ପୃଥିବୀ ଓ ଚନ୍ଦ୍ର ପରି ମଙ୍ଗଳରେ ବି ହେଉଛି ଭୂକମ୍ପ: ନାସା

ଓ୍ବାଶିଂଟନ,୨୫।୪: ମଙ୍ଗଳ ଗ୍ରହକୁ ମାନବ ମିଶନ ପଠାଇବା ପାଇଁ ଯୋଜନା ଚାଲିଛି। ତେବେ ମଙ୍ଗଳରେ ଭବିଷ୍ୟତରେ ବାସ କରିବାକୁ ଯାଉଥିବା ଲୋକେ ଭୂକମ୍ପର ଅନୁଭୁତି ପାଇପାରିବେ। ଏନେଇ ଅନ୍ତର୍ଜାତୀୟ ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ସୂଚନା ଦିଆଯାଇଛି। ପୃଥିବୀ ଓ ଚନ୍ଦ୍ର ପରି ମଙ୍ଗଳରେ ମଧ୍ୟ ଭୂକମ୍ପ ହୋଇଥାଏ ବୋଲି ନାସାର ମହାକାଶ ବିଜ୍ଞାନୀ କହିଛନ୍ତି। ମଙ୍ଗଳକୁ ପଠାଯାଇଥିବା ଇନସାଇଟ୍‌ ପ୍ରୋବ୍‌ ଦ୍ୱାରା ଉଠାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଚଳିତ ବର୍ଷ ମାର୍ଚ୍ଚ ୧୧ ଏବଂ ଏପ୍ରିଲ୍‌ ୧୧ରେ ମଙ୍ଗଳରେ କମ୍ପନ ସୃଷ୍ଟି ହୋଇଥିବା ଇନସାଇଟ୍‌ ପ୍ରୋବ୍‌ ପଠାଇଥିବା ତଥ୍ୟରୁ ମହାକାଶ ବିଜ୍ଞାନୀ ଅନୁମାନ କରୁଛନ୍ତି। ନାସା ପକ୍ଷରୁ ଇନସାଇଟ୍‌ ପ୍ରୋବ୍‌କୁ ୨୦୧୮ ମେ ୫ରେ ମଙ୍ଗଳ ଗ୍ରହରେ ସୃଷ୍ଟି ହେଉଥିବା କମ୍ପନ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ପ୍ରେରଣ କରାଯାଇଥିଲା।


All Right Reserved By Dharitri.Com

କରୋନା ଭୟ: ଜାହାଜରେ ଫସିଛନ୍ତି ୭୦୦୦ ଲୋକ

ସିଭିଟାଭେଛିଆ (ଇଟାଲୀ),୩୧-୧:କରୋନା ଭୂତାଣୁ ସଂକ୍ରମଣ ଭୟରେ ଇଟାଲୀର ଏକ କ୍ରୁଜ୍‌ ଜାହାଜରେ ୭୦୦୦ ଲୋକ ସମୁଦ୍ର ମଧ୍ୟରେ ଅଟକି ରହିଛନ୍ତି। ଜାହାଜରେ ଥିବା ଜଣେ ୫୪...

ଭାରତୀୟ ଯବାନଙ୍କୁ ହନିଟ୍ରାପ୍‌ରେ ଫସାଇବାକୁ ଯୋଜନା କରୁଛି ଆଇଏସ୍‌ଆଇ

ଇସ୍‌ଲାମାବାଦ୍‌,୩୦।୧୨: ପାକିସ୍ତାନୀ ଗୁଇନ୍ଦା ବିଭାଗ ଆଇଏସ୍‌ଆଇ ସୋସିଆଲ ମିଡିଆ ଜରିଆରେ ଭାରତୀୟ ଯବାନଙ୍କୁ ହନିଟ୍ରାପ୍‌ରେ ଫସାଇବାକୁ ବଡ଼ ଯୋଜନା କରୁଥିବା ଜଣାପଡ଼ିଛି। ଏହି ପୂରା ଯୋଜନାକୁ...

ଇରାନ ଉପରେ କଠୋର କଟକଣା

ଓ୍ବାଶିଂଟନ,୯ା୧: ଇରାନ ଉପରେ ଆମେରିକା ପୂର୍ବରୁ କେତେକ କଟକଣା ଜାରି କରିଥିବାବେଳେ ବୁଧବାର ରାତିରେ ଆହୁରି କେତୋଟି କଠୋର କଟକଣା ଲାଗୁ କରିବା ପାଇଁ ଘୋଷଣା...

ଜଟିଳ ହେଉଛି ଲିବ୍ୟା ସଙ୍କଟ

ତ୍ରିପୋଲି,୪ା୭: ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଲିବ୍ୟା ସଙ୍କଟ। ଉତ୍ତର ଆଫ୍ରିକାର ଏହି ଦେଶକୁ ସର୍ବାଧିକ ସମୟ ଶାସନ କରିଥିବା ଏକଚ୍ଛତ୍ରବାଦୀ ମୁଆମାର ଅଲ୍‌-ଗଦ୍ଦାଫିଙ୍କ...

ପୃଥିବୀର ସର୍ବ ବୃହତ୍‌ ଆବାସିକ କଲୋନୀ: ୧୩୫୦୦ ଆପାର୍ଟମେଣ୍ଟରେ ରହିପାରିବେ ୩୦ ହଜାର ଲୋକ

କାହିରା,୪।୨: ମିଶରର ରାଜଧାନୀ କାହିରାରେ ପୃଥିବୀର ସର୍ବ ବୃହତ୍‌ ଆବାସିକ କଲୋନୀ ନିର୍ମାଣ କରାଯାଉଛି। ଏଠାରେ ନିର୍ମିତ ହେବାକୁ ଥିବା ୩୫୦୦ ଆପାର୍ଟମେଣ୍ଟରେ ୩୦ ହଜାର...

କ୍ୟାନସର୍‌ ପୀଡ଼ିତ ସ୍ତ୍ରୀଙ୍କ ସହ ଫଟୋଶୁଟ୍‌ କରି ଚର୍ଚ୍ଚାରେ ସ୍ବାମୀ

କୁହାଯାଏ, ବିବାହ ବନ୍ଧନ ସାତ ଜନ୍ମ ପାଇଁ ହୋଇଥାଏ। କିନ୍ତୁ ଆଜିକାଲି ଗୋଟିଏ ଜନ୍ମ ସୁଖଶାନ୍ତିରେ କାଟିବା ଦମ୍ପତ୍ତିଙ୍କ ପାଇଁ କଷ୍ଟକର ହୋଇପଡିଛି। ମାତ୍ର ଲଣ୍ଡନର...

ଆଫଗାନିସ୍ତାନରେ ସଂଘର୍ଷ :ତାଲିବାନ କମାଣ୍ଡରଙ୍କ ସମେତ ୧୯ ନିହତ

ହେରାତ୍‌,୭ା୭(ଆଇଏଏନ୍‌ଏସ୍‌): ଆଫଗାନିସ୍ତାନର ହେରାତ୍‌ ପ୍ରଦେଶରେ ଶନିବାର ସୁରକ୍ଷା କର୍ମୀଙ୍କ ସହ ସଂଘର୍ଷରେ ତାଲିବାନ ମୁଖ୍ୟ କମାଣ୍ଡର ମୁଲ୍ଲା ଘୌସୁଦିନ୍‌ଙ୍କ ସମେତ ୧୦ ଆତଙ୍କବାଦୀ ନିହତ ହୋଇଛନ୍ତି।...

୨୦୩୦ ସୁଦ୍ଧା ରୋବଟ ଯୋଗୁ ୨ କୋଟିରୁ ଅଧିକ ଲୋକ ହରାଇବେ ଚାକିରି

ଓ୍ବାଶିଂଟନ,୨୬।୬: ଆର୍ଥିକ ବିକାଶ ପାଇଁ ଏବେ ପୃଥିବୀର ପ୍ରତି ରାଷ୍ଟ୍ରରେ ନିର୍ମାଣ ସମେତ ବିଭିନ୍ନ କ୍ଷେତ୍ରରେ ଅଟୋମେଶନ ତଥା ରୋବଟ୍‌ର ଉପଯୋଗ କରାଯାଉଛି। ଏହାଦ୍ୱାରା ନିର୍ମାଣ...

Leave a comment

Your email address will not be published. Required fields are marked *