଟି ଓ ୨୮ଟି ବିୟୁ ମିଳିନାହିଁ। ଇଭିଏମ୍‌ର ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ଗାଏବ ହେବା ଘଟଣାର ତୁରନ୍ତ ତଦନ୍ତ ହେବା ଆବଶ୍ୟକ। ଇଭିଏମ୍‌ ସୁରକ୍ଷାରେ ଏହା ଗୁରୁତର ତ୍ରୁଟି ବୋଲି ଦୁବେ କହିଛନ୍ତି। ଭୋପାଳ ଓ ରଓ୍ବୋ ଜିଲା ପ୍ରଶାସନ ଏପର୍ଯ୍ୟନ୍ତ ସେମାନଙ୍କ ରିପୋର୍ଟ ଦାଖଲ କରିନାହାନ୍ତି।


All Right Reserved By

କେନ୍ଦ୍ରମନ୍ତ୍ରୀ ସୁପ୍ରିୟୋ ହଟହଟା

କୋଲକାତା,୨୦-୯(ପି.ଟି.):ଏବିଭିପି ପକ୍ଷରୁ ଆୟୋଜିତ ଏକ ସେମିନାରରେ ଉଦ୍‌ବୋଧନ ଦେବାକୁ ଯାଇଥିବା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ଯାଦବପୁର ବିଶ୍ୱବିଦ୍ୟାଳୟରେ ହଟହଟା ହେବାକୁ ପଡ଼ିଛି। ଗୋଟିଏ ଛାତ୍ରଗୋଷ୍ଠୀ ତାଙ୍କୁ...

ପଡୋଶୀ ଝିଅଙ୍କୁ କମେଣ୍ଟ ମାରିବାରୁ ପୁଅକୁ ହତ୍ୟା କଲେ ପିତା

ଲକ୍ଷ୍ନୌ, ୧୦।୭: ଉତ୍ତରପ୍ରଦେଶର ଅମରୋହା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପଡୋଶୀ ଝିଅଙ୍କୁ କମେଣ୍ଟ ମାରିବାରୁ ପୁଅକୁ ହତ୍ୟା କରିଦେଇଛନ୍ତି ପିତା। କ୍ରୋଧରେ ହତ୍ୟା...

କେମେଷ୍ଟ୍ରୀ ସାମ୍ନାରେ ହାରିଗଲା ପାଟିଗଣିତ: ମୋଦି

ବାରାଣସୀ,୨୭।୫: ଭାଜପାର ବିପୁଳ ବିଜୟ ପରେ ମେ ୩୦ରେ ନୂଆ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ନେବେ। ଦଳର ଏହି ବିଜୟ ପାଇଁ ଭାଜପାକର୍ମୀଙ୍କ...

ଗାଈ ଖେଳୁଛି ଫୁଟବଲ: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୩।୭: ଏବେ ଗୋଟିଏ ଗାଈ ଫୁଟବଲ ଖେଳୁଥିବାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପଡ଼ିଆରେ କିଛି ପିଲା ଫୁଟବଲ ଖେଳୁଥିବାର ଦୃଶ୍ୟ ଭିଡ଼ିଓରେ...

ନୋଟିସ୍‌ର ଜବାବ ପରେ ସାଧ୍ୱୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଅମିତ ଶାହା

ନୂଆଦିଲ୍ଲୀ,୧୭।୫: ଭାଜପା କାର୍ଯ୍ୟାଳୟରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏହି ସମୟରେ ସାଧ୍ୱୀ...

ନ ସୁଧୁରିଲେ ଚିଦାମ୍ବରମ୍‌ଙ୍କ ଭଳି ଦଶା ଭୋଗିବ

ବଲିଆ,୧୬ା୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁଧୁରିଯାଆନ୍ତୁ। ନଚେତ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ଭଳି ଦଶା ଭୋଗିବେ ବୋଲି ରବିବାର ଭାଜପା ନେତା ସୁରେନ୍ଦ୍ର...

ମହଙ୍ଗା ପଡିଲା ଯୋଗୀଙ୍କ ବିରୋଧରେ ଆପତ୍ତି ଜନକ ଟିପ୍ପଣୀ

ନୂଆଦିଲ୍ଲୀ/ଲକ୍ଷ୍ନୌ,୯।୬: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ସୋସିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ଦେବା ଏବେ ମହଙ୍ଗା ପଡିଛି ଜଣେ ଖବରଦାତାଙ୍କୁ। ଏହି ଅଭିଯୋଗରେ...

ବୁଡିଗଲାଣି କାଜିରଙ୍ଗା ଜାତୀୟ ଉଦ୍ୟାନର ୯୦ ଭାଗ

ଗୁଆହାଟି,୧୬।୭: ଆସାମର ପ୍ରାୟ ୩୦ଟି ଜିଲାରେ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଛି। ଏଠାକାର ପାଖାପାଖି ୪ହଜାର ୧୫୭ଟି ଗାଁ ଟାପୁରେ ପରିଣତ ହୋଇଛି। ଏହି ବନ୍ୟାରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *