ପୋଲିସ ଧମକକୁ ମାନିଲେନି : ଖଟ ବୁଲାଇ ନିର୍ଦ୍ଦୋଷଙ୍କୁ କଲେ ଦୋଷୀ

ନୟାଗଡ଼ ଅଫିସ,୨୪ା୬: ଏସ୍‌ପିଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫ କିଲୋମିଟର ଦୂରରେ ଶନିବାର ଖଟ ବୁଲୁଥିବା ଜଣାପଡ଼ିବା ପରେ ପୋଲିସ ଗ୍ରାମରେ ପହଞ୍ଚତ୍ ଏହାକୁ ବନ୍ଦ କରିଥିଲା। ଏପରି କି ସଦର ଥାନାକୁ ଗ୍ରାମର କିଛି ଭଦ୍ରବ୍ୟକ୍ତିଙ୍କୁ ଡାକି ଖଟ ନ ବୁଲାଇବା ପାଇଁ ଧମକ ଦେଇଥିଲା। ହେଲେ ସଦର ପୋଲିସର ଏହି ଧମକକୁ ମାନିନାହାନ୍ତି ଗ୍ରାମବାସୀ। ଥାନାରୁ ଯିବା ପରେ ଶନିବାର ରାତି ୧୨ଟାରେ ଗ୍ରାମରେ ବୁଲାଇଛନ୍ତି ଖଟ। ଆଉ ଖଟଟି ଜଣଙ୍କ ଘରେ ଲାଗିବାରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୧ ଲକ୍ଷ ୪୨ ହଜାର ଟଙ୍କା ଜରିମାନା ଦେବାକୁ ନିଷ୍ପତ୍ତି କରିଛନ୍ତି। ତେଣେ ଏତେଟଙ୍କା ଦେବାକୁ ସକ୍ଷମ ନ ଥିବା ବ୍ୟକ୍ତି ଜଣକ ଥାନାର ଦ୍ୱାରସ୍ଥ ହେବାକୁ ବାହାରିଥିଲେ ମଧ୍ୟ ଧମକ ଯୋଗୁ ଯାଇ ନ ପାରି ଦୁଶ୍ଚିନ୍ତାରେ ରହିଛନ୍ତି।
ପ୍ରକାଶ ଯେ, ୧୧ଦିନ ପୂର୍ବେ ନୟାଗଡ଼ ବ୍ଲକ ନଡ଼ିଆଳି ପଞ୍ଚାୟତ ଉଦୟପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ପୁଅର ଏକୋଇଶିଆ ହୋଇଥିଲା। ଏହି ଅବସରରେ ପାଲା ହୋଇଥିଲା। ପାଲାରୁ କିଛି ଟଙ୍କା ଓ ଏକୋଇଶିଆ ପାଇଁ କିଛି ଉପହାର ମିଳିଥିଲା। ଉକ୍ତ ଟଙ୍କା ଓ ଉପହାର ଥିବା ବାକ୍ସକୁ କେହି ଚୋରିକରି ନେଇଥିଲେ। ଏ ନେଇ ବ୍ୟକ୍ତି ଜଣକ ଗ୍ରାମରେ କହିଥିଲେ। ଗ୍ରାମରେ ବୈଠକ ବସି ଗୁଣିଆ ଡକାଇ ଖଟ ବୁଲାଇବା ପାଇଁ ନିଷ୍ପତ୍ତି ହୋଇଥିଲା। ଗତ ମଙ୍ଗଳବାର ଜଣେ ଗୁଣିଆ ଆସି ଖଟ ବୁଲାଇଥିଲେ ହେଁ ସେ ଚୋର ଧରିବାରେ ସକ୍ଷମ ହୋଇ ନ ଥିଲେ। ପରେ ବୁଧବାର ଗାଁ ଲୋକେ ଅନ୍ୟ ଜଣେ ଗୁଣିଆ ଆଣିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଶନିବାର ଆଉ ଦୁଇଜଣ ଗୁଣିଆଙ୍କୁ ଗ୍ରାମବାସୀ ଡକାଇ ଖଟ ବୁଲାଉଥିବା ବେଳେ ଗ୍ରାମରେ ପୋଲିସ ପହଞ୍ଚତ୍ ତାଗିଦ୍‌ କରି ଫେରିଥିଲା। ଏହା ପରେ ଗ୍ରାମରେ ଖଟ ବୁଲା ବନ୍ଦ ହୋଇଥିଲା। ହେଲେ ପୋଲିସର ତାଗିଦ ସତ୍ତ୍ୱେ ଗ୍ରାମବାସୀ ଶନିବାର ରାତି ୧୨ଟାରେ ଖଟ ବୁଲାଇଥିଲେ। ରାତ୍ର ୨ଟା ସମୟରେ ଗ୍ରାମମୁଣ୍ଡରେ ଥିବା ମାଧବ ବେହେରାଙ୍କ ଘରେ ଖଟ ଲାଗିଥିଲା। ଏହା ପରେ ମାଧବଙ୍କୁ ଗ୍ରାମର କିଛି ବ୍ୟକ୍ତି ଖଟ ଦ୍ୱାରା ଧକ୍କାଦେଇ ଗ୍ରାମ ମଝିକୁ ଘୋଷାରି ନେଇଥିଲେ। ଖଟ ତୋ ଘରେ ଲାଗିଛି, ତୁ ଚୋରି କରିଛୁ, ତେଣୁ ୧ ଲକ୍ଷ ୪୨ ହଜାର ଟଙ୍କା ଜରିମାନା ଦେବା ପାଇଁ କୁହାଯାଇଥିଲା। ଏହି ଘଟଣା ଶୁଣି ମାଧବ ମୁଣ୍ଡରେ ହାତଦେଇ ବସିଛନ୍ତି। ଖଟ ଧକ୍କାରେ ସେ ଆହତ ହୋଇଥିବାବେଳେ ଏତେ ଟଙ୍କା କେଉଁଠୁ ଆଣିବେ ସେ ନେଇ ମାନସିକ ଚାପରେ ଅଛନ୍ତି। ଅନ୍ୟପଟେ ନ୍ୟାୟ ପାଇଁ ରବିବାର ସକାଳେ ସଦର ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ବେଳେ ଧମକ ପାଇ ଅଧାବାଟରୁ ଘରକୁ ଫେରି ଯାଇଛନ୍ତି। ଗ୍ରାମବାସୀ ଧମକ ଦେଇଛନ୍ତି ଯଦି ଥାନାରେ ଅଭିଯୋଗ କରିବୁ ତେବେ ଗ୍ରାମରୁ ନିଆଁପାଣି ବାସନ୍ଦ କରାଯାଇ ଏକଘରିଆ କରାଯିବ ବୋଲି କୋହଭରା କଣ୍ଠରେ କହିଛନ୍ତି ମାଧବ ଓ ତାଙ୍କ ସ୍ତ୍ରୀ ସୁକାନ୍ତି। ଏତେ ଟଙ୍କା କେଉଁଠୁ ଆଣିବେ ନା ଥାନାର ଦ୍ୱାରସ୍ଥ ହେବେ ଏହିଭଳି ଦୋଛକିରେ ଅଛନ୍ତି ଏହି ଦମ୍ପତି। ସୂଚନାଯୋଗ୍ୟ ମାଧବଙ୍କ ସାନଭାଇଙ୍କ ନାତିର ଏକୋଇଶିଆ ହେଉଥିବା ବେଳେ ସେ ଓ ତାଙ୍କ ସ୍ତ୍ରୀ ଭୋଜି ଖାଇବାକୁ ଯାଇଥିଲେ। ଭୋଜି ଖାଇ ସେମାନେ ଘରକୁ ଫେରିଥିବା ବେଳେ ସେ କୌଣସି ଚୋରିକରି ନ ଥିବା ପ୍ରକାଶ କରିଛନ୍ତି। ଏ ନେଇ ସଦର ଥାନା ଅଧିକାରୀ ଅନ୍ନପୂର୍ଣ୍ଣା ବେହେରା କହନ୍ତି, ଥାନାରେ ଅଭିଯୋଗ ହୋଇନାହିଁ, ଅଭିଯୋଗ ହେବା ପରେ ପୋଲିସ ଯାହା କାର୍ଯ୍ୟାନୁଷ୍ଠାନ ନେବ।


All Right Reserved By

ପାଟକୁରା ଭୋଟ ଗଣତି Live Updates: ୧୭ ରାଉଣ୍ଡ ସୁଦ୍ଧା ସାବିତ୍ରୀ ୧୭,୫୩୬ ଭୋଟରେ ଆଗୁଆ

କେନ୍ଦ୍ରାପଡ଼ା ଅଫିସ,୨୪।୭: ପାଟକୁରା ବିଧାନସଭା ଆସନ ଲାଗି ଭୋଟ ଗଣତି ଚାଲୁ ରହିଛି। ୧୭ ରାଉଣ୍ଡ ଶେଷ ସୁଦ୍ଧା ୧୭,୫୩୬ ଭୋଟରେ ବିଜେଡି ଆଗୁଆ ରହିଛି।...

ଗୋଚର ଜମିକୁ ଜେସିବି ଦ୍ୱାରା ସଫା କରିବା ନେଇ ଅଭିଯୋଗ: ସବର୍ଣ୍ଣ, ଅସବର୍ଣ୍ଣ ମଧ୍ୟରେ ବିବାଦ

ରଣପୁର,୨୯ା୬(ସ୍ବ.ପ୍ର.): ଅନ୍ୟ ଏକ ଗ୍ରାମର ଅସବର୍ଣ୍ଣ ଜାତିର ଲୋକେ ସବର୍ଣ୍ଣଙ୍କ ଗୋଚର ଜମିକୁ ଜେସିବି ଲଗାଇ ସଫା କରିବା ଘଟଣାକୁ ନେଇ ରଣପୁର ଅଞ୍ଚଳରେ ୨...

ବର୍ଷା ଆଗମନର ସୂଚନା ଦିଏ ବାଇଚଢ଼େଇ

ଗଣିଆ,୧୯ା୫(ଡି.ଏନ.ଏ.)- ଆଜିର ବିଜ୍ଞାନ ଯୁଗରେ ଲୋକମାନେ ପୂର୍ବରୁ ପ୍ରାକୃତିକ ଜଳବାୟୁ ସମ୍ପର୍କରେ ଜାଣିପାରୁଛନ୍ତି। ହେଲେ ଅତୀତରେ ପ୍ରାକୃତିକ ଜଳବାୟୁ ଓ ବନ୍ୟା, ବାତ୍ୟା, ଭୂମିକମ୍ପ ଭଳି...

କମେଣ୍ଟମରାକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ୨ ଗିରଫ

ଯାଜପୁରଟାଉନ, ୧୭ା୬(ଡି.ଏନ୍‌.ଏ.): ଯାଜପୁରସହର ନିକଟସ୍ଥ ଚିତାଳୋ ଛକରେ କମେଣ୍ଟ ମରା ଘଟଣାକୁ କେନ୍ଦ୍ରକରି ଶନିବାର ରାତିରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏ ନେଇ...

ବର୍ଷା ଅଭାବରୁ ଆଗେଇପାରୁନି ଚାଷ

ନାଉଗାଁ,୨୯ା୬(ସ୍ବ.ପ୍ର.): ନାଉଗାଁ ବ୍ଲକରେ ସାଧାରଣତଃ ବର୍ଷା ଉପରେ ନିର୍ଭର କରି ଚାଷୀ ଧାନ ଚାଷ କରିଥାନ୍ତି। ଚଳିତବର୍ଷ ଏ ପର୍ଯ୍ୟନ୍ତ ଆଶାନୁରୂପ ବର୍ଷା ହୋଇନାହିଁ। ତେଣୁ...

ଯାଜପୁରରେ ସାନି ମତଦାନ ପୂର୍ବରୁ ନିର୍ବାଚନୀ ହିଂସା: ଭୁଜାଲିରେ ଆକ୍ରମଣ, ଜଣେ ଗୁରୁତର

ଯାଜପୁର ଅଫିସ,୧୯।୫- ବିଞ୍ଝାରପୁର ନିର୍ବାଚନମଣ୍ଡଳୀର ୧୩୫ ନଂ ବୁଥ୍‌ କଲ୍ୟାଣପୁରଠାରେ ରବିବାର ସାନି ମତଦାନ ହେବା ପୂର୍ବରୁ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଶନିବାର ବିଳମ୍ବିତ...

ମହାନଦୀ ପଠାରେ ପ୍ୟାକିଂ, ଡମ୍ପିଂ ନେଇ ଅସନ୍ତୋଷ: ସାମାନ୍ୟ ବର୍ଷାରେ ଖସିିଲା ପଥର

ଖଣ୍ଡପଡ଼ା,୫ା୭(ସ୍ବ.ପ୍ର.)-କଣ୍ଟିଲୋ ମହାନଦୀ କୂଳରେ ଗତ ଜାନୁୟାରୀ ମାସରୁ ଆରମ୍ଭ ହୋଇଥିବା ପଥର ପ୍ୟାକିଂ, ଡମ୍ପିଂ ଓ ଲଚିଂ କାମ ସାମାନ୍ୟ ବର୍ଷାରେ ଦବି ଯାଇଥିବା ଓ...

ବୋଲ୍‌ବମ୍‌ ଧ୍ୱନୀରେ କମ୍ପିଲା ତାରେଶ୍ୱରଦେବ ପୀଠ

ବୋଲଗଡ଼,୨୩ା୭(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ବାଙ୍କୋଇସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ତାରେଶ୍ୱରଦେବଙ୍କୁ ଶ୍ରାବଣ ମାସ ପ୍ରଥମ ସୋମବାର ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ କାଉଡ଼ିଆ ଜଳଲାଗି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *