Posted inଖେଳ

ହାଲେ ଓପନ ଫାଇନାଲରେ ଫେଡରର

ହାଲେ ଓ୍ବେଷ୍ଟଫଲେନ(ଜର୍ମାନୀ),୨୩ା୬(ଏଏଫ୍‌ପି): କିମ୍ବଦନ୍ତୀ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ରୋଜର ଫେଡରର ଏଠାରେ ଚାଲିଥିବା ହାଲେ ଓପନ ଏଟିପି ଫାଇନାଲରେ ପ୍ରବେଶ କରିଛନ୍ତି। ସେ ସେମିଫାଇନାଲରେ ପିଏରେ ହୁଗୁସ ହବର୍ଟଙ୍କୁ ୬-୩, ୬-୩ ସେଟ୍‌ରେ ହରାଇ ଦେଇଛନ୍ତି। ଏହି ବିଜୟ ସହ ସେ କ୍ୟାରିୟରର ୧୩ତମ ଥର ପାଇଁ ହାଲେ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ସଫଳତା ପରେ ସେ କହିଛନ୍ତି, ଏହା ମୋ ପାଇଁ ସ୍ବତନ୍ତ୍ର। ଚଳିତ ବର୍ଷ ଆଉ ଏକ ସୁଯୋଗ ପାଇଥିବାରୁ ଅତ୍ୟନ୍ତ ଖୁସି। ୩୭ ବର୍ଷୀୟ ସୁଇଜରଲାଣ୍ଡ ଖେଳାଳି ଟାଇଟଲ ମୁକାବିଲାରେ ଡେଭିଡ ଗଫିନଙ୍କ ସହ ଲଢ଼େଇ କରିବେ। ଟୁର୍ନାମେଣ୍ଟର ଦ୍ୱିତୀୟ ସେମିଫାଇନାଲରେ ବେଲଜିୟମର ଗଫିନ ଇଟାଲିର ଉଦୀୟମାନ ମାଟ୍ଟେଓ ବରେଟ୍ଟିନିଙ୍କୁ ପରାସ୍ତ କରିଛନ୍ତି। ଫେଡରର ଓ ଗଫିନଙ୍କ ମଧ୍ୟରେ ପୂୂର୍ବରୁ ୮ ଥର ମୁକାବିଲା ହୋଇସାରିଛି। ଫେଡରର ୭ଟିରେ ବିଜୟ ହାସଲ କରିଥିବାବେଳେ ଗଫିନ ମାତ୍ର ଥରେ ବିଜୟ ସ୍ବାଦ ଚାଖି ପାରିଛନ୍ତି।


All Right Reserved By Dharitri.Com

Posted inଖେଳ View All

କୋହଲି- ଓ୍ବିଲିୟମସନ ଲଢ଼େଇ: ୧୧ ବର୍ଷପରେ ଏକ ବିରଳ ସଂଯୋଗ

ମାଞ୍ଚେଷ୍ଟର, ୮।୭(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲରେ ମଙ୍ଗଳବାର ମାଞ୍ଚେଷ୍ଟରରେ ପରସ୍ପରକୁ ଭେଟିବା ସ୍ପଷ୍ଟ ହୋଇଛି। ପଏଣ୍ଟ ଟେବୁଲରେ ଭାରତ ଶୀର୍ଷ...

ଜାସନ ରଏ ୨ ମ୍ୟାଚ୍‌ରୁ ବାଦ୍‌

ମାଞ୍ଚେଷ୍ଟର, ୧୭।୬(ଏଏଫ୍‌ପି)- ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ପର୍ବରୁ ଘରୋଇ ଇଂଲଣ୍ଡ ଦଳକୁ ସୋମବାର ଶକ୍ତ ଧକ୍କା ଲାଗିଛି। ଇନ୍‌ଫର୍ମ ଓପନର୍‌ ଜାସନ ରଏ ଆଘାତଜନିତ ସମସ୍ୟା...

‘ମୁଁ ଥିବା ଯାଇଁ ସଭିଙ୍କୁ ସମ୍ମାନ ମିଳିବ’

ମୁମ୍ବାଇ,୨୪ା୧୦ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟରେ ଭେଟେରାନ ମହେନ୍ଦ୍ର ସିଂ ଧୋନୀଙ୍କ ଭବିଷ୍ୟତ ସମ୍ପର୍କରେ ବିସିସିଆଇ ନୂଆ ସଭାପତି ସୌରଭ ଗାଙ୍ଗୁଲି ବୁଧବାର କହିଛନ୍ତି, ଦୁଇ ଥର...

ଇଂଲଣ୍ଡରେ ଧାଓ୍ବନଙ୍କ ହଜାରେ

ଲଣ୍ଡନ,୯ା୬: ଭାରତୀୟ ଓପନର ଶିଖର ଧାଓ୍ବନ ଇଂଲଣ୍ଡରେ ଦିନିକିଆ ଫର୍ମାଟରେ ଏକହଜାର ରନ୍‌ ପୂରଣ କରିଛନ୍ତି। ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ କ୍ୟାରିୟରର ୧୭ତମ...

ଭାରତୀୟ କ୍ରିକେଟର୍ସଙ୍କ ଅନ୍ଧବିଶ୍ୱାସ:କେମିତି ବାଛନ୍ତି ଜର୍ସି ନଂ ଜାଣନ୍ତୁ

କେବଳ ଭାରତୀୟମାନେ ନୁହେଁ, ଦେଶର କ୍ରିକେଟ ଖେଲାଳିମାନେ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥାନ୍ତି। ଏହାର ନମୁନା ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳେ। କେତେବେଳେ ଖେଳାଳିମାନେ...

ଉମେଶ ମେମୋରିଆଲ୍‌ ଚେସ୍‌:ରାଜେନ୍ଦ୍ର ଚାମ୍ପିୟନ, ରାଜେଶ ରନର୍ସଅପ୍‌

ଭୁବନେଶ୍ୱର, ୩୦।୭ (କ୍ରୀଡ଼ା ପ୍ରତିନିଧି)- ଚେସ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଉମେଶ ଚନ୍ଦ୍ର ମିଶ୍ର ମେମୋରିଆଲ୍‌ ଚେସ୍‌ ଟୁର୍ନାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଛି। ଏଥିରେ...

ଆଶେସ ଚତୁର୍ଥ ଟେଷ୍ଟ: ଲାବୁସ୍କାନ, ସ୍ମିଥ୍‌ଙ୍କ ଅର୍ଦ୍ଧଶତକ

ଓଲ୍ଡ ଟ୍ରାଫର୍ଡ,୫।୯- ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ଇଂଲଣ୍ଡ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଆଶେସ ଟେଷ୍ଟ ମ୍ୟାଚ୍‌ ବୁଧବାରଠାରୁ ଆରମ୍ଭ ହୋଇଛି। ବର୍ଷା...

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡ- ଓ୍ବେଷ୍ଟଇଣ୍ଡିଜ ମୁକାବିଲା: ଆର୍ଚର ବନାମ ଗେଲ୍‌

ସାଉଥାମ୍ପଟନ,୧୪।୬(ପି.ଟି.)- ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ୧୯ତମ ମ୍ୟାଚ୍‌ରେ ଶୁକ୍ରବାର ଓ୍ବେଷ୍ଟଇଣ୍ଡିଜ ଓ ଆୟୋଜକ ଇଂଲଣ୍ଡ ପରସ୍ପରକୁ ଭେଟିବେ। ସ୍ଥାନୀୟ ରୋଜ ବାଉଲ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *