Posted inଜାତୀୟ

ବ୍ଲଡ୍‌ ସୁଗାର ନିୟନ୍ତ୍ରଣରେ ଭାରତୀୟ ଅସଫଳ: ସର୍ଭେ

ନୂଆଦିଲ୍ଲୀ,୨୩।୬: ଦେଶରେ ଡାଇବେଟିସ୍‌ ସମସ୍ୟା ବଢ଼ିଚାଲିଛି। ତେବେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଏଭଳି ରୋଗୀଙ୍କ ସଂଖ୍ୟା ଧୀରେଧୀରେ ବୃଦ୍ଧି ପାଉଥିବା ଏକ ରିପୋର୍ଟରେ ଦର୍ଶାଯାଇଛି। ଭାରତୀୟମାନେ ବ୍ଲଡ୍‌ ସୁଗାର ନିୟନ୍ତ୍ରଣ କରିବାରେ ଅସଫଳ ରହିଛନ୍ତି। ଏନେଇ ନୋଭୋ ନୋରଡିସ୍କ୍‌ ଏଜୁକେଶନ୍‌ ଫାଉଣ୍ଡେସନ୍‌ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ପରିବର୍ତ୍ତିତ ଜୀବନ ଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁ ଅଧିକ ସଂଖ୍ୟକ ଯୁବବର୍ଗଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖାଦେଉଛି। ଦେଶର ୨୮ ସହରର ୧.୮ ଲକ୍ଷ ଲୋକଙ୍କୁ ନେଇ କରାଯାଇଥିବା ଏହି ସର୍ଭେରେ ଜଣାପଡ଼ିଥିଲା ଯେ, ମୁମ୍ବାଇ, କୋଲକତା, ଦିଲ୍ଲୀ, ଚେନ୍ନାଇ ଆଦି ମେଟ୍ରୋ ସହରରେ ଡାଇବେଟିସ୍‌ ସମସ୍ୟା ବଢ଼ିବାରେ ଲାଗିଛି। ୨୦୧୭ରେ ଏହି ସମସ୍ୟା ଯୋଗୁ ଲୋକମାନେ ୬୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ସେତେବେଳେ ଏହି ସମସ୍ୟା ଭୋଗୁଥିବା ଲୋକଙ୍କ ସଂଖ୍ୟା ୭୨.୯ ନିୟୁତ ଥିଲା। ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ କୌଣସି ଚିକିତ୍ସା ଗ୍ରହଣ କରି ନ ଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି। ଏହା ଯୋଗୁ କିଡ୍‌ନୀ ସମସ୍ୟା ସୃଷ୍ଟି ହେଉଥିବାରୁ ମୃତ୍ୟୁ ସଂଖ୍ୟା ବଢୁଥିବା ଏଥିରେ ଦର୍ଶାଯାଇଛି।


All Right Reserved By Dharitri.Com

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ- ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ, ୩୧।୫: ଦ୍ୱିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୫୭ ଜଣ ସଦସ୍ୟ ସ୍ଥାନ ପାଇଥିଲାବେଳେ ଏମାନଙ୍କ...

କେନ୍ଦ୍ର ସରକାରଙ୍କ ଛାତ୍ରବୃତ୍ତି ଯୋଜନା: ୮୮ ଲକ୍ଷ ମୁସଲମାନ ଛାତ୍ରୀଛାତ୍ର ଉପକୃତ; ହିନ୍ଦୁ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୫ ଲକ୍ଷ ୨୦ ହଜାର

ନୂଆଦିଲ୍ଲୀ,୧୫।୬: କେନ୍ଦ୍ର ସରକାରଙ୍କ ଛାତ୍ରବୃତ୍ତି ଯୋଜନା ଅନ୍ତର୍ଗତ ୨୦୧୮-୧୯ ବର୍ଷରେ ମୋଟ ଏକ କୋଟି ୮ ଲକ୍ଷ ଛାତ୍ରୀଛାତ୍ର ଉପକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ମୁସଲମାନ...

କଶ୍ମୀର ନେଇ ଇୟୁ ପ୍ରତିନିଧି ଦଳଙ୍କ ବୟାନ: ଅନୁଚ୍ଛେଦ ୩୭୦ ଉଚ୍ଛେଦ ଆଭ୍ୟନ୍ତରୀଣ ପ୍ରସଙ୍ଗ, ଆତଙ୍କବାଦ ବିରୋଧୀ ଲଢ଼େଇକୁ ସମର୍ଥନ

ଶ୍ରୀନଗର,୩୦।୧୦: ଜମ୍ମୁ-କଶ୍ମୀର ଗସ୍ତରେ ଆସିଥିବା ଇୟୁ ପ୍ରତିନିଧି ଦଳ ସେମାନଙ୍କର ବୟାନ ଜାରି କରିଛନ୍ତି। ସେମାନେ କହିଛନ୍ତି ଯେ, ଅନୁଚ୍ଛେଦ ୩୭୦ ଉଚ୍ଛେଦ ଭାରତର ଆଭ୍ୟନ୍ତରୀଣ...

ପିଓକେରେ ଆତଙ୍କବାଦୀଙ୍କ ରାଲି କରିବାକୁ ପ୍ରସ୍ତୁତ ହେଉଛି ହାଫିଜ

ନୂଆଦିଲ୍ଲୀ,୧୦।୧୦: ଆତଙ୍କବାଦୀ ସଙ୍ଗଠନ ଜମାତ-ଉଦ୍‌-ଦାଓ୍ବାର ମୁଖ୍ୟ ହାଫିଜ ସୟିଦ ଆସନ୍ତା ୧୪ ତାରିଖରେ ପିଓକେରେ ଆତଙ୍କବାଦୀଙ୍କ ରାଲି କରିବାକୁ ପ୍ରସ୍ତୁତ ହେଉଥିବା ଖବର ମିଳିଛି। ଏହି...

ଆର୍‌ଏସ୍‌ଏସ୍‌ ସମେତ ୧୯ଟି ସଂଗଠନର ପଦାଧିକାରୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ନୀତୀଶଙ୍କ ନିର୍ଦ୍ଦେଶ: ସ୍ପେଶାଲ ବ୍ରାଞ୍ଚ୍‌କୁ ଦାୟିତ୍ୱ

ପାଟନା,୧୭।୭: ବିହାରରେ ନୀତୀଶ କୁମାରଙ୍କ ମେଣ୍ଟ ସରକାର ରାଜ୍ୟର କେତେକ ସଂଗଠନ ସମ୍ପର୍କରେ ତଥ୍ୟ ସଂଗ୍ରହ ପ୍ରକ୍ରିୟା ଜାରି ରଖିଛନ୍ତି। ଏହା ଅନ୍ତର୍ଗତ ରାଜ୍ୟରେ କାର୍ଯ୍ୟକରୁଥିବା...

୭୮ଟି ଲୋକ ସଭା ଆସନ ହାର୍‌ଜିତ୍‌ରେ ଗ୍ରହଣ କରିବ ନିର୍ଣ୍ଣାୟକ ଭୂମିକା

ନୂଆଦିଲ୍ଲୀ,୨୨।୫: ଲୋକ ସଭା ନିର୍ବାଚନର ଫଳାଫଳ ଗୁରୁବାର ପ୍ରକାଶ ପାଇବ। ତେବେ ଫଳ ପ୍ରକାଶ ପୂର୍ବରୁ ହାର୍‌ଜିତ୍‌ ନେଇ ଅଙ୍କକଷା ଜୋର୍‌ ଧରିଛି। ଚଳିତ ନିର୍ବାଚନରେ...

କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ଆୟକର ଚଢାଉ

ବେଙ୍ଗାଲୁରୁ,୧୦।୧୦: କଂଗ୍ରେସର ବରିଷ୍ଠ ନେତା ତଥା କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱରଙ୍କ ବାସଭବନରେ ଗୁରୁବାର ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପରମେଶରଙ୍କ ମାଲିକାନାରେ...

ଅଯୋଧ୍ୟା ବିବାଦର ଲାଇଭ୍‌ ଷ୍ଟ୍ରିମିଂ ଉପରେ ବିଚାର କରିବେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୫।୮: ଅଯୋଧ୍ୟା ବିବାଦର ଲାଇଭ୍‌ ଷ୍ଟ୍ରିମିଂ ଉପରେ ସୁପ୍ରିମ୍‌କୋର୍ଟ ବିଚାର କରିବେ ବୋଲି ସୋମବାର ସୂଚନା ଦେଇଛନ୍ତି। ସାମ୍ବିଧାନିକ ବ୍ୟବସ୍ଥାର ଅନୁଚ୍ଛେଦ ୧୯(୧)-ଏ ଅନ୍ତର୍ଗତ ଏହି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *